Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମନ ପାଇଗଲା ମନଟିଏ
ମନ ପାଇଗଲା ମନଟିଏ
★★★★★

© Manoj Kumar Panda

Others Romance

9 Minutes   374    16


Content Ranking

କିଏ କହେ ସୁନା ଦୁର୍ମୁଲ୍ୟ ? କିଏ କହେ ହରି ଦୁର୍ମୁଲ୍ୟ ? ହେଲେ ଅସଲ ଦୁର୍ମୁଲ୍ୟ ପଦାର୍ଥ ହେଉଛି ହୃଦୟ ବା ମନ,ଯାହା ମହାନ ବ୍ୟକ୍ତି ପାଖରେ ଥାଏ । ସେମିତି ଏକ ମନ ମୁଁ ବି ପାଇଥିଲି ଛଅ ମାସ୍ ପୂର୍ବରୁ । ରହସ୍ୟମୟ ଆରମ୍ଭ ହୋଇଥିଲା ସେ ପ୍ରେମ କାହାଣୀର ହୁଡ୍‌ହୁଡ୍ ବାତ୍ୟାର ପାଞ୍ଚଦିନ ପୂର୍ବରୁ ସେ ଅଜଣା ଝିଅ ସହିତ । ଲଭ୍ ଟ୍ରେନ୍ର ପ୍ଲାଟ୍ଫର୍ମ ଥିଲା ଫେସବୁକ ଆଉ କାହାଣୀ ଥିଲା ଲେଖୁଲେଖୁ ଲେଖି ଦେଲି ସିନେମା ପରି।

କିଛି ଦିନ କଥାବାର୍ତ୍ତା ହେଲା ପରେ ଦୁହେଁ ଦୁହିଙ୍କୁ ଭଲପାଇ ବସିଲୁ ,ପ୍ରେମର ମୂଳଦୁଆ ପଡିଲା । ପ୍ରେମ ଫେସବୁକରୁ ଆସି ପହଁଟିଲା ଫୋନରେ ପହଁଟିଲା ତା ପରେ ଆସିଲା ହୁଡ୍‌ହୁଡ୍, ଇଲେକ୍ଟ୍ରିକ ରହିଲାନି ନେଟ୍ଓ୍ବାର୍କ ଫେଲକଲା ଆମ କଥା ହେବା ବନ୍ଦ ହୋଇଗଲା କିଛିଦିନ ପାଇଁ ।

ଆଉ ତା ପରେ..?ହୁଡ୍-ହୁଡ୍ ଯିବାର କିଛି ଦିନ ପରେ ସବୁକିଛି ଧିରେ ଧିରେ ଠିକ୍ ହୋଇଗଲା ! ହେଲେ ସେ ଫୋନ୍ କଲାନି କି ଓନ୍ ଲାଇନ୍ ବି ଅସିଲାନି ! ଯେଉଁ ନମ୍ବର୍ ରୁ ସେ ଫୋନ୍ କରିଥିଲା ମୁଁ ତାକୁ ବହୁତ୍ ଚେଷ୍ଟା କଲି ହେଲେ ଲାଗିଲାନି ! ମୁଁ ବ୍ୟସ୍ତ ହୋଇ ପଡୁଥାଏ କଣ ପାଇଁ ସେ ଫୋନ୍ କରୁନି ତାର କଣ ହୋଇଛି ଭାବିକି ? ଠିକ୍ ସେମିତି ସେ ମଧ୍ୟ ମୋ ପାଇଁ ବ୍ୟସ୍ତ ହୋଇ ସେଦିନ ସନ୍ଧ୍ୟାରେ ମୋତେ ଫୋନ କଲା ! କିଛି ସମୟ କଥା ହେଲା ପରେ ସତେ ଯେମିତି ଆତ୍ମାକୁ ଟିକେ ଶାନ୍ତି ମିଳିଲା !

ଏମିତି କଥାରେ କଥାରେ ସେ ମୋତେ ଦେଖା କରିବାକୁ ଡାକିଲା ହେଲେ ମୁଁ ତାକୁ ଚିହ୍ନି ନଥିଲି କିମ୍ବା ତାର ଫଟୋ ବି ସେ ମୋତେ ଦେଇ ନଥିଲା କାରଣ ତା ଫୋନରେ ସେ ଯେଉଁ ଫଟୋ ମୋତେ ପଠାଉଥିଲା ସବୁ ପିକ୍ଚର୍ ଲୋ କ୍ବଲିଟ୍ ପାଇଁ ମୋତେ ଭଲରେ ଦେଖା ଯାଉ ନଥିଲା !

