Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୩

Children

3  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ରାଜାଙ୍କ ନୂତନ ପରିଚ୍ଛଦ

ରାଜାଙ୍କ ନୂତନ ପରିଚ୍ଛଦ

4 mins
7.4K


କାଳିନ୍ଦି ଚରଣ ପାଣିଗ୍ରାହୀ

ଗୋଟିଏ ଦେଶରେ ଜଣେ ରାଜା ଥିଲେ l ପ୍ରତିଦିନ ଗୋଟିଏ ଗୋଟିଏ ନୂତନ ପୋଷାକ ପିନ୍ଧିବା ଥିଲା ତାଙ୍କର ପ୍ରଧାନ ସଉକ l ସେ ଯେ ‘ ଭଲ ଶାସନ କରୁଛନ୍ତି ‘ ଅଥବା ‘ ଭଲରେ ପ୍ରଜାପାଳନ କରୁଛନ୍ତି ‘ ଏକଥା କେହି ନ କହି ବରମ କହନ୍ତି ରାଜା ଆଜି ଭଲ ପୋଷାକ ପିନ୍ଧିଛନ୍ତି l ‘’ ନୂତନ ପରିଚ୍ଛଦ ପାଇଁ ରାଜା ଏକ ପ୍ରକାର ପାଗଳ ହୋଇପଡିଥିଲେ l ଥରେ ସେ ଘୋଷଣା କଲେ ଯେ ଯେଉଁ କାରିଗର ତାଙ୍କ ପାଇଁ ସମ୍ପୂର୍ଣ ଏକ ନୂତନ ଧରଣର ପୋଷାକ ତିଆରି କରିପାରିବ,ତାକୁ ସେ ଏକ ସହସ୍ର ସ୍ଵର୍ଣ୍ଣମୁଦ୍ରା ପୁରସ୍କାର ଦେବେ l ଏ ସଂବାଦ ଶୁଣି ଦୁଇଜଣ ଶଠ ଅର୍ଥ ଲୋଭରେ ରାଜାଙ୍କ ସମ୍ମୁଖରେ ଯାଏ ଉପସ୍ଥିତ ହୋଇ କହିଲେ, ‘’ ମହାରାଜା ! ଆମ୍ଭେ ସମ୍ପୂର୍ଣ୍ଣ ଏକ ନୂତନ ଧରଣର ପୋଷାକ ଆପଣଙ୍କ ନିମନ୍ତେ ପ୍ରସ୍ତୁତ କରିଦେବୁ l ‘’

ସେଭଳି ପୋଷାକ ଆଜି ପର୍ଯ୍ୟନ୍ତ କେହି ଦେଖି ନ ଥିବେ l ସେ ହେବ ଏକ ଅଦ୍ଭୁତ ପୋଷାକ l ତା’ର ଏକ ବିଚିତ୍ର ଗୁଣ ହେଉଛି ଏହି ଯେ , ଯେଉଁ ଲୋକ ବୁଦ୍ଧିହୀନ ଏବଂ ନିଜ ଆସନର ଅଯୋଗ୍ୟ ତାହାର ଚକ୍ଷୁକୁ ସେ ବସ୍ତ୍ର ଆଦୌ ଦେଖାଯିବ ନାହିଁ l ‘’ ରାଜା ଭାବିଲେ, ଏହା ନିଶ୍ଚେ ଏକ ଅଦ୍ଭୁତ ପରିଚ୍ଛଦ ହେବ l ସେ କାରିଗର ଦୁଇ ଜଣକୁ ପଚାରେଲେ ଏପରି ଏକ ପରିଚ୍ଛଦ ତିଆରି କରିବାରେ କେତେ ଅର୍ଥ ଖର୍ଚ୍ଛ ହେବ ?’’ ଶଠ ଦୁହେଁ ଯେଉଁ ପରିମାଣର ରେଶମସୂତା, ସ୍ଵର୍ଣଜରି ଓ ମୋତି ମାଣିକ୍ୟର ହିସାବ ଦେଲେ, ତାହା ଶୁଣି ରାଜା ଅଧିକ ଆନନ୍ଦିତ ହେଲେ l ସେ ଭାବିଲେ ‘ ଏଭଳି ମୂଲ୍ୟବାନ ପୋଷାକ ତ ମୋ ଭଣ୍ଡାରରେ ନାହିଁ ‘l ତହୁଁ ସେ କାରିଗାର ଦୁହିଁଙ୍କୁ କହିଲେ ‘’ ଆଜିଠାରୁ ପନ୍ଦର ଦିନ ମଧ୍ୟରେ ଏହି ପୋଷାକ ସଂପୂର୍ଣ୍ଣ କରି ଆଭଙ୍କୁ ଦେବ l ଏହି ମୂଲ୍ୟବାନ ପୋଷାକ ପିନ୍ଧି ଆମେ ଏଥର ଆମ୍ଭ ଜନ୍ମଦିନ ପାଳନ କରିବୁ l ‘’

