ଅନାବନା ଭାବନା ଖିଏ:ଚିଠି ଟିଏ
ଅନାବନା ଭାବନା ଖିଏ:ଚିଠି ଟିଏ
ଶ୍ରଦ୍ଧା ର ମିତା ନାନୀ',
ବହୁତ ଭଲ ପାଇବା ନବୁ।ଆଶା ତୁ ଈଶ୍ୱର'ଙ୍କ କରୁଣାରୁ ତୋ' ଟିକି ସଂସାର ଟିକୁ ସୁଚାରୁରୂପେ ଚଳେଇ ନଉଥିବୁ ଆଉ ଭଲରେ ଥିବୁ। ମୁଁ ବି ମୋ' ସଂସାରରେ ବ୍ୟସ୍ତ କିନ୍ତୁ ଏତେ ବ୍ୟସ୍ତ ନୁହଁ ଯେ ତୋତେ ମିସ୍ ବି କରିବିନି।ଆମ ସେ ପୁରୁଣା ସୁନ୍ଦର ଖିଆଲି ଦିନ ଗୁଡା ମନେପକେଇବିନି।
ଆଜି ବି ରୁଟି ସେକିଲା ବେଳେ ଲକ୍ଷେ ଚେଙ୍କା ଖାଏ ଲୋ',ତୁ' କହୁନି କି,"ଏ ବନ' ତୁ' କେମିତି ରୁଟି ଫୁଲାଉ ଏତେ ସୁନ୍ଦର ;ମୁଁ କାଇଁ ପାରୁନି"।
ଆଜି ବି ତରକାରୀ କଲାବେଳେ ଅଜାଣତେ ତତେ ତା'ପରେ କ'ଣ ହବ କହିହେଇଯାଏ।
ତୁ ଟା ତ ଗଧୁଣୀ' ଟା ମୋ'ଠୁଁ ଖାଲି ବର୍ଷ ୨ଟା ବଡ଼ ସିନା..!
କିନ୍ତୁ କେମିତି ତୋ'ର ସେ ପତଳା ଶରୀରରେ ମୋତେ ସାଇକେଲରେ ବୋହି ଜଗତସିଂହପୁର ରୁ ତୁମ ଘର ଯାଏଁ ନେଈପାରୁ କହ ତ.. ମୁଁ ତ ଥରେ ତତେ ପଛରେ ବସାଏନି ସାଈକେଲ୍ ର..ଆଉ କହିଲେ ର ତୋ'ଠୁ ଗାଳି ପଦେ ତଳେ ପଡେନି।
କୋଉ କାମରେ ଜଗତସିଂହପୁର ଆସିଥିଲେ,ମୋତେ ଦେଖା କରିବାକୁ ଭୁଲୁନି ତୁ।କଲେଜ୍ ସାମ୍ନା ଲେଡିଜ୍ କର୍ଣ୍ଣର୍ ରୁ ୫ ଟଙ୍କିଆ ସୋନ୍ ପାପ୍ଡି ମିଠାଟାଏ ବଢେଇ ଦେଇ ଗପିବାକୁ କହୁ ମୋତେ।ତୁ ଖା' ନାନୀ' କହିଲେ;ଗପରେ ମଜେଇ କହୁ,"ତୁ'ଖା' ମତେ କ'ଣ ମିଠା ଭଲଲାଗେ।"
ଆଜି ଇଏ' କେତେ ପ୍ରକାରର ମିଠା ଆଣି ଘରେ ଗଦାନ୍ତି ମୋତେ ଭଲ ଲାଗିବ ବୋଲି। କିନ୍ତୁ ସତରେ ଲୋ' ସେଇ ସୁଆଦ ମିଳେନା !
ପିଲାଦିନେ ଆମେ କାଳେ କେବେ ଝଗଡା କରିଥିଲେ,ତୋ'ତାତା'ଖୁଡୀ ଅଧିକା ନାଁ..ମୋ'ମାଉସୀ ମଉସା ଅଧିକା..
କିନ୍ତୁ ଝଗଡ଼ା କେବେ ଆରମ୍ଭ ହେଇ କେବେ ସରିଥିଲା ମନେ ନାହିଁ,ଖାଲି ଏତିକି ଜାଣେ;ଯିଏ ତୋ'ଖୁଡୀ ହେଇ ଯାଇଥିଲେ ଆଉ ତୋ'ଲାଗି ବହୁତ କିଛି କରୁଥିଲେ,ସେ ମୋ'ବୋଉ' ର ଅନୁପସ୍ଥିତି ରେ ମୋତେ କୋଳେଇ ଜହ୍ନ ଦେଖେଇ ମାଉସୀ'ରୁ ମା' ପାଲଟିଥିଲେ।
ମଝିମଝିରେ ତୁମ ଘରକୁ (ମାଉସୀ ଘର)ଗଲେ ସମସ୍ତ ଙ୍କ ଠୁଁ ବେଶୀ ନିଜର ଲାଗୁ ତୁ'। ଜାଣିଶୁଣି ପୋଷାକ ନନେଇ ତୋ'ପୋଷାକ ପିନ୍ଧିବାର ମଜା ନିଏ ମୁଁ। ମୁଁ ଗଲେ ତୁ' ସ୍କୁଲ କଲେଜ୍ ବେଶୀରେ ଯାଉନା, ଆଉ ଗଲେ ତୋ'ପେଟ କାମୁଡିବା କି ମୁଣ୍ଡ ବିନ୍ଧିବା ଟି ଥୟ।
ତୁ'ମୁଁ ,ନାନୀ',ଗୋପ'ଲକିନା'ଶୀତ'ସଭିଏଁ ମିଶି ପଢାଘରେ ମାଉସୀ ମଉସା ଙ୍କ ସାଙ୍ଗେ ମିଶି ଟିଭିଦେଖା ଆଉ ହସରୋଳ ରେ ଭିଜୁ।
ବହୁତ ଥର ଭାବପ୍ରବଣ ମନ ଇର୍ଷା ରେ ଭାବିପକାଏ,ତୁ ଲକିନା'ର ବଡନନା'ଙ୍କ ଝିଅ ନହେଇ ମୋ'ବଡନନା'ଙ୍କର ହେଈନଥାନ୍ତୁ..! କିନ୍ତୁ ସେମିତି ନୁହେଁ।
କେତେ ଅକୁହା କଥା ଆମେ କଥା ହେଇଚୁ କହତ ବନ୍ଧୁ ହେଇ,କେତେ ଥର ତୁ ମୋତେ କୋଳେଇନେଇଚୁ,ଭାଙ୍ଗିପଡନା କହି..