କେମିତି ଗୋଟେ ଅଚିହ୍ନା ଝିଅକୁ ଦେଖା କରିବାକୁ ଯିବି ବୋଲି ଭାବି ମୁଁ ମନେ ମନେ ବହୁତ୍ ଡରି ଯାଇଥିଲି କାରଣ କଟକ ସହରରେ ସବୁକିଛି ମୋ ପାଇଁ ଅଜଣା ଓ ଅଚିହ୍ନା ଥିଲା ! ସେ ମୋତେ ଅବଶ୍ୟ ଚିହ୍ନି ଥିଲା ! ସେଇ ସାହସରେ ତାର ମନ ରଖିବାକୁ ବାହାରି ପଡିଲି ପୁରୁଣା ରାଜଧାନୀ ! ସେଦିନ ଥିଲା ବୋଧ ହୁଏ ଅକ୍ଟୋବର ପଚିଶ ତାରିଖ ମୁଁ ଠିକ୍ କଲି ତାକୁ ଦେଖା କରିବି ! ସେଦିନ ସେ ମୋତେ କହିଲା ଯେଉଁ ନମ୍ବରରେ ମୁଁ ତାକୁ ଫୋନ୍ କରେ ସେଇଟା ତାର ପରମାନେଟ ନୁହେଁ ଏବଂ ସଂଗେ ସଂଗେ ଅନ୍ୟ ଏକ ନମ୍ବର୍ ଦେଲା କହିଲା ମୁଁ କଲେଜ୍ ଯିବା ବାହାନାରେ ଘରୁ ଯିବି ତେଣୁ ୟେଇ ନମ୍ବର୍ ଟା ମୋର ପରସିନାଲ୍ ଘରେ ଦେଇଛନ୍ତି ଏବଂ ସେ ନମ୍ବର୍ ଟା ଏମିତି ତୁମକୁ ଟେଷ୍ଟିଂଗ୍ ପାଇଁ ଥିଲା ! ଏହା ଦେଖି ମୁଁ ବହୁତ୍ ଡରି ଗଲି କାରଣ ଏତେ ଦିନ ଯାଏ ସେ ମୋ ସହ ଗୋଟେ ଟେମପୋରାରି ନମ୍ବର୍ ରେ କଥା ହେଉଥିଲା ମାନେ ମୋ ସାଥେ ସେ ଖେଳୁନି ତ ??? ତଥାପି ଇଶ୍ଵରକୁ ଡାକି ଡାକି ଘର ଛାଡିଲି !

ସମୟ ସକାଳ ୯ଟା ବସ ପହଂଚିଲା ବାଦାମ ବାଡିରେ ! ତା କହିବା ଅନୁସାରେ ବସ ଷ୍ଟାଣ୍ଡ ରୁ ଯାଇ ବାଦାମବାଡି ଟ୍ରାଫିକ ପାଖରେ ଛିଡାହେଲି ! ୧୦ ମିନିଟ୍ ପରେ କେହି ଜଣେ ମୋ ପଛରୁ ହାତ ଦ୍ବାରା ମୋ ଆଖି ଦୁଇଟିକୁ ଜାବୁଡି ଧରିଲା !ମୋ ଦେହରେ ଯେମିତି ଗୋଟେ ଅଜବ୍ ଶିହରଣ ଖେଲିଗଲା ହାତର କୋମଳତାରୁ ସ୍ପଷ୍ଟ ବାରୀ ହୋଇ ଯାଉଥିଲା ଯେ ସେ ଗୋଟେ ଝିଅ ର ହାତ ବୋଲି ! ମୋ ମନରେ ଉତ୍କଣ୍ଠାର ଲହରୀ ଖେଲୁଥାଏ ତାର ମୁହଁ ଦେଖିବାକୁ ! କାରଣ ସବୁ ପୁଅଂକ ଭଳି ମୋର ବି ଗୋଟେ ସୁନ୍ଦରୀ ଝିଅ ପାଇବାକୁ ଇଛା ଥିଲା ! ଧିରେ ଧିରେ ତା ହାତ କାଢି ପଛକୁ ବୁଲି ଚାହିଁଲି ସତେ ଯେମିତି ମୋ ଆଗରେ ଗୋଟେ ସ୍ଵର୍ଗର ପରୀ ଆସି ଛିଡା ହୋଇଛି ! ତାକୁ ଦେଖିବା ପରେ ତା ଆଖି ସହ ମୋ ଆଖି ମିସିଲା ପରେ ଜାଣନ୍ତି ?? ଦୁଇ ହୃଦୟ ଏକା ସହିତ ଧକ୍ ଧକ୍ କରିବାକୁ ଲାଗିଲେ ଏବଂ ଅମେ କେଉଁଠି ହଜିଗଲୁ ୧୫ ମିନିଟ୍ ପାଇଁ ଆମେ ଦୁଇଜଣ ବି ଜାଣି ନଥିଲୁ ! ଆଖିରେ ଆଖି ମିଶି ଯାଇଥିଲା ସତ ହେଲେ ମୁଁ ବିଶ୍ଵାସ କରି ପାରୁନଥିଲି ଯେ ମୁଁ ଗୋଟେ ଝିଅ ସାମ୍ନାରେ ଛିଡା ହୋଇଛି କାରଣ ପୂର୍ବରୁ କେବେ ମୁଁ କୌଣସି ଝିଅକୁ ଏମିତି ମୁହାଁ ମୁହିଁ ଦେଖା କରି ନଥିଲି ଯେବେ ବି କାହାକୁ ଆଖି ଉଠେଇ ଦେଖିଛି କେବେ ତାର ମୁହଁକୁ ଚାହିଁ ନଥିଲି ! ସେ ଯାହା ବି ହେଉ ସ୍କୁଲ୍ ବେଳେ ଝିଅକୁ ଡରୁଥିବା ପୁଅଟି ଗୋଟେ ଝିଅକୁ ଦେଖା କରିବାକୁ ଆସିଛି ସେଇଟା ବହୁତ୍ ବଡ କଥା !

