Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଚରିତ୍ରହୀନ

ଚରିତ୍ରହୀନ

5 mins
7.3K


ସୁକାନ୍ତି ରାଉତ

ହଜାର ନଦୀରେ ଦେହ ଝାଡୁଥିବା ସାଗର କେବେ ଗୋଟେ ନଦୀ ପାଖେ ସ୍ଥିର ହୋଇ ରହିପାରେନା, ଏକଥା ଡେରିରେ ହେଲେ ବି ବୁଝିସାରିଥିଲା ସୋନାଲିକା । କିନ୍ତୁ ସେତେବେଳକୁ ହରାଇସାରିଥିଲା ଜୀବନର ସବୁକିଛି । ଭଗବାନଙ୍କୁ ପ୍ରାର୍ଥନା କରୁଥିଲା ସେଇ ସଇତାନର ନାଗଫାଶରୁ ମୁକ୍ତି ପାଇଥିବା ପ୍ରେମିକାମାନଙ୍କ ପାଇଁ । ଗୋଟେ ନଦୀ ସିନା ଆଜି ନଷ୍ଟ ହୋଇଗଲା ହେଲେ ୫ଟି ନଦୀ ମୁକ୍ତି ପାଇଗଲେ । ଆଉ ଆଜି ସେମାନେ ବେଶ୍‌ ଖୁସିରେ ଅଛନ୍ତି । ଈଶ୍ୱରଙ୍କ ଦୟାରୁ ମୁକ୍ତି ପାଇଯାଇଥିଲେ ନିର୍ଝରିଣୀ, ପ୍ରିୟଦର୍ଶିନୀ, ପୁଷ୍ପା, ଅନୁସ୍ମିତା ଆଉ ମମତା । କିନ୍ତୁ ପ୍ରେମ ନ କରିବାକୁ ସାଙ୍ଗସାନଙ୍କୁ ଲେକ୍ଚର ଝାଡ଼ୁଥିବ ଗୋଟେ ଗାଉଁଲୀ ଝିଅ ସୋନାଲିକା ଶେଷରେ ପଡ଼ିଗଲାସେଇ ଚରିତ୍ରହୀନର ପ୍ରେମଫାଶରେ ।

