Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Fantasy Others

3  

Satyabati Swain

Fantasy Others

ବେଙ୍ଗ

ବେଙ୍ଗ

4 mins
7.6K


ଅବକାଶରୁ ଅବଶୋଷ ବୋଧେ କେଇ ପାହୁଣ୍ଡର ଦୂରତ୍ୱ ।

ସେଇ ଦୂରତ୍ୱ ଶେଷ ହେଲା ଅନୁଭାର ଫୋର୍ଥ ନାଇଟି ରେ ।

ଯାହାକୁ ଅନୁଭା ଦେଖିଲା,ଯାହା କଥା ତା କାନରେ ପଡିଲା ସେ ଥିଲେ ବିନୟ ଜଣେ ବଳିଷ୍ଠ କାୟ ସାଧାସିଧା ଅମାୟିକ ପୁରୁଷ । ଯାହାର ଲୋମଶ ଛାତିରେ ଗୋଟିଏ ନାରୀ ମୁଣ୍ଡ ଗୁଞ୍ଜିବାକୁ ଯଥେଷ୍ଟ ସ୍ଥାନ ଥିଲା । ଗମ୍ଭୀର,ସ୍ଵଳ୍ପଭାଷୀ,ସରଳ ମଣିଷ ହାତ ଧରିଥିଲା ସେ । ଆରେଞ୍ଜ ମ୍ୟାରେଜ ତାର ।

ବିନୟ ଏତେ ସରଳ,ବୁଦୁ ଥିଲେ ଯେ ମ୍ୟାରେଜ କରିବାର ଯେଉଁ କୌତୁହଳ,ଦୁଷ୍ଟାମୀ, ପାଗଲାମୀ ତାଙ୍କ ପାଖେ ନଥିଲା । ସତେ ଅବା ସଂସାର ଭାଵ ପ୍ରବଣତା ନଈରେ ବିନୟ ଏକ ଶୁଖିଲା କାଠ

ଶୁଖିଲା କାଠ ସନ୍ଧିରେ ଅନୁଭା ସଂସାର ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଗୋଟିଏ ବେଙ୍ଗ..

ଅନୁଭା ଓ ବିନୟ ପରସ୍ପରକୁ ବୁଝିବାରେ ଅନେକ..ଅନେକ ସମୟ ଲାଗି ଯାଇଥିଲା । ଅତି ସରଳତା ବେଳେବେଳେ ବହୁତି କଷ୍ଟ ଦିଏ । ଅଜାଗା ଘା ପରି ଦେଖାଇ ହୁଏନି,କି ଦେଖିବି...ବୋଝ ପରି ମାଡି ମାଡି ପଡେ ଜୀଇଁବା ।

ଅନୁଭା ଏତିକି ବୁଝିଲା ମ୍ୟାରେଜ ମାନେ ବାପଘର ଛାଡି ଝିଅଟିଏ ଅଜଣା,ଅଚିହ୍ନା ପରିବେଶ ଶାଶୁ ଘରକୁ ଆସିବା । ଶାଶୁ ଘରର ପ୍ରତ୍ୟେକ ବ୍ୟକ୍ତି,ତାଙ୍କ ସାଇ ପଡୋଶୀ,ବନ୍ଧୁ ବାନ୍ଧବମାନଙ୍କୁ ଆପଣେଇବା । ନିଜ ଇଚ୍ଛାର ତଣ୍ଟି ଚିପି ସବୁ ଦାୟିତ୍ୱ ମୁଣ୍ଡେଇବା ।

ଆଉ ବି ବୁଝିଲା ମ୍ୟାରେଜ ମାନେ ଗୋଟିଏ ନିବୁଜ ଘର,ବେଡ଼ ଓ ଜଣେ ପୁରୁଷ ସହ ସାଲିସ କରିବା ।

ଯେଉଁ ନିବୁଜ କୋଠରୀ କୁ ଆସିବାର ତିଳେ ମାତ୍ର ଆଗ୍ରହ ନଥିଲା ଅନୁଭା ଠାରେ । କାହିଁକି ନା ତା ଆସିବା ବାଟକୁ କେହି ଅପେକ୍ଷା ରଖୁନଥିଲା !ତା ସହ କିଛି ସେୟାର କରିବାର ମାନସିକତା ନଥିଲା ବିନୟଙ୍କ ପାଖେ ।

ଅନୁଭା ଶୋଉଥିଲା ପ୍ରେତ୍ୟେକ ଦିନ ସମସ୍ତଙ୍କ ପଛରେ,ଉଠୁଥିଲା ସଭିଙ୍କ ଆଗରେ । ସବୁକାମ ଧନ୍ଦା ସାରି କାନିରେ ହାତ ପୋଛି ଆସିଲା ବେଳକୁ ବିନୟ ଘୁଙ୍ଗୁଡ଼ି ପେଲୁ ଥିବେ ଜୋର ଜୋର ।

ଘୁଙ୍ଗୁଡ଼ି କୁ ଅନୁଭା ଭାରି ବିରକ୍ତି ହୁଏ । ସାରା ଦିନ ଖଟିଲା ପରେ କେମିତି ଶୋଇବ ଏତେ ଘୁଙ୍ଗୁଡ଼ି ମେଳରେ??