ମୁଁ ଏତିକି ଭାବିବା ଭିତରେ ସେ କହିଲା କଣ ଏମିତି ଦେଖୁଥିବା ନ କିଛି କହିବ ! ହେଲେ ମୋର ପାଟିରୁ ବଚନ ବାହାରୁ ନଥାଏ ! ତାପରେ ସେ କହିଲା ବୁଧୁ ଏଇଟା ଗୋଟେ ଜନଗହଳି ପୂର୍ଣ୍ଣ ସ୍ଥାନ ତେଣୁ ଚାଲ କେଉଁଠି ଗୋଟେ ବସିକି କଥା ହେବା ! ମୁଁ ପଚାରିଲି କେଉଁଠିକୁ ଗଲେ ଭଲ ହେବ ! ସେ କହିଲା ସିନେମା ପାର୍କ୍ ରେଷ୍ଟୁରାଣ୍ଟ ଯୁଆଡେ କହିବ ସିଆଡେ ଯିବା ! ମୁଁ କହିଲି ଚାଲ ସିନେମା ଯିବା ୩ ଘଣ୍ଟା ଆରମସେ ବସିବା କଥା ହବା ଆସିବା ! ସଂଗେ ସଂଗେ ବାହାରିଲୁ ବୃନ୍ଦାବନ ଟକିଜ୍ ସିନେମା ପଡିଥାଏ ମେନଟାଲ୍ ! ସିନେମା ଦେଖି ଖାଇ ପି ଫେରିଲୁ ! ହେଲେ ଗୋଟିଏ ଅଜବ୍ ଜିନିଷ ମୁଁ ଦେଖିଲି, ସିନେମା ଦେଖିବା ଠାରୁ ଆରମ୍ଭ କରି ମୁଁ ଫେରିବା ଯାଏ ସମସ୍ତ ଖର୍ଚ୍ଚ ଗୋଟିଏ ଝିଅ ହିଁ ଦେଲା ଯାହାକି ମୁଁ ପ୍ରଥମ ଥର ଦେଖିଲି କାରଣ ସାଂଗ ମାନେ ସବୁବେଳେ କୁହନ୍ତି ଆଜି ୟେ ଝିଅ ଶୋଷି ଖାଇଗଲା ମୋ ପଇସା ତ କାଲି ସେ ଝିଅ ଶୋଷି ଖାଇଗଲା ମୋ ପଇସା ହେଲେ ୟେ ସେଥିରୁ ବ୍ୟତିକ୍ରମ ଥିଲା !

ସେଦିନ ମୁଁ ଆଉ ଘରକୁ ଗଲିନି ମୋର ଭୁବନେଶ୍ଵର ରେ ପାଠ ପଢା ପାଇଁ ଆଡମିସନ ସରିଥିବାରୁ ସିଧା ମୋ ରହିବା ସ୍ଥାନକୁ ଫେରିଲି ! ସେ ମୋତେ ଫୋଟରେ ଦେଖିଥିଲା ହେଲେ ସତରେ ଦେଖି ସାରିବା ପରେ କଣ ଫିଲ୍ କରୁଥିବ ଭାବି ଭାବି ମୁଁ ବାଟ ସାରା ଅସ୍ତବ୍ୟସ୍ତ ହୋଇ ପଡୁଥିଲି ଶେଷରେ ଆଉ ରହି ପାରିଲିନି ରୁମ୍ ରେ ପହଂଚୁ ପହଂଚୁ ଫୋନ୍ ଲଗେଇଲି ମୁଁ କେମିତି ଲାଗିଲି ପଚାରିବାକୁ ! ଫୋନ୍ ରିସିବ୍ କଲା ପରେ ମୁଁ ଟିକେ ଡରି ଡରି କହିଲି ମୁଁ ଏବେ ମୋ ଲକ୍ଷ୍ୟ ସ୍ଥଳରେ ପହଂଚି ଗଲି , ହେଲେ ମୋତେ ପ୍ରଥମେ କୁହ ମୁଁ ତୁମକୁ କେମିତି ଲାଗିଲି !