ଶଠ ଦୁଇଜଣ ତନ୍ତ ପାଖରେ ବସି ବସ୍ତ୍ର ବୟନର ଛଳନା କଲେ l ରାଜଭଣ୍ଡାରରୁ ଯେତେ ରେଶମ ସୂତା, ସ୍ଵର୍ଣ୍ଣଜରି, ମଣିମାଣିକ୍ୟ ଇତ୍ୟାଦି ପାଇଲେ ସେ ସବୁକୁ ଲୁଚାଇ ରଖିଲେ l ଦିନରାତି ତନ୍ତ ପାଖରେ ବସି ମିଛରେ ବୟନ କରିବା ଭଳି ଅଭିନୟ କଲେ l ଦିନକୁ ଦିନ ସେ ଦୁହିଁଙ୍କୁ ରାଜଭଣ୍ଡାରରୁ ଅଧିକରୁ ଅଧିକ ପରିମାଣର ସ୍ଵର୍ଣ୍ଣଜରି ଓ ମଣିମୁକ୍ତା ଇତ୍ୟାଦି ମଇଳା l ଏହି ଅଦ୍ଭୁତ ବସ୍ତ୍ର ଦେଖିବା ପାଇଁ ରାଜାଙ୍କ ମନରେ କ୍ରମେ ଆଗ୍ରହ ବଢିଲା l କିନ୍ତୁ ତାଙ୍କର ମନେପଡିଲା ଯେ,କାରିଗର ଦୁହେଁ କହିଛନ୍ତି ନିତାନ୍ତ ବୋକା ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କୁ ଏଇ ପୋଷାକ ଦେଖାଯିବ ନାହିଁ l ତେଣୁ ସେ ପ୍ରଥମେ ତାଙ୍କ ପ୍ରଧାନମନ୍ତ୍ରୀଙ୍କୁ ପଠାଇଲେ l ସେତେବେଳକୁ ଏହି ଅଦ୍ଭୁତ ବସ୍ତ୍ର ବିଷୟରେ ରାଜ୍ୟସାରା ପ୍ରଚାର ହୋଇ ଗଲାଣି l ପ୍ରତ୍ଯେକ ଲୋକ ରାଜାଙ୍କର ଜନ୍ମଦିନ ପାଳନକୁ ଅପେକ୍ଷା କରି ରହିଥାଆନ୍ତି l ପ୍ରଧାନମନ୍ତ୍ରୀ ଯାଇ ଦେଖିଲେ, କାରିଗର ଦୁହେଁ ବସ୍ତ୍ର ବୟନରେ ବ୍ୟସ୍ତ; ଅଥଚ ତନ୍ତତି ଶୂନ୍ୟ l ସେଥିରେ କୌଣସି ବସ୍ତ୍ର ନାହିଁ l ସେ ଭାବିଲେ, ‘’ ମୁଁ ତ କାହିଁ ସୂତା ଖିଅଟିଏ ମଧ୍ୟ କେଉଁଠି ଦେଖିବାକୁ ପାଉ ନାହିଁ l ତେବେ କଅଣ ମୁଁ ବୁଦ୍ଧିହୀନ ଓ ପ୍ରଧାନମନ୍ତ୍ରୀ ପଦ ପାଇଁ ଅଯୋଗ୍ୟ l

ମନ୍ତ୍ରୀ ଚିନ୍ତାମଗ୍ନ ହୋଇପଡିବାର ଦେଖି ଜଣେ ଶଠ କହିଲା, ‘’ପ୍ରଧାନମନ୍ତ୍ରୀ ମହୋଦୟ, ଏ ବସ୍ତ୍ରଟି ଆପଣଙ୍କ ପସନ୍ଦକୁ କିପରି ଆସୁଛି,’’ ତା’ପରେ ସେହି ଶୂନ୍ୟ ତନ୍ତରେ ଅଙ୍ଗୁଳି ଦେଖାଇ କହିଲା, ‘’ଏଠାରେ ଏଇ ରଙ୍ଗଟି କିପରି ମାନୁଛି ? ସେଠାରେ ଯେଉଁ ସ୍ଵର୍ଣ୍ଣଜରି ଦିଆଯାଇଛି ଏବଂ ତା’ ପାଖରେ ଯେଉଁ ମୁକ୍ତା ଓ ମାଣିକ୍ୟର କଣିକାଗୁଡିକ ଖଞ୍ଜାଯାଇଛି ତାହା ଆପଣଙ୍କ ମନକୁ ପାଉଛି ତ ?’’ ପ୍ରଧାନମନ୍ତ୍ରୀ ବଡ ଚିନ୍ତାରେ ପଡିଗଲେ l ସେ ଯଦି କହିବେ ଯେ କିଛି ଦେଖିପାରୁ ନାହାନ୍ତି, ତେବେ ସେ ଜଣେ ବୋକା ଓ ନିଜ ଆସନ ପାଇଁ ଅଯୋଗ୍ୟ ବୋଲି ପ୍ରମାଣିତ ହେବେ l ରାଜା ହୁଏତ ଏହା ଜାଣି ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ତଡ଼ିଦେବେ l ତେଣୁ ସେ ମଧ୍ୟ ଛଳନା କରି କହିଲେ,’’ ନିଶ୍ଚୟ, ନିଶ୍ଚୟ ଏହା ଏକ ଚମତ୍କାର ପୋଷାକ l ରାଜାଙ୍କ ଦେହକୁ ଏହା ଖୁବ୍ ମାନିବ l ‘’

