Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others Tragedy

3  

Sadananda Sahoo

Others Tragedy

ଶୈଶବ ଦୋଷି

ଶୈଶବ ଦୋଷି

3 mins
2.6K


ଶୈଶବର ବିଭତ୍ସ ସ୍ମୃତି ମନ ଆକାଶରେ ରହିଯାଏ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରି । ବିଶେଷ କରି ସ୍ମୃତିଟି ଗୁରୁତ୍ଵ ବହନ କରେ ତାହା ଯଦି ବାଲ୍ୟ କାଳ ବା ଶୈଶବ କାଳର ହୋଇଥାଏ । କହିବାର ବାହୁଲ୍ୟ ଏହିକି ଯେ - ମୋତେ ଯେତେ ବେଳେ ଛଅ କିମ୍ବା ସାତ ବର୍ଷ ହୋଇଥିଲା ସେହି ସମୟରେ ଏକ ବିଭତ୍ସ ଦୃଶ୍ୟକୁ ଖୁବ ନିକଟରୁ ଦେଖିଥିଲି । ତାହା ଏବେ ବି ମୋ ' ମନରେ ଗଭୀର ରେଖା ପାତ ସୃଷ୍ଟି କରୁଛି । ମୋ ଆଖି ସାମ୍ନାରେ ସେ ଦୃଶ୍ୟ ଭାସି ଉଠୁଛି । ଆମ ଘର ସନ୍ନିକଟର ଅନତି ଦୂରରେ ଏକ ବୃଦ୍ଧ ଦମ୍ପତି ବସ ବାସ କରୁଥିଲେ । ସେମାନେ ଜାତିରେ କୈବର୍ତ୍ତ , ମାଛ ଶୁଖୁଆ ବ୍ୟବସାୟ କରନ୍ତି । ଗାଆଁ ପାଖ ହାଟରେ ବିକ୍ରି ବଟା କରି ସନ୍ଧ୍ୟା ବେଳକୁ ଫେରନ୍ତି । ସୁରୁଖୁରରେ ତାଙ୍କ ସଂସାର ଚାଲିଥାଏ । ସେମାନେ ନିଃସନ୍ତାନ ଥିଲେ , ପିଲା ଛୁଆ ନଥିବାରୁ ଜଞ୍ଜାଳ ମୁକ୍ତ ଭାଵରେ ଜୀବନ ଅତିବାହିତ କରୁ ଥିଲେ । ସେଥିପାଇଁ ବୁଢା ବୁଢୀ ଦୁହେଁ ମଦ୍ୟ ପାନ କରି ନିଆରା ଜୀବନ ବିତାଉ ଥିଲେ ବୋଲି ପରବର୍ତ୍ତି ସମୟରେ ମୁଁ ଜାଣିବାକୁ ପାଇଲି , ଯେହେତୁ ମୁଁ ଚପଳ ବୟସର ଛୋଟ ଶିଶୁ ଥିଲି ସେମାନେ ମୋତେ ଓ ମୋ ସାଙ୍ଗ ମାନଙ୍କୁ ଖୁବ ଆଦର କରୁଥିଲେ । ଆମେମାନେ ତାଙ୍କ ଘର ଅଗଣାରେ ପ୍ରାୟତଃ ଖେଳରେ ମସଗୁଲ ଥାଉ । ଏହା ଆମର ନିତି ଦିନିଆ କଥା । ଦିନ କର କଥା ବୁଢା ବୁଢୀ ଶୁଖୁଆ ବିକିବା ପାଇଁ ହାଟକୁ ଯାଇଥାନ୍ତି । ସେଦିନ ତାଙ୍କର ହାଟରୁ ଫେରିବାରେ ବହୁତ ବିଳମ୍ବ ହେଲା କୌଣସି କାରଣ ବଶତଃ । ଶୀତ ଦିନ ହୋଇ ଥିବାରୁ ଆମେ ସାଙ୍ଗ ସାଥୀ ମାନେ କଥା ହେଲୁ , ଅଧିକ ଶୀତ ହଉଚି ଚାଲ ନିଆଁ ଜଳେଇବା । ମୁନା ବୋଲି ମୋର ଜଣେ ସାଙ୍ଗ କହିଲା ମୁଁ ଯାଉଛି ଆମ ଘରୁ ଦିଆସିଲି ଆଣିବି । ତୁମେ ସମସ୍ତେ କାଠି କୁଟା , ଅଳିଆ ଯୋଗାଡ କର ନିଆଁ ଜଳିଲେ ଆମକୁ ଆଉ ଶୀତ ହବନି । ଆମେ ତା ' ପ୍ରସ୍ତାବରେ ସମସ୍ତେ ରାଜି ହୋଇଗଲୁ । ସେ ତତକ୍ଷଣାତ ଯାଇ ତାଙ୍କ ରୋଷେଇ ଘରୁ ଦିଆସିଲି ଆଣିବାରେ ସଫଳ ହେଲା । କାଠି କୁଟା ଗୋଟେଇ ନିଆଁ ଜଳେଇ ଆମେ ଖୁସି ହେଲୁ । କିନ୍ତୁ ଆମ ଖୁସି ଦୁଃଖର କାରଣ ପାଲଟିବ ଆମେ ସମସ୍ତେ ଭୁଲି ଯାଇଥିଲୁ । ନିଆଁ ଉଗ୍ରରୂପ ଧାରଣ କରି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା । ଯେହେତୁ ବୁଢା ବୁଢୀଙ୍କର ନୁଆଁଣିଆ ଚାଳ ଘର ଥିଲା ନିଆଁ ତାକୁ ଗ୍ରାସ କରିବାକୁ ଅଧିକ ସମୟ ନେଇନଥିଲା ।ଯେତେ ବେଳେ ନିଆଁ ଲାଗି ତାଙ୍କ ଘର ଜଳିବାକୁ ଲାଗିଲା ଆମେ ଭୟରେ ଥରିବାକୁ ଲାଗିଲୁ । ଗାଆଁ ଲୋକମାନେ ଧାଇଁ ଆସିଲେ , ନିଆଁ ଲିଭେଇବାକୁ ଚେଷ୍ଟା କଲେ କିନ୍ତୁ ସଫଳ ହୋଇ ପାରିଲେ ନାହିଁ । ଦମକଳ ଗାଡି ଆସିବା ପୂର୍ବରୁ ସବୁ ଜଳି ପୋଡି ପାଉଁଶ ହୋଇ ଯାଇଥିଲା । ସେହି ସମୟରେ ବୃଦ୍ଧ ବୃଦ୍ଧା ଦମ୍ପତି ହାଟରୁ ଫେରି , ଏପରି ଦୃଶ୍ୟ ଦେଖି କାନ୍ଦିବାକୁ ଲାଗିଲେ । ତାଙ୍କର ସବୁକିଛି ହରେଇବାର ଦୁଃଖ ସମସ୍ତଙ୍କୁ ମ୍ରିୟମାଣ କଲା । ପିନ୍ଧା ବସ୍ତ୍ର ଠାରୁ ଆରମ୍ଭ କରି ସଞ୍ଚିତ ଧନ , ଖାଦ୍ୟ ପଦାର୍ଥ ସବୁତ ଅଙ୍ଗାର ପାଲିଟି ଯାଇଥିଲା । ସେମାନେ ପୁରା ନିଃସ୍ଵ ହୋଇଯାଇଥିଲେ । ଏହି ସ୍ମୃତିର ବିଭତ୍ସ ଦୃଶ୍ୟ ଯେହେତୁ ଆମ୍ଭ ମାନଙ୍କ ଦ୍ଵାରା ସଂଘଠିତ ହୋଇ ଥିଲା ଆମ୍ଭେ ପୁରା ଭୟଭୀତ ହୋଇ ଆତ୍ମ ଗୋପନ କରିବାକୁ ଚେଷ୍ଟା କରିଥିଲୁ । କିନ୍ତୁ ପରିଶେଷରେ ସେଇ ଚପଳ ବୟସରେ ଆମେ ଗ୍ରାମ୍ୟ ସଭାରେ ଦୋଷି ବୋଲି ପ୍ରମାଣିତ ହୋଇ ଥିଲୁ । ସେଥିପାଇଁ ଆମ ଘରର ମୁରବି (ବାପା )ମାନେ ଆମପାଇଁ ଭୁଲ ସ୍ଵୀକାର କରି ଅର୍ଥ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ଏହି ଘଟଣା ଏବେ ବି ମୋ ' ହୃଦୟକୁ ବ୍ୟଥିତ କରୁଛି , ଆଉ ବୃଦ୍ଧ ଦମ୍ପତିଙ୍କର କରୁଣ କ୍ରନ୍ଦନ ପ୍ରତିଧ୍ଵନିତ ହୋଉଛି । ଶୈଶବର ଏ ବିଭତ୍ସ ସ୍ମୃତି ଚିର କାଳ ଆଖି ସମ୍ନାରେ ଦୃଶ୍ୟମାନ ହେଉଥିବ । ଆଉ ନିଜକୁ କ୍ଷମା ଦେବାରେ ବିଫଳ ହେବ ।

ସଦାନନ୍ଦ ସାହୁ , ଧୁରୁସୀଆ , ଆଠଗଡ଼ , କଟକ


Rate this content
Log in