ସୁଅ ପରି ଗଡ଼ିଚାଲିଲା ସମୟ । ପିଲାଟି ଦିନରୁ ଅଳି ଅର୍ଦ୍ଦଳିରେ ବଢ଼ିଥିବା ସୋନାଲିକା କେବଳ ବାପାଙ୍କ ଭଲପାଇବାର ମାନେ ବୁଝେ । ସେ କେବେ ଅନୁଭବ କରିନି ବାପା ତା’ ଉପରେ ରାଗିଛନ୍ତି ବୋଲି । ଟିକେ ମନମାରି ବସିଗଲେ ପୂରଣ କରିଦିଅନ୍ତି ସବୁ ଅର୍ଦ୍ଦଳି । ସ୍କୁଲ ପରେ କଲେଜରେ ପଢ଼ିଲା । ସାଙ୍ଗ ମେଳରେ ଖୁସିରେ ଖୁସିରେ ସରିଗଲା ସ୍ନାତକ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ିଲା ସ୍ନାତକୋତ୍ତର । ପାଠ ପଢ଼ା ଛଡ଼ା ଆଉ କିଛି ମାଲୁମ୍‌ ନ ଥିଲା ସୋନାଲିକାକୁ । ପଢ଼ା ସରିବା ପରେ ଭାରତୀୟ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଲା । ଏଇ ପ୍ରସ୍ତୁତି ଭିତରେ ଭେଟ ହେଲେ ତା’ର ପରିବାର ସହିତ ଦୀର୍ଘ ୨୦ ବର୍ଷର ସମ୍ପର୍କ ଥିବା ସାଗର ଗର୍ଗଙ୍କ ସହିତ । କିଛି ଦିନ କଥା ହୋଇ ତା’ର ଅନୁମାନ ହେଲା ଭଦ୍ର ପିଲାଟିଏ ହୋଇଥିବେ । ବୟସରେ ୧୦ ବର୍ଷ ବଡ଼ ଥିଲେ । ବଡ଼ ଭାଇ ପରି ମାନୁଥିଲା ସୋନାଲିକା । ଖୁବ୍‌ ଅଳ୍ପ ଦିନରେ ସୋନାଲିକାର ମନକୁ କିଣି ନେଇଥିଲେ ସାଗର । ସାଗରର ଝିଅକୁ ପଟାଇବା କଳାଟା ବୋଧହୁଏ ଜନ୍ମରୁ ଥିଲା । ପ୍ରଥମ ଥରରେ ସାଗର କହିଦେଇଥିଲା ତା’ର ପୂର୍ବ ପ୍ରେମିକାମାନଙ୍କର ଇତିହାସ । କହିଥିଲା ନିର୍ଝରିଣୀ, ପ୍ରିୟଦର୍ଶିନୀ, ଅନୁସ୍ମିତା ଆଉ ପୁଷ୍ପାର କଥା । ଆଉ ଅଭିମାନରେ କିଛି ଦିନ କଥାବାର୍ତ୍ତା ବନ୍ଦ କରିଦେଇଥିଲା ସୋନାଲିକା । ବାପରେ ଏତେ ପ୍ରେମିକା ଜଣେ ବ୍ୟକ୍ତିର ଥାଇପାରେ ! ନିଜକୁ ନିଜେ ପ୍ରଶ୍ନ କରୁଥିଲା । ଆଉ ଯେଉଁଦିନ ସାଗର ବିବାହ କରିବାକୁ ସୋନାଲିକାକୁ କହିଥିଲେ- ସେଦିନ ସେ ସିଧା ସିଧା ମନା କରିଥିଲା । ନାଇଁ ଋତୁ ପରିବର୍ତ୍ତନ ପରି ତମେ ପ୍ରେମିକା ପରିବର୍ତ୍ତନ କରିଛ । କାଲି ବି ସ୍ତ୍ରୀ ପରିବର୍ତ୍ତନ କରିଦେବ । ତମ ଉପରେ କିଛି ଭରସା ନାହିଁ । ତମେ ମୋତେ ଭୁଲିଯାଇ ତମ ବାଟ ଦେଖ । କିନ୍ତୁ ସାଗର କାକୁତି ମିନତୀ ହୋଇ କହିଥିଲା- ବାହାଘର ପରେ ଆଉ କିଛି ବି ଭୁଲ୍‌ କରିବିନି । ଯଦି କରେ ତେବେ ମୋତେ ଛାଡ଼ିଦେବ । ଆଉ ତା’ ବାପା ଓ ବୋଉଙ୍କ ରାଣ ବି ଖାଇଥିଲା । କ’ଣ କରିବ କିଛି ସ୍ଥିର କରିପାରୁ ନ ଥିଲା ସୋନାଲିକା । ବିବାହ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ପରୀକ୍ଷା ଖରାପ ହେଲେ ଆଉ ଥରେ ଦେବାର ସୁଯୋଗ ଅଛି । କିନ୍ତୁ ଥରେ ବାହାହୋଇଗଲେ ଆଉ ଥରେ ବାହାହେବାର ସୁଯୋଗ ନାହିଁ, ଏକଥା ବି ଜାଣିଥିଲା ସୋନାଲିକା । ସାଗର ତା’ ପାଖରେ ଗୋଟେ ଅପରାଧୀ ପରି ଛିଡ଼ା ହୋଇଥିଲେ ଆଉ ତା ଉତ୍ତରକୁ ଅପେକ୍ଷା କରିଥିଲେ । କୁହ- ସୋନାଲିକା ! ମୋ ଉପରେ କ’ଣ ତୁମର ଏତିକି ବିଶ୍ୱାସ ନାହିଁ । ତୁମେ ମୋତେ ସ୍ୱପ୍ନ ଦେଖାଇ ପୁଣି ଦୂରେଇ ଯାଅନି ବୋଲି କହିଲା ସାଗର ଲୁହ ଭିଜା ଥରିଲା ଓଠରେ । ସବୁ ନିରବତାକୁ ଭାଙ୍ଗି ହଁ କହିଥିଲା ସୋନାଲିକା । ସୋନାଲିକାର ପରିବାରକୁ ବି ବୁଝେଇ ଦେଇଥିଲେ ସାଗର । ଆଉ ସୋନାଲିକାର ବାପା ସାଗରକୁ ବିଶ୍ୱାସ କରି ସେଦିନ ଝିଅର ବାହାଘର କରିଥିଲେ ଖୁବ୍‌ ଧୂମ୍‌ଧାମରେ ।

