Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samikshya Rana

Others

2.5  

Samikshya Rana

Others

ସଂପର୍କ

ସଂପର୍କ

1 min
565


ବିବାହର ନୂଆ ସଂପର୍କ ରେ ଆତ୍ମ ବିଭୋର କି ସୁନେଲି ଭାବନା ରେ ବୁଡି ନ ଥିଲା ସେ। ତଥାପି ନୂଆ ସଂପର୍କ ଜାଲ ରେ ଛଂଦି ହୋଇ ଅନେକ କିଛି ପାଇଥିଲା। ଭୁଲିଯାଇଥିଲା ଯେ ସେ ସବୁ ଖୁସି କେବଲ ତାକୁ ସଂସାର ଜଂଜାଲ ରେ ବାନ୍ଧିବାର ପ୍ରାରମ୍ଭିକ ପ୍ରଚେଷ୍ଟା। ଭଲ ପାଇବା ଆଉ ଆଦର ଲେସା ଏକ ଶକ୍ତ ପଥର ହୃଦୟ ର ଛଳନା।

ସତରେ ଆଜି ସେ ଏକ୍ଦମ୍ ନିଶ୍ଚିତ ଯେ ଘଡି ର ତାଲ ରେ ସମୟ ଗଡି ଚାଲେ ଆଉ ତା ସହ ଧୋଇ ନିଏ ସଂପର୍କ ର ଉଜ୍ଜଳତା। ମନରେ ଆସେ ବୋଧେ ଏଇ ଦୁନିଆ ରେ ଭଗବାନ୍ ମନଟାକୁ ହି ବେଶୀ ନରମ କରି ଗଢିଛନ୍ତି, ସେଥିପାଇଁ କେତେ ସହଜରେ ତାକୁ ଆଘାତ କରିହୁଏ, ତାକୁ ଭାଂଗି ଦେଇହୁଏ। ଏତେସବୁ ଭାବିସାରିବା ପରେ ସେ ବାସ୍ତବତାକୁ ଫେରିବାକୁ ଚାହୁଁଥିଲା ଆଉ ମନର ସମସ୍ତ କୋମଳତାକୁ ଭୁଲି କଠୋରତା କୁ କୋଲେଇବାକୁ ବ୍ୟଗ୍ର ହେଉଥିଲା। ସେ ବି ଏବେ ସମୟ ସହ ସମ୍ପର୍କ କୁ ବଦଲେଇବ... ହଁ ନିଶ୍ଚିତ ବଦଲେଇବ।


Rate this content
Log in