Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunita Barik

Thriller Drama

5.0  

Sunita Barik

Thriller Drama

ଅଦୃଶ୍ୟ ସଂପର୍କ

ଅଦୃଶ୍ୟ ସଂପର୍କ

7 mins
396


ଝଡ ବର୍ଷାରେ ଓଦା ହୋଇ ବି ବାରମ୍ବାର ତାର ମୋବାଇଲକୁ ଦେଖୁଥିଲା। ବର୍ଷା ଯୋଗୁଁ ବୋଧ ହୁଏ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।ଭାରି ବ୍ୟସ୍ତ ଲାଗୁଚି ତାକୁ। ସଂଧ୍ୟା ହେବାକୁ ବସିଲାଣି। କିନ୍ତୁ ବର୍ଷା ଛାଡିବାର ନାଁ ଧରୁନି। ସତେ ଯେମିତି ପଣ କରିଛି ଦୀର୍ଘ ଦିନର ଅଭିଳାଷକୁ ତାର ଏଇ ଗୋଟିଏ ଦିନରେ ପୂର୍ଣ୍ଣ କରିନେବ ଆଜି।ହେଲେ ଆରତୀ କ'ଣ ଏଯାଏଁ ଅପେକ୍ଷା କରିଥିବ ତାକୁ। ନା ମୋତେ ବିଶ୍ଵାସ ଘାତକର ଆଖ୍ୟା ଦେଇ ସାରିବଣି ଏ ଭିତରେ। ଏସବୁ କଥା ଭାବିରାଜୀବର ମନ ଅସ୍ଥିର ହୋଇ ଉଠୁଥିଲା ଵାରମ୍ଵାର। ଆଜି ପ୍ରଥମଥର ପାଇଁରାଜୀବ ଯାଇଥାନ୍ତା ଆରତୀର ଘରକୁ। ଉଭୟଙ୍କର ବିବାହ ପ୍ରସ୍ତାବ ଦଵା ପାଇଁ।ହେଲେ ସେ କ'ଣ ଜାଣି ଥିଲା ଅଧା ବାଟରେ ଏ ନିଆଁ ଲଗା ବର୍ଷା ଟା ଏମିତି ଦାଉ ସାଧିବ ବୋଲି।


ନିଜ ଭାଗ୍ୟକୁ ନିଜେ ନିନ୍ଦୁ ଥିଲା ସେ। ବାପା ମାଆ ଭାଇ ଭ‌ଉଣୀ ସମସ୍ତେ ଅଛନ୍ତି ହେଲେ ସେ କାଟୁଛି ଏକ ନିଃସଙ୍ଗ ଜୀବନ। କିନ୍ତୁ ନିଷ୍ପତ୍ତି ଟା ତା ନିଜସ୍ଵ। ତାହାର କାରଣ ବି ଏମିତି ଯାହା ଭାବିଲେ ନିଜକୁ ନିଜେ ଘୃଣା କରିବା ଛଡା କିଛି ବି ଆସେନି। ଦିନ ଥିଲା ହସଖୁସିର ସଂସାର ଖୁବ୍ ସୁନ୍ଦର ଭାବରେ ଗତି କରୁଥିଲା। କିନ୍ତୁ ଏକ ଅଜଣା ଅଶାନ୍ତି ବାପା ମାଆଙ୍କ ସଂପର୍କକୁ ଭିତରେ ଭିତରେ ଫମ୍ପା କରି ଚାଲିଥିଲା। ବାପାଙ୍କର ଆର୍ଥିକ ପରିସ୍ଥିତି ସେତେ ବି ଭଲ ନ ଥିଲା। କିନ୍ତୁ ଯଥାକଷ୍ଟେ ଚଳିଯାଉଥିଲେ। କିନ୍ତୁ ମାଆଙ୍କର ଭାବନା ଥିଲା ସଂପୂର୍ଣ୍ଣ ଭିନ୍ନ।ସେ ଚାହୁଁଥିଲେ ବିଳାସ ପୂର୍ଣ୍ଣ ଜୀବନ ଶୈଳୀ। ଦୁଇ ପିଲାଙ୍କ ଅପେକ୍ଷା ସେ ନିଜ ସୁଖକୁ ବେଶି ପ୍ରାଧାନ୍ୟ ଦେଉଥିଲେ। ଯେଉଁଥି ପାଇଁ ବାପା ଓ ମାଆଙ୍କ ଭିତରେ ଏକ ଶୀତଳ ଯୁଦ୍ଧ ଅହରହ ଲାଗିରହିଥିଲା।


