Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ramesh Patra

Others

2.7  

Ramesh Patra

Others

ଶ୍ୟାମ କୃଷ୍ଣ (ଶ୍ୟାମ ଶାସ୍ତ୍ରୀ)

ଶ୍ୟାମ କୃଷ୍ଣ (ଶ୍ୟାମ ଶାସ୍ତ୍ରୀ)

8 mins
21.6K


ଅପରାହ୍ନର ନିଶବ୍ଦତା ଅଗଣା ପଟେ ଗୋଟିକିଆ କାଉର ଡାକରେ ତୁଟିଗଲା l କାଉର କର୍କଶ ସ୍ୱରର ତାନ ନିଶବ୍ଦତାକରୁ ଭଙ୍ଗ କରିବା ପରିବର୍ତ୍ତେ ଅଧିକ ପ୍ରଗାଢ କରିଦେଲା l ମଧ୍ୟାହ୍ନର ସୂର୍ଯ୍ୟ ପଶ୍ଚିମରେ ଢଳି ପଡିଲେଣି l ଆତ୍ମ ତୃପ୍ତିରେ ପାକୁଳି କରୁଥିବା ଗାଇ, ପବନରେ ହାଲିଆ ହୋଇ ଉଡୁଥିବା କଙ୍କି, ସେମାନଙ୍କୁ ବିଷ୍ଫାରିତ ଆଖିରେ ଅନାଉଥିବା ବାଛୁରୀ, ମଧ୍ୟାହ୍ନ ଭୋଜନ ସମାପ୍ତି ପରର କ୍ଲାନ୍ତି ସବୁ ନୀରବତାରେ ମିଶି ଯାଇଥିଲେ l ଏ ସବୁ ଭିତରେ ଏକୁଟିଆ କାଉର ରାବ କ’ଣ କରିପାରିବ ?  

          ଲଳିତା ମନରେ ଭାବୁଥାଏ କାଉର ଡାକ ବି ନୀରବତାରେ ମିଶି ଗଲାଣି l ପାନ ବଟୁଆ କାଢି ନରମ ପାନ ପତ୍ରକୁ ଏପଟ ସେପଟ କରି ସଜାଡୁଥାଏ, ଆଉ ପତ୍ରର ଡେମ୍ଫରୁ ବିସ୍ତୃତ ସବୁଜିମାକୁ ନିରେଖି ଦେଖୁଥାଏ l ଏ ତ ସବୁଦିନିଆ କଥା l ତଥାପି ତା ଭିତରେ ବିସ୍ମୟ ଭାବ ଖେଳି ବୁଲୁଥାଏ l

          ଦେବୀ କାମାକ୍ଷୀଙ୍କ ତାମ୍ବୁଳ ପୁରିତ ମୁଖୀ କଣ କେବଳ ତାଙ୍କ ପାନ ପିକ ରଙ୍ଗା ପ୍ରବାଳ ରଙ୍ଗ ଓଠର ବର୍ଣ୍ଣନା ?   ପାପୁଲିରେ ତୋଳା ପାନ ପତ୍ରର ସବୁଜ ଛୁଆଁର କଣ ଆଖି ଆଉ ମନକୁ ମୁଗ୍ଧ କରେ ନାହିଁ କି ?   ଆଶ୍ଚର୍ଯ୍ୟ ହେଉଥିଲା ଲଳିତା l  “ଆଜି ସିଏ ଘରକୁ ଫେରିଲେ ଏଇ କଥା କହିବିl” ଏଇ ଭାବନାରେ ତା ମୁହଁରେ ସଲ୍ଲଜ ହସର ରେଖାଟିଏ ଫୁଟି ଉଠିଲା l ସକାଳ ପହରୁ ମନ୍ଦିରକୁ ଯାଇଥିଲେ, ଏ ପର୍ଯ୍ୟନ୍ତ ଲେଉଟି ନାହାନ୍ତି l  ପାଖ  - ପଡିଶାର ସବୁ ସ୍ତ୍ରୀ ଲୋକମାନେ ଖାଇ ସାରି ବିଶ୍ରାମ ନେଲେଣି l କିନ୍ତୁ ସେ ଏ ପର୍ଯ୍ୟନ୍ତ ଉପାସ ରହିଛି l ଏ କଥାରେ ସେ ଆଦୌ ବ୍ୟସ୍ତ ନୁହେଁ l ଏଇଟାତ ଅଭ୍ୟାସରେ ପଡିଗଲାଣି କେବେଠୁଁ l କିନ୍ତୁ ଲୋକଟାର କ’ଣ ହେଇଛି ଏମିତି  ?

