Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ବ୍ରାହ୍ମଣକୁ ନ୍ୟାୟ

ବ୍ରାହ୍ମଣକୁ ନ୍ୟାୟ

2 mins
7.9K


ଶ୍ରୀମତୀ ସୁଜାତା ସିହ୍ନା

ଶୀତ ଦିନ ହୋଇଥାଏ l ଦିନେ ରାଜ ପ୍ରାସାଦର ଝରକା ବାଟେ ବାଦଶାହ ଆକବର ଦେଖିବାକୁ ପାଇଲେ କେତେକ ଲୋକ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ତା ଚାରିପଟେ ଘେରି ବସିଛନ୍ତି l ଏହା ଦେଖି ତାଙ୍କ ମନରେ ଏକ ଅଜବ ଚିନ୍ତା ଆସିଲା l ସେ ତା’ ପରଦିନ ରାଜ୍ୟରେ ଘୋଷଣା କରିବା ପାଇଁ ଆଦେଶ ଦେଲେ ଯେଉଁ ଲୋକ ଯମୁନାନଦୀରେ ସଞ୍ଜରୁ ସକାଳ ଯାଏ ଠିଆ ହୋଇ ରହିବ ମୁଁ ତାକୁ ଶହେ ସ୍ଵର୍ଣ୍ଣ ମୁଦ୍ରା ଦେବି l

ଏହି କଥା ରାଜ୍ୟସାରା ପ୍ରଚାର ହୋଇଗଲା l ବରଫ ଭଳି ଥଣ୍ଡା ଲାଗୁଥିବା ଯମୁନା ନଦୀରେ ରାତି ସାରା ବୁଡି କରି ରହିବା କଥା ଶୁଣି ସମସ୍ତେ ନ ଶୁଣିଲା ଭଳି ରହିଲେ l କିନ୍ତୁ ଗୋଟିଏ ଗରିବ ବ୍ରାହ୍ମଣର ମନକୁ ଏକଥା ପାଇଲା l ସେ ରାଜଙ୍କଠାରୁ ଆଦେଶ ପାଇ ରାତିସାରା ପାଣିରେ ବେକ ପର୍ଯ୍ୟନ୍ତ ବୁଡି ରହିଲା l ଦେହ ଥଋଯାଉଥିଲେ ମଧ୍ୟ ତାର ଦିନ ସୁଖରେ କଟିବ ସେହି ଚିନ୍ତାରେ ସେ ଶୀତ କଷ୍ଟ ସହିଗଲା l

ତା’ ପରଦିନ ସକାଳେ ସେ ଯାଇ ବାଦଶାହଙ୍କ ଆଗରେ ହାଜର ହେଲା l ବାଦଶାହ ଆକବର କହିଲେ ହେ ବ୍ରାହ୍ମଣ l ତୁମେ ଗତ କାଲି ଏମିତି ଅନ୍ଧାର ରାତିର ଶୀତ କାକରରେ କେମିତି ପାଣି ଭିତରେ କଟାଇଲ ? ଏହା ଶୁଣି ବ୍ରାହ୍ମଣ କହିଲା – ଯାହାଁପନା ଆପଣଙ୍କ ମହଲରୁ ଦିଶୁଥିବା ଦିପଟିକୁ ଲକ୍ଷକରି ମୁଁ ରାତି କଟାଇ ଦେଲି l

ଆକବର କହିଲେ – ତା’ ହେଲେ ତୁମେ ଦୀପଠାରୁ ମିଳୁଥିବା ଉଷୁମରୁ ହିଁ ତୁମକୁ ଶୀତକଷ୍ଟ ଲାଗିଲା ନାହିଁ l ତେଣୁ ତୁମକୁ କୌଣସି ପୁରସ୍କାର ମିଳିବ ନାହିଁ l ତୁମେ ଏଠାରୁ ଯାଅ l ଏହା ଶୁଣି ବ୍ରାହ୍ମଣ ମନଦୁଃଖରେ କାନ୍ଦି କାନ୍ଦି ଘରକୁ ଫେରୁଥାଏ l ବାଟରେ ତାଙ୍କର ବୀରବଲଙ୍କ ସହିତ ଦେଖା ହୋଇଗଲା l ବୀରବଲଙ୍କୁ ସେ ବାଦଶାହ କରିଥିବା କରିଥିବା ଅନ୍ୟାୟ ବିଷୟରେ ଜଣାଇଲା l ବୀରବଲ ତାଙ୍କ ଦୁଃଖରେ ଦୁଃଖି ହୋଇ କହିଲେ – ହେ ବ୍ରାହ୍ମଣ ! ତୁମେ ତୁମର ପ୍ରାପ୍ୟ ନିଶ୍ଚୟ ପାଇବ କହି ସେ ଦରବାରକୁ ଗଲେ l ସେଠି ସେ ବାଦଶାହଙ୍କୁ କହିଲେ – ଯାହାଁପନା ! କହି ସେ ଚାଲିଗଲେ l

ତା’ ପରଦିନ ଠିକ୍ ସମୟରେ ବାଦଶାହ ଯାଇ ବୀରବଲଙ୍କ ଘରେ ପହଞ୍ଚିଲେ l ଦେଖିଲେ ବୀରବଲଙ୍କ ଘରେ କୌଣସି ଭୋଜିର ତ ଆୟୋଜନ ହେଉନାହିଁ l ତା’ପରେ ସେ କିଛି ସମୟ ଅପେକ୍ଷା କରି ଘରର ଅଗଣାକୁ ଯାଇ ଦେଖିଲେ ତିନୋଟି ବାଉଁଶ ଛକି ହୋଇ ଠିଆ ହୋଇଛି l ତା’ର ଉପର ଅଂଶରୁ ହାଣ୍ଡିଟିଏ ଶିକାରେ ଝୁଲୁଛି l ଆଉ ବୀରବଲ ତଳେ ବସି ନିଆଁ ଜାଳୁଛନ୍ତି l ଏହା ଦେଖି ବାଦଶାହ କହିଲେ ବୀରବଲ ତୁମେ ଏତେ ବୋକା l ଏତେ ତଳୁ ନିଆଁ ଜାଳିଲେ କ’ଣ ହାଣ୍ଡି ଗରମ ହେବ ନା ରୋଷେଇ ହେବ l ଏହା ଶୁଣି ବୀରବଲ କହିଲେ ଯଦି ଲୋକଟି ନଦୀଭିତରେ ଥାଇ ମହଲରେ ଜଳୁଥିବା ଆଲୋକରୁ ଗରମ ଉତ୍ତାପ ନେଇ ପାରେ ମୁଁ କାହିଁକି ରୋଷେଇ କରିପାରିବିନି l

ଏକଥା ଶୁଣି ବାଦଶାହ ନିଜର ଭୁଲ ବୁଝି ପାରିଲେ ଏବଂ ସେହି କ୍ଷଣି ସେ ବ୍ରାହ୍ମଣକୁ ଡାକି ପୁରସ୍କାର ଦେଲେ l ବ୍ରାହ୍ମଣ ଶହେ ସ୍ଵର୍ଣ୍ଣମୁଦ୍ରା ପୁରସ୍କାର ବୀରବଲଙ୍କ ଚତୁର ବୁଦ୍ଧି ଯୋଗୁ ପାଇଲେ l ତାଙ୍କ ଗରିବୀ ସବୁଦିନ ପାଇଁ ଦୂର ହୋଇଗଲା l


Rate this content
Log in

Similar oriya story from Children