ସେ କହିଲା କିଛି ଖାସ୍ ନାହିଁ ,ମୁଁ ଯେତିକି ଆଶା କରିଥିଲି ସେତିକି ତୁମଠି ଦେଖିବାକୁ ପାଇଲିନି ତାଠୁ କିଛି ଅଧିକ ପାଇଗଲି ! ତୁମେ ତ ଫୋଟରୁ ବି ଅଧିକ ସୁନ୍ଦର ଲାଗୁଛ ! ଲୋକ କୁହନ୍ତି ଫଟୋରେ ଲୋକ ସୁନ୍ଦର ଦେଖାଯାନ୍ତି ହେଲେ ତୁମ କ୍ଷତ୍ରରେ ଓଲିଟା କେମିତି ହେଲା ! ଛାଡ ମୁଁ ତୁମକୁ କେମିତି ଲାଗିଲି ??

ମୁଁ କହିଲି - ସତ କହିବାକୁ ଗଲେ ପୁଅ ମାନେ ବେଶି ରୂପବତୀ ହିଁ ଖୋଜନ୍ତି ! କିନ୍ତୁ ମୁଁ ତ ଓଲିଟା ତେଣୁ ଭଲ ମନ ଟିଏ ଖୋଜିଥିଲି ଏବଂ ଭାବୁଛି ସତ ପ୍ରତିଶତ ନହେଲେ ବି ନବେ ପ୍ରତିଶତ ଖୋଜି ପାଇଛି !

ବାକି ଦଶ ଭାଗ ମୁଁ ବଦଳେଇ ଠିକ୍ କରି ଦେବି !

ଏହା ପରେ ପୁଣି ଗୋଟେ ନିବେଦନ ଆସିଲା ଫୋନ୍ ରୁ "ଆଜି ସଂଧ୍ୟାରେ ଟିକେ ଆସନ୍ତନି ବୁଲନ୍ତେ...??" କୌଣସି ପୁଅ କେବେ ଗୋଟେ ଝିଅର ନିବେଦନକୁ ଏଡାଇ ଦେଇ ପାରିଛି ଯେ ମୁଁ ମନା କରିବି ! ମୁଁ ବି ହଁ କହି ସନ୍ଧ୍ୟା ୬ ଟାରେ ବାହାରି ପଡିଲି ଭୁବନେଶ୍ଵରରୁ କଟକ ଅଭିମୁଖେ ! ସେଠି ପହଂଚିବା ପରେ ଯାହା ଦେଖିଲି ଆଖିରେ ଦେଖି ବିଶ୍ଵାସ କରି ପାରୁନଥିଲି ! ମୋ ଅପେକ୍ଷାରେ ଗୋଟେ ଗୋଲାପର ଫୁଲ ତୋଡା ଧରି ସେହି ସୁନ୍ଦର ମନଟି ଛିଡା ହୋଇଥିଲା ! ତା ପାଖରେ ପହଂଚିଲା ପରେ ତୋଡାଟି ମୋ ହାତକୁ ବଢେଇ ଦେଲା ଏବଂ ମୁଁ କିଛି କହିବା ଆଗରୁ ମୋତେ ଭିଡି ଭିଡି ନେଇ ଗଲା ଗୋଟେ ଜନ ଗହଳି ପୂର୍ଣ୍ଣ ସ୍ଥାନ ବୋଧ ହୁଏ ଅଟୋ ଷ୍ଟାଣ୍ଡ ! ତନ୍ମଧ୍ୟରୁ ଏକ ଅଟୋ ପଛକୁ ନେଇ ମୋ ଗାଲରେ ଦେଇ ଦେଲା ଗୋଟେ ଗରମ ଗରମ ପପି ,ପପି ନୁହେଁ ତ ସତେ ଯେମିତି ଗୋଟେ ଗରମ କଫି ! ଶୀତୁଆ ସନ୍ଧ୍ୟାକୁ ତାର ସେ ଆଲିଙ୍ଗନ ଓ ଚୁମ୍ବନରେ ଦେହଟା ଯେମିତି ତେଜ଼ ହେଇ ଗଲା ! ତାପରେ ଆମେ ଦୁହେଁ ବାହାରିଲୁ ଦୋଳ ମୁଣ୍ଡାଇ ! ଖାଇ ପି ଉପଭୋଗ କଲୁ ଆମର ପ୍ରଥମ ପ୍ରେମର ଏହି ଦ୍ଵିତୀୟ ଦେଖାକୁ !

