Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Fantasy Others

2  

Kamal Kumar Dash

Fantasy Others

କଣ୍ଢେଇ ବାହାଘର

କଣ୍ଢେଇ ବାହାଘର

2 mins
7.4K


ଖରା ଦିନ ସ୍କୁଲ ଛୁଟି ଥାଏ । ସୁମିକୁ ତା ସାଙ୍ଗ ନମୀ ତା’ ଘରକୁ ଡାକିଲା କଣ୍ଢେଇ ବାହାଘର ଖେଳ ଖେଳିବା ପାଇଁ ।

କହିଲା ତୋର ଯାହା ଖେଳଣା ଅଛି ଆଣି କି ଆସିବୁ ଆମ ଘରେ ଖେଳିବା । ତୋର ଝିଅ ଓ ମୋର ପୁଅ ।

ସୁମି ତା ଝିଅ କଣ୍ଢେଇକୁ ସଜାଇ ତା ଛୋଟ ନୂଆ ଶଗଡ଼ରେ ବସାଇ ଯାଇ ପହଁଚିଲା ନମୀ ଘରେ । ସାଙ୍ଗରେ ବାକି ଖେଳଣା ସ୍କୁଟର , ବାଜାବାଲା ଓ ରୋଷେଇ ପାଇଁ ରୋଷେଇ ସେଟ ବି ନେଇ ଯାଇଥିଲା । ଆଉ ଦି’ଜଣ ସାଙ୍ଗ ବି ଆସି ମିଶିଲେ ତାଙ୍କ ସାଥିରେ ।

ସବୁ ମିଶି ହୁଳହୁଳି ପକାଇଲେ ଓ ବୋହୂକୁ ବନ୍ଦେଇ ଘରକୁ ନେଲେ ।ତାପରେ ସବୁ ମିଶି ରୋଷେଇ କଲେ । ଜଣେ ପଣ୍ଡିତ ହୋଇ ନମୀର ପୁଅ କଣ୍ଢେଇ ସହ ସୁମିର ଝିଅ କଣ୍ଢେଇର ବାହାଘର କଲା । ବାଜାବାଲା ବାଜା ବଜାଇଲେ । ତା ପରେ ସମସ୍ତେ ବସି ମିଛିମିଛିକା ଭୋଜି ଖାଇଲେ ।ଖେଳ ସରିଲା ପରେ ସୁମି ଘରକୁ ବାହାରିଲା ଓ ତାର କଣ୍ଢେଇ ଓ ଜିନିଷ ପତ୍ର ଏକାଠି କଲା । ନମୀ କହିଲା ତୋ କଣ୍ଢେଇ ଓ ଜିନିଷ ପତ୍ର ସବୁ ଆଜିଠୁ ମୋର ପୁଅର ମାନେ ମୋର, କାରଣ ତୋ ଝିଅତ ମୋର ବୋହୁ ଓ ତୋର ସବୁ ଖେଳଣା ତାର ଯଉତୁକ,ବାହା ହେଲା ପରେ ସେ ଆଉ କୁଆଡେ ଯିବ ,ମୋ ଘରେ ହିଁ ରହିବ । ତୁ ତୋ ଘରକୁ ଯା’ । ସୁମି କାନ୍ଦିବାକୁ ଲାଗିଲା । ସବୁ ଖେଳଣା ଛାଡି ତାଙ୍କ ଘରକୁ ଗଲା ଓ ତା’ ବୁଢ଼ୀ ମା’କୁ ଡାକି ନେଇ ଆସିଲା । ବୁଢ଼ୀ ମା’ ନମୀକୁ ବୁଝାଇଲେ ମାରେ ବାହାଘର ପରେ ଝିଅ ତା’ ମା’ ପାଖକୁ ଯାଏ ତୁ ତାକୁ ଏଥର ଛାଡ଼ିଦେ’ ,ଫେରିଲେ ସେ ତୋ ଘରେ ରହିବ । ତା’ ପରେ ସୁମି ତା ଝିଅ ଓ ତା ଖେଳନା ସବୁ ଧରି ନମୀ ଘରୁଛୁ । ଘରେ ପହଁଚି କହିଲା ମା’ ମୋ ଝିଅ ମୋ ଘରେ ରହିବ ଆଉ ତାକୁ ଜମା ବାହା କରିବି ନାହିଁ କି ନମୀ ଶହ ଖେଳିବି ନାହିଁ ।


Rate this content
Log in

Similar oriya story from Fantasy