ବାହାଘରକୁ ପୂରିଛି ମାତ୍ର ମାସେ । ଆବିଷ୍କାର କଲା ସୋନାଲିକା ସାଗରର ୫ମ ପ୍ରେମିକା ବିଷୟରେ । ସାଗରର ଫୋନ୍‌ରେ ରହିଛି କେତେକ ଅଶ୍ଳୀଳ ଭିଡ଼ିଓକ୍ଲିପ୍‌ । ଯାହା ସ୍ୱାମୀ-ସ୍ତ୍ରୀ ସମ୍ପର୍କଠୁ ବି ଆହୁରି ବେଶୀ ନିବିଡ଼ । ବୁଝାଇଥିଲା ବହୁତ, ଆଉ କହିଥିଲା ଦେଖ ସାଗର ବିବାହ ଗୋଟେ ପବିତ୍ର ସମ୍ପର୍କ । ତୁମକୁ ଭଗବାନ ଗୋଟେ ପତିବ୍ରତା ପତ୍ନୀ ଦେଇଛନ୍ତି । ପଛକଥା ଭୁଲିଯାଇ ଗୋଟେ ପତ୍ନୀ ପ୍ରତି ବିଶ୍ୱସନୀୟ ରୁହ । ସାଗର ଶୁଣୁଥିଲା, ଆଉ ଦେହ ଛୁଇଁ ପ୍ରତିଜ୍ଞା କଲା ଏଣିକି ବଦଳି ଯିବ । କିନ୍ତୁ ସବୁ ସମୟରେ ସେଇ ପୁରୁଣା ଭୁଲ୍‌ କରିବସିଲା । ନୂଆ ନୂଆ ବାହାଘର । ପତ୍ନୀକୁ ଛାଡ଼ିଦେଇ ପଳାଇଗଲା ଚାକିରିକୁ । ଆଉ ମସ୍ତି କରିଚାଲିଲେ ମମତା ସହିତ ।

