ଫେସ୍ବୁକ୍
ଫେସ୍ବୁକ୍
ତୋର ଫେସ୍ବୁକ୍କେ କେତେଥର ଫ୍ରେଂଡ୍ ରିକୁଏସ୍ଟ ପଠାନି ନା, ମାତର ତୁଇ କନ୍ଫାର୍ମ କରବାର ବଦଲା ଡିଲିଟ୍ କରି ଦଉଛୁ। ସତକେସତ ତୁଇ ନେଇଁ ନେଇଁ ଚିନବାର କେଁ ରେ ମଖେ! ସତକେସତ ହେତକି ଚେହେରା ବଦଲି ଯେଇଛେ କେଁ ମୋର? ଚେହେରା ବଦଲବାରଟା ବି ବଡ଼ କଥା ନେଇଁସେ, ମିକିକେ ଦେଖଲେ କେନ୍ ମିକି -ଏ ବଲବା? ବୁଆ, ବାଢ଼ୁନ୍ ଡାଂଗ୍ ବାଗି ଖେଡ଼ଖେଡ଼ି ଥିଲା, -ଏଜ୍ -କେଲ୍ ଚିଏର୍ ପୁଟିଆ ପୁରା ବାଗି ବଢ଼ି ଯେଇଛେ। ମୁଇଁ ଚିନି ନେଇଁ ପାରୁଥେଇ, ତାର ମୁନୁସ୍ ସଂଗେ ଯଉଥିଲା ଯେ। ବିହା ହେଲେ ଏତକି ବଦଲି -ଯେସନ୍ କେଁ ରେ! ତୁଇ ବି ବଦଲି ଯେଇଛୁ; ମାତର ମୋର ଆଁଖିନୁ ଆରୁ ତୁଇ ଉବରି ଯିବୁ କେଁ ନୁ!
ହେଲେ ମୁଇଁ ତୋ ବିହା ନେଇଁ ହେବାର ତାଲି, ତୋର ବିହା ହେଇକରି ପଛେ ସାତ ବଛର ହେଇଗଲା। ଘର ଦୁଆର କଲୁ, ଛୁଆ ଗୁଟେ ହେଲା। ତୋର ଛୁଆକେ ସତକେ ସତ ନେଇଁ ଦେଖବାର ତାଲ୍ ସତେ ରେ, ହେଲେ ତୋର ଫେସ୍ବୁକ୍ ନୁ ଦେଖିଛେଁ। ତୋର ମୁନୁସ୍କେ ବି। ତୁଇ ସିନା ଗୁରିଫୁରି କେତେ ସୁଂଦରୀ, ତୋର ମୁନୁସ ତୋ କଲିଆ ଢୁସୋ। ଆରୁ ତୋର ପିଲା ବି ହେନତା, ଯେନତା ବୀଜାକେ ହେନତି ଫଲ। ତୋର -ପେନ୍ ନେଇଁ ଆନି। ତୁଇ ହେ ପିଲାକେ ନେଇଁ ଦେଖି, ତାର ଟଁକାକେ ଦେଖିଛୁ। ତୁଇ ତାର ଚେହେରା କେ ନେଇଁ ଚାହିଁ ତାର ଚାକରିକେ ଚାହିଁଛୁ। ଲୋକ କହେସନ ହେତିର ଲାଗି ଏକା ତାଖେ ବିହାହେଇଛୁ। ଇଂଜିନିୟର ଗୁଟେ କେଁ ଯେ! ରହୁଛ ଉତର ପ୍ରଦେଶନେ।
