ଅନୁଭୂତି
ଅନୁଭୂତି
ଜୀବନରେ ଏମିତି କିଛି ଘଟଣା ଘଟିଛି ଯାହା ଲେଖିବା ଅସମ୍ଭବ।ବେଳେ ବେଳେ ନିଜ ସହ ନିଜେ ଆଳପ କରେ। ନିଜକୁ ନେଇ କେତେ ଥର ରଫ ଖାତାରେ ଉତାରିବାକୁ ବସେ.ବସିଲେ କଣ ହବ ଅନେକ ଥର ଲେଖିଛି ଆଉ ଚିରିଛି ବି।ଅନେକ ଥର ରାତି ଅନିଦ୍ରା ହୋଇ ଲେଖେ ପୁଣି ଚିରେ। ସକାଳକୁ ସାରା ଘର କାଗଜ ପିଣ୍ତୁଳାରେ ଭର୍ତି ହୋଇ ଯାଇଥାଏ। କିନ୍ତୁ ମନରେ ଭିଜୁଥବା ଯନ୍ତ୍ରଣାକୁ କୋଉ ଉତାରି ପାରେ ଯେ। ଦୁଃଖ,ଅଭାବ,ଭାଗ୍ୟ ଭଳି ଅବସ୍ଥାଠାରୁ ବହୁ ଦୁରକୁ ନେଇ ଯାଏ ନିଜକୁ। ଭାରି ଅବିଚଳିତ ଭାବେ ନିଜକୁ ଅଟକାଇ ରଖିବାକୁ ଯାଇ ଜୋରେ ଚିତ୍କାର କରି କାନ୍ଦେ ଗୋଟେ ନିବୁଜ କୋଠରିରେ ବନ୍ଦ କରି। ଟିକେ ସାମାନ୍ୟ ହେଲେ ଫେରେ ନିଜ ପରିସ୍ଥିତିକୁ।
ଏମିତି ଅନେକ ଦିନ ବିତି ଯାଇଛି।ପିଲା ଦିନେ ଲେଖୁଥିଲି ୯ମ ଶ୍ରେଣୀରେ ପ୍ରଥମ କରି ସ୍କୁଲ ମାଗାଜିନରେ ମୋର ଛୋଟ କବିତାଟିଏ ବାହସରିଥିଲା"ଘାସଫୁଲ" ସ୍କୁଲର(ସାହିତ୍ୟର) କମଳା ଦିଦି ଭାରି ପ୍ରଶଂସା କରିଥିଲେ ସେଦିନ।ପିଠି ଥାପୁଡେଇ କହିଥିଲେ ଭଲ ଲେଖୁଛୁ ଲାବଣ୍ୟା; ଯେତେବେଳେ ଯାହା ମନକୁ ଆସୁଛି ଲେଖ ଅଉ ମତେ ଅଣି ଦେଖା। ତୋ ଲେଖା କେହି ନ ପଢିଲେ ମୁଁ ପଢିବି।ବାସ୍ ଦିଦିଙ୍କର ସେଇ କେଇ ପଦ କଥା ଓ ଆଶୀର୍ବାଦ ମୋ ମୋଣ୍ତ ଉପରେ ଥିଲା ।ଆଉ ମୁଁ ଲେଖିଚାଲିଥିଲି ଅନେକ ଛୋଟ ଛୋଟ କବିତା।ସ୍କୁଲ ପରେ କଲେଜ୍।ବହୁ ପତ୍ର ପତ୍ରିକାରେ ମୋର ଲେଖା ବାହାରିଛି।
କଲେଜ ପରେ ଚାକିରି ଓ ବିବାହ ପରେ ପ୍ରୟତଃ ଲେଖା ବନ୍ଦ ହୋଇଯାଇଥିଲା।ଶାଶୁଘରେ କେହି ବି ଜାଣିନଥିଲେ ମୁଁ ଲେଖା ଲେଖି କରେ ବୋଲି। ମୁଁ ସବୁ ବେଳେ ଗୁମ ସୁମ ରହେ ଓ ଚୁପ୍ ସମୟରେ ଗୀତ ଗୁଣେ ଓ ଗୁଣ ଗୁଣାଏ ।ଦିନେ ଦୈବାତ ମୋର ପୁରୁଣା ଡାଏରୀଟି ରାୟ ବାବୁ(mr)ଙ୍କ ହାତରେ ପଡିଲା। ସେ କବିତା ଗୁଢିକୁ ପଢି ଶାଶୁଘରେ ଜଣକ ପରେ ଜଣକୁ ଶୁଣାଇଲେ।କାହାର ଆଗ୍ରହ ଥାଏ ତ କାହାର ନଥାଏ ଶୁଣିବାକୁ।
