Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

कार्त्तिक सेठी

Others

2  

कार्त्तिक सेठी

Others

ସୁଭଦ୍ରା ଖୁଡ଼ୀ

ସୁଭଦ୍ରା ଖୁଡ଼ୀ

3 mins
407


ଘନଶ୍ୟାମ ତା' ପିଉସୀ ଘରକୁ ଯାଇଥିଲା । ମୋବାଇଲ୍ ଦେଖୁ ଦେଖୁ ଟିକେ ଅନ୍ୟ ମନସ୍କ ହୋଇଯାଇଥିଲା । ଇତି ମଧ୍ୟରେ ତା' ପିଉସୀ ଝିଅ ଡଲି ଟେବୁଲ ଉପରେ କିଛି ଖାଇବାକୁ ଦେଲା । -କିରେ କ'ଣ କିରେ ଡଲି,ଜେଲାବି ନା କ'ଣ ? -ହଁ,ଭାଇ -ଥଣ୍ଡା ହୋଇଯାଇଛି , କେତେବେଳେ ତିଆରି ହୋଇଥିଲା କି ? -ଗତକାଲି ସନ୍ଧ୍ୟାରେ -ଛି..ଛି ,ଏ ମୋତେ ଟିକେ ଆଗରୁ କହିଥାନ୍ତୁ ଭଲା ।ଖାଇ ନ ଥାନ୍ତି -ଫ୍ରିଜ୍ ରେ ନ ଥିଲା କି ହୁଣ୍ଡୀ !! -ନାଇଁ ,ଭାଇ -ତାହେଲେ ମୋତେ ଦେଉଥିଲୁ କାହିଁକି ରେ ଆଲୋ ,ବାସି ଖାଦ୍ୟ ପଦାର୍ଥ ଫିଙ୍ଗି ଦେବୁ ।କାହାରି କୁ ବି ଦେବୁନି -ଆଜ୍ଞା, ଘନ ଭାଇ -କ'ଣ କହିବିରେ ତୋତେ ମୁଁ, ଲୋଭ ରେ ଦୁଇ ଚାରି ପିସ୍ ତ ଚୋବେଇ ଦେଇ ସାରିଲଣି ।ହେଉ ରଖ ୟାକୁ । ବଳକା ତକ ଫିଙ୍ଗି ଦେବୁ ।କାହାରିକୁ ବି ଦେବୁନୁ -ଭାଇ ଇତି ମଧ୍ୟରେ ମୋବାଇଲ୍ ରିଂ ହେଲା ଘନଶ୍ୟାମ ର । ସେପଟୁ ତା ଖୁଡ଼ୀ ଡାକୁଥିଲେ ଶୀଘ୍ର ଆସିବା ପାଇଁ କହୁଥିଲେ । ଘନଶ୍ୟାମ ପାଞ୍ଚବର୍ଷ ର ହୋଇଥିଲା ବେଳେ ତା ମାଆ'ତାକୁ ଇହଧାମ ଛାଡ଼ି ଚାଲିଯାଇଥିଲେ ।ପିଲାଟି ଦିନରୁ ମା'ଛେଉଣ୍ଡ ସେ ।ତା'ଖୁଡ଼ୀ ତାକୁ ଲାଳନପାଳନ କରି ଆସୁଅଛନ୍ତି ।ବାପା ସାଉଦୀ ଆରବ ରେ କାମ କରନ୍ତି । ଦୁଇ ତିନି ବର୍ଷ କୁ ଥରେ ଆସନ୍ତି । ପିଉସୀ ଙ୍କ ଘର ଠାରୁ ଅଟୋରେ ଗଲେ କୋଡ଼ିଏ ମିନିଟ୍ ର ରାସ୍ତା ଘନଶ୍ୟାମ ର ଘର ପାଖକୁ । ଖୁଡ଼ୀ ଙ୍କର ଫୋନ୍ ଆସିଲା ପରେ ଶୀଘ୍ର ଫେରିଗଲା ଘନଶ୍ୟାମ ।ଅଟୋ ରେ ଫେରୁ ଫେରୁ ଖୁଡ଼ୀ ଙ୍କର ଦେହ କିଛି ଖରାପ ହେଲା ନା କ'ଣ ଭାବି ଚାଲିଥିଲା ଘନଶ୍ୟାମ । ନା ନା ସବୁ ଠିକ୍ ଥିବ ମ ।ମୁଁ କାହିଁକି ଇଆଡୁ ସିଆଡୁ ଭାବି ଚାଲିଛି ! ଖୁଡ଼ୀ ମୋ ଦେହ ଟିକେ କିଛି ହେଲେ ଛାନିଆ ହୋଇଯାଆନ୍ତି ତ ! ସେଇ ସେନେହ ର ଡୋରୀ ... ଏଇତ ପାଣି ଟାଙ୍କି ଆସିଗଲା ।ଏଇଟି ରଖିବି ଭାଇ .. (ଅଟୋ ବାଲା ଗାଡ଼ି ରୋକିଦେଲା ଏତିକି କହି ) -ହଁ ,ଭାଇ । ଓହ୍ଲାଇ ପଡ଼ି ..