ଯେ.... ଇ ତୋର ଫେସବୁକ୍ ଖୁଲବାରଟା ବି ଖୋବ ଦିନ ନେଇଁ ହେବାର। ବତଉଛେ ଦୁଇ ହଜାର ଚଉଦ ବଲି। ଖାଲି ଚିଏର ବଛର ହେଇଛେ ତୋ, ଆରୁ ଇ ଭିତରେ ଆମର ସଂଗରମନେ, କ୍ଲାସମେଟ୍ ମନେ ତୋର ଫ୍ରେଂଡ୍ ହେଇ ସାରିଛନ। ମୁଇଁ ବି ଖୁଲିଛେଁ ଇ ଦୁଇ ହଜାର ଚଉଦନେ। ମାତର ତୁଇ ଖୁଲିଛୁ ବଲି ନେଇଁ ଉହାଟି ଆରୁ ଇ ଦୁଇ ହଜାର ଅଠର ମସିହାନେ ପଠଉଛେଁ ଯେ ଏକ୍ସେପ୍ଟ ନେଇଁ କରୁଛୁ। ସତକେସତ ନେଇଁ ଚିନବାର କେଁ ରେ ମଖେ? ହେତକି ତୋର ତୋର ସାଂଗମନକେ ଚିନଲୁ ଆରୁ ମଖେ ବହଁଡ଼ିଗଲୁ? ମୋରନୁ ଖୋବ୍ ଆଘୁନ୍ ମାତର ତୁଇ ଫୁନ୍ ଧରିଛୁ। ମୁଇଁ ଏଭେ ଏଭେ ବଲବାରଟା -ଏ। ପଢ଼ଲା ବେଲେ ତୁଇ ମୋବାଇଲ ଧରୁଥିଲୁନା.... ମୁଇଁ କିଛି ନେଇଁ ଜାନିଥେଇ। ତୁଇ ଗୀତ ସୁନି ସୁନି ଇଭିନିଂ ୱାକ୍ କରୁଥଉ ତମର ଫାଲେ.... ପଡ଼ିଆନେ, ମୋର ହାତେ କିଛୁ ବି ନେଇଁ ଥେଇ। ତୋର ନଂବର ବି ନେଇଁ ରଖି କେଭେ। ରଖଲେ କେଁ କରମି? କେଁଥି କଲ୍ କରମି କି କଥାହେମି? -ଏଜ୍ ମାତର ଏଂଡ୍ରୋଏଟ୍ ଫୋନ୍ ମୋର ହାତେ ଦଶ ବଛରର ଉତାରେ।
ମୁଇଁ ଭାବୁଥିନି ତୁଇ ଖୋବ୍ ଆଘୁନ୍ ଫେସ୍ବୁକ୍ ଖୁଲିଥିବୁ; ଆରୁ ହେତିର ଲାଗି ଅଲଗା ସାଂଗମନେ ତୋର ଫ୍ରେଂଡ୍ ହେଇ ସାରିଛନ। ଆରୁ ମୁଇଁ ଏଭର ଲୋକ ଯେ ଅଖଲିଆ ଭେଁଟ୍ ପଉଥିବୁ। ଆରୁ ବି ହେମନେ ତୋର ପୁରନା ଦିନର ଚିହ୍ନାର ଜନାର -ଏ। ତମର ପଡ଼ା ହେମନକର ପଡ଼ା ଗୁଟେ ଛୁମର। ଆରୁ ଆମର ପଡ଼ା ତୋ ଆରୁଗୁଟେ ଗାଁ ବାରି -ଏ। ମଖେ ହେଲେ ତୁଇ ଦେଖିଥିବୁ କେଭେ! ପ୍ଲସ୍ ଥ୍ରି ସେକେଂଡ୍ ୟର୍ ବେଲକେ ମୋର ନାଁ ପଚାରଲୁ ଯେ କାବା ହେଇଗନି..... ଦୁଇହଜାର ଦୁଇନୁ ପ୍ଲସ୍ଟୁ ଦୁଇ ବଛର ଆରୁ ପ୍ଲସ୍ଥ୍ରି ଗୁଟେ ବଛର --- ଏନତିକରି ତିନ ବଛର ପୁରିକରି ଚିଏର ବଛର ଚାଲଲାବେଲକେ ତୁଇ ମୋର ନାଁ ନେଇଁ ଜାନବାର ତାଲି!