କାମାକ୍ଷୀ ମନ୍ଦିରରେ କ’ଣ ସବୁ ଭୁଲି ଭଜନରେ ତନ୍ମୟ ହୋଇଯାଇଛନ୍ତି ନାଁ କାହା ଘୋଡା ଗାଡିରେ ବସି ତିରୁଭାଲୁର ସହରକୁ ଯାଇଛନ୍ତି l ସେ ଘରକୁ ଫେରିଲେ ଘଟଣା କ’ଣ ଜଣା ପଡିବ l ତାଙ୍କ ଠାରୁ ସିଧା ଉତ୍ତର ସହଜରେ ମିଳିବ ନାହିଁ l ତା ପର ଦିନ ସକାଳ ଯାଏ ଅପେକ୍ଷା କରିବାକୁ ପଡିବ l ସୁବାରୟାନକୁ ଦେବୀ ବଙ୍ଗାର କାମାକ୍ଷୀଙ୍କ ଉପରେ ରଚିତ ନୂଆ ପଂକ୍ତି ସଙ୍ଗୀତର ସ୍ୱର ସୃଷ୍ଟି କଲା ବେଳେ ଜଣାଯିବ l କାରଣ ନୂଆ ସଙ୍ଗୀତର ସ୍ୱର କରିବା ସମୟରେ ସେ ସେଇଥିରେ ହଜିଯାଆନ୍ତି l ଆଉ କୌଣସି ଘଟଣା ତାଙ୍କର ମନେ ନ ଥାଏ l ତିରୁଭାୟୁରକୁ ଯାଇଥିଲେ ଅନ୍ୟ ପ୍ରକାର ସଙ୍ଗୀତ ସ୍ୱର ସୃଷ୍ଟି ହୋଇଥାଏ l ତ୍ୟାଗରାଜଙ୍କ ଉକ୍ତି, ସରଳ ନିର୍ମଳ ସଙ୍ଗୀତର ଉଚ୍ଛ୍ୱାସ ତାଙ୍କ କଥାବାର୍ତ୍ତାରୁ ବାରି ହୋଇ ପଡିବ l ଭକ୍ତିର ଗଭୀରତା, ସୌନ୍ଦର୍ଯ୍ୟର ପରିଷ୍ଫୁଟତା ସବୁର ଫେଣ୍ଟା ଫେଣ୍ଟିରୁ ଜାତ ସ୍ୱତଃପୂର୍ତ୍ତ ସଙ୍ଗୀତର ଉଚ୍ଛ୍ୱାସର ଜଣାପଡିବ, ସେ କାମାକ୍ଷୀ ଦେବୀଙ୍କ ମନ୍ଦିରରେ ଥିଲେ ନା ବାହାରେ ଥିଲେ l ଜୀବନ ତାକୁ ଏକ କୁହେଳୀ ଭଳି ମନେ ହୁଏ l ଚିନ୍ତା ଓ କଳ୍ପନା ହୃଦୟ ଭିତରେ କଢ ଧରେ, ଛାୟାଛନ୍ନ ହୃଦୟ ଭିତରେ ଫୁଲ ଭଳି ପାଖୁଡା ମେଲାଏ, ହେଲେ ସେ ସଙ୍ଗୀତର ତନ୍ମୟତାରେ ସେ ନିଜକୁ ହଜାଇ ପାରେ ନାହିଁ , ଅନୁଭବ କରି ପାରେ ନାହିଁ l ଭାବ ଭକ୍ତିରେ ଉବୁଟୁବୁ ହୋଇ ଘର ଫେରନ୍ତା ଲୋକର ଅନୁଭୂତିକୁ ଅନୁଭବ କରି ହୁଏ ନାହିଁ l ଯଦି ଶିଳ୍ପୀମାନଙ୍କୁ ଉତ୍କୃଷ୍ଟ ଓ ନିକୃଷ୍ଟ ବର୍ଗରେ ବିଭକ୍ତ କରି ହେଉଥାଆନ୍ତା, ତାହେଲେ ଲଳିତା ନିଜକୁ କୋଉ ଶ୍ରେଣୀର ଅନ୍ତର୍ଗତ ବୋଲି ବିବେଚନା କରୁଥାଆନ୍ତା l ନିଜ ଅନ୍ତର ଭିତରର ଅପ୍ରକାଶିତ ସୌନ୍ଦର୍ଯ୍ୟ ବିଷୟରେ ଥରେ କଥା ପ୍ରସଙ୍ଗରେ କହି ପକେଇଥିଲା, “ମୁଁ ଯଦି ଏ ଭଳି ସଙ୍ଗୀତ ଗାନ କରେ କେମିତି ହେବ?”