ସେଦିନ ବାପାଙ୍କର ସବୁ ଧୈର୍ଯ୍ୟର ସୀମା ଧୂଳିସାତ ହେଲା ଯେଉଁ ଦିନ ଘରେ କେହି ନଥିବା ଅବସ୍ଥାରେ ବାପାଙ୍କର ଜଣେ ଦୂର ସଂପର୍କିୟ ଭାଇଙ୍କ ସହ ମାଆକୁ ଅସଯଂତ ଅବସ୍ଥାରେ ଦେଖିଲେ। ପାଦତଳୁ ସତେ ଯେମିତି ମାଟି ଖସିଗଲା।ପୂରା ନିରବ।ଆଉ କିଛି ଦିନ ପରେ ସେ ଏକଥାକୁ ସହଜରେ ଗ୍ରହଣ କରି ନ ପାରି ଘର ଛାଡ଼ିକୁଆଡେ ଚାଲିଗଲେ। କାହାକୁ ବି ଜଣା ପଡିଲାନି। କିନ୍ତୁ ମାଆଙ୍କ ଆଖିରେ ବା ତାଙ୍କ ବ୍ୟବହାରରେ କୌଣସି ଅବଶୋଷ ବା ଅନୁତାପର ଲେସ ମାତ୍ର ପ୍ରତିକ୍ରିୟା ଉତ୍ପନ୍ନ ହେଲାନି। ବରଂ କିଛି ଦିନ ପରେ ସେ ବାହା ହୋଇ ଗଲେ ସେ ବ୍ୟକ୍ତିକୁ। ଯାହାଙ୍କ ପାଇଁ ହସଖୁସିର ଘରଟା ପୂରା ଛାରଖାର ହୋଇ ଯାଇଥିଲା। ଏସବୁକୁ ସହ୍ୟ କରିବା ମୋ ପାଇଁ ଅସମ୍ଭବ ଥିଲା। ସେମାନେ ଏମିତି ବ୍ୟବହାର କରୁଥିଲେ ସତେ ଯେମିତି ତାଙ୍କ ଜୀବନରେ ସବୁ ସ୍ଵାଭାବିକ ଅଛି । ଆଃ।କି ଅସହ୍ୟ ଥିଲା ସେମାନଙ୍କର ଭାବନା। ଥରେ ସାହାସ ସଞ୍ଚି ମାଆକୁ କହିଲି ମାଆ ତମେ ଏ କ'ଣ କଲ? ସତରେ କଣ ତମେ ବାପାଙ୍କୁ ଭୂଲି ଯାଇଛ। ଥରୁଟିଏ ହେଲେ କଣ ସେ ତମ‌ ମାନସପଟ୍ଟରେ ଆସନ୍ତି ନି। ମୋ କଥା ଶୁଣି ସେ ଏକରୁକ୍ଷ ଚାହାଣୀରେ ମୋତେ ଚାହିଁଲେ‌। ସତେ କି ମୁଁ ତାଙ୍କର ଜନ୍ମିତ ସନ୍ତାନ ନୁହେଁ ଏକ ଅଜଣା ମଣିଷ।ସେତିକିରେ ମୁଁ ପଛକୁ ଘୁଞ୍ଚି ଆସିଲି।ଆଉ କେଵେ ପଛକୁ ଫେରି ନ ଚାହିଁବା ପାଇଁ। ସାଥିରେ ଭ‌ଉଣୀକୁ ଵି ଧରି ଆସିବା ପାଇଁ ଭାବିଥିଲି ହେଲେ ଏତେ ବଡ ଦୁନିଆରେ ଯୋଉଠି ମୁ ନିରାଶ୍ରୟ ପ୍ରାୟ ଘୂରୁଛି ଵଢିଲା ଭ‌ଉଣୀ ଟାକୁ ସାଙ୍ଗରେ ଧରିକୁଆଡେ ବୁଲିଥାନ୍ତି।ସେଇଥିପାଇଁ ସମସ୍ତଙ୍କୁ ଛାଡି ନିଜେ ଘରୁ ଗୋଡ‌କାଢି ବାହାରି ଆସିଲି ଏଇ ସଂକଳ୍ପରେ ଯେ ଦିନେ ନା ଦିନେ ମୋ ବାପାଙ୍କୁ ଖୋଜି ଆମ ପାଖକୁ ଫେରେଇ ଆଣିବି। ଏ ଭିତରେ ଦୀର୍ଘ ବାର ବର୍ଷ ଆଖି ପିଛୁଳାକେ କଟି ଗଲାଣି। ହେଲେ ଜୀବନ ସେମିତି ଅଟକିରହିଛି। ହେଲେ ଏସଵୁ ଭାଵି କିଛି ଲାଭ ନାହିଁ। ଅଜଣାତରେ ଆଖିରୁ ଦୁଇଟୋପା ଉଷୁମ ଲୁହ ଖସିଗଲା ଆଉ ବର୍ଷାରେ ଧୋଇହୋଇଗଲା କିଛି କ୍ଷଣ ମଧ୍ୟରେ। ମୋବାଇଲର ରିଙ୍ଗରେ ପ୍ରକୃତିସ୍ଥ ହେଲାରାଜୀବ। ଆରତୀର ଫୋନ୍ ଆସିଥିଲା। ଫୋନ୍ ଟି ଉଠୋଉ ଉଠୋଉ ସେପଟୁ ଆରତୀ ଵ୍ୟସ୍ତ ବିବ୍ରତ ହୋଇ ପଚାରିଲା ତମେ ଠିକ୍ ଅଛ ତ ରାଜୀବ। ସେତେବେଳୁ ତମ ଫୋନ୍ ଟା ଲାଗୁନି ଭାରି ଡରି ଯାଇଥିଲି। ଆରତୀର ମନସ୍ଥିତି ସେ ବୁଝିପାରୁଥିଲା। ତାକୁ ସାନ୍ତ୍ଵନା ଦେଇ କହିଲା ହଁ ବାବା ମୁଁ ପୂରା ଠିକ୍ ଅଛି ତମେ ଜମା ବ୍ୟସ୍ତ ହୁଅନି। ମୁଁ କିଛି ସମୟ ମଧ୍ୟରେ ତୁମ ପାଖରେ ଯାଇ ପହଞ୍ଚିଯିଵି। ଏତିକି କହି ସେ ଫୋନ୍ ରଖିଦେଲା ଏବଂ ଦେଖିଲା‌ ଏଵେ ଆଉ ବର୍ଷା ନାହିଁ।କେବଳ ଆକାଶରେ ବିଜୁଳି ଚମକୁଛି ର‌ହିରହି।


ସେ ଆଉ ଡେରି ନକରି ଗାଡ଼ି ଷ୍ଟାର୍ଟ କଲା ଆରତୀର ଘର ଅଭିମୁଖେ। କିଛି ସମୟ ପରେ ସେ ଯାଇ ପହଞ୍ଚି ଗଲା ଆରତୀ ଦେଇଥିବା ଠିକଣାରେ। ଏ ଅନ୍ଧାରରାତିରେ ଘରଟି ପାଇବା କ'ଣ ଏତେ ସହଜ ଥିଲା। ତଥାପି ସେ ଖୋଜି ଖୋଜି ପହଞ୍ଚି ଯାଇଥିଲା ଘର ଠିକଣାରେ। ଅନ୍ଧାରରେ ସ୍ପଷ୍ଟ ଦିଶୁ ନଥାଏ ତଥାପି ସେ ଗୋଟିଏ କଡ଼କୁ ଗାଡ଼ିରଖିଦେଇ ଗେଟ୍ ଖୋଲି ଭିତରକୁ ପ୍ରବେଶ କଲା। ନିମ୍ନ ମଧ୍ୟ ବିତ୍ତ ପରିବାରର ଘର ଟି ଅନ୍ଧାରରେ ତାର ଅସ୍ଥିତ୍ଵ ଜାହିର କରୁଥିଲା।ମନ ଭିତରେ ଅନେକ ଆଶଙ୍କା ନେଇ ସେ ପହଞ୍ଚି ଯାଇଥିଲା ଘରର ମୁଖ୍ୟ ଦ୍ଵାର ପାଖରେ। ସେ କାଳ ବିଳମ୍ବ ନକରି ଦୁଆର ଠକ୍ ଠକ୍ କଲା। ଭିତରେ ଥାଇ ପ୍ରଶ୍ନ ଆସିଲା କିଏ? ବୋଧହୁଏ ଆରତୀ ପଚାରୁଥିଲା।ଏପଟୁ ଉତ୍ତର ଆସିଲା ମୁଁ ରାଜୀବ କବାଟ ଖୋଲ। ଏବେ ସଂପୂର୍ଣ୍ଣ ନିଶ୍ଚିତ ହୋଇ କବାଟ ଖୋଲିଲା ଆରତୀ। ତାକୁ ଭିତରକୁ ଡ଼ାକି ନେଇ ବସିବାକୁ କହି ଚାଲିଗଲା କିଛି ଆଣିବା ପାଇଁ। ଅନ୍ଧାର ଯୋଗୁଁ ଘର ଭିତର ଅସ୍ପଷ୍ଟ ଦିଶୁଥିଲା। କିନ୍ତୁ ସେ ବସିଥିବା ଜାଗାରେ ପାଖକୁ ପଡିଥିଵା ଖଟ ଉପରେ କେହି ଜଣେ ଶୋଇଛନ୍ତି ବୋଲି ସେ ଅନୁଭବ କରିପାରୁଥିଲା। କିଛି ସମୟ ପରେ ମହମବତୀ ଟିଏ ହାତରେ ଧରି ଆରତୀ ଆଉ ତା ପଛେ ପଛେ ତାର ବୋଉ ଆସିଗଲେ।


