Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କିଏ ଜଣେ ପାଠିକା
କିଏ ଜଣେ ପାଠିକା
★★★★★

© Abinash Das

Others Romance

3 Minutes   13.3K    16


Content Ranking

ଗପଟା ସେମିତିକା ନୁହଁ ଯେ ଯେ ପାରିବ ସେ ଲେଖିଦେବ ! ଲେଖାର ଠାଣି, ଶବ୍ଦ ବଗିଚାରୁ କେଇଟା ଶବ୍ଦକୁ ଗୁନ୍ଥି ପକେଇ ଫେସବୁକ୍ ରେ ପୋଷ୍ଟ କରିଦେଲେ ସେଇଟା ଗପ ହୁଏନି ବୋଲି କାଳେ ବଡ ବଡିଆ ମାନେ କହନ୍ତି... ହଁ, ତାଙ୍କର କଣ ବା ଯାଏ... ତାଙ୍କର ଲେଖାକୁ ପ୍ରକାଶିବା ପାଇଁ ଅନେକ ପ୍ରକାଶକ... ସେମାନେ ଯେ ପୁଣି ବ୍ୟବସାୟୀକ ଲେଖକ... ସେମାନେ କହିବେନି ତ ଆଉ କିଏ କହିବ ? ହେଲେ ସେମାନେ କହିବା ପରେପରେ ଫେସବୁକ କାନ୍ଥରେ ଏତେ ଗପ ଆସୁନି ... ତମେ ବୋଧେ ଡରି ଡରି ଗପ ଛାଡୁନ !!! ଜାଣିଛ ... ତମର ମୁଁ ଜଣେ ପାଠିକା ଆଉ ତମର ଗପ ସବୁକୁ ମୁଁ ପ୍ରେମ କରେ... ଜାଣିନି କାହିଁକି କେଜାଣି ତମ ଗପ ସବୁ ମୋ ଜୀବନର ପ୍ରତିଟି ମୂହୁର୍ତ୍ତ ସହ ଖାପ ଖାଇଯାଏ... ଲାଗେ ତମେ ଯେମିତି ସେ ଗପ ସବୁକୁ ମୋ ଜୀବନର ପୃଷ୍ଠାକୁ ପଢିସାରି ଲେଖି ପକାଉଛ....

କେଉଁଠୁ କେଜାଣି ସେ ଅନାମିକା... କଲ୍ ଉଠେଇବା ପରେ ଅନର୍ଗଳ କହିଗଲା... ସତେ ଯେମିତି ସେ ମୋତେ ଖୁବ୍ ନିକଟରୁ ଜାଣିଛି... ଏମିତି ମନେମନେ ଭାବିଭାବି ହସୁଥିଲା ଗାଳ୍ପିକ ସୁଭ୍ରଜିତ୍ । ସବୁ ଗାଳ୍ପିକ କାଳେ ଏମିତି ପାଠିକା ଆଉ ପାଠକମାନଙ୍କୁ ପାଇ ହଜାଇ ଦିଅନ୍ତି ଏକ ଗପ ଜଗତରେ ଯେଉଁଠି ଦୁଃଖର ସବୁତକ ଝରଣା ଝରିଝରି କାହା କଳସୀରେ ଭରିଯାଇ ତୃଷ୍ଣା ତକ ମେଣ୍ଟାଇ ହସର ଲହରୀ ଖେଳାଇ ଦିଏ... ଏହା ହିଁ ତ ଗପ... ଥୋଇ ଜାଣିଲେ ହେଲା । ସବୁ ଗାଳ୍ପିକଙ୍କର କେହିନା କେହି ପହିଲି ଥାଏ ... ଅସଫଳ ହୁଏ । ହା ... ହା.. ହା ତା'ପରେ ସେ ହୋଇଯାଏ ଜଣେ ଦାର୍ଶନିକ; ୟା ପରେ କଣ ? ଶବ୍ଦ... ବାକ୍ୟ ଆଉ ଗପ... ଏସବୁ କଥା କାହୁଁ ବୁଝିବେ ଯେ ସେ ବଡ ବଡିଆ... ଶୁଭ୍ରଜିତ୍ ଟିକିଏ ଆନନ୍ଦ ପାଇଁ କଣ ଟିକେ ଲେଖି ଫେସବୁକ୍ ରେ ଛାଡିଦିଏ... ପୁରୁଣା ସ୍ମୃତି ପୁରୁଣା କଥା ସବୁକୁ ମନେ ପକେଇ ଶବ୍ଦ ମାୟରେ ଛନ୍ଦି ଲେଖେ । ଏଥିରେ କଣ ପୁରସ୍କାର ନା ଲୋକପ୍ରିୟତା... ଶୁଭ୍ରଜିତ୍ ତ ଲେଖେ ସେଇ ଗୋଟେ ଦି'ଟା ଅନାମିକା ପାଠିକା ପାଇଁ...

ସେଦିନ ହଠାତ୍ ଫେସବୁକ୍ ର ଟାଇମଲାଇନ୍ ଖସରାଇବା ବେଳେ ନଜର୍ ପଡେ ଗୋଟେ ଗପ ଉପରେ... ତାପରେ ପଢାହୁଏ ଗପ... ପଢିବା ଭିତରେ ହଜେଇ ଦେଇ ନିଜେ କଣ ଗୋଟେ ଗୁଣୁଗୁଣୁ ହୋଇ ମେସେଜ୍ କରିଦିଏ - " ଭାଇନା ! ଆପଣଙ୍କ ଗପ ଭଲ ଲାଗିଲା !!!" ହଁ ... ସେ ଏହି କଥାତ କମେଣ୍ଟ ବସ୍ସ୍ ରେ କହିପାରନ୍ତା ... ଓ ତେବେ କିଛି ତ ଅଛି... ଏ ବୟସରେ ଭାଇ ସମ୍ବୋଧନ ବହୁତ କମ୍ ହେଲେ " ଭାଇନା " ଡାକର ରୂପାନ୍ତରଣ ହୋଇପାରେ ବୋଲି ଏଇ ଡାକଟା ବହୁତ ଶସ୍ତା... !