ମୁଁ ଯାହା ଗାଉଛି କେବଳ ତୁମରି ପାଇଁ l ଗଭୀର ଦୃଷ୍ଟିରେ ତାକୁ ଅନେଇ, ତା କପାଳରେ ଆଙ୍ଗୁଳି ସ୍ପର୍ଶ କରି ଉତ୍ତର ଦେଇଥିଲେ ସିଏ lବାସ୍ତବରେ ନେତ୍ କମ୍ ଘଟେ l ମନରେ ତାକୁ ନେଇ ବହୁ ସମୟରେ ସ୍ମୃତିରେ ଏପଟ ସେପଟକୁ ହେଉଥାଏ ସବୁ l ଏ ସବୁଥିରେ ଲଳିତା ଅଭ୍ୟସ୍ତ ହୋଇ ନ ଥିଲା, ତା ଠାରୁ ଭୋକରେ ବହୁ ସମୟ ଅପେକ୍ଷା କରିବା ଅଭ୍ୟାସ ଅଧିକ ଥିଲା ତାର l

ଘର ପଛର ବାଡ ଖୋଲି କେହି ଆସୁଥିବା ଶବ୍ଦ ସେ ଶୁଣିପାରିଲା l “ଧର୍ମା-” ଆସିଛି, ତାର ବହୁତ ପ୍ରଶ୍ନର ଉତ୍ତର ଦେବାକୁ ହେବ l ମହୁମାଛିର ଦଂଶନ ଭଳି ସେ ଅନୁଭବ କଲା l ‘ଲଳିତା ତୁ ଏ ପର୍ଯ୍ୟନ୍ତ ଖିଆପିଆ କରିନୁ କି ?’ ରୋଷେଇ ଘର ଆଡେ ନଜର ପକେଇ କହିଲା l

ନାଁ – ଉତ୍ତର ଦେଲା ଲଳିତା l

କଣ ମନ୍ଦିରରୁ ଏ ପର୍ଯ୍ୟନ୍ତ ଫେରି ନାହିଁ l କଣ ନାଲ୍ଲୁ କାଳ ପାଇଁ ଅଟକି ଗଲେ କି?

ମୁଁ ଜାଣିନି l ତୁମ ଗାଁ ଆଡେ ଯାଇ ଥାଇପାରନ୍ତି l

“ତିରୁଭାୟୁରୁକୁ ? ଫେରୁ ଫେରୁ ଅଧା ରାତି ହୋଇ ଯିବ” – ଧର୍ମା କହୁଥାଏ l

“ନେତି ବି ଫେରୁ ଫେରୁ କାଲି ହୋଇ ଯାଇ ପାରେ” – ଲଳିତା କହେ l

“ସେ ଯିବା ଆଗରୁ ତୋତେ ପଦେ ହେଲେ କହି ନାହାନ୍ତି ? ”

