Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନିଃସଙ୍ଗତା
ନିଃସଙ୍ଗତା
★★★★★

© Roja Panda

Inspirational Others

4 Minutes   15.1K    22


Content Ranking

ନିଃସଙ୍ଗତା ଜୀବନକୁ ନର୍କ କରିଦିଏ । ଜୀବନର ପ୍ରତିଟି ମୁହୁର୍ତରେ ବନ୍ଧୁଟିଏ ନିହାତି ଆବଶ୍ୟକ । ପାଖରେ କେହି ସାଙ୍ଗ ନଥିଲେ ବହୁତ ଏକୁଟିଆ ଲାଗେ । ଜୀବନଟା ବହୁତ ଭାରି ଭାରି ଲାଗେ । ନିଃସଙ୍ଗତାର ଅନୁଭୂତି କେବଳ ସେ ହିଁ ଅନୁଭବ କରିପାରିବ ଯାହାର କେହି ସାଙ୍ଗ ଦିଅନ୍ତିନାହିଁ । ଆଉ ବେଳେବେଳେ ସାଙ୍ଗ ହେଉଥିବା ଲୋକ ହିଁ ଗାତରେ ପକାଇଦେଇ ମଣିଷକୁ ଆଜୀବନ ନିଃସଙ୍ଗତାକୁ ଠେଲିଦେଇ ଚାଲିଯାଏ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ହିରଣ୍ୟ ମହାନ୍ତିର କାହାଣୀ ।

କାହାଣୀଟି ଆରମ୍ଭ ହୁଏ ଏକ ନିପଟ ମଫସଲ ଗାଁରୁ । କାହାଣୀର ମୁଖ୍ୟ ନାୟକ ହେଉଛି ସୁଦୂର ପ୍ରତାପନଗର ଗାଁର ହରି ମଉସାଙ୍କ ପୁଅ ହିରଣ୍ୟ ମହାନ୍ତି । ସେ ଖୁବ ଭଲ ପାଠପଢେ । ବିଦ୍ୟାଳୟରେ ସବୁବେଳେ ପ୍ରଥମସ୍ଥାନ ଅଧିକାର କରେ । ଖୁବ ମେଧାବୀ ଛାତ୍ର ହିରଣ୍ୟ । ଗାଁ କଲେଜରୁ ବିଜ୍ଞାନରେ ସ୍ନାତକ ସାରି ସହର ଯାଇଥିଲା ଚାକିରୀ କରିବାପାଇଁ । ଖୁବ ଭଲ ଦିପଇସା କମୋଉଥିଲା ସହରରେ । ଚାକିରିର ବର୍ଷେ ଭିତରେ ନିଜ ଗାଁରେ ଥିବା ଛପର ଘରକୁ କୋଠାରେ ପରିଣତ କରିଦେଇଥିଲା । ବାପା ,ମାଆ ତାର ଖୁସିରେ ଗାଁ ସାରା ହିରଣ୍ୟର ପ୍ରଶଂସା କରିବୁଲୁଥିଲେ । ସହରରେ କୋଉ ଗୋଟେ ବଡ କମ୍ପାନୀରେ ଚାକିରୀ କରିଥିଲା ବୋଧେ ହିରଣ୍ୟ । ମୁଁ ଯେବେ ଏଇ ଗାଁକୁ ଆସେ କେବଳ ହିରଣ୍ୟର ପ୍ରଶଂସା ଶୁଣେ ।

