ବୁଢା ବାପା
ବୁଢା ବାପା
କ'ଣ କହିଲୁ ପୁଅ? ତୋର ସମୟର ଅଭାବ !ତୁଛାଠାରେ ମୁଁ ବକରବକର ହେଉଛିନାଇରେ ଧନ ଆଉ ଗପିବି କାହା ସହିତ? ବୁଢି ଚାଲିଗଲା ପରଠୁ ଗପିବାଟା ମୋର ପୁରା ବନ୍ଦ ହୋଇଯାଇଛି । କାନକୁତ ଭଲ ଶୁଭୁ ନାହିଁ ।ତୋ ମା ଥିଲା ଭଲମନ୍ଦ ସବୁକଥା ବୁଝୁଥିଲା ।ଆଉ ମୋର ବଳବୟସ ଅଛିକିରେ ପାଗଳା? ତୁତ ଦୂର ରାଇଜରେ ଆଜି ଟିକେ ମନେ ପଡିଲା ବୋଲି ଫୁନୁ କରିଦେଲି । ଦୁଃଖ କରିବୁନିରେ ଧନ।ମୁଁ ଭଲରେ ଅଛି । ବୁଢା ଭାବର ଲୁହକୁ ନିଜ ଆଖିରେ ପୋଛିଦେଇ କହିଚାଲିଲା ମୁଁ ତ ପାଚିଲା ପତର ।କେତେବେଳେ ଝଡିପଡିବି ଜାଣିନି।ତଥାପି ଅବଶୋଶ ନାହିଁ ଜୀବନରେ । ରାସ୍ତା ଦେଖାଇବା ପାଈଁ ଭଗବାନ ତ ଅଛନ୍ତି ।ଏତିକି କହୁ କହୁ କାନ୍ଦିପକାଇଲା ସେ।ଏଇ ଆଖିରେ ଦେଖିଛି ତୋ ମାର ଉପବାସରେ ଶୋଇବା ।କହୁ କହୁ ବୁଢା ଆଖିରେ ଲୁହ ଟଳଟଳ ହୋଇଯାଉଥାଏ ।ବୁଢା ଉପରକୁ ଚାହିଁ ତାରା ମେଳରେ ତା ସ୍ତ୍ରୀକୁ ଖୋଜୁଥିଲା
ଡକ୍ଟର ଝରଣା ଶତପଥୀ