ପରିବାର - ୫
ପରିବାର - ୫
ଫୋନି ...ଫୋନି...ଫୋନି । ଫୋନି ନାନୀ ଆସିଲା ଯେ ସବୁ ରାଜ୍ୟରୁ ସହାୟତା ମିଳିଲା ।ହେଲେ ମୋ ପରିବାର ପାଇଁ କିଛି ମିଳିଲାନି ।ମୋ ପରିବାର କହିଲେ ଦଶଟି କୁକୁଡା,ଦଶଟି ଗାଈ,ଚାରୋଟି ବଳଦ,ଦଶଟି କୁକୁର,ପାଂଚଟି ଶୁଆ,ଦୁଇଟି ମାଙ୍କଡ,କୋଡିଏଟି ଛେଳି,ମେଣ୍ଢା,କୋଡିଏଟି ମଇଁଷି,ଛଅଟି ଘୁଷୁରୀ,ଚାରୋଟି ବାଈଚଢେଇ,ଦଶଟି ଆମ୍ବଗଛ ।ମୋର ଚତୁର୍ଦ୍ଦିଗ କହିଲେ ଦଶଟି ପଣସଗଛ,ଦଶଟି ବରଗଛ,ଦଶଟି ଟଗରଗଛ,ସେଥିରେ ରହୁଥିବା ଗୂଣ୍ଡୁଚିମୂଷା,ସାପ,କାଉ ,କୋଇଲି ଆଉ ମୋ ପରିବାଗଛ ଗୁଡିକ,ଫଳଗଛ ଗୁଡିକ ଆଉ ସେ ସବୁର ଯତ୍ନ ନେଉଥିବା ଚାରୋଟି ମଣିଷ ।
ମଇ ମାସ ପ୍ରଥମ ସପ୍ତାହଟି ସତେ ଯେମିତି ଅନେକ ଦୁଃଖ ଆଣିଦେଲା । ମୋ ସପରିବାରକୁ ଛୋଟା କେମ୍ପା କରିଦେଲା ତ କାହାକୁ ମୁଳରୁ ଯମଦ୍ବାର ନେଲା ତ ମୋ ଚତୁର୍ଦ୍ଦିଗ ସାହାରା ଗୁଡିକୁ ଶେଯ କରିପକାଇଲା ।ଆଖିରୁ ଅନବରତ ଲୁହ ବାହାରୁଛି ଯେ କେତେ ରଖିଲେ ବି ରୋକିହେଉନି ।ଫୋନି ନାନୀ ସତେ ଯେମିତି ମୋ ଉପରେ ହିଁ ରାଗ ରଖିଥିଲା ।କାଳିଆ ଠାକୁରଙ୍କ ଇର୍ଷା ବୋଧେ ବଢିଗଲା ।ମୋ ଜୀବନର ଏ ଲମ୍ବା ରାସ୍ତାକୁ କେବଳ କାଳାଆ ହିଁ ଜଗିଥିଲା ହେଲେ ଆଜି ଆଖି ବୁଜିଦେଈଛି ।କଣ କରିବି କେମିତି ବିପଦରୁ ରକ୍ଷା କରିବି କେଉଁଠାରୁ ଏତେ ଅର୍ଥ ପାଇବି ଭାବି ମୁଣ୍ତରେ ହାତ ଦେଈ ବସିଥାଏ ।ଦୁରଦର୍ଶନରେ ଶୁଣାଗଲା କି ରିଲିଫ୍ ମିଳିବ ।ଟିକେ ଆଶ୍ବସ୍ତି ମିଳିଲା ହେଲେ ଆଜିଯାଏଁ ମୋ ଆଡକୁ କେହି ଚାହିଁଲେନି ।ସରକାରଙ୍କୁ ମଣିଷ କଥା ଚିନ୍ତା ହେଲା ଏ ଜୀବଜନ୍ତୁ କଥା କିଏ ବୁଝିବାକୁ ବୋଧେ ନାହିଁ ।
ମୋ ରୋଜଗାର ପନ୍ଥା ଠପ୍ ହୋଇ ଗଲା ।ସମସ୍ତଙ୍କ ଦୁଃଖ ଦେଖି ଦେଖି ମୋ କଷ୍ଟ ବଢିଚାଲିଲା । ଆଜି ଆଉ ଚାଲିପାରୁନି ପାଦେ ବି ଆଗକୁ ।କାହା ପାଖରେ ଗୁହାରୀ କରିବି ମୁଁ ତ ବୁଢା ହେଲିଣି । ଯାହା ଥିଲା ସରି ସରି ଗଲାଣି ଆଜି କେମିତି ଅସହାୟ ମନେ ହେଲାଣି ।ବୋଧେ ମୋ ଆୟୁଷ କମି କମି ଆଜି ହିଁ ଶେଷ ହୋଈଯିବ ।
ସମସ୍ତଙ୍କ ସହ ଟିକେ ଦେଖା କଲି ।ଏଥର ମଲେ ବି ଚିନ୍ତା ନାହିଁ । ଦିନେ ନା ଦିନେ ମରନ୍ତି ,ଫୋନି ନାନୀ ମୋତେ ନ ନେଇ କାହିଁକି ଛାଡିଦେଲା କେଜାଣି ?