ପାଞ୍ଚବର୍ଷ ପରେ ଆଜି ମୁଁ ଏଇ ଗାଁକୁ ଆସିଛି । ଏଠି କିଛି ବି ବଦଳିନି । ସେଇ ନଈ,ପାହାଡ ବିଲ ,ଶଗଡ଼ ଗାଡି । ଖୁବ ଖୁସିରେ ମୁଁ ଗାଁ ଟା ସାରା ଘେରାଏ ବୁଲି ଆସିଲି । ଶେଷରେ ମୋ ଆଖି ପଡିଲା ଗାଁ ମୁଣ୍ଡ ବରଗଛ ତଳେ କିଏ ଜଣେ ବାବା ବସିଛନ୍ତି । ଚେହେରାଟି ଚିହ୍ନା ଚିହ୍ନା ଲାଗିଲା । ହାତରେ ଖଞ୍ଜଣୀ ,ଦେହରେ ପିତବସ୍ତ୍ର ,ବେକରେ ତୁଳସୀମାଳି , ମଥାରେ ତିଳକ ଚନ୍ଦନ, ମୁଖରୁ ରାମ ନାମର ମୂର୍ଚ୍ଛନା । ଆରେ ଏ ତ ହିରଣ୍ୟ । ତାର ପୁଣି ଏ କି ରୂପ ? ତା ପାଖକୁ ଯିବାକୁ ପ୍ରୟାସ କରନ୍ତେ କିଛି ଅକଥନୀୟ ଦୃଶ୍ୟ ଦେଖି ମୁଁ ଆଚମ୍ବିତ ହୋଇଗଲି । ଗାଁର କିଛି ସ୍ତ୍ରୀ ଲୋକ ସେଇ ବାଟ ଦେଇ ଯାଉଥିଲେ । ସେଠି ହିରଣ୍ୟକୁ ଦେଖି ଛି ଛି କରି ନିଜ ଲୁଗାର କାନିକୁ ମୁହଁରେ ଦେଇ ବହୁତ ଖରାପ ଶବ୍ଦ ପ୍ରୟୋଗ କରି ଚାଲିଗଲେ । ଗାଁର ବହୁତ ବୟୋଜ୍ୟେଷ୍ଠ ବ୍ୟକ୍ତି ମଧ୍ୟ ହିରଣ୍ୟ ପ୍ରତି ଠିକ ସେମିତି ବ୍ୟବହାର କରୁଥିଲେ । ମତେ ଏମିତି ଦୃଶ୍ୟ ଦେଖି ବହୁତ ଆଶ୍ଚର୍ଯ୍ୟ ଲାଗିଲା । ଈଶ୍ୱରଙ୍କ ନାମ କୀର୍ତ୍ତନ କରୁଥିବା ବ୍ୟକ୍ତିକୁ ଗାଁ ଲୋକମାନେ ଏମିତି ବ୍ୟବହାର କରୁଥିବାର ଦେଖି ମୁଁ ସ୍ଥାଣୁ ପାଲଟିଗଲି । ସତେ ଯେମିତି ହିରଣ୍ୟ ଏକ ଅଛୁଆଁ ମଣିଷ । ଓଃ ଏମିତି ବ୍ୟବହାରରେ କେତେ ନିଃସଙ୍ଗତା ଅନୁଭବ ହେଉନଥିବ ହିରଣ୍ୟକୁ । କିଛିକ୍ଷଣ ଚିନ୍ତାକରି ତା ପାଖକୁ ଗଲି । ତାକୁ ପଚାରି ତାର ବିଗତ ଜୀବନ ବିଷୟରେ ଯାହା ଶୁଣିଲି ବହୁତ ଖରାପ ଲାଗିଲା । କି ନିଷ୍ଠୁର ସତ୍ୟ । ଏଇ ପାଞ୍ଚବର୍ଷ ଭିତରେ ତା ଜିବନରେ ଘଟିଯାଇଥିବା ସବୁ ଘଟଣା ଦୁର୍ଘଟଣା ସେ କହିବା ଆରମ୍ଭ କଲା ।