ଯିଏ ନ ସୁଣୁଥାଏ ମୋ ମନ ଦୁଃଖ ହଉଥାଏ।
ସେ କହୁନ୍ତ ମନଦୁଃଖ କରନା । କିଏ କଣ ଦେଖିପାରୁଛି ତୋ ଭିତରେ ଏତେ ସ୍ୱପ୍ନ ଲୁଚିକି ରହିଛି ବୋଲି। ବାସ୍ଥବରେ ତୁ କଣ ମୁଁ ଜାଣେ। ତୁ ତୋ ଲେଖାକୁ ଆଗକୁ ନେ।ପୁଣିଥରେ ସ୍ୱପ୍ନ ବୁଣେ।ଦେଖିବୁ ଦିନେ ତୋ ସ୍ୱପ୍ନର କିଆରିରେ ସୁନାର ଫୁଲ ଫୁଟିବ।
ଅନେକ ଦିନ ଧରି ନୀରବିଯାଇଥିବା ଶୈଶବକୁ ଖୋଜିବାକୁ ପୁଣୁ ଥରେ ଇଛା ଜନ୍ମ ହେଲା ମନରେ। ତାଙ୍କର କେଇପଦ କଥା ମହୌଷଧି ପରି କାମ ଦେଲା ।ଦାଉ ଦାଉ ଖରାବେଳଟାରେ ବର୍ଷା କୋଉଠିଥିଲା କେଜାଣି ଗର୍ଜନ କରି ମାଡି ଆସିଲା ଓ ବର୍ଷିଗଲା। ଭିଜେଇଦେଲା ସାରା ଧରଣୀକୁ। ଅଉ ଭିଜେଇଦେଲା ମୋ ମନକୁ କହକି ଗଲି ଗୋଟାପଣେ ମାଟିର ବସ୍ନାରେ ।ସାରା ଶଶୀରରେ ଖେଳିଗଲା ଗୋଟେ ଅଜମ ଶିହରଣ। ମନ ତ ବାଡ,ବନ୍ଧ ମାନିଲାନି ବର୍ଷା ଛୁଆଁ ମାଦକତାରେ ବିଭୋର ମୁଁ ଓ ମୋ ଶଶୀରର ସାରା ତନ୍ତ୍ରୀରେ ଭରିଗଲା ପୁଲକ।କବିତା ଆପେ ଆପେ ଲେଖି ହୋଇଗଲା ସେଦିନ।
ବାସ ସେଇ ଦିନ ଠାରୁ ଆଜିଯାଏ ଲେଖି ଚାଲିଛି ଯେତେ ବେଳେ ଯାହା ମନକୁ ଆସୁଛି।କେବେ କଲମ ଅଟକି ଯାଇନି।
କେତେବେଳେ କିଏ ପ୍ରେରଣା ଦିଏ ତ କେତେବେଳେ କିଏ ଭୁଲ ଥିଲେ ସଂଶୋଧନ କରି କହେ। ବନ୍ୟା ତୋର ଏଇଟି ଭୁଲ ଅଛି ସଜାଡି ନେ। ପୁଣି କିଏ ନୁଆ ନୁଆ କିଛି ଲେଖିବାକୁ ଉତ୍ସାହିତ କରେ;କିଏ କହେ ଲବୁ ଶବ୍ଦକୁ ଶବ୍ଦ ଯୋଡିଲେ କବିତା ହୁଏନି। ଭାବକୁ ଭାବ ଯୋଡିକି କବିତା ଲେଖା।ପ୍ରଥମେ କଣ ଲେଖିବାକୁ ଭାବୁଛୁ ତାକୁ ରଫଖାତାରେ ଉତାର ଓ ତା ପରେ ସଜାଡେ।
ଏମିତି ଅଗେଇ ନେଇଛନ୍ତି କେତେ ଜଣ ମୋ ହାତ ଧରି ଆଗକୁ।ଏମିତି ପ୍ରେରଣାରେ ଅଗେଇ ଚାଲିଛି ମୋ କଲମ।ଆଜିଯାଏ କେବେବି ଥକି ଯାଇନି।...