ଠିକ୍ ଏକ ସପ୍ତାହ ପରେ ମୋର ତାକୁ ଦେଖା କରିବାକୁ ମନ ହେଲା ଏମିତି ସବୁ ଦିନ ଇଚ୍ଛା ହୁଏ ହେଲେ ସେ ଦିନ ମୁଁ ଆଉ ଅପେକ୍ଷା କରି ପାରିଲିନି ! ଗତ ଥର ସିଏ ମୋତେ ଡାକିଥିଲା ଏବଂ ମୁଁ ତାର କଥା ରଖି ଯାଇଥିଲି ଦୁଇ ଦୁଇ ଥର ଦେଖା କରିବାକୁ ତାହା ପୁଣି ଗୋଟିଏ ଦିନରେ ତେଣୁ ଏଥର ମୁଁ ତାକୁ ଡକାଇଲି ଭୁବନେଶ୍ଵର !

ସେ ପ୍ରଥମେ ମନାକଲା ସତ ହେଲେ ପଛରେ ଆସିବାକୁ ହଁ କହିଲା !

ତାର ୟେ କଥା ଶୁଣି ମୋର ମନର ଅବସ୍ଥା କଣ ହୋଇଥିବ ସେଇଟା ଆପଣମାନେ ନିଶ୍ଚିତ ବୁଝି ପାରୁଥିବେ ! ସେ ଯାହା ବି ହେଉ ଝିଅ କଲେଜ ଆସିବା ବାହାନାରେ ଘରୁ ବାହାରିଲା ହେଲେ ତା ପୂର୍ବରୁ ତାର ଗୋଟେ ସର୍ତ୍ତ ଥିଲା ଯେ ମୋତେ ଦିନ ୧ଟା ସୁଦ୍ଧା ବସ୍ ରେ ବସେଇଦବ ନହେଲେ ଘରେ ଡାଉନ୍ କରିବେ !

ତା କଥାରେ ମୁଁ ବି ରାଜି ହୋଇଗଲି କାରଣ ଏତେ ସମୟ ମୋର ବି କଣ ହବ ମୁଁ ଖାଲି ତାକୁ ଦେଖିବାକୁ ଚାହୁଁଥିଲି ବାସ୍ ସେତିକି ସମୟ ହିଁ ମୋର ଦରକାର ଥିଲା !

ସିଏ ଆସିଲା ଦେଖା ବି ହେଲା ହେଲେ ଏମିତି ୫ ମିନିଟ୍ ର ଦେଖାରେ କଣ ମନ ଭରିବ କି ?? ତେଣୁ ତାକୁ ସାଂଗରେ ନେଇ କି ଟିକେ ପାର୍କ୍ ଯିବାକୁ ଭାବିଲି ହେଲେ ତା ମନ ଆଉ କିଛି କହୁଥିଲା ! ସେ ଚାହୁଁଥିଲା ଆଉ ଟିକେ ଗୁମସୁମ୍ ଜାଗା ତେବେ ସେମିତି ସ୍ଥାନ କେଉଁଠି ମୁଁ ଭାବିବା ପୂର୍ବରୁ ସେ କହିଲା ଟିକେ ଖଣ୍ଡଗିରି ଯିବା ?

ମୁଁ କହିଲି ହାଉ ଚାଲ ! ବାହାରିଲୁ ଖଣ୍ଡ ଗିରି ସେଠି ଟିକେ ବୁଲାବୁଲି କରିବା ଭିତରେ ସମୟକୁ ନଜର ଦବାକୁ ସତେ ଯେମିତି ଦୁଇ ଜଣ ଯାକ ଭୁଲି ଯାଇଥିଲୁ ! ଘଣ୍ଟା ଦେଖିଲା ବେଳକୁ ଅପରାହ୍ନ ୨.୩୦ !

ଦୁଇଜଣ ତର ତର ହୋଇ ସେଠୁ ଆସିଲୁ ! ହେଲେ ତାର ମନ ଖାଲି ଘର ପାଖରେ ହିଁ ଥିଲା କାଳେ ସିଏ ଧରା ପଡିଯିବ ବାପା କଣ କହିବେ ମା କଣ କହିବ ଏମିତି ସବୁ ଭାବିକି କାନ୍ଦି କାନ୍ଦି ମୋତେ ଖାଲି ଗାଳି କରୁଥିଲା !

