Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subrat Kumar Muduli

Others

2  

Subrat Kumar Muduli

Others

ଆଇ ହେଟ୍ ୟୁ

ଆଇ ହେଟ୍ ୟୁ

2 mins
7.7K


ଝିପିଝିପି ବର୍ଷାରେ ବୈଶାଖୀ ସହ ଗୋଟିଏ ଛତା ତଳେ ଯାଉଥିଲି କାଦୁଅ ରାସ୍ତାରେ ସେ ଯେତେ ପାଦ ଚିପି ଚିପି ଚାଲିଲେ ବି ମୁଁ ସ୍ପଷ୍ଟ ବାରି ପାରୁଥିଲି ତା’ ପାଉଞ୍ଜିର ରୁଣୁଝୁଣୁ ଶବ୍ଦ । ଆମର ମିଳାମିଶା ନୂଆ ନଥିଲା ସେ ଥିଲା ମୋର ପିଲାଦିନର କାଗଜ ଡଙ୍ଗା ଆଉ ବାଲିଘରର ସାଥି । ଅନେକ ଥର ଆଗରୁ ତାକୁ ଅତି ପାଖରୁ ଦେଖିଛି ରଙ୍ଗ ପିଚକାରୀରେ ମୁଁ ତାକୁ ବହୁଥର
ଭିଜେଇଛି । ଆମର ଏହି ମିଳାମିଶାକୁ କେହି କେହି ଖରାପ ଭାବିଲେ ବି ମୁଁ କି ସେ କେହି ଖରାପ ଭାବି ନାହୁଁ । ବାଟ ଆହୁରି ଅନେକ ବାକି ଥିଲା ବର୍ଷା ବି ବଢି ବଢି ଚାଲୁଥିଲା କଲେଜରୁ ଫେରିବା ରାସ୍ତାରେ କେହି ବି ନଥିଲେ । ଦୂରରୁ ଗାଁ ମୁଣ୍ଡ ବୁଢା କୃଷ୍ଣଚୂଡା ଗଛର ଫୁଲସବୁ ବର୍ଷା ଯୋଗୁଁ ଫିକାଫିକା ଦିଶୁଥିଲା । ଜୀବନରେ ପ୍ରଥମଥର ପାଇଁ ସେ ମତେ ଘଡଘଡି ଶବ୍ଦରେ ଭୟରେ ଭିଡି ଧରିଲା ମୋ’ ଛାତିରେ ରେଳ ଗାଡି ଛୁଟିଲା । ମନେ ମନେ ତାକୁ ନେଇ ମୋ’ର କୋଉ ଅଙ୍ଗରେ ଟିକେ ଦୁର୍ବଳତା ବଢୁଥିଲା ମୁଁ ଜାଣିନି । ମୁଁ ପ୍ରାୟତଃ ଭିଜି ସାରିଥିଲି ଆଉ ସେ ଅଧା ଅଧା । ହଠାତ ତା’ କଥାରେ ମୁଁ ଟିକେ ଅଟକି ଗଲି ସେ କହୁଥିଲା ......ତୁ ଯଦି ମୋ’ର ପ୍ରକୃତ ସାଙ୍ଗ ତା’ହେଲେ ତୁ ଟିକେ ରାଜେଶକୁ ବୁଝା ମୁଁ ତାକୁ ଭଲ ପାଏ ତା’ ବିନା ବଞ୍ଚି ପାରିବିନି । ସିଏ ରାଜେଶ ପାଇଁ କାନ୍ଦୁଥିଲା ଆଉ ମୁଁ କ’ଣ ପାଇଁ ଜାଣିନି । ବୁଝିଲି ମୁଁ ବୋଧେ ତାକୁ ଭଲପାଇବା ଆରମ୍ଭ କରିଥିଲି ସେଥିପାଇଁ । ବର୍ଷା ଆହୁରି ବଢୁଥିଲା ଆମ କାନ୍ଦ ବି ଧୋଇ ହୋଇ ଯାଉଥିଲା ବର୍ଷାଛିଟାରେ । ସେ ମତେ ବାଟସାରା ରାଜେଶ ପାଇଁ ଅନୁରୋଧ କରୁଥିଲା ମୁଁ ଚୁପଥିଲି । ସେ ବୁଝି ପାରୁନଥିଲା ମୁଁ ବୁଝି ସାରିଥିଲି ଆମ ଲୁହର କାହାଣୀକୁ । ଖାଲି ଫରକ ଏତିକି ମୋ’ ଠାରୁ ରାଜେଶ ପ୍ରତି ତା’ର ଭଲ ପାଇବା ଥିଲା ଶତ ପ୍ରତିଶତ ଶୁଦ୍ଧ ଆଉ ମୁଁ ଥିଲି ଗୋଟେ ମହାପାପୀ ମନେ ମନେ ପ୍ରାୟଶ୍ଚିତ କରୁଥିଲି ମୋର କୃତକର୍ମର  । ଆଜକୁ ତିନିବର୍ଷ ତଳେ ଏମିତି ଗୋଟେ ବର୍ଷାଭିଜା ଦିନରେ ମତେ ଜୀବନ ଠାରୁ ଅଧିକ ମନେ ମନେ ଭଲ ପାଇ ଶେଷରେ ମୁହଁ ଖୋଲିଥିବା ଝିଅ ବର୍ଷାକୁ ମୁଁ କହିଥିଲି ......ଆଇ ହେଟ ୟୁ ।


Rate this content
Log in