ଏହା ପରେ ସେ ରାଜାଏନକେ ନିକଟକୁ ଫେରି ଆସି ସେଇକଥା କହିଲେ l ରାଜା ଏଥର ତାଙ୍କ ପ୍ରଧାନ ବିଚାରପତିଙ୍କୁ ପଠାଇଲେ l ତାଙ୍କର ମଧ୍ୟ ସେଇ ଅବସ୍ଥା ହେଲା l ସେ ତନ୍ତରେ କୌଣସି ବସ୍ତ୍ର ନ ଦେଖି ବିଚାରିଲେ, ‘’କଅଣ,ମୁଁ ପ୍ରଧାନ ବିଚାରପତି ଭାବରେ କେତେକେତେ ମାମଲାର ବିଚାର କରି ତା’ର ସମାଧାନ କରିଛି l ନ୍ୟାୟ ବିଚାରପାଇଁ ସମସ୍ତଙ୍କ ଦ୍ଵାରା ପ୍ରଶଂସିତ ହୋଇଛି l ମୁଁ ତେବେ କଅଣ ବୁଦ୍ଧିହୀନ ଓ ପ୍ରଧାନ ବିଚାରପତି ପଦ ପାଇଁ ଅଯୋଗ୍ୟ ? କାହିଁ ! ମୁଁ ତ କୌଣସି ବସ୍ତ୍ର ଦେଖିପାରୁ ନାହିଁ l ‘’ ସେ ତାଙ୍କର ଦୁର୍ବଳତା ଲୁଚାଇବା ପାଇଁ ରାଜାଙ୍କ ପାଖରେ ଆସି ଜଣାଇଲେ l ‘’ ମହାରାଜ, ଏହି କାରିଗର ଦୁହେଁ ଅସାଧାରଣ ଓ ଆଶ୍ଚର୍ଯ୍ୟଜନକ ପୋଷାକ ପ୍ରସ୍ତୁତ କରୁଛନ୍ତି l ‘’

ଏଥର ରାଜା ସ୍ଵୟଂ ତାଙ୍କର କେତେକ ବିଶ୍ଵସ୍ତ କର୍ମଚାରିଙ୍କ ସହିତ ଯାଇ ତନ୍ତ ନିକଟରେ ଉପସ୍ଥିତ ହେଲେ, ସେମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଓ ପ୍ରଧାନବିଚାରପତି ମଧ୍ୟ ଗଲେ l ସେ ଦୁହେଁ ସେହି ଅଦ୍ଭୁତ ବସ୍ତ୍ରଟିକୁ ଦେଖିପାରୁଥିବା ଭଳି ଛଳନା କରି କହିଲେ,’’ ଦେଖନ୍ତୁ ମହାରାଜ,ଏଇ ନୂତନ ପରିଛଦଟି କେଡ଼େ ସୁନ୍ଦର ହୋଏଛି l ସ୍ଵର୍ଣ୍ଣଜରି ଓ ମଣିମୁକ୍ତା ଯଥା ସ୍ଥାନରେ ଖଞ୍ଜାଯାଇ କେଡେ ମନୋହର ଦିଶୁଛି l ‘’ ସେମାନେ ଭାବୁଥାଆନ୍ତି ଯେ, ବୋଧହୁଏ କେବଳ ତାଙ୍କରେ ବ୍ଯତିତ ଅନ୍ୟମାନେ ସମସ୍ତେ ସେହି ବସ୍ତ୍ରଟିକୁ ଦେଖିପାରୁଛନ୍ତି l

