Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranita Swain

Tragedy

3  

Ranita Swain

Tragedy

ସେଦିନ ର ଦୀପାବଳୀ

ସେଦିନ ର ଦୀପାବଳୀ

4 mins
6.8K


ସେ ଦିନ ବି ଥିଲା ଦୀପାବଳୀ । ଉତ୍ସବ ମୁଖରିତ ଚାରିଆଡେ ହସ ଉଲ୍ଲାସର ଲହରୀ ।

ଜଳନ୍ଧର 8 ଫ୍ଲାଇଟ୍ ARMY AVITION,, AIR TRAFIC CONTROL ROOM. ବାଜି ଉଠିଲା wire less. ଉଠେଇଲେ ATC କଣ୍ଟ୍ରୋଲର୍ ପ୍ରତାପ ଚନ୍ଦ୍ର ସ୍ବାଇଁ(ମୋ ସ୍ବାମୀ)

msg ଥିଲା ଦୁଇ ପାଇଲଟ୍ ମେଜର୍ ଶଙ୍କରଣ ଆଉ କ୍ୟାପଟେନ୍ ଜି.ଡି ସିଂ ଙ୍କର।ପଠେଇ ଥିଲେ ଚଣ୍ଡୀଗଡ୍ ମୁଖ୍ୟ କଣ୍ଟ୍ରୋଲ୍ ରୁମ୍ ଯାହା ଶୁଣିଥିଲେ । ବିଶ୍ବାସ କରିପାରୁ ନଥିଲେ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲର ପ୍ରତାପ ଚନ୍ଦ୍ର ସ୍ବାଇଁ। ସକାଳେ ଖାଦ୍ୟ ଡ୍ରପିଙ୍ଗ୍ ପାଇଁ ଯାଇଥିବା ଦୁଇ ପାଇଲଟ୍ ଙ୍କ ହେଲିକାଫ୍ଟର କ୍ରାସ୍ ଦୁଇ ପାଇଲଟ୍ ନିଖୋଜ। ସଙ୍ଗେ ସଙ୍ଗେ କମାଣ୍ଡିଂଗ୍ ଅଫିସର୍ କୁ ଖବର ଦେଇଥିଲେ କଣ୍ଟ୍ରୋଲର୍।

