Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amulya Kumar Panda

Abstract Others

2  

Amulya Kumar Panda

Abstract Others

ତ୍ୟାଗର ଶକ୍ତି

ତ୍ୟାଗର ଶକ୍ତି

2 mins
7.5K


ଏକ ରାଜ୍ୟର ରାଜା ଦିନେ ଘୋଷଣା କଲେ କୌଣସି ଲୋକ ଯଦି ଗୋଟିଏ ଛେଳିକୁ ପେଟପୁରା ଖାଇବାକୁ ଦେଇ ସନ୍ତୁଷ୍ଟ କରିପାରିବ, ମୁଁ ତାକୁ ରାଜ୍ୟରୁ ଅଧା ଭାଗ ଦେଇଦେବି । କିନ୍ତୁ ଛେଳିଟି ପେଟପୁରା ଖାଇଛି କି ନାହିଁ ମୁଁ ସ୍ବୟଂ ଏହାର ପରୀକ୍ଷା କରିବି । ଏପରି ଏକ ଘୋଷଣା ଶୁଣି ଜଣେ ପ୍ରଜା କହିଲା ଏହା ଏକ ସାଧାରଣ କଥା । ମୁଁ ଛେଳିକୁ ଜଙ୍ଗଲକୁ ନେଇ ଚରେଇବା ପାଇଁ ଯାଉଛି । ରାଜା ଅନୁମତି ଦେବାରୁ ପ୍ରଜା ଜଣକ ଛେଳିକୁ ନେଇ ଜଙ୍ଗଲକୁ ଚରେଇବା ଉଦ୍ଦେଶ୍ୟରେ ଗଲା । ଦିନ ତମାମ ସେ ଛେଳିକୁ ଭଲ ଭଲ ଡାଳପତ୍ର ଓ ସବୁଜ ଘାସ ଖାଇବାକୁ ଦେଲା । ସଂଧ୍ୟା ସମୟରେ ପ୍ରଜାଟି ଚିନ୍ତା କଲା ଦିନମାନ ସବୁଜ ଘାସପତ୍ର ଖାଉଛି ଏବେ ପେଟ ନିଶ୍ଚିତରୁପେ ପୁରିଯାଇଥିବ । ଏବେ ଏହାକୁ ନେଇ ରାଜାଙ୍କ ନିକଟରେ ପ୍ରମାଣ କରିଦେବି ଯେ ମୁଁ ଛେଳିକୁ ପେଟପୁରା ଖାଇବାକୁ ଦେଇପାରିଛି । ଏବେ ପ୍ରଜା ଜଣକ ରାଜାଙ୍କ ନିକଟରେ ଛେଳିକୁ ନେଇ ପହଞ୍ଚିଲା । ରାଜା ନିଜ ହାତରେ ଦୁଇକେରା କଅଁଳ ସବୁଜ ଘାସ ଛେଳିକୁ ଖାଇବାକୁ ଦେଲେ ଓ ସେ ଖାଇଲା । ରାଜା କହିଲେ ତୁମେ ଯଦି ଛେଳିକୁ ପେଟପୁରାଖାଇବାକୁ ଦେଇଥାଆନ୍ତ, ସେ ଏଠାରେ ଆଉ ଖାଇନଥାନ୍ତା । ଏହିପରି ଅନେକ ଲୋକ ଛେଳିକୁ ତୃପ୍ତ କରିବା ପାଇଁ ପ୍ରୟାସ କରି ଶେଷ ମୁହୁର୍ତ୍ତରେ ବିଫଳ ହୁଅନ୍ତି । ଜଣେ ସାଧୁଙ୍କ କାନରେ ଏକଥା ପଡିବାରୁ ସେ ଚିନ୍ତାକଲେ ଏଥିରେ କୌଣସି ନା କୌଣସି ଗୂଢରହସ୍ୟ ଅଛି । ତେଣୁ ଏପରି କାମକୁ ଯୁକ୍ତି ମାଧ୍ୟମରେ କରା ଯାଇପାରେ । ରାଜାଙ୍କ ଠାରୁ ଅନୁମତି ନେଇ ସାଧୁ ଛେଳିକୁ ଧରି ଜଙ୍ଗଲକୁ ଗଲେ । ଜଙ୍ଗଲରେ ଯେତେବେଳେ ଛେଳିଟି ଖାଇବା ପାଇଁ ମୁହଁ ବଢାଇଲା ସାଧୁ ଏକ ଲାଠିରେ ତାର ମୁହଁକୁ ପ୍ରହାର କଲେ । ଦିନ ତମାମ ଛେଳି ଘାସ ଖାଇବାକୁ ପ୍ରୟାସ କରିବା ମାତ୍ରେ ସାଧୁ ତାର ମୁହଁକୁ ପ୍ରହାର କରନ୍ତି । ଶେଷ ମୁହୁର୍ତ୍ତରେ ଛେଳିଟି ଭୟରେ ଘାସ ପ୍ରତି ନଜର ଦେଲାନାହିଁ । ସାଧୁ ତାକୁ ସୁନ୍ଦର ସୁନ୍ଦର କଅଁଳ ଘାସ ଦେଲେ ମଧ୍ୟ ଭୟରେ ସେ ଖାଇବା ପାଇଁ ପ୍ରୟାସ କଲା ନାହିଁ । କାହିଁକି ନା ସେ ଜାଣିଥିଲା ଘାସ ଖାଇବା ମାତ୍ରେ ସାଧୁଙ୍କ ହାତରେ ଥିବା ଲାଠିର ପ୍ରହାର ଆରମ୍ଭ ହୋଇଯିବ । ଏବେ ସାଧୁ ଛେଳିକୁ ଧରି ରାଜ ଦରବାରରେ ପହଞ୍ଚିଲେ ଓ ରାଜାଙ୍କୁ କହିଲେ ମୁଁ ଏହାକୁ ପେଟଭରି ଖାଇବାକୁ ଦେଇଛି । ଆପଣ ପରୀକ୍ଷା କରିପାରନ୍ତି । ରାଜା ପରୀକ୍ଷା କରିବାକୁ ଯାଇ ଛେଳି ଆଗରେ କିଛି ଘାସ ରଖିଲେ କିନ୍ତୁ ଛେଳଟି ଘାସ ପ୍ରତି ସାମାନ୍ୟ ନଜର ପକାଇଲା ନାହିଁ। ତାର ମନରେ ଥିବା ଭୟ ତାକୁ ଘାସ ଖାଇବାରୁ ବଞ୍ଚିତ କରିଥିଲା ।