କିଛିଦିନ ପରେ ପହଞ୍ଚିଲା ତା’ ପାଖରେ ନୋଟିସ୍‌ । କୋର୍ଟରେ ପହଞ୍ଚିବା ପୂର୍ବରୁ ତା’ ନାମରେ ଅଭିଯୋଗଫର୍ଦ୍ଦ ଦାଖଲ ହୋଇସାରିଥିଲା । ‘ମୋ ସ୍ତ୍ରୀ ଗୋଟେ ପାଗଳୀ ଆଉ ମୋତେ ଶାରୀରିକ ସମ୍ପର୍କ ରଖିବାକୁ ସୁଯୋଗ ଦେଲା ନାହିଁ’ । ସୋନାଲିକା ମନେପକାଇଲା କାହିଁ କେବେ ଥରେ ବି ସାଗରକୁ ବାରଣ କରିନି । ବରଂ ସହଯୋଗ କରିଛି, ଗୋଟେ ଅନୁରକ୍ତା ସ୍ତ୍ରୀ ହିସାବରେ । କେବେ ଥରେ ବି କାହିଁ ମେଡ଼ିକାଲ ତ ଯାଇନି, କେମିତି ସେ ପାଗଳୀ ହେଲା । କେମିତି ଡାକ୍ତର ଏହି ରିପୋର୍ଟ ଦେଲେ । ଭୁଲ ତା’ର ଏତିକି ଥିଲା ଯେ- ସାଗରର ପଞ୍ଚମ ପ୍ରେମିକା ସହିତ ଅନୈତିକ ଶାରୀରିକ ସମ୍ପର୍କକୁ ସହିପାରୁ ନ ଥିଲା ସୋନାଲିକା । ଦିନେ, ମାସେ, ବର୍ଷେ ସହିଲା । କିନ୍ତୁ ସବୁଦିନ ଆଉ ପାରିଲାନି । ସହି ସହି ଶେଷରେ ମୁହଁ ଖୋଲିଥିଲା । ଅନୁରୋଧ କରିଥିଲା ସେ ବାଟରୁ ଫେରିଆସି ଗୋଟେ ସ୍ତ୍ରୀ ପ୍ରତି ଅନୁରକ୍ତ ହେବାପାଇଁ । କିନ୍ତୁ କିଛି ଫଳ ମିଳି ନ ଥିଲା । ସାଗର ଥିଲା ବଡ଼ଲୋକ । ଟଙ୍କା ବଦଳରେ କିଛି ବି କରିଦେଇପାରେ । ଭାବିଲା ସାଗରକୁ ବୁଝାଇ ସଂସାରକୁ ଆଗକୁ ବଢ଼ାଇବ । କିନ୍ତୁ ଯେତେ ବୁଝାଇଲେ ମଧ୍ୟ ସାଗର କିନ୍ତ ଭୁଲିପାରୁ ନ ଥିଲା ପୁରୁଣା ପ୍ରେମିକାମାନଙ୍କର ଦେହର ଇତିହାସ । ପ୍ରତ୍ୟେକ ଦିନ ସୋନାଲିକାର ମୁଣ୍ଡ ଛୁଇଁ ଶପଥ କରୁଥିଲା ଆଉ ଅବାଟରେ ଯିବନି । କିନ୍ତୁ ପ୍ରତିଦିନ ଶପଥ ଭାଙ୍ଗୁଥିଲା । ଶେଷରେ ସୋନାଲିକା ଭାବିଲା ଡରେଇ ହଲେଇ ବାଟକୁ ଆଣିବ ସାଗରକୁ । ପହଞ୍ଚିଲା ଯାଇ ମହିଳା ଥାନାରେ । ଅଭିଯୋଗ କଲା ସାଗରର ପର ଝିଅ ସହିତ ସମ୍ପର୍କ ରହିଛି । ଟିକେ ବୁଝାଇ ତାକୁ ଗୋଟେ ହସିଲା ହସିଲା ସଂସାର ଦେବାକୁ । କିନ୍ତୁ ସେ ଜାଣି ନ ଥିଲା ମହିଳା ଥାନାର ସେଇ ମମତା ଯେ ତା’ର ପ୍ରେମିକା ଆଉ ଜାଳିଦେଉଛି ତାର ସଂସାରକୁ । ସେଦିନ ସେ ନିଜକୁ ନିଜେ ପ୍ରଶ୍ନ କରିଥିଲା ନାରୀ ହିଁ ନାରୀର ସଂସାରକୁ ଜାଳିଦିଏ, ନା ପୁରୁଷ ବିବାହିତ ହେଲା ପରେ ବି ଅନ୍ୟନାରୀଙ୍କ ପ୍ରତି