ମହମବତୀ ଟି ଟେବୁଲ୍ ଉପରେ ରଖି ଚାହା ଆଉ ଗରମ ଗରମ ପକୁଡ଼ି କିଛି ଖାଇବାକୁ ଅନୁରୋଧ କଲେ ଆରତୀର ବୋଉ। ତାଙ୍କ କଥାକୁ ସମ୍ମାନ ଜଣେଇ ମୁଁ ମନା କରିପାରିଲି ନି। କିନ୍ତୁ ପ୍ରଥମଥର ତାଙ୍କ ଘରକୁ ଆସିଥିବାରୁ ଭାରି ଅସହଜ ଲାଗୁଥିଲା। ତଥାପି ଅବମାନନା କରିବାଟା ବି ଉଚିତ ହବନି ଭାବି ଅଳ୍ପ କିଛି ଖାଇ ନେଲି।ଚାହା ଟିକେ ପିଇଲା ପରେ ଦେହଟା ଭାରି ଆଶ୍ବସ୍ତ ଲାଗିଲା।ଏବେ ମୁଁ ଆରତୀ ଓ ମୋ ବିଷୟରେ ବିଷଦ ଭାବରେ ଆଲୋଚନା କଲି ଏବଂ ମୋ ସହ ଅତୀତରେ ଘଟିଥିବା ଘଟଣା ସବୁକୁ ଜଣେଇଲି। କାହିଁକି ନା ଗୋଟିଏ ସଂପର୍କ ସେତେବେଳେ ସଂପୂର୍ଣ୍ଣ ହୁଏ ଯେବେ ସେଠି ବିଶ୍ୱାସ ଓ ଭଲପାଇବାର ସମର୍ପଣ ଭାବରହିଥାଏ। ମୋ କଥା ଶୁଣି ଆରତୀର ବୋଉ ମୋତେ କହିଲେ ଦେଖ ପୁଅ ତମେ ଚାହିଁ ଥିଲେ ଏକଥା ଆମ ଠାରୁ ଲୁଚେଇ ପାରିଥାନ୍ତ କିନ୍ତୁ ତମେ ସେମିତି ନକରି ଆମକୁ ସବୁ ଜଣେଇଲ। ତମ ଭଳି ପୁଅ ହିଁ ମୋ ଝିଅକୁ ଭଲ ଭାବରେ ବୁଝି ପାରିବ ଆଉ ତାକୁ ସ୍ନେହ ପ୍ରେମ ଓ ଶ୍ରଦ୍ଧାରେ ରଖିପାରିବ। ତେଣୁ ଏ ପ୍ରସ୍ତାବରେ ମୋର ଅରାଜି ହେବାର କୌଣସି କାରଣ ନାହିଁ। କିନ୍ତୁ ତମ ଭଳି ଆମ ଜୀବନରେ ମଧ୍ୟ ଏକ ଅଦୃଶ୍ୟ କାହାଣୀ ରହିଛି। ମୁଁ ତମକୁ ଅନ୍ଧାରରେ ରଖିବାକୁ ଚାହେଁ ନି। ଏ ଭିତରେ ସେ ପାଖରେ ଶୋଇ ଥିବା ଲୋକ ଜଣକ କାଶିଵାକୁ ଲାଗିଲେ। ଆରତୀ ସାଙ୍ଗେ ସାଙ୍ଗେ ଯାଇ ତାଙ୍କୁ ପାଣି ପିଏଇ ଦେଇ ତାଙ୍କ ପାଖରେ ବସିଗଲା। କ୍ଷୀଣ ଆଲୋକରେ ତାଙ୍କ ମୁହଁ ସମ୍ପୂର୍ଣ୍ଣ ଭାବେ ଦେଖିପାରିବାରେ ଅସମର୍ଥ ହେଲି। ତଥାପି ମୁଁ ତାଙ୍କୁ ସେଠାରୁ ହିଁ ପ୍ରଣାମ ଜଣେଇଲି। ଯଦିଓ ସେ ଆଶୀର୍ବାଦ କଲେ କି ନାଁ ମୁଁ ଜାଣି ପାରିଲିନି। ମୁଁ ସନ୍ତର୍ପଣରେ ପଚାରିଲି ଏ କ'ଣ ଆରତୀଙ୍କ ବାପା। ଏମିତି ଚୁପ୍ ଚାପ୍ କାହିଁକି?