“ନ କହିଲେ କଣ ଫରକ ପଡୁଛି ? ” ରାଗ ସୁଝେଇବା ପାଇଁ ଧର୍ମାକୁ ଏମିତି କହିଲା ଲଳିତା l

“ମୋର ଏଥିରେ କଣ ଅଛି ?   ତୁ ଏ ପର୍ଯ୍ୟନ୍ତ ନ ଖାଇ ଅପେକ୍ଷା କରିଛୁ ବୋଲି କହିଲି”

“ଆମେ ଯାହା ଖାଇଥିଲୁ ସେ ସବୁ ହଜମ ହୋଇ ଗଲାଣି l ତୁ ତ ଚୁଲ୍ଲି ଉପରେ ଖୁଦ ସବୁ ଗରମ କରି ରଖିଛୁ l ଅଧା କାନ୍ଥି ସେ ପଟରେ ଫୁଲମାଳ, ଧୂପଦାନୀ, ଦୀପ ଏ ସବୁ ତାକୁ ଅପେକ୍ଷା କରିଛନ୍ତି l ତୁ ଖାଲି ପାନପତ୍ର ଏପଟ ସେପଟ କରୁଛୁ l ” ଧର୍ମା କହୁଥାଏ l

ଲଳିତା କହିଲା,  “ମୁଁ ମୋର ସମୟ କେମିତି କାଟେ, ସେ କଥା କେହି ବୁଝନ୍ତି ନାହିଁ l ହେଲେ ତୁ କୁଆଡେ ଆସିଲୁ ?”

ଥଟ୍ଟାରେ ମୁହଁ ବୁଲେଇ ଧର୍ମାବାଇ କହିଲା, “ବର୍ଷକର ସାଇତା ତେନ୍ତୁଳି ତୋର କେମିତି ଅଛି ଦେଖିବାକୁ ଆସିଛି l” 

କିଛି କ୍ଷଣ ପାଇଁ କେହି କାହାରିକୁ କିଛି ନ କହି ଚୁପ୍ ରହିଲେ l “ଆସନ୍ତୁ କି ନ ଆସନ୍ତୁ”, ଲଳିତା
କହିଲା l ସନ୍ଧ୍ୟାରେ ଗାଇ ଦୁହିଁବା ବେଳକୁ ସେ ନ ଆସିଥିଲେ ବି ମୁଁ ଖାଇନେବି lବୁଝେଇବା ଭଳି ଲଳିତା ଏ କଥା କହିଲା l

ତୋତେ ଏବେ ଖାଇବାକୁ ହେବ l ତା ହାତ ଧରି ବସେଇ ଦେଲା ଧମ୍ମା l ଖାଇବା ପାଇଁ ବଢାବଢି ବି କରି ଦେଲା l ମୁଁ ଜାଣେ ଯଦି ତରୁ ଭାୟୁରୁରେ ସତସଙ୍ଗରେ ଲୋକ ଭିଡ ଥିବ, ସେ ସବୁ ପାଶୋରି ଯାଇଥିବ l ନିଜର ସ୍ତ୍ରୀ, ଏପରିକି ପିନ୍ଧା ଲୁଗା ବି l ତୋର ଭଲ ପାଇବା  ଓ ଧୈର୍ଯ୍ୟର ବି ଗୋଟିଏ ସୀମା ରହିବା ଦରକାର l ଖାଇବା ଆରମ୍ଭ କର l

ଲଳିତା ଖାଇ ସାରିବା ପରେ ଧମ୍ମା କଥା ଆରମ୍ଭ କଲା l ଶ୍ୟାମ କୃଷ୍ଣ ତୋର ସ୍ୱାମୀ l ହେଲେ ମୁଁ ବାହା ହୋଇ ଏଠିକୁ ତୁମ ଆଗରୁ ଛଅ ବର୍ଷ ହେଲା ଆସିଛି l ତାକୁ ପିଲା ଦିନୁଁ ଆଜି ଯାଏ ଦେଖି ଆସୁଛି l ମୁଁ ଜାଣିଛି ତା ହାତ ଧରିଥିବା ସ୍ତ୍ରୀ ଲୋକଟି କେତେ ହଇରାଣ ହେଉଥିବ l