ମୁଣ୍ଡରେ ବେଡ଼ ସିଟ ଗୁଡାଇ ଶୋଇବାକୁ ଚେଷ୍ଟା କରୁ କରୁ ନିଦ କେତେ ବେଳେ ତାକୁ ଆଉଁସି ଦିଏ,କୋଳେଇ ନିଏ ସେଜାଣି ପାରେନା ।

ପ୍ରକୃସ୍ଥିତ ହେଲା ବେଳକୁ ହୋଇଯାଇଥାଏ ଭୋର୍ । ବିନୟ ନଥାନ୍ତି ବେଡ଼ରେ । କୁଆଡେ ଯାଆନ୍ତି କେଜାଣି?

ଭାରି ଏକା ଲାଗେ । କାନ୍ଦ ଲାଗେ । ମନେପଡନ୍ତି ବାବା ମା, ଭାଇ ଭଉଣୀ । ବାପଘରର ରାଜକୁମାରୀ ଜୀବନକୁ ମନ ଝୁରେ.ଅଣ୍ଡାଳେ ଟିକେ ସେହ୍ନ.

ଆତ୍ମୀୟତା । ମନ ଭୋ ଭୋ ହୁଏ । ମା’ ମା’ ଡାକେ । ବାବା ବାବା ଚିତ୍କାର ଛାଡେ । ଯାହାର ଶବ୍ଦ କେବଳ ନିଜ ହୃଦୟ କାନ୍ଥରେ ପ୍ରତିଧ୍ବନିତ ହୋଇ ତାରି କାନ,ମନ,ଆତ୍ମା ଯାଏ ଶୁଭେ ।

ବଡ଼ ଚକିତ ହୁଏ ଅନୁଭା !ସେ ଶାଶୁ ଘର ଲୋକଙ୍କୁ,ତାଙ୍କ ବନ୍ଧୁବନ୍ଧୁଙ୍କ ..ବନ୍ଧୁ ସମସ୍ତଙ୍କୁ ଖୁବ କମ ସମୟରେ ଆପଣାର କରିନେଲା ବେଳେ ତା ବାବା ମା ଭାଇ ଭଉଣୀ କି ଅନ୍ୟ କାହାରିକୁ ଶାଶୁଘର ଲୋକେ ଆପଣାର ଭାବନ୍ତି ନାହିଁ କାହିଁକି??

ଶାଶୁ ଘରକୁ ଝିଅଟିଏ ନିଜ ଘର ଭାବି ସଜାଏ । ସେଇ ଘରର ପ୍ରତିଟି ସଦସ୍ୟଙ୍କୁ ଆପଣାର ମଣେ । ସେ ଘର ଲୋକଙ୍କ ଅଭାବ,ଅସୁବିଧା,ଦୁଃଖ,ସୁଖକୁ ନିଜର କରେ । ସେ ଘର ଇଜ୍ଜତ ପ୍ରତି ଆଞ୍ଚ ଆସିବାକୁ ଦିଏନି ।

ଅଥଚ ତା ବାବା ମା ଙ୍କୁ କେହି ଏମିତି ଭାବନ୍ତିନି ତା !କେହି ସେମାନଙ୍କ ସୁଖ ଦୁଃଖର ଅଂଶୀଦାର ହୁଅନ୍ତି,କାହିଁକି?ତା,ଭାଇ ଭଉଣୀଙ୍କୁ କେହି ଶାଶୁ ଘରେ ନିଜ ପିଲା ଭାବନ୍ତି ନାହିଁ । କାହିଁକି ଏପରି ତାର ତମ୍ୟ । କାହିଁକି ସବୁ ଝିଅଟିଏ ହିଁ କରିବ !ପୁଅ ନୁହେଁ?

କଣ ସେ ଗୋଟିଏ ପୁଅ ବୋଲି !ତାର କଣ ଚାରି ଛଅଟା ହାତ ! ଗୋଡ଼ !ମୁଣ୍ଡ !ଯାହା ଝିଅର ନାହିଁ !