ମିକି ସଂଗେ ମାତର ଅଜନା ନେଇଁ ଥେଇ। ହେ ମୋର ଛ' କ୍ଲାସ ବେଲର ସାଂଗ। ବାଭନ ପଡ଼ାର ହେଲେ କେଁ ହେଲା ମଖେ ସେ ସାନ ବେଲୁନ୍ ଚିନିଛେ। ହେନତି କଲ୍ୟାଣୀ, ନୟନା ଯେତେ ସବୁ। ତୁଇ ମେହେର ପଡ଼ା ଇସ୍କୁଲନେ ପଢ଼ଲୁ ବଲି ତୁଇ ମୁଇଁ ଖୋବ ଦିନର ପଛେ ଭେଁଟ୍ ହେନୁ। ଏଭର ଇଲକର ଘର ଆଘୁନ୍ ବନିଥିଲେ ବି ତୋ ଆମର ସଂଗେ ପଢ଼ିଥିତୁ ତୁଇ, ହେତକିବେଲେ ବସ୍ତି ଭିତରେ ତମର ଘର ଥିଲାବଲି ସିନା।
ଭାସ୍କର ଭଂଜନଗର ନେ ପଢ଼ୁଥିଲା ହେଲେ କେଁ ହେଲା, ହାଇସ୍କୁଲ୍ନେ ପଢ଼ଲାବେଲକେ ତାର ବାପା ଖଡ଼ି-ଏରକେ ବଦଲି ହେଇ ଆସଲେ ବଲି ଗାଁନେ ରହିକରି ତୋର ସଂଗେ ଟ୍ୟୁସନ ପଢ଼ଲା ଗୁଟେ ସଂଗେ। ହେତିର ଲାଗି ତୁଇ ଆରୁ ହେ କେତେ ଆଘୁନ୍ ସାଂଗ ହେଇ ପାରଲ। ଥିଲା ଥିଲା ଆରୁ ଆମର ବେଲକେ ଗାର୍ଲ୍ସ ହାଇସ୍କୁଲ ବନଲା। ନେହେଲେ ତୁଇମୁଇଁ ଇ ହାଇସ୍କୁଲନେ ଏକା ପଢ଼ିଥିତୁଁ। ସୁଲୋଚନା ଦେବୀ ଗାର୍ଲ୍ସ ହାଇସ୍କୁଲର ପ୍ରଥମ ବେଚ୍ ର ସ୍ଟୁଡେଂଟ୍ ତୁଇ। ମୁଇଁ ତୋ ହେ ପୁରନା ହାଇସ୍କୁଲର ଏକା। ଆମର ବେଲକେ ଏକା ଟୁକିଲମନକେ ମନାକରିଦିଆ ହେଲା ଆରୁ ଗାର୍ଲ୍ସ ସ୍କୁଲକେ ପଠାହେଲା। ପଛେ ପଛେ ସିନା ହେତିର ପାଠ ଧିମାହେଲାକେ ଇ ଇସକୁଲ୍ ନେ ଟୁକିଲମନେ ବି ପଢ଼ଲେ ଆମେ ପଢ଼ିସାରଲାନୁ।
ମାତର ପଛେ ଜାନଲି ରେ, ତଖେ ମୁଇଁ ହାଇସ୍କୁଲ ସମିଆନେ ଦେଖିଥିନି, ତଖେ ନେଇଁ ଚିନିଥେଇ, ତୁଇ ଭାରତ ମାତା ଭେସ୍ ବାଂଧିଥିଲୁ ସ୍ପୋଟ୍ସ ବେଲେ। ପିଲାମନେ କେତେ ପ୍ରଶଂସା କରୁଥାହାନ ତୋର ସୁଂଦରକେ। ପଛେ ସୁନଲି ଯେ ହେଟା -ଏ ତୁଇ। ହେଟା -ଏ ତୁଇ। ପଛେ ପସ୍ତାନି ରେ ହେ ସମିଆନେ ତଖେ ଦେଖବାର ଥିଲା, ଚିନବାର ଥିଲା, ଜାନବାର ଥିଲା ଆରୁ ବି। ତଖେ ତୋ ସବେ ଜାନବାର ଲାଗି ଥିଲେନ୍ ରେ, ମଖେ କେନ୍ ସୋର କରେ, ମୁଇଁ ତୋ ମୋର ସୋର ନେଇଁ ରଖୁଥିଲାବେଲେ। କଲେଜ୍ ନେ ବି ତୁଇ କୁଇନ୍, ସୁଂଦରନେ ଯେନତା, ପାଠେ ବି। ସବକରନୁ ଆଘେ। ସୁନିଛେଁ, ହାଇସ୍କୁଲ୍ ନେ ବି ତୁଇ ହେନତି ଆଲଜେବ୍ରା ନେ ପଂଚସ୍ତର ମାରକ ନୁ ଚରସ୍ତର ମାର୍କ ରଖୁ। ମୁଇଁ ମାତର ତୋରନୁ ଉଲଟା, ଥାଡ଼୍କ୍ଲାସ୍, ଆରୁ ଢେପ୍ଡ଼ୋ। ମଖେ କେନ୍ ସୋର କରବା ରେ! ମଖେ କେନ୍ ଚିନବା ରେ! ମୁଇଁ ତୋ ପଦେ କାହାର ଲ ବନେକରି କଥା ନେଇଁ ହେଇ, ଦୁଇପଦ ଭାଷଣ ନେଇଁ ଦେଇ, ଖେଲକୁଦନେ ଭାଗ ନେଇଁ ନେଇ, ରଚନା ନେଇଁ ଲେଖି, ଗୀତ ନେଇଁ ଗାଇ--- କେନସି ପରକାରେ ମୋର ନାଁ ନେଇଁ ଉଠି। ତୁଇ ହେଲେ କେଁଯେ ଜାନତୁ ମଖେ ଯେ!
ଯେ.... ଦୁଇ ହଜାର ଦୁଇ ନୁ ଦୁଇ ହଜାର ସାତ ତକ୍ ପ୍ଲସ୍ଟୁ -ପ୍ଲସ୍ଥ୍ରି ଗଲା ତୋ ତୋର ସଂଗେ ପଢ଼ବାର। ତାର ପଛେ ପଛେ ଏନତିକି ତୋର ବିହାର ଆଘର ଦିନ ତକ୍ ଦୁଇ ହଜାର ଏଗାର ମସିହାନେ ତୋ ଦେଖିଛୁ ତାଲ୍ ମୋର ଚେହେରା। ଆରୁ ତୋର ଲାଗି ମୁଇଁ ଏତକି ଅଚିନ୍ହାର, ଏତକି ଅଜନାର? ଥରେ ନେଇଁସେ, ଦୁଇଥର ତିନଥର ଚିଏର ଥର ପଠାନିନା ଫ୍ରେଂଡ୍ ରିକୁଏସ୍ଟ..... ଏନତି କି ମେସେଜ୍ ବି କନିନା। ଏଭେ ଆରୁ ମେସେଜ୍ ନେଇଁ କରି ହେବାର କି ରିକୁଏସ୍ଟ ନେଇଁ କରିହେବାର।
ଗୁଟେ ଫ୍ରେଂଡ୍ ବଢ଼ିଗଲେ ତୋର ଫେସବୁକ୍ର ଆରୁ କେତେ ଉଜନ ବଢ଼ିଯିବା କି ରେ! କି ଜାନି ଜାନିକରି ତୋର ମନ ଭିତରେ ରହିଛେ ଅଲଗା ଉଦ୍ଦେଶ୍ୟ? କି ରହିଛେ ତାର ଭିତରି ରହସ୍ୟ! ତଖେ ମୋର ବାବଦେ ଅଜନା ଅସୁନା ବଲି ଭାବଲା ଭିତରେ -ଭେଲ୍ ପଢ଼ି ସାରିଛୁ ମୋର ଅସଲ ଇତିହାସ। ମୋର ଅକୁହା କୁଂଦା ମୁହୁଁନୁ -ଭେଲ୍ ସୁନି ପାରିଛୁ ବଛର ବଛର ଧରି ଗାଇ ଯଉଥିବାର ଗରାଲି ହେବାର ବିରହର ଗୀତ।
- ରାଜଶ୍ରେୟ