“ଧମ୍ମା ! ତୁ କଣ ଭାବୁଛୁ ମୁଁ ଦୁଃଖରେ ଅଛି ? ମା କାମାକ୍ଷୀଙ୍କ ଦୟାରୁ ମୋର କେଉଁଥିରେ ଉଣା ନାହିଁ l ଦାଣ୍ଡରେ ଗଲାବେଳେ ଲୋକମାନେ ବହୁ ସମ୍ମାନ କରନ୍ତି l ପୁଅ ଦୁଇ ଜଣ ତାଙ୍କ ଧନ୍ଦାରେ ବ୍ୟସ୍ତ l”

“ସତ”, ତୋ କଥା ଯଦି ସତ, ତାହେଲେ ଗୀତ ପରେ ଗୀତ ସବୁରେ “ମୋତେ ରକ୍ଷାକର ଆକୁଳ ପ୍ରାର୍ଥନା, ତୁମର କଣ ମୋ ଉପରେ କରୁଣା ନାହିଁ, ଦୟା ନାହିଁ ?    ଯେମିତି  ଏଭଳି କାକୁତି ମିନତୀରେ କାମାକ୍ଷୀ ତରଳି ଯିବେ l ତାଙ୍କ ଆସ୍ଥାନ ଦୋହଲି ଯିବ l ”

“ଭକ୍ତିରେ ପାଗଳ ହେଲେ ଅତିରୁ ଇତି l ତୁ ସାବଧାନ ରହ” – ଧମ୍ମା କହି ଲାଗିଥାଏ l

ଲଳିତାର ଖାଇବା ସରିଥାଏ l

“ତୁ ତାଙ୍କୁ ବୁଝିପାରିନୁ ଧମ୍ମା l” ସେ ଆମ ଭଳି ନୁହନ୍ତି l କେବଳ ଜୀବନରେ ଖାଇ ପିଇ ପିଲା ଜନ୍ମ କରି, ସଂସାର କରି ସନ୍ତୁଷ୍ଟ ନୁହନ୍ତି l ଏସବୁ ବାଦ ଅନ୍ୟ ଏକ ପୂର୍ଣ୍ଣତା ପାଇବା ପାଇଁ ତାଙ୍କର ଆକୁଳ ଆବେଦନ, ଅନ୍ୱେଷଣ l ମୁଁ ଏ ସବୁ ବୁଝି ପାରିଛି l ହଁ , ହେଲେ ଏ ସବୁ ମୋର ବୋଧ ଶକ୍ତିର ବାହାରେ l

“ତୁ ବି ସେ ସବୁ ବୁଝିପାରିବୁ, ସଦାବେଳେ ବକର ବକର ନ ହୋଇ ଯଦି ଗୋଟିଏ ମୁହୂର୍ତ୍ତ ପାଇଁ ବୁଝିବାକୁ ଚେଷ୍ଟା କରିବୁl”

          “ବୋକି l” ତା ବାପ ତାକୁ ବହୁତ ବୁଝେଇଛି l ଏ ସଙ୍ଗୀତ ସାଧନା ଛାଡି ମନ୍ଦିରରେ ସେବା ଉପରେ ବେଶୀ ସମୟ ଦେବା ପାଇଁ l ହେଲେ, ଏ ପିଲା ବହୁତ ଜିଦ୍ ଖୋର୍ l ସଂଗୀତର ସମସ୍ତ କଳା, ‘ସଙ୍ଗୀତ ସ୍ୱାମୀ ଗାଲ’ଙ୍କ ଠାରୁ ଆୟତ୍ତ କରିଛି l ‘ସ୍ୱାମୀ ଗାଲ’, ଏହି ମନ୍ଦିରରେ ରହୁଥିବା ବେଳର ଘଟଣା l ତୋତେ ଛାଡି ସେ ଏବେ ସଙ୍ଗୀତରେ ହଜି ଯାଇଛି l ତାର ନିଶ୍ୱାସ ପ୍ରଶ୍ୱାସ ସବୁଥିରେ ସଙ୍ଗୀତ l

