Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dibyajyoti Mohanty

Romance Tragedy

2  

Dibyajyoti Mohanty

Romance Tragedy

ପୁରୁଣା ପ୍ରେମିକା

ପୁରୁଣା ପ୍ରେମିକା

2 mins
7.1K


ସକାଳ ହେବାକୁ ଆଉ ଘଡିଏ କି ଦୁଇ ଘଡି ବାକି ଥାଏ । ହଠାତ୍ ନିଦ ଭାଙ୍ଗିଗଲା ସ୍ୱପ୍ନାର । ତା ନିଦ ଭାଙ୍ଗିଯିବାର କାରଣ ଥିଲା ସେ କଡ ଲେଉଟାଇଲା ବେଳକୁ ବିଛଣାରେ ସାଗର ନଥିଲା । ତା ମନର ମଣିଷ, ପ୍ରିୟତମ ପୁରୁଷ ସାତ ଜନମର ସାଥୀ ସାଗର ଏ ଅସମୟଟାରେ କୁଆଡେ ଗଲେ ? କ’ଣ ଆଉ ବାଥରୁମ୍ ଯାଇଛନ୍ତି କି ? ହେଲେ ବାଥ୍ରୁମର ଲାଇଟ ତ ଅଫ ଅଛି ତେବେ ଗଲେ କୁଆଡେ । ଘରଟା ସାରା ସେ ଖୋଜି ଆସିଲା ମାତ୍ର କେଉଁଠି ନଥିଲା ସାଗର । ଶେଷରେ ବାଲକୋନୀକୁ ଗଲାବେଳେ ଦେଖିଲା ସେଠାରେ ପଡିଥିବା ଚୌକି ଉପରେ ବସି ସାଗର ସିଗାରେଟ୍ ମନ୍ଦ ମନ୍ଦ ଧୂଆଁ ଭିତରେ ନିଜକୁ ହଜାଇ ଦେଇଛି । ଦୂର ଦିଗନ୍ତ ବ୍ୟାପି ଅସମାହିତ ଆକାଶର ଧୂସରିତ ବକ୍ଷକୁ ଚାହିଁ କ’ଣ ସବୁ ଭାବୁଛି... ଆରେ ପୁରୁଣା ପ୍ରେମିକାକୁ ସ୍ୱପ୍ନ ଦେଖିଲ ନା କ’ଣ ? ଏମିତି ଧଡ ପଡ ହୋଇ ଉଠିଆସି ଏଠାରେ ବସି ସିଗାରେଟ୍ ଟାଣୁଛ ଯେ... । ଏହା କହି ସ୍ୱପ୍ନା ସାଗର କୋଳରେ ଯାଇ ବସି ପଡିଲା । ତା ହାତରୁ ନିଆଁର କବଳରୁ ବଳିପଡିଥିବା ଅଧା ପୋଡା ସିଗାରେଟକୁ ଫୋପାଡି ଦେଇ କହିଲା କ’ଣ ଯେ ପାଖରେ ଏମିତି ଗୋଟିଏ ସୁନ୍ଦରୀ ସ୍ତ୍ରୀ ବସିଛି ଆଉ ତୁମେ ସିଗାରେଟକୁ ପ୍ରେମ କରି ପୁରୁଣା ପ୍ରେମିକା କଥା ଭାବୁଛ । ସାଗର ମଥାରେ ଗୋଟିଏ ଚୁମ୍ବନ ଦେଇ ତା କେଶ ରାଜି ସହ ଖେଳିବାକୁ ଲାଗିଲା ସ୍ୱପ୍ନା । ସମୁଦ୍ର ପଟୁ ବହି ଆସୁଥିବା ଶୀତଳ ପବନ ସାଗରର ଦେହରେ ଘସିହୋଇ କେମିତି ଗୋଟିଏ ଶିହରଣ ଖେଳାଇ ଦେଉଥିଲା ସେପଟେ ସ୍ୱପ୍ନା ବି ତାକୁ ପ୍ରେମର ପରଷରେ ବାନ୍ଧି ନିଜ ବାହୁ ବନ୍ଧନରେ ଆଚ୍ଛାଦିତ କରିସାରିଥିଲା । ତା ଦେହ ସାରା ଆଙ୍କି ଦେଉଥିଲା ମିଠା ମିଠା ଚୁମ୍ବନର ଗୋଲାପି ଚିତ୍ର ସବୁ । ପ୍ରେମର ବର୍ଷାରେ ଭିଜାଇ ତା ଦେହକୁ ବାରମ୍ବାର ଥରାଇ ଦେଉଥିଲା । ମାତ୍ର ଏତେ ସବୁ ଘଟଣା ତାକୁ ପ୍ରକୃତିସ୍ଥିତ କରାଇପାରୁନଥିଲା । ଅତୀତର ଆଭାରେ ଜଳି ପୋଡି ଯାଇଥିବା ତା ପ୍ରେମ ଆଉ ଗତକାଲି ଖବର କାଗଜରେ ପଢିଥିବା ସେ ଖବର ତାକୁ ଯେପରି ଭିତରେ ଭିତରେ ଖୁବ୍ ବ୍ୟତିବ୍ୟସ୍ତ କରିପକାଉଥିଲେ । ଗତକାଲି ଖବର କାଗଜ ପଢିବାବେଳେ ତା ଆଖିରେ ଗୋଟିଏ ଖବର ପଡିଥିଲା ଯେଉଁଥିରେ ଲେଖାଥିଲା ସଡକ ଦୁର୍ଘଟଣାରେ ଜଣେ ମହିଳା ପ୍ରାଣ ହରାଇଛନ୍ତି । ଆଉ ସେ ମହିଳା ଜଣକଙ୍କ ନାମ ଥିଲା ସଙ୍ଗୀତା । ସବୁଠୁ ବଡ କଥା ଥିଲା ସିଏ ଥିଲା ସେହି ସଙ୍ଗୀତା ଯାହାକୁ ଦୁନେ ସାଗର ତା ନିଜଠୁ ବି ଅଧିକ ଭଲପାଇଥିଲା । ଅଥବା ଏଇ କିଛି ସମୟ ଆଗରୁ ସ୍ୱପ୍ନାର କହିବା ଅନୁସାରେ ସାଗରର ପୁରୁଣା ପ୍ରେମିକା ।

ଦିବ୍ୟଜ୍ୟୋତି ମହାନ୍ତି


Rate this content
Log in

Similar oriya story from Romance