ମୋତେ ବି ବିଚଳିତ ଲାଗୁଥାଏ କାରଣ ଯେତିକି ରୋମାନସ୍ କରିଛୁ ଯଦି ସେତିକି ଆଜି ତା ପିଠିରେ ହୁଏ ତେବେ ଆମ ସମ୍ପର୍କ କଣ ହେବ ?

ସେ ଯାହା ବି ହେଉ ଶେଷରେ ଆଣି ତାକୁ ବସରେ ବସେଇଦେଇ ମୋ ରୁମ୍ କୁ ଆସିଲି ଆଉ ବ୍ୟସ୍ତ ବିବ୍ରତ ହୋଇ ଅପେକ୍ଷା କରି ରହିଲି ତାର ଘରେ ପହଂଚିବା ପରର ସେଇ ଫୋନ୍ କଲ୍ କୁ !

ବହୁଦିନ ହେଲା ଆପଣମାନେ କିଛି ଜାଣି ନାହାନ୍ତି ଏହା ଭିତରେ ବହୁତ କିଛି ଘଟଣା ଘଟି ଯାଇଛି....!

୧. ଯେମିତି କି ସେ ଏବେ ଗ୍ରାଜୁଏଟ୍ ହୋଇଯାଇଛି....!

୨. କେବେ ମିଛ କହୁନଥିବା ପୁଅ ମିଛ କହିବା ଆରମ୍ଭ କରିଦେଇଛି ସେଥିପାଇଁ ପ୍ରେମରେ କିଛି ଝଡ ଝଂଜା ବି ଆସିଛି....!

ଆସନ୍ତୁ ଜାଣିବା ଅସଲରେ କଣ ହୋଇଛି ???

ସେଦିନ ଥିଲା ମାର୍ଚ୍ଚ ମାସ ୨୬ ତାରିଖ ମୁଁ ବାହାରିଥିଲି ଗାଁକୁ , ୟେ କଥା ଶୁଣି ମୋର ଜଣେ ଗାଁ କଲେଜରେ ପଢୁଥିବା ବାନ୍ଧବୀ(ପୁରୁଣା ସାଂଗ) କହିଲା ମୁଁ ବି ତୁମ ସହ ଯିବି....! କିନ୍ତୁ ମୋର ସନ୍ଧ୍ୟାରେ ଯିବା ଅଭ୍ୟାସ ,ମୁଁ କେବେ ବି ଖରାବେଳେ କିମ୍ବା ସକାଳେ ଜାଏନି ବୋଲି ମଧ୍ୟ ମୁଁ ତାକୁ ଜଣେଇଲି....! ହେଲେ ତାର ଏକା ଜିଦି ସେ ମୋ ସହିତ ହିଁ ଗାଁକୁ ଯିବ , ତେଣୁ ମୁଁ ଆଉ ମନା କରି ପାରିଲିନି ତାକୁ ସଂଗରେ ଧରି ସନ୍ଧ୍ୟା ୫ଟା ରେ ବସରେ ବସିଲି....!

ହେଲେ ସମସ୍ତେ ଜାଣନ୍ତି ନିଜ ପ୍ରେମିକା ଥାଉ ଥାଉ ଅନ୍ୟ ଝିଅ ସହ ଟ୍ରାଭେଲ୍ କଲେ ପରିସ୍ଥିତି କଣ ହୁଏ ସେମିତି ମୁଁ ବି ଜାଣିଥିଲି ସେଥିପାଇଁ ଯେବେ ମୋ ପ୍ରେମିକା ଫୋନ୍ କଲା ମୁଁ କହିଲି ଗାଁକୁ ଯାଉଛି ଘରେ ପହଁଚିଲେ କଥା ହେବି....! ମୋର ଏମିତି କଥାରୁ ସେ କିଛି ବୁଝିପାରିଲାଣି ସତ ହେଲେ ସନ୍ଦେହ କଲ !

"ମୁଁ ଏମିତି ବ୍ୟବହାର ତା ସହ କାହିଁକି କରୁଛି ଏମିତି ତ କେବେ ବି କରେନି ଯେତେ ରାତିରେ ଯେଉଁ ଅବସ୍ଥାରେ ଥିଲେ ବି ମୁଁ ତା ସହ ଅତି କମରେ ୫ ମିନିଟ୍ କଥା ହୁଏ" ୟେ ସବୁ ଭାବି ଭାବି ସେ ମୋତେ ବାରମ୍ବାର ଫୋନ୍ କଲା ଆଉ ମୁଁ ଧରା ନପଡିବା ପାଇଁ ତା ଫୋନକୁ କାଟି ଚାଲିଲି ହେଲେ ସେ ବି ଭାରି ଜିଦିଆ ଜମା ବି ଛାଡିଲାଣି ଫୋନ୍ ଲଗେଇ ଚାଲିଲା !