ମୋ ପ୍ରଶ୍ନର ଉତ୍ତରରେ ସେ ମୋତେ କହିଲେ ଏ ହିଁ ଆମର ଅଦୃଶ୍ୟ କାହାଣୀ। ପ୍ରକୃତରେ ଏ ଆରତୀର ବାପା ନୁହଁନ୍ତି କିନ୍ତୁ ନିଜ ବାପାଙ୍କ ଠାରୁ ୟାଙ୍କୁ ଅଧିକ ଭଲପାଏ । ଦୁହିଁଙ୍କ ଭିତରେ ଏକ ଏମିତି ସଂପର୍କ ଯାହା ଆଜି ଯାଏଁ ମୋ ବୁଝିବା ବାହାରେ। ମୁଁ ଆଶ୍ଚର୍ଯ୍ୟ ହେଲି।ମୋର ହାବଭାବରୁ ଆରତୀର ବୋଉ ଜାଣି ପାରିଲା ଭଳି କଥା ଆରମ୍ଭ କଲେ ଏକ ଆକ୍ସିଡେଣ୍ଟରେ ଆରତୀର ବାପା ଆମକୁ ଏକା କରି ଚାଲିଗଲେ ଆରପାରିକୁ।

ଏକୁଟିଆ ସ୍ତ୍ରୀ ଲୋକ ଟା ବଢିଲା ଝିଅକୁ ନେଇ ଚଳିବାକୁ କେତେ ଯେ କଷ୍ଟ ସେଥିସାଙ୍ଗକୁ ସାହି ପଡିଶାଙ୍କ ଟାହିଟାପରା। ତଥାପି ମୁଁ ଭାଙ୍ଗି ନଥିଲି।ନିଜକୁ ନିଜେ ସାହାସ ସଞ୍ଚି ଘରୁ ଗୋଡ଼ କାଢି ବାହାରକୁ ଗଲି ଆଉ ବହୁତ ଖୋଜାଖୋଜି ପରେ ଗୋଟିଏ ଜାଗାରେ ମୋତେ ସୁହେଇଲା ଭଳି କାମ ଟି ଏ ପାଇଗଲି। ଏମିତି କିଛି ଦିନ ଭିତରେ ମାଆ ଝିଅ ନିଜକୁ ଯଥାସାଧ୍ୟ ଚଳିବାକୁ ଲାଗିଲୁ। ଦିନେ କାମରୁ ଫେରି ବସ୍ ପାଇଁ ଅପେକ୍ଷା କରିଥାଏ ।ଦେଖିଲି ଗୋଟିଏ ଜାଗାରେ ଅନେକ ଲୋକରୁଣ୍ଡ ହୋଇଛନ୍ତି। ବୋଧହୁଏ ଏଇ ଟିକକ ଆଗରୁ କାହାର ଦୁର୍ଘଟଣା ଘଟିଯାଇଛି। କିନ୍ତୁ କି ଅଜବ ଲୋକ ସବୁ। ଲୋକଟାକୁ ଡାକ୍ତରଖାନା ନ ନେଇ ଗହଳି କରିଛନ୍ତି।ସହିପାରିଲିନି ମୁଁ। ଲୋକ ମାନଙ୍କୁ କହି ଲୋକ ଟାକୁ ଡାକ୍ତର କାମନାରେ ଭର୍ତ୍ତି କଲି। ବହୁଦିନ ଯାଏଁ ତାଙ୍କର ଚେତା ଆସୁ ନଥାଏ। ଦିନେ ହଠାତ୍ ତାଙ୍କର ଚେତା ଫେରିଲା କିନ୍ତୁ ନିଜ ବିଷୟରେ ସବୁ ଭୂଲି ସାରିଥିଲେ ଲୋକ ଟି। ଡାକ୍ତର କହିଲେ ଠିକ୍ ରେ ଯତ୍ନ ନେଲେ ସେ ପୂର୍ବବସ୍ଥାକୁ ନିଶ୍ଚୟ ଫେରି ଆସିବେ। ଏକୁଟିଆ ଲୋକ ଟାକୁ ସେ ଜାଗାରେ କେମିତି ଛାଡି ଆସିଥାନ୍ତି ସେଥିପାଇଁ ତାଙ୍କୁ ଆମ ଘରକୁ ନେଇ ଆସିଲି। ଧିରେ ଧିରେ ସେ ସୁସ୍ଥ ହ‌ଉଥିଲେ କିନ୍ତୁ ପଛ କଥା କିଛି ପଚାରିଲେ କହୁନଥିଲେ ଅବା କହିବାକୁ ଚାହୁଁ ନ ଥିଲେ। ଏ ଯାଏଁ ସେକଥା ମୁଁ ନିଜେ ବି ଜାଣିପାରିନି।