ଆକର୍ଷିତ ହୁଏ । କିନ୍ତୁ ତା’ ବିବେକ କିଛି ଉତ୍ତର ଦେଇ ନ ଥିଲା ତାକୁ । ପୁଣି ଗଲା ମହିଳା କମିଶନଙ୍କ ପାଖକୁ । ପିଲାଦିନେ ଶୁଣିଥିଲା ଏଇଠି କୁଆଡ଼େ ଭାଙ୍ଗିଯାଇଥିବା ସଂସାର ଯୋଡ଼ି ହୋଇପାରେ । ସେତେବେଳେ ଖୁବ୍‌ ଛୋଟ ଥିଲା ଆଉ ଭାବୁଥିଲା ସଂସାର ତ ଦୁଇ ଜଣଙ୍କ ସଠିକ୍‌ ବୁଝାମଣାରେ ତିଷ୍ଠିପାରେ, ଏମାନେ କ’ଣ ସଜାଡ଼ିବେ ? ଏଗୁଡ଼ା ଖାଲି ଗପ ଆଉ ଉପନ୍ୟାସର ସଂଳାପ । ସେ ହେତୁ ହେଲାପରେ ଅନେକ ଭାଙ୍ଗିଯାଇଥିବା ସଂସାରରେ ଦୀପ ଜଳେଇଛି । ସେମାନେ ଆଜି ବହୁତ ଖୁସିରେ ଅଛନ୍ତି । କିନ୍ତୁ ନିଜ ସଂସାର ଯେ ଏମିତି ଅଦିନରେ ଭାଙ୍ଗିଯିବ ତାହା ସେ ଜାଣିନଥିଲା । ଭାଗ୍ୟକୁ ନିନ୍ଦିବା ଛଡ଼ା ଆଉ ତା’ ପାଖେ ରାସ୍ତା କିଛି ନ ଥିଲା । ଭାବିଲା ଯାଇ ଭେଟିବ ମହିଳା କମିଶନ୍‌ଙ୍କୁ । ଗୁହାରି କରିବ ତା ସ୍ୱାମୀକୁ ଅବାଟରୁ ଫେରାଇ ଆଣି ତା’ କାନିରେ ବାନ୍ଧିଦେବେ । ସେ ନିଜେ ବୁଝାଇ ବୁଝାଇ ପାରିଲାନି । ଯାଇଥିଲା ଅନେକ ଆଶା ଓ ବିଶ୍ୱାସ ନେଇ । କି;ୁ ସେଠି ପହଞ୍ଚିଲା ବେଳକୁ ସେଠି ବି ଡିଲ୍‌ ହୋଇସାରିଛି ସାଗର ଆଉ ମହିଳା କମିଶନର ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ । ସେ ଭାବିଲା ଇଂରାଜୀରେ ଯିଏ ବି କହିଛନ୍ତି ରାଇଟ୍‌ ଇଜ ମାଇଟ୍‌ । ସେ ସତରେ କେତେ ବିଜ୍ଞ ହୋଇ ନ ଥିବେ । ଫେରିଆସିଥିଲା ନିଜ ଘରକୁ । ଆଇନ ଅଦାଲତ, ମହିଳାକମିଶନ୍‌ ଆଉ ପୋଲିସ୍‌ଷ୍ଟେସନ୍‌, ଆପୋସବୁଝାମଣା କର୍ମଶାଳା କେଉଁଠି ବି ମିଳି ନ ଥିଲା ସୋନାଲିକାକୁ ନ୍ୟାୟ । ସବୁଠି ଖାଲି ଖର୍ଚ୍ଚ ହୋଇଥିଲା ହଜାର ହଜାର ଟଙ୍କା । ଏମିତି ଅଭିଜ୍ଞତା ହୋଇଥିଲା ସୋନାଲିକାର । ସ୍ୱାମୀ ରଖିବ ପରକିୟା ସମ୍ପର୍କ, ଲାଭବାନ ହେବେ ଓକିଲ, ପୋଲିସ୍‌ ଆଉ ଅନ୍ୟମାନେ । ତା’ ବିବେକ ଭିତରୁ କେହି ଯେମିତି ତାକୁ କହୁଥିଲା, ସାଗର ପକରାଯାଇପାରେ !!! ଆଉ କ’ଣ ବା ବେଶୀ ଆଶା ତ୍ରହୀନଠାରୁ ।


Rate this content
Log in

Similar oriya story from Classics