          ‘ମୁଁ ତ ଏମିତି ଭଲରେ ଅଛି l’ ତୁ ମୋତେ ବେଶୀ ଭଲ ପାଉଛୁ ତ ସେଥିପାଇଁ କହୁଛୁ l ଘର ପଛକୁ ହାତ ଧୋଇବାକୁ ଯିବା ବେଳେ ଧମ୍ମା ତାକୁ ପଚାରିଲା ସତ କହିବୁ ? ତୁ କେବେ ଏକଲା ଅନୁଭବ କରୁ ନାହୁଁ, ଯାହା ଆମ ଜୀବନରେ ଘଟି ନାହିଁ ? ତୋର ସବୁ ଥାଇ, ତୁ ଆଉ ତା ଭିତରେ କିଛି ଅଦେଖା ଫାଙ୍କ, ଦୁହିଁଙ୍କୁ ଅଲଗା କରି ନାହିଁ କି?         ଠିକ୍ ସେୟା ହୋଇ ନ ପାରେ l ଲୋକେ କୁହନ୍ତି, କେବେ କେବେ ରାତି ଅଧରେ ଶ୍ୟାମ କ୍ରିଷ୍ଣା ନିଦ ହଠାତ୍ ଭାଙ୍ଗିଗଲେ, ସେ କାମାକ୍ଷୀ ଆମ୍ମାଙ୍କ ସହ କଥାବାର୍ତ୍ତା କରନ୍ତି l ତୋତେ ଡର ଲାଗେ ନାହିଁ ? ତୋତେ ସେ ବହୁତ ଭଲ ପାଏ, ସନ୍ଦେହ ନାହିଁ l କିନ୍ତୁ ବେଳେ ବେଳେ ତାଙ୍କ ଉପରେ ଜଣେ କିଏ ସବାର ହୋଇଥିବା ଭଳି ଲାଗେ, ତୁ ସେ ସବୁକୁ କେମିତି ସହ୍ୟ କରୁ ?

          ହାତ ଧୋଇ ପରିଷ୍କାର କଲା ସମୟରେ ଏକୁଟିଆ କାଉର ଅପରାହ୍ନର ନିସ୍ତବ୍ଧତା ଭଙ୍ଗ କରିବାର କଥା ମନକୁ ଆସିଲା l ଧମ୍ମାର ପ୍ରଶ୍ନ ତା ହୃଦୟର ଗଭୀରତମ ଜାଗା ଭିତରେ ଜମାଟ ବାନ୍ଧିଥିବା ଅଖଣ୍ଡ ନୀରବତାକୁ ଭାଙ୍ଗିବା ଭଳି ମନେ ହେଉଥାଏ l ହୃଦୟର କେଉଁ କୋଣରେ ଛପିଥିବା ସାମାନ୍ୟ ଅନ୍ୟମନସ୍କତାକୁ ହଠାତ୍ ଆବିଷ୍କାର କରିପକେଇଥାଏ l ତୀକ୍ଷ୍ମ ପ୍ରଶ୍ନ ତାର ଗଭୀର ହୃଦୟରେ ମୂଳଦୁଆକୁ ଦୋହଲେଇ ଦେବା ପାଇଁ ଯଥେଷ୍ଟ ମନେ ହେଉଥିଲା l ଶାଢୀ ପଣତରେ ହାତ ପୋଛୁ ପୋଛୁ ଧମ୍ମା ପାଖରେ ବସିଯାଇ ତାକୁ ପଚାରିଲା, ‘ କ’ଣ ତୋର ସବୁ ପ୍ରଶ୍ନ ସରିଲା ତ ?’

