Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Senapati

Tragedy

2  

Prasant Kumar Senapati

Tragedy

(୨) ଦହିର ମୂଲ୍ୟ-:

(୨) ଦହିର ମୂଲ୍ୟ-:

2 mins
7.1K


 ମହାପାତ୍ର ବାବୁଙ୍କ ୩୫ବର୍ଷ ବୟସରେ ତାଙ୍କ ସ୍ତ୍ରୀ ସ୍ବର୍ଗବାସୀ ହୋଇଗଲେ । ପାଖ ପଡୋଶୀ ଓ ବନ୍ଧୁ ପରିଜନ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତାବ ରଖିଥିଲେ ମଧ୍ୟ ମହାପାତ୍ର ବାବୁ ସମସ୍ତଙ୍କ କଥା ଟାଳି ଦେଇ କହୁଥିଲେ ଯେ ପୁତ୍ର ରୁପରେ ମୋ ସ୍ତ୍ରୀ ଖୁବ୍ ସୁନ୍ଦର ଉପହାର ମୋତେ ଦେଇ ଯାଇଛନ୍ତି । ସେହି ପୁଅକୁ ବଡ କରି ମଣିଷ ପରି ମଣିଷଟିଏ କରିବି ଓ ତା ସହିତ ସାରା ଜୀବନ କାଟିଦେବି । କିଛି ବର୍ଷ ପରେ ପୁଅ ବଡ ହେଲାରୁ ମହାପାତ୍ର ବାବୁ ନିଜର ସମସ୍ତ କାରବାର ତାର ହାତରେ ଟେକିଦେଲେ । ଏହା ପର ଠାରୁ ମହାପାତ୍ର ବାବୁ କେତେବେଳେ ମନ୍ଦିର ତ କେତେବେଳେ ଅଫିସ୍ ରେ ବସି ସମୟ କଟାନ୍ତି । ପୁତ୍ରର ବିବାହ ହୋଇଗଲା ଓ ସେ ସମ୍ପୁର୍ଣ୍ଣ ରୁପେ ନିଶ୍ଚିନ୍ତ ହୋଇ ଘରର ସମସ୍ତ ଦାୟିତ୍ବ ବି ବୋହୁକୁ ସମର୍ପି ଦେଲେ । ପୁତ୍ର ବିବାହର ପ୍ରାୟ ଏକବର୍ଷ ପରେ ଦିନେ ମହାପାତ୍ର ବାବୁ ମଧ୍ୟାହ୍ନ ଭୋଜନ କରୁଥାନ୍ତି ଓ ପୁଅ ବି ଅଫିସ୍ ରୁ ଘରକୁ ଆସି ହାତ ମୁହଁ ଧୋଇ ଖାଇବା ପାଇଁ ପ୍ରସ୍ତୁତ୍ ହେଉଥାଏ । ମହାପାତ୍ର ବାବୁ ଖାଇବା ପାଇଁ ଦହି ମାଗିଲେ ଓ ବୋହୁ ଉତ୍ତର ଦେଲା ବାପା ଆଜି ଘରେ ଦହି ଉପଲବ୍ଧ ନାହିଁ । ଭୋଜନ ସାରି ମହାପାତ୍ର ବାବୁ ଅଫିସ୍ ଚାଲିଯାନ୍ତି ଓ ପୁଅ ନିଜ ସ୍ତ୍ରୀ ସହିତ ଖାଇବା ପାଇଁ ବସେ। ଭୋଜନରେ ପାତ୍ରଟିଏ ଭରା ଦହି ଥାଏ । ପୁଅ ବି କିଛି ପ୍ରତିକ୍ରିୟା ନଦେଇ ଖାଇସାରି ଅଫିସ୍ ଚାଲିଯାଏ ।

ପ୍ରାୟ ପାଞ୍ଚଦିନ ପରେ ପୁଅ ମହାପାତ୍ର ବାବୁଙ୍କୁ କହିଲା, "ବାପା ଆପଣଙ୍କୁ ଆଜି କୋର୍ଟକୁ ଯିବାକୁ ହେବ, ଆଜି ଆପଣଙ୍କର ବିବାହ' । ମହାପାତ୍ର ବାବୁ ଆଶ୍ଚର୍ଯ୍ୟ ହୋଇ ପୁଅକୁ ଚାହିଁଲେ ଓ କହିଲେ ଧନରେ ମୋତେ ଆଉ ସ୍ତ୍ରୀର ଆବଶ୍ୟକତା ନାହିଁ ଏବଂ ତୋତେ ବି ମୁଁ ଏତେ ସ୍ନେହ ଦେଉଛି ପ୍ରାୟତଃ ତୋତେ ମା'ର ଅନୁପସ୍ଥିତି ଜଣା ପଡୁନଥିବ । ପୁଅ କହିଲା ବାପା ନାଁ, ମୁଁ ମୋ ପାଇଁ ମା'ର ବ୍ୟବସ୍ଥା କରୁଛି, ନାଁ ଆପଣଙ୍କ ପାଇଁ ପତ୍ନୀର, ମୁଁ ତ ଆପଣଙ୍କ ପାଇଁ ଦହିର ବ୍ୟବସ୍ଥା କରୁଛି । କାଲି ଠାରୁ ମୁଁ ଆପଣଙ୍କ ବୋହୁ ସହିତ ଭଡାଘରକୁ ଚାଲିଯିବି ଓ ଆପଣଙ୍କ ଅଫିସ୍ ରେ ଜଣେ ସାଧାରଣ କର୍ମଚାରୀ ପରି ବେତନ ନେବି । ପରେ ଯାଇ ଆପଣଙ୍କ ବୋହୁ ଦହିର ସଠିକ୍ ମୂଲ୍ୟ ବୁଝିପାରିବ ।


Rate this content
Log in

Similar oriya story from Tragedy