ସେ ନୂଆ କରି ସହରକୁ ଯାଇଥିଲା ଚାକିରୀ ଖୋଜିବାପାଇଁ । ମନରେ ଅସୁମାରୀ ଆଶା । ସେଠି ଯାଇ ବହୁତ ଖୋଜାଖୋଜି କଲା ହେଲେ ତାକୁ ଚାକିରୀ ମିଳିଲାନାହିଁ । ଶେଷରେ ବୁଲିବୁଲି ସେ ଏକ ପିଲାକୁ ଭେଟିଲା । ଧୀରେ ଧୀରେ ତା ସହିତ ହିରଣ୍ୟର ବନ୍ଧୁତା ବଢ଼ିଲା । ଦିନେ ସେ ପିଲା ଆସି ହିରଣ୍ୟକୁ ଏକ ମାର୍କେଟକୁ ନେଇଗଲା । ସେତେବେଳେ ସନ୍ଧ୍ୟା ହେଇସାରିଥିଲା । ବନ୍ଧୁ କଥାକୁ କାଟିନପାରି ହିରଣ୍ୟ ସେ ପିଲା ସହିତ ବଜ଼ାରକୁ ଗଲା । ସେଠି ଦେଖିଲା ସେ ପିଲା ତା ବ୍ୟାଗରୁ ନାଲି ରିବନ ଗୋଟେ କାଢି ନିଜ ହାତରେ ବାନ୍ଧିଲା ଓ ରାସ୍ତା କଡରେ ଠିଆ ହେଇଗଲା । ପ୍ରଥମେ ହିରଣ୍ୟ କିଛି ବୁଝିପାରିଲାନାହିଁ । ବନ୍ଧୁକୁ ପଚାରିବାପାଇଁ ପ୍ରୟାସ କରନ୍ତେ ସଂଗେ ସଂଗେ ଏକ ଧଳା କାର ଆସି ସେ ପିଲା ନିକଟରେ ପହଁଚିଲା ଓ କାର ଭିତରୁ ଜଣେ ସ୍ତ୍ରୀ ଲୋକ ଟଙ୍କା ବିଡାଟିଏ ସେ ପିଲା ଉପରକୁ ଫିଙ୍ଗି ତାକୁ କାରରେ ବସେଇ ନିଜ ଘରକୁ ନେଇଗଲେ । ତା ପରଦିନ ହିରଣ୍ୟ ନିଜ ବନ୍ଧୁକୁ ଗତ କାଲିର ଘଟଣା ବିଷୟରେ ପଚାରିବାରୁ ବନ୍ଧୁଟି ସହଜରେ ଟଙ୍କା ରୋଜଗାରର ମାଧ୍ୟମ ବତେଇଦେଲା । ହିରଣ୍ୟ ଲୋଭରେ ପଡି ସେଦିନ ସନ୍ଧ୍ୟାରେ ଏକ ନାଲି ରିବନ ହାତରେ ବାନ୍ଧି ରାସ୍ତା କଡରେ ଠିଆ ହେଇଗଲା । ସେଦିନ ତା ନିକଟକୁ ମଧ୍ୟ ପୂର୍ବ ରାତି ପରି ଏକ କାର ଅସି ଲାଗିଲା ଏବଂ ହିରଣ୍ୟ ଉପରକୁ ଦଶ ହଜାର ଟଙ୍କା ପକାଇ ତାକୁ ଗାଡ଼ିରେ ବସାଇ ନେଇଗଲେ ରାଜଧାନୀର ଜଣେ ସଂମ୍ଭ୍ରାନ୍ତ ଘରର ମହିଳା । ହିରଣ୍ୟ ଯାଇ ସେହି ମହିଳାଙ୍କ ଘରେ ପହଁଚିଲା । ସେଠି ମହିଳା ଜଣଙ୍କ ତା ସହିତ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କଲେ । ହିରଣ୍ୟ ପ୍ରଥମେ ମହିଳା ଜଣଙ୍କୁ ବାରଣ କରୁଥିଲେ କିନ୍ତୁ ଯବାନ ବୟସର ପାଦଦେଶରେ ନାରୀର ଆକର୍ଷଣ ସ୍ୱାଭାବିକ । ତା ସହିତ ଏତେ ସହଜରେ ଏତେ ଗୁଡ଼ାଏ ଟଙ୍କା । ଯବାନ ବୟସରେ ଦୁଇ ଦୁଇଟା ଅଭାବ ପୁରଣ ହେଇଗଲେ ଜଣେ ପୁଅର ଆଉ କଣ ବା ଲୋଡ଼ା । ହିରଣ୍ୟ ଟଙ୍କା ଉପାର୍ଜନର ସହଜ ମାର୍ଗଟିଏ ପାଇଗଲା । ତା ସହିତ ନୂଆ ନୂଆ ନାରୀ ମାନଙ୍କ ପ୍ରୀତିଭରା ଆକର୍ଷଣ । ସେ ଖୁସିରେ ପାଗଳ ହେଇଗଲା । ଏମିତି ବ୍ୟବସାୟ କରି ସେ ନିଜ ଘରକୁ ମୁଠା ମୁଠା ଟଙ୍କା ପଠୋଉଥିଲା । ଗାଁ ରେ ସମସ୍ତେ ଭାବୁଥିଲେ ଯେ ହିରଣ୍ୟ ସହରରେ ବହୁତ ବଡ ଚାକିରୀ କରିଛି । କେହି ହେଲେ ଜାଣିନଥିଲେ ଯେ ହିରଣ୍ୟ ରାଜଧାନୀର କୋଟିପତି ଘରର ମହିଳା ମାନଙ୍କ ଦେହର ଭୋକ ମେଣ୍ଟାଉଥିଲା । ଏମିତି ଦେହ ବ୍ୟବସାୟ କରି କରି ହିରଣ୍ୟକୁ ଭୟଙ୍କର ଏଡ଼ସ ରୋଗ ହେଇଯାଇଥିଲା । ସେ ଏବେ ଏଡ଼ସ ରୋଗରେ ପୀଡିତ । ସେଦିନ ହିରଣ୍ୟର ବନ୍ଧୁ ସିନା ହିରଣ୍ୟକୁ ସହଜରେ ରୋଜଗାର କରିବାର ବାଟ ଦେଖେଇଦେଲା କିନ୍ତୁ ଏଡ଼ସ ଭଳି ଭୟଙ୍କର ରୋଗରୁ ବଞ୍ଚିବାର ବାଟଟା ଦେଖେଇନଥିଲା । ହିରଣ୍ୟର ରୋଗ ପାଇଁ ହିରଣ୍ୟ ଆଜି ନିଃସଙ୍ଗ । ତାକୁ ସମସ୍ତେ ଘୃଣା କରୁଛନ୍ତି । ସେ ଏବେ ଏକାକୀ ଜୀବନ କାଟୁଛି । ନିଜ ଅତୀତର ଭୁଲ ପାଇଁ ସେ ଆଜି ଅନୁତପ୍ତ । ମୁକ୍ତି ପାଇଁ ଈଶ୍ୱରଙ୍କ ଦ୍ୱାରସ୍ଥ ସେ ଆଜି । ଏମିତି କିଛି ଘଟଣା ମଣିଷକୁ ପୁରାପୁରି ନିଃସଙ୍ଗତା ଭିତରକୁ ଟାଣିନିଏ । ଏହି ନିଃସଙ୍ଗତା ଭିତରେ ହିରଣ୍ୟ ଆଜି ଅଣନିଶ୍ୱାସୀ ।

ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର, ମଧୁପାଟଣା କଟକ-753010

ନର୍କ ହିରଣ୍ୟ ନାଲି ରିବନ

Rate the content


Originality
Flow
Language
Cover design

Comments

Post

Some text some message..