ପଇସା ନିଅ ଭାଇ ୧୨ ଟଙ୍କା ବଢେଇ ଦେଲା । ଅଟୋବାଲା ଖୁସି ହୋଇଗଲା । ଲୋକଟା ବହୁତ ଭଲ । ପାଉଣା ଦେବାରେ ହିଚ୍ କିଚ୍ ନାହିଁ । ଅଟୋଷ୍ଟାଣ୍ଡ ଠାରୁ ଅଧ କିଲୋମିଟର ବି ନୁହଁ , ଘନଶ୍ୟାମ ର ଘର । ଚାଲି ଚାଲି ଯାଉଥିଲା ବେଳେ ଦେହ ଟା କେମିତି ଶୀତୁଆ ଶୀତୁଆ ଲାଗୁଥିଲା ।ଆସନ୍ନ ଜ୍ଵର ର ହାବ ଭାବ ପରିକା । -ଆରେ ,ଏଇଠି ଅଗଣାରେ ବସିଛ ନା ଖୁଡ଼ୀ !!! (ଘର ସମ୍ମୁଖରେ ଥିବା ଅଗଣା ରେ ଖୁଡୀ ଙ୍କୁ ଦେଖି ) -ତୋରି ବାଟ ଚାହିଁ ବସିଚି ରେ ଘନ !!! ସ୍ନେହ ବାତୁଳୀ ଟିଏ ଏଇ ସୁଭଦ୍ରା ଖୁଡ଼ୀ ।ଟିକିଏ ନିଜଠାରୁ ଅନ୍ତର ହୋଇଲେ ତାକୁ ଭୋକ ବି ହୁଏନି ,ନିଦ ବି ହୁଏନି । ସନ୍ତାନ ସୁଖ ତା'ର ଏଇ ଘନଶ୍ୟାମ ଠାରେ ... ନିଜର ପିଲାପିଲି କିଛି ନ ହେବା ପରେ ଏଇ ଘନିଆ ହିଁ ସବୁ କିଛି ତା'ର.. -କିରେ ସେଇଠି ଵସି ପଡ଼ିଲୁ କାହିଁକି ? ତୋ' ଦିହ ଭଲ ଅଛି ଟି ? -ଜମା ଭଲ ଲାଗୁନି ଖୁଡୀ ,ଦେହ ଟା ଶୀତୁଆ ଶୀତୁଆ ଲାଗୁଛି ଜ୍ଵର ଆସିବ କି କେଜାଣି -କାହିଁକି , କ'ଣ ଖାଇଲୁ କିରେ -ବାସି ଜେଲାବି ଖାଇଥିଲି ଦୁଇ ତିନି ପିସ୍ ,ଖୁଡ଼ୀ -କେତେ ଥର ମନା କରିଛି ତୋତେ !!ତୁ କ'ଣ ଶୁଣୁଚୁ ହେଉ ଚାଲ୍ ,ଘର ଭିତରକୁ ଚାଲ୍ ଏହାକହି ସୁଭଦ୍ରା ଖୁଡ଼ୀ ଘନଶ୍ୟାମ କୁ ଘର ଭିତରକୁ ଝଟ୍ କରି ନେଇଗଲେ । ବେଞ୍ଚ୍ ଉପରେ ବସାଇ ଦେଇ ଘର ଭିତରକୁ ଚାଲିଗଲେ । କିଛି ପାଣି କୁ ଅଳ୍ପ ଟିକିଏ ଗରମ କରି ଆଣିଲେ । ଉଷୁମ ପାଣିରେ ଘରେ ପେଷାଯାଇଥିବା ହଳଦୀ ଗୁଣ୍ଡ ଏକ ଚାମଚ ପକେଇ ଘୁଣ୍ଟିଦେଲେ । ଅଧ ଗିଲାସ ହଳଦୀ ମିଶା ପାଣି କୁ ପିଆଇ ଦେଲେ ।ମୁଣ୍ଡ ଆଉଁସି ଦେଇ ...ତୋର କିଛି ହେବନି ବାବା' ସତକୁ ସତ ,କିଛି ସମୟ ପରେ ଘନିଆ ର ଆସନ୍ନ ଜ୍ଵର କୁଆଡ଼େ ଉଭେଇ ଗଲା । ଘନିଆ ସ୍ନେହମୟୀ ଖୁଡ଼ୀଙ୍କ କୋଳରେ ମୁଣ୍ଡ ଗୁଞ୍ଜି ଶୋଇ ପଡ଼ିଲା ।ମୁଣ୍ଡ ଆଉଁସି ଦେଉ ଦେଉ ସୁଭଦ୍ରା ଖୁଡ଼ୀ ଘରେ ଟଙ୍ଗା ଯାଇଥିବା "କୃଷ୍ଣ ଯଶୋମତୀ"ଙ୍କ ଫଟୋ ଦେଖୁଥିଲେ । ଆଖିରୁ ଦୁଇ ଟୋପା ଲୁହ ଗଡି ପଡୁଥିଲା ହେଲେ ସେ ଚରମ ସୁଖ ଅନୁଭବ କରୁଥିଲେ ପିଲା ଟିକୁ କୋଳରେ ଧରି ... ସେଠୀ କାର୍ତ୍ତିକ ଚନ୍ଦ୍ର, ଚଉମୁଖ, ବାଲେଶ୍ଵର ଦୂରଭାଷ :୬୨୮୧୬୯୫୮୯୨


Rate this content
Log in