Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Inspirational

3  

Mamatamanjari Das

Inspirational

ଭିନ୍ନ ଏକ ସମ୍ପର୍କ

ଭିନ୍ନ ଏକ ସମ୍ପର୍କ

2 mins
614


ଧିରେ ଧିରେ ଆଖି ଖୋଲିବା ପାଇଁ ଚେଷ୍ଟା କରୁଥିଲେ ଅଳକା ।ଶରୀର ଟା ନିସ୍ତେଜ ଲାଗୁଥିଲା।ମୁଣ୍ଡଟା ଭାରି ଭାରି ଲାଗୁଥିଲା। ସତଚେଷ୍ଟା କରି ବି ସେ ବିଞ୍ଛଣାରୁ ଉଠିପାରୁ ନଥିଲେ ସେ ।ବାଥରୁମରୁ ବାହାରିଲା ବେଳକୁମୁଣ୍ଡଟା ବୁଲାଇ ଦେଲା ଯେ ଦୁମ୍ କରି ଖସି ପଡିଲେ ତଳେ ।

କୋଉଠି ଥିଲା ଗୋଲୁଟା ଧାଇଁ ଆସିଲା ବିଜୁଳି ବେଗରେ ,ଆଉ ଚାଟିବାକୁ ଲାଗିଲା ପାଦଠାରୁ ମଥାଯାଏ ତା'କୋମଳ ଜିଭରେ। ନିଜ ଚେଷ୍ଟାରେ ଯେତେବେଳେ ବିଫଳ ହେଲା ଅଳକାଙ୍କୁ ହୋସ୍ କୁ ଆଣିବାରେ ସେତେବେଳେ ଧାଇଁ ଗଲା ଗେଟ୍ ପାଖକୁ ସାଇ ପଡିଶା ଙ୍କୁ ଡାକିବା ଆଶାରେ । ତାର ବିକଳିଆ ଶଦ୍ଦରେ ଏକତ୍ରିତ ହୋଇଯାଇ ଥିଲେ ପଡୋଶୀ ମାନେ।ଆଉ ପାଣିଛାଟି ହୋସ୍ ନ ଆସିବାରୁ ଫୋନ୍ କରିଥିଲେ ତାଙ୍କ ଝିଅ 'ମାମା' କୁ ।କିନ୍ତୁ କାହାକୁ ଅପେକ୍ଷା ନକରି ' ଗୋଲୁ' ତାର ଚାଟି ଚାଲିଥାଏ ଅଳକାଙ୍କ ମୁହଁକୁ।ବେଳେ ବେଳେ କୁଁ କୁଁ ହୋଇ ଶୋଇ ପଡୁଥାଏ ଅଳକାଙ୍କ କୋଳରେ ।ସତେ ଯେପରି ତା'ଭାଷାରେ କହୁଥାଏ "ମାଆ ଶୀଘ୍ର ଉଠେ " ।ତାର ଏପରି ବ୍ୟାକୁଳତା ସମସ୍ତଙ୍କୁ କଷ୍ଟ ବି ଦେଉଥିଲା ।

" ଗୋଲୁ" କୌଣସି ମଣିଷ ନୁହେଁ ।ସେ ଅଳକାଙ୍କର କୁକୁର ।ହେଲେ କେହିଯଦି ତାକୁ କୁକୁର ବୋଲି କହିଦିଏ ସେ ବହୁତ ବିରକ୍ତ ହୁଅନ୍ତି। ପନ୍ଦର ଦିନର ଛୁଆ ଟିଏ ହୋଇଥିଲା ଆସିଥିଲା ଘରକୁ।ପ୍ରଥମେ ସେ ବି ତାକୁ ଦୁର୍ ଦୁର୍ କରୁଥିଲେ, ହେଲେ ମାତୃହରା ଛୁଆ ଟିକୁ ବେସିଦିନ ଦୂରେଇ ପାରିଲେନି।ପୁତ୍ରହରା ମାଆ ଟିଏ ସେ ।ଦୁଃଖ କଣ ଜାଣିଛନ୍ତି ସେ ।ଆପଣେଇ ନେଲେ ସେଇ ନୀରିହ ଛୁଆ ଟିକୁ।ନିଜର ସମସ୍ତ ସ୍ନେହ ମମତା ଦେଇ ପାଳିଲେ। ନା ଦେଲେ "ଗୋଲୁ",ଆଉ ତା ଭିତରେ ଅନୁଭବ କଲେ ନିଜ ପୁଅର ସତ୍ତା । ଖାଇବାରୁ ଶୋଇବା ଯାଏ ସବୁ ଅଳକାଙ୍କ ପାଖରେ । ଭିନ୍ନ ଏକ ସମ୍ପର୍କ ଡୋରରେ ବନ୍ଧାହୋଇଗଲା ଅଳକା ଙ୍କ ଜୀବନ ଡୋର। କୁଆଡେ ଗଲେ ଗୋଲୁ ଅନେଇ ବସିଥାଏ ଗେଟ୍ ପାଖରେ । ଆଉ ଗେଟ୍ ଖୋଲିବା କ୍ଷଣି ଚାଟି ପକାଏ ନିଜ ମାଆ ପରି।ସେଇଥିରେ ପେଟ ପୁରିଯାଏ ଅଳକା ଙ୍କର । ହଠାତ ଝିଅ "ମାମା"ର ଡାକରେ ପ୍ରକୃତିସ୍ଥ ହୋଇଗଲେ ଅଳକା ।

ଏହା ଭିତରେ ମାମା ଘରେ ପହଞ୍ଚି ସାରିଥାଏ। ତା ଆଖିରେ ଆଖିଏ ଲୁହ।ଗୋଲୁ ତାକୁ ବି ଯାଇ ଚାଟି ପକାଇଲା,ଆଉ ଲାଗୁଥିଲା ସେ ଯେପରି କହୁଛି ବ୍ୟସ୍ତ ହନି ଅପା,ମାଆ କୁ ମୁଁ ପରା ଜଗିଛି ।ପଡୋଶୀ ମାନେ କହୁଥାନ୍ତି ଆଜି ଗୋଲୁ ପାଇଁ ତୁମ ମାଆ ଅଛନ୍ତି ।ଆଉ ଅଳକା ଭାବୁଥିଲେ ସତରେ ଯେଉଁ ଗୋଲୁକୁ ମୁଁ ଦିନେ ରଖିବାକୁ ମନାକରୁଥିଲି ଆଜି ସେ ହିଁ ମୋତେ ଜଗିବସିଛି ମୋ ପୁଅ ପରି।ଆଖିରେ ଥିଲା ତାଙ୍କର ଖୁସିର ଲୁହ ଦୁଇ ଧାର ।

ମମତା ମଞ୍ଜରୀ ଦାସ,ନୂଆପଡା,ବାଲିସାହି ,କଟକ ଫୋନ୍-୯୭୭୭୪୭୩୨୭୭


Rate this content
Log in

Similar oriya story from Inspirational