ଏମିତି ଅନେକ କିଛି ଭାବିବା ଭିତରେ ରାତି ଧିରେ ଧିରେ ନିସ୍ତବ୍ଧ ହେବାରେ ଲାଗିଥିଲା...ଆଖି ଜକେଇ ହେବା ସତ୍ତ୍ୱେ ମୋବାଇଲ୍ କୁ ଚାହିଁଥିଲା... ସେମିତି କିଛି ନଥିଲେବି କାହାକୁ ଅପେକ୍ଷା କରିବା ହିଁ ଥିଲା ନିଦକୁ ଭାଙ୍ଗି ମୋବାଇଲ୍ ଦେଖିବାର କାରଣ ! ପୁଅ ହେଉ କି ଝିଅ ଅବା ହେଇଥାଉ ସେ ବିବାହିତ ଫେସବୁକ୍ ର ନିୟୁଜ୍ ଫିଡ୍ କୁ ଘାଣ୍ଟିବା ସମସ୍ତଙ୍କ କାମ...।

ସକାଳ ଆସିବାପରେ ଆଖି ମକଚି ମକଚି ଉଠି ଶୁଭ୍ରଜିତ୍ ପଢିଲା ଯାହା ତାହା କହିଦେଉଥିଲା ସେ ଜଣେ ଅନାମିକା ପାଠିକା ନୁହଁ ବରଂ ସେ ହିଁ ଥିଲା ସବୁ ଗପର ମୂଳ ଉତ୍ସ ।

- ତମେ ଜାଣିପାରିନଥିବ ମୋତେ ମୁଁ ଜାଣେ! ହେଲେ ତମକୁ ମୁଁ ଖୁବ୍ ନିକଟରୁ ଜାଣେ ଆଉ ତମର ମୋର ବହୁତ ଆଗର ସମ୍ପର୍କ .... ଏଇ ଗାଳ୍ପିକ ଆଉ ପାଠିକା ପରି ... ହଁ ତୁମ ଲେଖା ପଣିଆ ଆଉ ପାରିବାର ହିଁ ମୋତେ ସେଦିନ ପାଖରୁ ପାଠିକାଟିଏ କରିଦେଇଛି । ହଁ ... ସେଦିନ କେବଳ ଲାଇକ୍ ଦେଖୁଥିଲି ! ଯେ ତମ ଗପରେ କେତେ ଲାଇକ୍ ଆଉ କମେଣ୍ଟ ଅଛି !!! ତୁମ ଗପରେ ମୋ ନାଁ ଅଛିକି ନାହିଁ ... ହେଲେ ଗପରେ ମୋ ନାଁକୁ ଖୋଜିବା ଭିତରେ ତୁମ ଗପର ଜଣେ ବିମୁଗ୍ଧ ପାଠିକା ହୋଇସାରିଥିଲି !!! ସେଦିନରୁ ତୁମର ପ୍ରତ୍ୟେକଟି ଗପ ପାଇଁ ନିଜକୁ ସଜେଇ ରଖୁଥିଲି ଆଉ କଥାରେ ନକହିଲେବି ଇଙ୍ଗିତରେ କହି ପକଉଥିଲି ଆଉ ତମେବି ଧରି ନେଇ ଠିକ୍ ଠାଣିରେ ଲେଖି ପକାଉଥିଲ... ଖାସ୍ ସେଇଥିପାଇଁ କିଛି ଦିନ ନିମନ୍ତେ ନିଜକୁ ଲୁହ ଦରିଆରେ ଭସେଇ ତୁମ ପାଇଁ ସାଜିଥିଲି ଅନାମିକା ।

ଆଇ ଲଭ୍ ୟୁ ଧନ ! ମୁଁ କେବଳ ତୁମର !!!

ଏବେ ତମେ ଡରନି କାରଣ ତୁମେ ଏବେ ବିରହ ରସରେ ଭଲ ଗପ ଲେଖିପାରିବ !!! ଫେସବୁକ୍ ଲେଖାଳି ମାନେ ଏବେ ନିନ୍ଦିତ ହେବେନାହିଁ ।

ରିପ୍ଲେ ଦେବ ଭାବି ତର ତର ହୋଇ ଟାଇପ୍ କରିବା ବେଳକୁ ସେ ଆଇଡି ତାକୁ ବ୍ଲକ୍ କରିସାରିଥିଲା କିନ୍ତୁ ପ୍ରେମ ଫେରିଆସିଥିଲା...

ଫୋନ୍ ରିଂ ହେବାପରେ

- ତୁ

କାନ୍ଦ କାନ୍ଦ ସ୍ୱରରେ ହଁ ମୁଁ...

- ଓଃ!!!

- ସେ ଦିନର ସେ କଥା ତେବେ...

-ମିଛ!!!

ଏକ ଅପୁଲ୍ଲକ ହସର ମାହୋଲ୍ ଖେଳିଗଲା ଫୋନ୍ ରେ.... ଆଉ ତା'ପରେ ଗପ ଲେଖିଲା ଶୁଭ୍ରଜିତ୍ ....

ଏଇଠୁ ଆରମ୍ଭ !!!!

ଗପ ଅନାମିକା ପ୍ରେମ

Rate the content


Originality
Flow
Language
Cover design

Comments

Post

Some text some message..