ପାଖ ସାହି ପଡିଶା ଲୋକମାନେ ଧିରେ ଧିରେ ଆମ ସମ୍ପର୍କରେ ବିଭିନ୍ନ ପ୍ରକାରର କଥା ଉଠେଇଲେ।ଯାହା ଶୁଣିବା ମୋ ପାଇଁ ଅସହ୍ୟ ହେଉଥିଲା ଦିନକୁ ଦିନ। ଦିନେ ରାତିରେ ଆରତୀର ଏକ କଥା ଶୁଣି ମୋ ତାଳୁରୁ ତଳିପା ଯାଏ ସବୁ କିଛି ନିଶବ୍ଦ ହୋଇଗଲା। କି ଅଜବ ଜିଦ୍ ଧରିଛି ଝିଅ।କଣ ନା ବୋଉ ତମେ ସେ ଅଙ୍କଲକୁ ଗ୍ରହଣ କରିନିଅ। ମୋର କିଛି ବି ଆପତ୍ତି ନାହିଁ। ବରଂ ମୁଁ ଖୁସି ହେବି ତୁମ ଦୁହିଁଙ୍କୁ ଏକାଠି ଦେଖି। ଆଉ ଏ ଲୋକ ମାନଙ୍କୁ ବି କଡ଼ା ଜବାବ ମିଳିବା ବି ଦରକାର ନା। ବହୁତ ବୁଝେଇଲା ପରେ ବି ଆରତୀ ଵୁଝୁନଥଲା । ଶେଷରେ ବାଧ୍ୟ ହୋଇ ବିବାହ କରିବାକୁ ପଡିଲା ମୋତେ। ଖୁବ୍ ଭଲ ପାଆନ୍ତି ସେ ଆରତୀକୁ। କିଛି କରିପାରୁ ନାହାନ୍ତି ବୋଲି ମନରେ ତାଙ୍କର ଗୁଡ଼ାଏ ଅବଶୋଷ। ଏସବୁ ରାଜୀବକୁ କୋଉ ଚଳଚ୍ଚିତ୍ରର କାହାଣୀ ପରି ଲାଗୁଥିଲା। ଏ ସବୁ କହିବା ଭିତରେ ତାଙ୍କ ଆଖି ଛଳଛଳ ହୋଇ ଉଠିଥିଲା। ତାଙ୍କ ମୁହଁକୁ ଅନେଇବାର ସାହାସ ଜୁଟେଇ ପାରୁନଥିଲା ରାଜୀବ।


