Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -160
ଜହ୍ନମାମୁଁ -160
★★★★★

© Kanaka barddhan Sahu

Children

3 Minutes   7.5K    10


Content Ranking

ପୂଣ୍ୟକର୍ମର ମୂଲ୍ୟ - ୨

ଏପରି ଏକ ନୂଆ କଥା ଶୁଣି ଶମ୍ଭୁ ଖୁବ୍ ଆଶ୍ଚର୍ଯ୍ୟ ହେଲା । ନିଜେ ମଧ୍ୟ ଭାବିଲା ଯେ ତା’ର କିଛି ପୂଣ୍ୟ ଅଛି ନା ନାହିଁ ଯାହାକୁ କି ସେ ବିକ୍ରି କରି ପାରିବ । ସେ ମନେ ପକାଇଲା ଥରେ ତା’ର ବାପା ଗ୍ରାମଲୋକଙ୍କ ପାଇଁ ଗୋଟିଏ କୂଅ ଖୋଳାଇଥିଲେ । ଶମ୍ଭୁ ଭିଡ ଠେଲି ଯାଇ ଶେଠଙ୍କ ପାଖରେ ପହଁଚିଲା । ତାକୁ ଆପାଦମସ୍ତକ ନିରୀକ୍ଷଣ କରି ଶେଠ୍ କହିଲେ, “ତମେ ତମର କି ପୂଣ୍ୟ ବିକ୍ରି କରିବାକୁ ଏଠାକୁ ଆସିଛ?”

ଶମ୍ଭୁ କହିଲା “ମୋ ବାପା ଗ୍ରାମବାସୀଙ୍କ ପାଇଁ କୂଅଟିଏ ଖୋଳାଇଥିଲେ, ସେହି ପୂଣ୍ୟକୁ ମୁଁ ବିକ୍ରି କରିବି ।”

ଶେଠ ହସି ହସି କହିଲେ, “ସେ ପୂଣ୍ୟ ତ ତୁମ ବାପାଙ୍କର । ତୁମର ଯଦି କିଛି ପୂଣ୍ୟ ଅଛି ତାହେଲେ କୁହ ।”

ଶମ୍ଭୁ ଦୁଃଖିତ ହୋଇ କହିଲା, “ମୋର ନିଜର ତ ପୂଣ୍ୟ ବୋଲି ସେମିତି କିଛି ନାହିଁ । ଦରିଦ୍ର ଜୀବନ ଯାପନ କରୁଛି ସେଥିରେ ପୂଣ୍ୟ କରିବା ପାଇଁ ସୁଯୋଗ ବା କାହିଁ?”

କୁବେରନାଥ କହିଲେ, “ମୋ ପାଖକୁ ଯେଉଁମାନେ ଆସନ୍ତି ମୁଁ ତାଙ୍କ ପୂଣ୍ୟକାର୍ଯ୍ୟ ବିଷୟ ଜାଣିପାରେ । ତୁମେ ଥରେ କ୍ଷୁଧାର୍ତ୍ତ ଏକ କୁକୁରକୁ ଚାରୋଟି ରୁଟି ଖୁଆଇଥିଲ ନା? ତୁମେ ଯଦି ସେଥିରୁ ଗୋଟିଏ ରୁଟିର ପୂଣ୍ୟ ବିକ୍ରି କରନ୍ତ ତେବେ ମୁଁ ତାହା କିଣିବାକୁ ରାଜି ।”

ଶମ୍ଭୁ ଗୋଟିଏ ରୁଟିର ପୂଣ୍ୟ ବିକିଲା । ଶେଠ ରୁଟିଟିଏ ମଗାଇଲେ ଓ ଶମ୍ଭୁକୁ କହିଲେ, “ସେଥିରେ ହାତରଖି କୁହ କି ତୁମର ସେହି ରୁଟିଟିର ପୂଣ୍ୟ ଏହି ରୁଟି ଭିତରକୁ ଆସିଯାଉ ।” ଶମ୍ଭୁ ବି ଠିକ୍ ସେହିପରି କଲା ।

ତା’ପରେ ସେ ଶେଠ ଜଣକ ତରାଜୁର ଗୋଟିଏ ପଲାରେ ସେହି ରୁଟିଟି ରଖି ଅନ୍ୟ ପଟରେ ମୋହର ସବୁ ରଖିଲେ । ଦେଖୁ ଦେଖୁ ଶେଠଙ୍କର ସବୁ ଖାଲି ହୋଇଗଲା, ତେବେ ମଧ୍ୟ ରୋଟି ପଟଟି ଅଧିକ ଓଜନ ରହିଲା । ତା’ପରେ ସେ ନିଜର ରତ୍ନମାଳା ଓ ରତ୍ନମୁଦି ଦେହରୁ କାଢି ପକାଇବା ପରେ ଯାଇ ଓଜନ ସମାନ ହେଲା ।

ଏହିଭଳି ଭାବରେ ଗୋଟିଏ ରୁଟିର ପୂଣ୍ୟ ବିକ୍ରି କରି ଅନେକ ଧନସମ୍ପତ୍ତି ଧରି ସେ ମନ ଆନନ୍ଦରେ ତା’ ଗ୍ରାମକୁ ଲେଉଟିଲା । ଫେରିବା ରାସ୍ତାରେ ହଠାତ୍ ମଝିରେ ଘୋଡା ଏକ ପଙ୍କୁଆ ଗଡିଆରେ ପଡିଗଲା ଓ ସେ ସେଥିରୁ ଆଉ ଉଠି ପାରିଲା ନାହିଁ । କ୍ରମେ ସେ ବୁଡୁଥାଏ । ଶମ୍ଭୁ କିଂକର୍ତ୍ତବ୍ୟବିମୁଢ ହୋଇ ସାହାଯ୍ୟ ପାଇଁ ଚିତ୍କାର କଲା ।