          ଧମ୍ମା’ ମୋ ଭିତରେ ଥିବା ସେହି ଭୟ , ଏକଲା ପଣ, ଉପେକ୍ଷା, ଯାହା ସବୁ ତୁ କହୁଛୁ, ଏବେ ସବୁ ପଛରେ ପଡିଗଲାଣି lଏ କଥା ନୁହଁ ଯେ, ତାଙ୍କର ସ୍ୱଭାବ ସହ ମୁଁ ନିଜକୁ ସାମିଲ କରି ଦେଇଛି l ବରଂ ମୁଁ ସମ୍ପୂର୍ଣ୍ଣ ଭାବେ, ପୂର୍ଣ୍ଣ ମନ ପ୍ରାଣରେ ତାଙ୍କୁ ବୁଝି ପାରିଛି l ଭୟ ଓ ଉପେକ୍ଷା ସତରେ ଉଭେଇ ଯାଇଛି l ମାତ୍ର ମୋର ଏକଲାପଣ, ନିର୍ଜନତ୍ୱ ……… କଣ୍ଠ ପରିଷ୍କାର କରୁ କରୁ ଲଳିତା କହିଲା, “ମୁଁ ମାନୁଛି, ଏକଲା ପଣକୁ ମୁଁ ପରାଭୂତ କରି ପାରି ନାହିଁ l”

“ତୋ କଥାରେ ମୁଁ ଦୁଃଖିତ” ହେଲେ ସେ ଲୋକ ତୋ ହୃଦୟର ଏକାକୀ ଭାବ ବୁଝି ପାରିବ ନାହିଁ ?  

“ହେଲେ ସେଥିରେ ମୋର ଦୁଃଖ ନାହିଁ l ମୁଁ ଖୁସି ଓ ତୃପ୍ତ ଯେ ମୁଁ ତାଙ୍କୁ ଅପେକ୍ଷା କରି ରହିଛି, ଆଉ ତାଙ୍କ ଫେରିବା ପାଇଁ ମୋର ଅପେକ୍ଷା ମୋତେ ଏକାକୀ ରହିବା ପାଇଁ ଶକ୍ତି ଦେଇଛି l” ପାଇଛି l

          “କଣ ତ୍ୟାଗ ?”

          ଏତେ ବଡ କଥା କହ ନାହିଁ l ତୁ ତାଙ୍କର “ଯଦୁ କୂଳ କାମ୍ବୋଦୀ ସ୍ୱରାଦାଖି” ଶୁଣିଛୁ କି ନାହିଁ ” ଶୁଣିଛୁ କି ନାହିଁ ? 

          “କିଏ ନ ଶୁଣୁଛି? ଶ୍ୟାମ କୃଷ୍ଣଙ୍କର ରଚନା ତ ସବୁ ଆଡେ ସମସ୍ତେ ଶୁଣୁଛନ୍ତି l ମୁଁ ତାଙ୍କର ସମସ୍ତ ସଙ୍ଗୀତ ଶୁଣିସାରିଛି” –

          “ସେହିଭଳି ସଙ୍ଗୀତ ଅନ୍ୟ କେଉଁ ମଣିଷ କି ଦେବତାଙ୍କ ଦ୍ୱାରା ସମ୍ଭବ ହୋଇଛି କି ଆଜି ପର୍ଯ୍ୟନ୍ତ?” 

          ସେଇ ସଙ୍ଗୀତ କେବଳ ବାଙ୍ଗାରୁ କାମାକ୍ଷୀ ଠାକୁରାଣୀ ଦ୍ୱାରା ସମ୍ଭବ l ହେଲେ ତାଙ୍କର ଚିର ଯୌବନ ଏବଂ ଆଧ୍ୟାତ୍ମିକ ଭାବକୁ ମୂର୍ତ୍ତିମନ୍ତ କରି ଗଢିବା ଓ ସଙ୍ଗୀତ ରୂପରେ ପ୍ରକାଶ କରିବା କଣ ସମ୍ଭବ ଧମ୍ମା?

          ଶ୍ୟାମକୃଷ୍ଣଙ୍କୁ ତ ତୁ  ସଦାବେଳେ ସମାଲୋଚନା କରୁଛୁ l ହେଲେ ଏଭଳି ସଙ୍ଗୀତ ସାଧନା ତ କାମାକ୍ଷୀ ଦେବୀଙ୍କ ଦୟାରୁ ସମ୍ଭବ l

          ମୋର ତ ଏ ପରମ ସୌଭାଗ୍ୟ, ତାଙ୍କୁ ଅପେକ୍ଷା କରି ରହିବା ଆଉ ସେଇ ଅପେକ୍ଷା ଭିତରେ ମୋର ଏକୁଟିଆ ପଣକୁ ମୁଁ ସହ୍ୟ କରି ପାରିଛି l