ୟା ଭିତରେ ଆମେ ଦୁହେଁ କଟକରେ ପହଂଚି ସାରିଥିଲୁ ! ମୋ ସାଂଗ କହିଲା ଚାଲ ଯିବା ଥଣ୍ଡା ପିଇବା ମୁଁ କହିଲି ହଉ...! ସେ ଥଣ୍ଡା ଆଣିବା ଭିତରେ ମୁଁ କଥା ହେଇଯିବି ଭାବିକି ଫୋନ୍ କଲି ସେଇ କଥା ହବା ଭିତରେ ସେ ଥଣ୍ଡା ଆଣି ମୋ ନାଁ ଧରି କହିଲା ହେଇ ନିଅ ପିଅ !

ବାସ୍ ସେଇଠୁ ତ ଆରମ୍ଭ ହେଲା ମହାଭାରତ କାରଣ ମୁଁ ଗାଁକୁ ଆସିଲା ବେଳେ ତାକୁ କହିଥିଲି କି ମୁଁ ଏକା ଯିବି ଆଉ କେହି ମୋ ସହ ଯାଉନାହାନ୍ତି ! ହେଲେ ମୋ ନାଁରେ ଗୋଟେ ଝିଅ ଡାକିବା ତାକୁ ଆଶ୍ଚର୍ଯ୍ୟ କରିଦେଲା !

ତା ପରେ କାନ୍ଦି କାନ୍ଦି ସେ ଏମିତି ହେଲା ଯେମିତି ତାର ସ୍ଵାମୀ ମରିଯାଇଛି ! ଏମିତି ସେ କାନ୍ଦିଲା ଯେ ମୁଁ ଶେଷରେ ମୋର ମୁହଁ ଖୋଲିଲି ତାକୁ ବୁଝେଇବାକୁ ଲାଗିଲି ହେଲେ ସେ ବୁଝିବାକୁ ନାରାଜ୍ !

ତାର କହିବ କଥା ହେଲା ତୁମ ଦୁହିଁଙ୍କର ଆଗରୁ ଯଦି ସମ୍ପର୍କ ଥିଲା ମୋ ଜୀବନକୁ ଆସୁଥିଲା କାହିଁ ଏମିତି ବହୁତ କିଛି...! କଥା ଏତେ ବାଟ ଆଗେଇ ଗଲା ଯେ ସେ ଛାତକୁ ଯାଇ କହିଲା ସେଉଠୁ ବସରୁ ଓଲହେଇ ଭୁବନେଶ୍ଵର ଆସ ଘରକୁ ଯିବା ଦରକାର୍ ନାହିଁ ଆଉ ଯଦି ଘରକୁ ଗଲ ମୁଁ ଛାତରୁ ଡେଇଂ ପଡିବି !

ମୋର ବୁଝାଇବା ଦେଖି ମୋ ସାଂଗ କହିଲା କଣ ଗର୍ଲଫ୍ରେଣ୍ଡ୍ ସହ ଫାଇଟ୍ ହଉଛି ମୋ ପାଇଁ....ଦିଅ ମୁଁ ତାକୁ ବୁଝେଇ ଦଉଛି ସେ ଆଉ ତମକୁ କିଛି କହିବନି...! ଏତିକି କହି ସେ ମୋ ହାତରୁ ଫୋନ୍ ଛଡେଇ ନେଇ ତା ସହ କଥା ହେଲା ହେଲେ ସେ କୋଉ ବୁଝିବା ପିଲା ହେଇଛି ଯେ ବୁଝିବ ଜୀବନ ଉପରେ ପଡିଲେ ଜନ୍ଦା ପିମ୍ପୁଡି ମଣିଷକୁ କାମୁଡି ଦିଅନ୍ତି ୟେ ତ ସହଜେ ମଣିଷ ତେଣୁ ତାକୁ ବି ବହୁତ୍ ଗାଳିଦେଲା ଏମିତି ଗାଳିଦେଲା ଯେ ମୋ ସାଂଗ ବି କାନ୍ଦି ପକେଇଲା !