ଏତେ ସମୟ ଧରି କଥାବାର୍ତ୍ତାରେ ସମସ୍ତେ ଭୂଲି ଯାଇଥିଲେ ଯେ ଆଉ କିଛି ସମୟ ପରେ ମହମବତୀ ଟି ଲିଭିବାର ଯଥେଷ୍ଟ ସମ୍ଭାବନା। ତେଣୁ ଏବେ ସେମାନଙ୍କ ପାଖରୁ ବିଦାୟ ନେବାର ସମୟ ଆସିଯାଇଥିଲା।ଉଠିବାକୁ ଉଦ୍ୟତ ହେବାବେଳେ ଆରତୀର ବୋଉ ପଚାରିଲେ କଣ ହେଲା ପୁଅ କିଛି କହିଲନି ଯେ।ତମେ କଣ ଏସବୁ ଜାଣିଲା ପରେ ଆରତୀକୁ ଗ୍ରହଣ କରିପାରିଵ।ରାଜୀବ କିଛି କହିବା ପୂର୍ବରୁ ହାତ ଧରି ନେଲେ ସେ ଭଦ୍ର ବ୍ୟକ୍ତି ଜଣକ। ଥର ଥର କଣ୍ଠରେ କହିବାକୁ ଲାଗିଲେ ଦେଖ ପୁଅ ଆରତୀ ଟା ମୋର ହୀରା ଖଣ୍ଡେ। ଥରେ ଭାବ ଜଣେ ଅଜଣା ଲୋକକୁ ଯିଏ ଏତେ ସ୍ନେହ କରି ପିତୃତ୍ଵର ସୁଖ ଦେଇ ପାରିଛି ତମକୁ ତ ସେ ହୃଦୟ ଦେଇ ଭଲପାଏ। ତୁମକୁ କେତେ ଖୁସିରେ ନରଖିଵ ସତେ। ଏତକ କହିଲା ବେଳେ ଦୁଇ ଟୋପା ଲୁହ ଆସି ଖସି ପଡିଲା ରାଜୀବର ହାତ ପାପୁଲିରେ।


ଅନ୍ଧାର ଭିତରେ ସେ କୋଳାଗ୍ରତ କରିନେଲା ତାଙ୍କୁ। ସେ କୋଳର ଉଷ୍ଣତା ତାକୁ ଭାରି ଆପଣାର ଲାଗିଲା। ସତେ ଯେମିତି କାହିଁ କେଉଁ ଦିନରୁ ସେ ଖୋଜୁଥିଲା ଏ କୋଳକୁ। ଲାଗୁଥିଲା କେତେ ଥର ଏ କୋଳ ଭିତରେ ସେ ମୁହଁ ଗୁଞ୍ଜି କଟେଇଛି ଅନେକ ସମୟ। ହଠାତ୍ ଅନ୍ଧାରକୁ ଚିରି ଉଜ୍ଜ୍ୱଳ ଆଲୋକରେ ଖେଳିଗଲା ଘର। ଆଲୋକ ଭିତରେ ସେ ଦେଖିପାରୁଥଲା ବ୍ୟକ୍ତି ଜଣକୁ ସ୍ପଷ୍ଟ ଭାବରେ।ଭାରି ଚିହ୍ନା ଆଉ ଆପଣାର ଲାଗୁଥିଲା ମୁହଁ ଟି।କେବଳ ବୟସ ଟିକେ ବଢ଼ିଯାଇଛି। ଏବେ ସେ ପାଖ ଟେବୁଲ ଉପରେ ଥିବା ଫଟୋ ଟି ଏ ଉପରେ ଦୃଷ୍ଟି ନିବଦ୍ଧ କଲା।ବାର ବର୍ଷ ତଳେ ଯାହାଙ୍କୁ ଖୋଜିବାର ସଂକଳ୍ପ ନେଇ ଘରୁ ଗୋଡ଼ କାଢି ଥିଲି ଇଏ ତ ସିଏ।ମୋର ଅତି ଆପଣାର ଅତି ପ୍ରିୟ ମଣିଷ। ଅତି ଆଶ୍ଚର୍ଯ୍ୟ ହୋଇ ଚାହିଁରହିଲା ତାଙ୍କୁ।ସତରେ କ'ଣ ସେ ମୋତେ ଜାଣି ପାରୁନାହାନ୍ତି ! ମୁଁ ଯେ ତାଙ୍କର ଏକମାତ୍ର ଅଲିଅଳ ଗେହ୍ଲାପୁଅ ରାଜୀବ !



Rate this content
Log in

Similar oriya story from Thriller