କଣ୍ଟ୍ରୋଲ୍ ରୁମ୍ ରେ ସମସ୍ତେ ସ୍ତବ୍ଧ,,। ଆଖି ସାମନାରେ ଦୁଇ ପାଇଲଟ୍ ଙ୍କ ଏଭଳି ହୃଦୟ ବିଦାରକ ଖବର ତଥାପି ସମସ୍ତେ ନିରୁପାୟ। ଉଫ୍ ବିବ୍ରତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ ମାନେ,ବିବ୍ରତ 8 ଫ୍ଲାଇଟ୍ କମାଣ୍ଡିଂଗ୍ ଅଫିସର ତଥା ସମସ୍ତ ଯବାନ ମାନେ। ସକାଳେ ହିମାଚଳ ପ୍ରଦେଶର କର୍ଛମରେ ବରଫ ଭିତରେ ଫସି ଯାଇଥିବା ସୈନିକ ମାନଙ୍କୁ ଖାଦ୍ୟ ଡ୍ରପିଙ୍ଗ କରିବାକୁ ଯାଇଥିଲେ ପାଇଲଟ ମେଜର ସାହେବ ଆଉ କ୍ୟାପଟେନ ସାହେବ। ସେଦିନ ବି ଥିଲା ଦୀପାବଳୀ। ସମସ୍ତଙ୍କ ଘରେ ସଂଧ୍ୟା ପାଇଁ ଚାଲିଥିଲା ଯୋର୍ ଶୋର୍ ରେ ଆୟୋଜନ। ମେଜର ଶଙ୍କରନ ତାଙ୍କ ଛୋଟ ଝିଅ ଆଉ ପତ୍ନୀଙ୍କ ସହ ମିଶି ବହୁତ୍ କିଛି ପ୍ଲାନ କରିଥିଲେ ସଂଧ୍ୟା ପାଇଁ। ଏଇ ଯେମିତି ରେଜିମେଣ୍ଟ cel£bration ରେ କୋଉ ଶାଢୀ ଆଊ ମେସ୍ ପାର୍ଟି ପାଇଁ କୋଉ ଡ୍ରେସ୍ ପିନ୍ଧିବେ ମ୍ୟାଡମ୍ । ଛୋଟ ଝିଅ କହୁଥାଏ ପାପା,ମେରେ ଲିୟେ ଢେର ସାରା ପଟାକା ଲାନା । ମେଜର ସାହାବ୍ ହସି ହସି କହୁଥାନ୍ତି ହାଁ ହାଁ,ହମ୍ ତୋ ପୁରା ବାଜାର ଖରିଦ ଲାୟେଙ୍ଗେ ଅପନି ରାନି ବେଟିଆ କେ ଲିୟେ। ଏମିତି ଆହୁରି କେତେ କଣ। କ୍ୟାପଟେନ୍ ଙ୍କ ର ତ ନୂଆ ନୂଆ ବାହାଘର ହୋଇଥାଏ ଦୁଇ ତିନି ମାସ ହେବ। ପତ୍ନୀଙ୍କ ସହ ପ୍ରଥମ ଦୀପାବଳୀ। ମନରେ ଅନେକ ସ୍ବପ୍ନ କ୍ୟାପଟେନ୍ଙ୍କ ର। ପତ୍ନୀଙ୍କ ସହ ଆଜି ବୁଲି ଯିବେ । ତାଙ୍କୁ କିଛି ଗୋଟେ ଉପହାର ଦେବେ । ପଛ ରବିବାର ଦିନ ପତ୍ନୀଙ୍କୁ ନ ଜଣେଇ ହୀରା ମୁଦିଟି କିଣି ଆଣିଛନ୍ତି କ୍ୟାପଟେନ୍। ଏଇଟା ହେଉଛି ମ୍ୟାଡମ୍ ଙ୍କ ପାଇଁ ସର୍ପ୍ରାଇଜ୍ ଉପହାର । କେବଳ ଯାହା ସଂଧ୍ୟାକୁ ଅପେକ୍ଷା। ଭାବୁ ଭାବୁ ଭାବୁକ ହୋଇ ପଡୁଥାନ୍ତି ପାଇଲଟ୍। ହଠାତ୍ ରେଜିମେଣ୍ଟରୁ ଖବର ଆସିଲା,କର୍ଛମରେ ବରଫରେ ଫସିଥିବା ସୈନିକ ମାନଙ୍କୁ ଖାଦ୍ୟ ଡ୍ରପ୍ କରିବାକୁ ଯିବାକୁ ପଡିବ। ଘରେ ପରିବାର ସମସ୍ତେ ମନା କରୁଥିଲେ ଯିବା ପାଇଁ,,,କିନ୍ତୁ କର୍ତ୍ତବ୍ୟ ପାଖରେ ବନ୍ଧା ପଡିଥିବା ସୈନିକଙ୍କ ପାଖରେ ପ୍ରଥମେ କର୍ତ୍ତବ୍ୟ ତା ପରେ ଆଉ ସବୁ କିଛି । ଏହି କଥା ବୁଝେଇ ଘରୁ ବାହାରିଥିଲେ ଦୁଇ ପାଇଲଟ୍। ଗଲାବେଳେ ମେଜର୍ ସାହାବ୍ ଙ୍କ କୁନି ଝିଅ ପଚାରିଥିଲା, ପାପା ଆପ୍ କବ୍ ଆୟୋଗେ,,? ସେ କହିଥିଲେ ଜଲ୍ଦି ଆୟେଙ୍ଗେ ବେଟା । ଆତେ ସମୟେ ଉହାଁସେ ଢେର୍ ସାରା ପଟାକା ଲାୟେଙ୍ଗେ । କ୍ୟାପ୍ଟେନ୍ ଙ୍କ ପତ୍ନୀ ଅଭିମାନରେ କହିଲେ ଜଲଦି ଆନା ପ୍ଲିଜ୍। କ୍ୟାପଟେନ୍ ପତ୍ନୀଙ୍କୁ ଛାତିରେ ଲଗେଇ କୁହନ୍ତି ,ତୁସି ଫିକର ନା କରୋଜୀ,ମେ ୟୁହି ଗୟା ଔର ୟୁହି ଆୟା। ସେଠାକୁ ଯାଇ ଖାଦ୍ୟ ଡ୍ରପିଙ୍ଗ କରି ଫେରିଲା ବେଳେ ରୋପ୍ ଔେରେ ଫସି ଯାଏ ହେଲିକାଫ୍ଟର ଟି । କଣ୍ଟ୍ରୋଲ ରୁମ୍ ଚଣ୍ଡୀଗଡ୍ କୁ ଖବର ଦିଅନ୍ତି ଦୁଇ ପାଇଲ୍ଟ୍। ବହୁତ୍ ଚେଷ୍ଟା ହୁଏ ହେଲିକାଫ୍ଟରକୁ କ୍ରାସ୍ ରୁ ବଞ୍ଚେଇବାକୁ ହେଲେ ବିଫଳ ହୁଅନ୍ତି । ଆଉ ଧୀରେ ଧୀରେ ହେଲିକାଫଟ୍ରଟି ତଳକୁ ଖସୁଥାଏ । ଆଖି ସାମନାରେ ମୃତ୍ୟୁକୁ ଦେଖୁଥାନ୍ତି ଦୁଇ ପାଇଲଟ୍। ଆଖି ଆଗରେ ନାଚି ଉଠୁଥାଏ ସକାଳର ପ୍ରତିଶୃତି ସବୁ ଯାହା ଦେଇ ଆସିଥିଲେ ପରିବାରଙ୍କୁ ନାଚି ଉଠୁଥାଏ ତମାମ ଜୀବନର କାହାଣି ମନେ ପଡୁଥାନ୍ତି ବାପା,ମା',ରେଜିମେଣ୍ଟର ସାଥୀ ସୈନିକ ମାନେ । ଆଉ ବାସ୍ କିଛି ସମୟ ପରେ ହେଲିକାଫ୍ଟର ଧରାଶାୟୀ ହେବ । ସେଇଠି ତାଙ୍କର କଣ୍ଟ୍ରୋଲ୍ ରୁମ୍ କୁ ଶେଷ ମେସେଜ୍ ଥିଲା...