ଏମିତି ଏମିତି ଆମେ ୩ ଘଣ୍ଟାର ରାସ୍ତା ଅତିକ୍ରମ କରି ସାରିଥିଲୁ ଘର ଥିଲା ଆଉ ମାତ୍ର ୫ କି.ମି ! ମୋର ସାଂଗ କହିଲା ଯା'ହେଉ ଭଲ ପିଲାଟି ପାଇଛ ତମକୁ ଏତେ ଭଲ ପାଉଛି ହେଲେ ମୁଁ ଏତେ ବୁଝେଇଲି ଆମ ଭିତରେ କିଛି ନାହିଁ ବୋଲି ଏତେ କହିଲି ତାର ମୋ କଥା ଟିକେ ବୁଝିବାର ଥିଲା ହେଲେ ସେ ବୁଝିଲାନି ଛୋଟ ପିଲାଙ୍କ ଭଳି ହେଲା !

ତା ପରେ ଆମ ଷ୍ଟପେଜରେ ମୁଁ ଓଲହେଇକି ଘରକୁ ଚାଲିଲି ! ମୋ ସାଂଗ ଏତେ ରାତିରେ କେମିତି ତାଂକ ଘରକୁ ଯିବ ସେକଥା ଭାବିବା ଛାଡି ମୁଁ ବାଟ ସାରା ଖାଲି ଗୋଟିଏ କଥା ଭାବୁଥିଲି ମୁଁ କି ବେଳାରେ ଭୁବନେଶ୍ଵରରୁ ବାହାରିଲି କେଜାଣେ ଏତେ ସବୁ ଘଟଣା ଘଟିଗଲା ଏବେ କେମିତି ତାକୁ ବୁଝେଇବି ! ସେତେବେଳେ ମୋତେ କିଛି ବି ବୁଦ୍ଧି ବାଟ ଦିଶୁନଥିଲା ! ୟା ଭିତରେ ମୁଁ କେତେବେଳେ ମୋ ଘର ପାଖରେ ପହଂଚି ଯାଇଛି ମୁଁ ବି ଜାଣିନି ! ଘରେ ମୋର ସବୁ ଜିନିଷ ଥୋଇ ମୁଁ ଆସି ଫୋନେ ଲଗେଇଲି ତାକୁ ବୁଝେଇବା ପାଇଁ ହେଲେ ତାର ଫୋନେ ବନ୍ଦ ଥିଲା !

ଖାଇ ପି ସାରି ରାତି ୧୦.୩୦ ରେ ଫୋନେ ଲଗେଇଲି ସେ ୫ ଥର ଫୋନ୍ କଲା ପରେ ଉଠେଇଲା ଏବଂ ପୂର୍ବ ଭଳି ପୁଣି ଗାଳି କରି କାଟିଦେଲା ସେଦିନ ରାତି ସାରା ଏମିତି କରି କରି ଶେଷରେ ସେ ଫୋନ୍ ପୁଣି ବନ୍ଦ କରି ଦେଲା !

ମୁଁ ସେ ରାତି ଚେଇଁ ଚେଇଁ କାଟିଛି ଏବଂ ସକାଳୁ ମା କହିଲା ଆରେ ତୋ ମୁହଁ କାହିଁକି ସୁଖିଛି ତା ଦେଖା ଦେଖି ସମସ୍ତେ ପଚାରିଲେ ! ତାଂକ ପଚାରିବା ବି ଠିକ୍ ଥିଲା କାରଣ ମୋ ମୁହଁରେ ହସ ଛଡା ସେମାନେ କେବେ ବି ଆଉ କିଛି ଦେଖି ନାହାନ୍ତି ! ମୁଁ କାହାକୁ କିଛି ନକହି ଲୁଚି ଲୁଚି ଖାଲି ତା ପାଖକୁ ଫୋନେ ଲଗଉଥିଲି କାରଣ କେହି ଜାଣୁ ବା ନ ଜାଣୁ ମୁଁ ତାକୁ ମୋ ଜୀବନଠୁ ଅଧିକ ଭଲ ପାଇ ସାରିଥିଲି !

(ସେ ଫୋନ୍ ଉଠେଇଲା କି ନାହିଁ ,ବୁଝିଲା କି ନାହିଁ... ୟେ ପ୍ରେମ କାହାଣୀ ଆଗକୁ ବଢିଲା ନା ସେଇଠି ଶେଷ ହୋଇଗଲା ଜାଣିବା ଆର ଥରକୁ...ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ଅପଣଙ୍କର ସ୍ନେହର ମୁଁ )

ମୋର ଏହି ଲେଖାଟିକୁ ପଢିବେ ଆଉ ଭଲ ଲାଗିଲେ ସେୟାର କରିବା ସହ ଫୋନ୍ କରି ଜଣାନ୍ତୁ ।

ମନୋଜ କୁମାର ପଣ୍ଡା

ଅଡା,ବାଲେଶ୍ଵର

ସୁନା ଅସଲ ରହସ୍ୟମୟ

Rate the content


Originality
Flow
Language
Cover design

Comments

Post

Some text some message..