          ଏମିତି ଭାଗ୍ୟ, ନାରୀ-ପୁରୁଷର ଭେଦଠୁଁ ବହୁତ ଉର୍ଦ୍ଧ୍ୱରେ, ସ୍ୱାମୀ-ସ୍ତ୍ରୀ ସମ୍ପର୍କର ଭାବକୁ ଅତିକ୍ରମ କରିସାରିଛି l ଲୁହ ଭରା ଉବୁଟୁବୁ ପଣତ କାନିରେ ଧରି ରଖିବାକୁ ଚେଷ୍ଟା କରୁ କରୁ ଲଳିତା କରି ଚାଲି ଥାଏ, ଏଇ ସ୍ୱର-ଯତି, କୀର୍ତ୍ତନ ସାରା ଦୁନିଆରେ ଲହଡି ଭଳି ମାଡିଯିବ ଓ ସମସ୍ତେ          ଏଥିରେ ଅବଗାହନ କରିବେ, ଅନ୍ତଃସତ୍ତା ପବିତ୍ର ହୋଇଯିବ, ଭକ୍ତି ସୌନ୍ଦର୍ଯ୍ୟ ଓ ପରିପୂର୍ଣ୍ଣତାରେ ଭରି ହୋଇଯିବ ଜୀବନ ସମସ୍ତଙ୍କର l

          “ତୁ କେବେ ସେ କଥା ଚିନ୍ତା କରିଛୁ ଧମ୍ମା ?”

          ଆଖିରୁ ଲୁହ ପୋଛି ମୁହଁ ଉଠେଇବା ବେଳକୁ ସେଠି ଆଉ ଧମ୍ମା ନ ଥିଲା l ସେଠି ଶ୍ୟାମ ଶାସ୍ତ୍ରୀ ଠିଆ ହୋଇଥିଲେ l ତାଙ୍କର ଶାନ୍ତ, ସୌମ୍ୟ ମୁଖମଣ୍ଡଳରେ ହସର ଛିଟା l

          ଆରେ ତୁମେ କେତେବେଳୁ ଆସିଲଣି ?

          ତୁମ ନୀରବ ଡାକରା ଶୁଣିବା ପରେ ପରେ – କହିଲେ ଶ୍ୟାମ ଶାସ୍ତ୍ରୀ l

 

 

 

(ଭକ୍ତି ଆବେଗପ୍ଲୁତ କର୍ଣ୍ଣାଟକୀ ସଙ୍ଗୀତର ତିନି ମହାରଥୀ - ଶ୍ୟାମ ଶାସ୍ତ୍ରୀ, ତ୍ୟାଗ ରାଜା ଓ ମୁଥୁ ସ୍ୱାମୀ ଦିକ୍ଷୀତାରଙ୍କ ଜୀବନୀ ଉପରେ ଆଧାରିତ ତିନୋଟି କ୍ଷୁଦ୍ରଗଳ୍ପର ପ୍ରଥମ ସ୍ତବକ l ଶ୍ରୀମତି ସୀତା ରବିଙ୍କ ମୂଳ ତାମିଲ ଲେଖାରୁ ଇଂରାଜୀ ଅନୁବାଦ କରିଛନ୍ତି, ମାଡ୍ରାସ୍ ହାଇକୋର୍ଟର ପୂର୍ବତନ ବିଚାରପତି ଶ୍ରୀମତି ପ୍ରଭା ଶ୍ରୀଦେବନ ଓ ମୁଁ ଏହାକୁ ଓଡିଆରେ ଅନୁବାଦ କରିବାକୁ ଚେଷ୍ଟା କରିଛି )

 

  • ଶ୍ୟାମା ଶାସ୍ତ୍ରୀଙ୍କ ପତ୍ନୀଙ୍କ ନାଁ ଲଳିତା ନ ଥିବା କଥା ଅନୁବାଦିକାଙ୍କ ମତ……………..


Rate this content
Log in