WE are going to die...good bye . ଦିନ ଏଗାରଟା ବାଜି ପନ୍ଦର ମିନ୍ଟ ରେ ହେଲିକାଫ୍ଟର୍ ଟି କ୍ରାସ ହୋଇଥିଲା । ଦୀପାବଳୀ ଦିନ ଦୁଇଟି ମହାନ ଦୀପ ସବୁ ଦିନ ପାଇଁ ଲିଭି ଯାଇଥିଲା । ସବୁ ନିୟୁଜ୍ ଚ୍ୟାନେଲ୍ ରେ ଖବର 8 ଫ୍ଲାଇଟ୍ ର ଦୁଇଟି ପାଇଲଟ୍ ଙ୍କ ହେଲିକାଫ୍ଟର୍ କ୍ରାସ । ଆମେ ସବୁ ଶୁଣି ସ୍ତବ୍ଧ। ଜଳନ୍ଧର୍ ଲୋକାଲ୍ ନିୟୁଜ୍ ଚ୍ୟାନେଲ୍ ରୁ ଖବର୍ ଶୁଣନ୍ତି ଦୁଇ ପାଇଲଟ୍ ଙ୍କ ପତ୍ନୀ । ପହଁଞ୍ଚି ଯାଆନ୍ତି କଣ୍ଟ୍ରୋଲ୍ ରୁମ୍ ରେ । ସେଠୁ କୋଣସି ସଠିକ୍ ଉତ୍ତର ନପାଇ ପହଁଞ୍ଚନ୍ତି । କମାଣ୍ଡିଂଗ୍ ଅଫିସର୍ ଙ୍କ ପାଖରେ । ଆଉ କମାଣ୍ଡଂଗ୍ ଅଫିସର ଙ୍କ ଆଖିରେ ଲୁହ ଦେଖି ସବୁ ବୁଝି ଯଆନ୍ତି ସେମାନେ କୁହନ୍ତି ଆଜ୍ ଭେଜନା ଜରୁରୀ ଥା କ୍ୟା ? କିଓଁ କିୟା,,,ଐସା ଆପନେ ।କାନ୍ଦି କାନ୍ଦି ଲୁହରେ ଭଷେଇ ଦେଲେ ରେଜିମେଣ୍ଟକୁ ଦୁଇ ପାଇଲଟ୍ ଙ୍କ ପତ୍ନୀ । ସବୁଆଡେ ନୀରବତା । ସମସ୍ତଙ୍କ ଆଖିରେ ଲୁହ । କାହା ପାଖରେ ଜବାବ୍ ନାହିଁ । କିଛି ସୈନିକଙ୍କ ଜୀବନ ବଞ୍ଚେଇବାକୁ ଯାଇ ନିଜର କର୍ତ୍ତବ୍ୟ ପୁରାକରିଥିଲେ ବି ଆଉ କିଛି ଦାୟୀତ୍ବକୁ ଛାଡି ଚାଲିଯାଇଥିଲେ ଦୁଇ ପାଇଲଟ୍ ଶହୀଦ୍। ରେଜିମେଣ୍ଟରେ କାହା ଘରେ ବି ଦୀପ ଜଳିନି କି,କାହାଘରେ ବି ଚୁଲି ଜଳିନି ଚାରିଆଡେ ରୋଶ୍ନୀ କିନ୍ତୁ 8 ଫ୍ଲାଇଟ୍ ଭିଜୁଥାଏ ଅନ୍ଧାର ରେ। ସ୍ବତନ୍ତ୍ର ସୈନିକ ସମ୍ମୀଳନୀ । କମାଣ୍ଡିଂଗ୍ ଅଫିସର୍ ଙ୍କ ଆଖିରେ ଲୁହ । ସମସ୍ତ ସମ୍ମୀଳନୀରେ ଶୋକାକୁଳ ପରିବେଶ । ସବୁ ସୈନିକଙ୍କ ଆଖିରେ ଲୁହ ଶେଷରେ କମାଣ୍ଡିଂଗ୍ ଅଫିସର୍ ବାଷ୍ପ ରୁଦ୍ଧ କଣ୍ଠରେ କହିଲେ,me with my all soldiers and my flight proud of them...ଯେ କି ମରଣକୁ ସାମନାରେ ଦେଖି କି ଭି ନଡରି କହିଥିଲେ,,,,

WE ARE GOING TO DIE.....

GOOD BYE..

ସେହି ଦୀପାବଳୀର ମୁଁ ଜଣେ ପ୍ରତ୍ୟକ୍ଷଦର୍ଶୀ । ଭାବିଲେ ଏବେବି ସମ୍ଭାଳି ପାରେନି ,କୋହ ବହିଯାଏ ଧାର ଧାର ଲୁହ ।

ସତରେ ଏ ଜୀବନର କେତେ ରଙ୍ଗ, ସତେ....

ରନିତା ସ୍ବାଇଁ।


Rate this content
Log in

Similar oriya story from Tragedy