ରାଜା କିନ୍ତୁ ମନେମନେ ଭାବୁଥାଆନ୍ତି, ସମସ୍ତେ ସମସ୍ତେ ସେହି ବସ୍ତ୍ରଟିକୁ ଦେଖିପାରୁଥିବା ସ୍ଥଳେ ସେ ନିଜେ କାହିଁକି ଦେଖି ପାରୁନାହାନ୍ତି ? ସେ ତେବେ କ’ଣ ରାଜପଦ ପାଇଁ ଅଯୋଗ୍ୟ ? ପ୍ରଜାମାନେ ଏକଥା ଜାଣିଲେ କଅଣ ଭାବିବେ ? ସେ ମଧ୍ୟ ନିଜର ଲଜ୍ଜାକୁ ଘୋଡାଇବା ପାଇଁ ମିଛରେ କହିଲେ,’’ ସାବାସ୍,ସାବାସ୍ ! ଅତି ଚମତ୍କାର ବସ୍ତ୍ର ହୋଇଛି l ‘’ ରାଜାଙ୍କ ସାଙ୍ଗରେ ଅନ୍ୟାନ୍ୟ କର୍ମଚାରିମାନେ ମଧ୍ୟ କୌଣସି ବସ୍ତ୍ର ଦେଖିପାରୁ ନ ଥିଲେ l ସେମାନେ କାଳେ ବୋକା ଓ ଅଯୋଗ୍ୟ ପ୍ରମାଣିତ ହେବେ, ସେଥିପାଇଁ ଅନ୍ୟମାନଙ୍କ ଭଳି ମିଛରେ କହିଲେ, ‘’ ବାଃ, ଚମତ୍କାର ହୋଇଛି l ‘’

ରାଜଙ୍କର ଜନ୍ମୋତ୍ସବର ପୂର୍ବଦିନ ଶଠ ଦୁଇଜଣ ସୁବର୍ଣ୍ଣ ନୂତନ ପରିଚ୍ଛଦଟିକୁ ରଖିଥିବାର ଅଭିନୟ କରି ଶୂନ୍ୟ ଥାଳିକୁ ନେଇ ରାଜାଙ୍କୁ ଉପହାର ଦେଲେ l ଏହା ପରେ ରାଜାଙ୍କଠାରୁ ପୁରସ୍କାର ଘେନି ଚାଲିଗଲେ l ଜନ୍ମଦିନ ସକାଳୁ ରାଜାଙ୍କର ଭୃତ୍ୟ ତାହାଙ୍କୁ ନୂତନ ପରିଚ୍ଛଦଟି ପିନ୍ଧାଇଦେବାକୁ ଆସିଲା l ସେ ଦେଖିଲା ଥାଳିଟି ଶୂନ୍ୟ, ତା’ ଭିତରେ ପ୍ରକୃତରେ କିଛି ପୋଷାକ ନାହିଁ ଲ ସେ କହିଲା, ‘’ ମହାରାଜ, ମୁଁ ପଛକେ ବୋକା ଓ ଅଯୋଗ୍ୟ ବୋଲି ପ୍ରମାଣିତ ହୋଇପାରେ, କିନ୍ତୁ ଆପଣଙ୍କୁ ଖୁସି କରିବା ପାଇଁ କେବେହେଲେ ମିଥ୍ୟା କହିପରିବି ନାହିଁ l ପ୍ରକୃତରେଏ ଥାଳିରେ କୌଣସି ବସ୍ତ୍ର ନାହିଁ, ମୋର ମନହୁଏ, ସେ ଦୁଇଜଣ ମିଥ୍ୟାବାଦୀ ଓ ଠକ ଅଟନ୍ତି l ଆମକୁ ଠକି ବହୁଅର୍ଥ ନେଇ ପଳେଈଛନ୍ତି l ‘’

ରାଜା ଏଇ କଥାଶୁଣି ନିଜର ଭ୍ରମ ବୁଝିପାରିଲେ ଏବଂ ମନେମନେ ଅତ୍ୟନ୍ତ ଲଜ୍ଜିତ ହେଲେ l ସେଇଦିନ ତାଙ୍କର ସୌଖୀନ ପୋଷାକ ପ୍ରତି ମମତା ଛାଡିଗଲା l ସେ ଏଣିକି ରାଜକାର୍ଯ୍ୟରେ ମନୋନିବେଶ କାଲେ l ଶଠ ଦୁଇଜଣ ସମଗ୍ର ରାଜ୍ୟର ଲୋକଙ୍କୁ ବୋକା ଓ ଅଯୋଗ୍ୟ ପ୍ରମାଣ କରି ପ୍ରଚୁର ଅର୍ଥ ନେଇ ଚାଲିଯିବା ପୂର୍ବରୁ ଧରାପଡ଼ି କଠିନ ଶାସ୍ତି ଭୋଗକଲେ l


Rate this content
Log in

Similar oriya story from Children