ଏ ଛେଳିଟି ହେଉଛି ଆମର ମନ ।ଛେଳିକୁ ଚରାଉଥିବା ଲୋକଟି ଜୀବାତ୍ମା ।ରାଜା ହେଲେ ପରମତ୍ମା ।ମନକୁ ବିବେକ ରୁପି ଲାଠିରେ ପ୍ରହାର କର ଓ ଅଙ୍କୁସ ଲଗାଅ । ମନ ସୁଧୁରି ଯିବ ଅର୍ଥାତ ଜୀବନ ବି ସୁଧୁରି ଯିବ । ଭୋଗ କଲେ ଜୀବନ କେବେ ତୃପ୍ତ ହୁଏନାହିଁ । ଭୋଗ୍ୟବସ୍ତୁ ମଣିଷକୁ ରୋଗ ଆଣିଦେଇଥାଏ । ଭୋଗ କରୁଥିବାଲୋକର ଆଶା କେବେ ସରେ ନାହିଁ କି ସେ ଶାନ୍ତି ପାଏନାହିଁ । ତ୍ୟାଗରେ ହିଁ ତୃପ୍ତି ଲୁଚି ରହିଥାଏ ।

--------------------#ଅମୂଲ୍ୟ #କୁମାର #ପଣ୍ଡା ----------------


Rate this content
Log in

Similar oriya story from Abstract