ଠିକ୍ ସେହି ସମୟରେ ପାଖ ରାସ୍ତା ଦେଇ ଯାଉଥିବା ଜଣେ ସନ୍ନ୍ୟାସୀ କହିଲେ, “ଖାଲିଟାରେ ଏମିତି କାହିଁକି ଚିତ୍କାର କରୁଛ? ଏହି ପଙ୍କଗଡିଆ ଏକ ଶାପଗ୍ରସ୍ଥ ସ୍ଥାନ । ତୁମର ଯଦି କିଛି ପୂଣ୍ୟ ଥାଏ ତ ତାହାହିଁ ଅର୍ପଣ କର ତେବେ ଯାଇ ତୁମେ ଏଥିରୁ ନିଷ୍କୃତି ପାଇ ପାର ।”

ଶମ୍ଭୁଏବେ ଅବିଳମ୍ବେ କହି ଉଠିଲା, “ମୁଁ ଅନ୍ୟ ଏକ ରୁଟିର ପୂଣ୍ୟ ଅର୍ପଣ କରୁଛି ।”

ତଦ୍ୱାରା ଶମ୍ଭୁ ସହିତ ସେ ଘୋଡାଟି କିଛିଟା ଉପରକୁ ଉଠିଲା । ଏବେ ଶମ୍ଭୁ ତା’ର ଅନ୍ୟ ଦୁଇ ରୁଟିର ପୂଣ୍ୟ ମଧ୍ୟ ଅର୍ପଣ କଲା । ଘୋଡା ଅଧିକରୁ ଅଧିକ ଉଠିଲା ସତ ତେବେ ସେ ଆଉ ସେଥିରୁ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ । ତା’ପରେ ଶମ୍ଭୁ ଭାବଲା ମୁଁ ଏବେ ଆଉ କ’ଣ ବା କରିବି?

ତହୁଁ ସେ ସନ୍ନ୍ୟାସୀ କହିଲେ, “ତୁମ ପାଖରେ ଆଉ କିଛି ପୂଣ୍ୟ ନାହିଁ?”

“ହଁ ଅଛି । ସୁନା ଟଙ୍କାର ଏଡେ ବଡ ଗଣ୍ଠିଲି ତ ରହିଛି ମୁଁ ଏହାକୁ ମଧ୍ୟ ଅର୍ପଣ କରୁଛି ।” ଏହା କହି ଶମ୍ଭୁ ତାକୁ ମଧ୍ୟ ସେହି ପଙ୍କ ଗଡିଆକୁ ପକାଇ ଦେଲା ।

ପରକ୍ଷଣରେହିଁ ସନ୍ନ୍ୟାସୀ ଓ ସେ ପଙ୍କଗଡିଆ ସବୁ କୁଆଡେ ଉଭେଇ ଗଲେ । ଶମ୍ଭୁ ଆଶ୍ଚର୍ଯ୍ୟ ହୋଇ ଚାରିଆଡକୁ ଚାହିଁଲା, ଦେଖିଲା ଜଣେ ଦେବୀ ସେଠାରେ ଆବିର୍ଭାବ ହୋଇଛନ୍ତି । ସେ କହିଲେ, “ମୁଁ ହେଉଛି ଧର୍ମର ଦେବୀ । ତୁମର ଦୟାଭାବ ଅତୀବ ପ୍ରଶଂସନୀୟ; ନିଜେ ଉପାସ ରହି କୁକୁରକୁ ଖୁଆଇଲ । ପୁଣି ତୁମର ଧନପ୍ରତି ଟିକିଏ ହେଲେ ମଧ୍ୟ ଲୋଭ ନାହିଁ ଯେ ଧନ ସବୁ ପଙ୍କ ଭିତରକୁ ଫିଙ୍ଗିଦେଲ । ମୋ ଆଶୀର୍ବାଦରୁ ତମେ ଏଣିକି ବଡ ଧନୀ ହୋଇ ଜୀବନ ବିତାଇବ । ଏହିପରି ଭାବେ ଦାନ ଧର୍ମ କରି ସର୍ବଦା ଧର୍ମ ରକ୍ଷା କର । ସେତିକି ଦେଖିଲେ ମୁଁ ଖୁସି ହେବି ।” ଏହା କହୁ କହୁ ଦେବୀ କୁଆଡେ ଅଦୃଶ୍ୟ ହୋଇଗଲେ ।

ଶମ୍ଭୁ ଦେଖିଲା ଘୋଡା ଉପରେ ଧନସମ୍ପଦର ଗଣ୍ଠିଲି ଠିକ୍ ସେହିପରି ଅଛି । ମନ ତା’ର ମହାଆନନ୍ଦ ଓ ସନ୍ତୋଷରେ ଭରି ଉଠିଲା । ସେ ଖୁସିରେ ଘରକୁ ଲେଉଟିଲା । ପାଇଥିବା ଧନରେ ସେ ବ୍ୟବସାୟ କଲା । ଦୀନଦୁଃଖିଙ୍କ ସେବାରେ ଅନେକ ଧନ ଖର୍ଚ୍ଚ କରି ଶମ୍ଭୁ ଧାର୍ମିକ ଓ ଦୟାଳୁ ଭାବରେ ଯଶ ଅର୍ଜ୍ଜନ କଲା ।

ବାପା ଶମ୍ଭୁ କୁବେରନାଥ

Rate the content


Originality
Flow
Language
Cover design

Comments

Post

Some text some message..