କଲେଜ୍ ପରେ,ତୋ'ବାହାଘର ପରେ ଦୂରେଇଗଲେ ଆମେ।ତୁ ତୋ ନୂଆ ସଂସାରରେ ଆଉ ମୁଁ ମାମୁଁ ଘରୁ ଯାଇ ବାବା'ମା'ଙ୍କ ପାଖେ।ହେଲେ ବି ସମ୍ପର୍କ ର ମଙ୍ଗ ଗୋଟାକ ଫୋନ୍ ଧରିଥିଲା ଆଉ ଠିକ୍ ଠିକ୍ ଦାୟିତ୍ଵ ବି ତୁଲୋଉଥିଲା।
ତୁ'ତୋ ପୁଅ ହବାର ଖୁସିଟା ବି ହସ୍ପିଟାଲ ବେଡ୍ ରୁ,ମୋ ସାଙ୍ଗେ ଏତେ ଦୂରରୁ ବାଣ୍ଟିବାକୁ ଭୁଲିନଥିଲୁ।
କିନ୍ତୁ ମୋ' ବାହାଘର ବେଳେ କିଛି ଟା ଗାଉଁଲିଆ ଫର୍ମାଲିଟି କୁ ନେଇ ବାପା' ନିମନ୍ତ୍ରି ପାରି ନଥିଲେ ତତେ।ଆଉ ଖରାପ୍ ଲାଗିଥିଲା ମତେ।ତୋ'ର ବଦଳୁଥିବା ଫୋନ୍ ନମ୍ବର୍ କୁ ମୋବାଇଲ୍ ରେ ଷ୍ଟୋର୍ କଲେ ବି ତତେ ଗୋଟେ କଲ୍ କରିପାରେନି ମୁଁ,ତୁ'କ'ଣ କହିବୁ ସେପଟୁ ବୋଲି।
ଏଇମିତି ବର୍ଷ ପରେ ବର୍ଷ ଗଡିଚାଲିଥିଲା।ଆଉ ଅକସ୍ମାତ୍ ତୋ'ଠୁଁ ଫେସ୍ ବୁକ୍ ରେ ନିମନ୍ତ୍ରଣ ଟେ ଚାଲିଆସିଲା ବନ୍ଧୁତା ର। ମୁଁ ଆଉ କି ନିଜ କୁ ରୋକେ.. କ'ଣ କ'ଣ କଥାହେଇ ତୁ ମୋତେ ନମ୍ବର୍ ମାଗି କଥାହେଇ ବର୍ଷିଗଲୁ କୋଉଦିନରୁ ବର୍ଷିନଥିବା ମେଘହେଇ।ଆଉ ମୁଁ ନୀରବୀ ଯାଇ ବର୍ଷାସ୍ନାତା ବାସ୍ନାଭରା କ୍ଷେତ ପାଲଟୁଥିଲି ଧିରେ।ତା'ପରେ ଗପିଲିଯେ ଗପିଲି ତତେ ଆଉ ପଦେ କୁହାଈନଦେଇ,ମୋ'ବୋଝ ହାଲ୍କା କରିବା ଯାଏଁ,ସତରେ ତୁ'ଟା କ'ଣ ମୋ'ଉପରେ ରାଗିପାରିବୁ..!
ଆଶା,ଏବେ ଆମେ ଫିଦିନ୍ କଥାହେବା,ସମୟ କାଢି଼ ମିଶିବା;ଆଉ ଜାହିର୍ କରିବା ଆମ ଅନ୍ତରଙ୍ଗତା ଟିକକ ଦବେଇନଦେଇ।
ଦୂରରେ ଥିଲେବି,ବର୍ଷ ବର୍ଷ ଦେଖା ନହେଲେ ବି;ତୋ'ର ମୋ'ର ସମ୍ପର୍କ କହିଦେଇପାରେ,ଭଲପାଇବା ଆଉ ବନ୍ଧୁତାର ସଂଜ୍ଞା ।
ରହିଲି, ବହୁତ ଭଲପାଇବା,ଆଉ ବେଶୀ ଲେଖିପାରିବିନି ସେଇ ଖିଆଲି କଥା ଗୁଡା଼।ଲୁହ କେତେ ଟୋପା ଚଷମା କାଚ ରେ ବାଡେଇହେଈ ସାମ୍ନାରେ ମୋର ଯବନିକା ଟାଣିଲେଣି।
(ଇତି)
ତୋ'ର ଫୁଲେଇ'