Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ashis Kumar Swain

Horror

5.0  

Ashis Kumar Swain

Horror

ଖରାପ ସ୍ବପ୍ନ

ଖରାପ ସ୍ବପ୍ନ

1 min
606


ସ୍ବପ୍ନ ଏକ ଅବାସ୍ତବ । ସ୍ଵପ୍ନରେ ନଥାଏ ନିଛକ ସତ୍ୟତା ,ଥାଏ କଳ୍ପନା ଆଉ କଳ୍ପନା । ଶୟନ ପରେ ସ୍ବପ୍ନ ସମସ୍ତେ ଦେଖନ୍ତି ।ସ୍ବପ୍ନ ଦେଖିବା ଏକ ସାମାନ୍ୟ ପ୍ରକ୍ରିୟା ।ଯାହାକି ପ୍ରତ୍ୟେକଟି ବ୍ୟକ୍ତି ସହ ଘଟିଥାଏ ।


ସେଦିନ ଥିଲା ଏକ ଭୟଙ୍କର ରାତ୍ରୀ। ଚାରିଆଡେ କିଟ୍ କିଟ୍ ଅନ୍ଧାର ଓ ନିଶ୍ଚଳ ନିଶବ୍ଦ ଶୁନଶାନ୍ । ମୋତେ କେହିଜଣେ ପଛ ଆଡୁ ଡାକିବାର ଅନୁଭବ କଲି । ପଛକୁ ବୁଲି ଚାହିଁଲାବେଳକୁ ପଛରେ କେହି ନଥିଲେ । ଅନତି ଦୂରରେ ଏକ ଭୟଙ୍କର ଅଜବ ପ୍ରକାରର ଶବ୍ଦ ଶୁଣି ତାରି ଅଭିମୁଖେ ବାହାରିଲି । ପଛପଟୁ ପୁଣି ଏକ ଭୟଙ୍କର ଶବ୍ଦ ହେଲା । ଏମିତି ଲାଗିଲା ଯେମିତି ପଛ ଆଡ଼ୁ କେହି ଧରିବା ପାଇଁ ମୋତେ ଚେଷ୍ଟା କରୁଛି । ମୁଁ ଆଉ ପଛକୁ ନ ଚାହିଁ ଜୋରରେ ଦୌଡ଼ିବାକୁ ଲାଗିଲି। ଯେତେ ଯେତେ ଆଗକୁ ଆଗକୁ ଯାଉଥାଏ । ସେତେ ସେତେ ଭୟଙ୍କର ଅଜବ ଅଜବ ଦୃଶ୍ୟ ଦେଖୁଥାଏ । ଶେଷରେ ଏପରି ଏକ ଅଜଣା ସ୍ଥାନରେ ପହଁଚିଲି । ଦେଖିଲି କୁଢ କୁଢ ହାଡ଼ ମାନ ଓ ମୃତ ଶରୀର ପାଖେ ପୁଣି ଅଗ୍ନି । ଅଜବ ଲୋକଙ୍କ କ୍ରନ୍ଦନ ଦୃଶ୍ୟ ।ହଠାତ ମୋ ନିଦ ଭାଙ୍ଗିଯାଏ । ସେତେବଳକୁ ମୋ ଦେହ ହାତ ଭୟରେ ଥରୁଥାଏ ।


Rate this content
Log in

Similar oriya story from Horror