କାହିଁକି ଏମିତି ବିଧି ବିଧାନ !କିଏ ସୃଷ୍ଟି କରିଛି ଏସବୁ ପ୍ରଥା, ପରମ୍ପରା?

ଆହୁରି ବେଶୀ ଆକୁଳ ଲାଗେ ବାବା ମା ଙ୍କ ଦେହ ଖରାପ ଥିଲେ କୁଣିଆଁ ପରି ଦେଖିବାକୁ ଯିବେ ଝିଅଜ୍ବାଇଁ । ଘଣ୍ଟାଏ ଦି ଘଣ୍ଟା ରହିବେକି ନାହିଁ ଚାଲି ଆସିବେ । ସେବା କରିବାର ସୁଯୋଗ ଦେବେନାହିଁ ବାବା ମାଆଙ୍କର.

ରାତି ରାତି ଅନିଦ୍ରା ରହି ଶାଶୁ ଶଶୁରଙ୍କର ସେବା କରିବ ଝିଅ.ଝିଅ ଯଦି ବିନା ଦ୍ବିଧାରେ ଶାଶୁ ଘରେ ସମସ୍ତଙ୍କର ସବୁ କରି ପାରୁଛି ନିଜର ଭାବି,ଜ୍ୱାଇଁ ଏପରି କରନ୍ତିନି କାହିଁକି?କେଉଁ ବେଦ ରେ ଲେଖା ଅଛି ଏପରି ନକରିବା ନୀତି !

ହଁ କେତେ କଳି ଗୋଳ ପରେ ଜ୍ୱାଇଁ ଯଦି ବା ଏମିତି କିଛି କରେ,ଖାଲି ଫଁ ଫଁ ହେଉଥିବେ । ତୋ ବାବାର ଏଇଆ କଲି,ତୋ ମାର ଏଇଆ କଲି,ଏତେ ଖର୍ଚ୍ଚ କଲି ଇତ୍ୟାଦି ଉଲୁଗୁଣା ଦେବେ ।

ସବୁଠୁ ଆଶ୍ଚର୍ଯ୍ୟ ହୁଏ ଅଲିଭା କଥା କଥାକେ ଶାଶୁ ଘରର ସମସ୍ତେ ଜ୍ୱାଇଁ ସହ ଯେତେବେଳେ" ତୋ ବୋପା" କହି ଟାହୁଲି ଟାପରା କରନ୍ତି । ଦେହ ଜଳି ଯାଏ ସେତେବେଳେ ଗୋଟେ ଝିଅର ।

ବିସ୍ମୟ ! କିନ୍ତୁ ବୋହୁ ଏମିତି କହି ପାରିବନି । ଇଲୋ ମା ଏପରି କହିଲେ ଗଲାବେଦ ଅଶୁଦ୍ଧ ହେଲା ଜାଣ । ତୁମ୍ଭି ତୋଫାନ ଉଠିବ  । ନାହିଁ ନଥିବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ।

କର୍ମଜୀବୀ ଝିଅର ଦୁଃଖ କହିଲେ ନ ସରେ । ଦୁଃଖ କରିବେ,ବାବା ମା, ପାଠ ପଢେଇ ଗୋଡରେ ଠିଆ କରେଇବେ ବାବାମା । କିନ୍ତୁ ଶାଶୁ ଘରକୁ ଆସିଲେ ଦରମା ଗୋଟା ସୁଦ୍ଧା ସ୍ୱାମୀ,ଶ୍ୱଶୁରଙ୍କର । ନିଜ ପାଇଁ ଖର୍ଚ୍ଚ କଲେବି କୈଫିୟତ ଦେବାକୁ ହେବ "କଣ କଲ ପଇସା"..

ବିଚିତ୍ର ଝିଅ ଜନ୍ମ ଓ ଜୀବନ । ବାବାମା’ଙ୍କୁ ଅନ୍ତତଃ ପକ୍ଷେ ନିର୍ଭୟରେ ମନ କଥା କହି ହୁଏ । ମାତ୍ର ଶାଶୁ ଘରେ!! ନା ଥାଏ ମନ ,ନା ଥାଏ ଇଛା । ପୁଣି ମାଆ ହୋଇଗଲା ପରେ ପୁଅ ବୋହୂଙ୍କୁ ଅଧୀନରେ କୁହୁଳି କୁହୁଳି ବଞ୍ଚେ ବାକି ଜୀବନ ।

ହଁ କିଛି ଝିଅ ବଞ୍ଚି ନିଅନ୍ତି ନିଜ ଭାଗର ଜୀବନ ସ୍ୱାଧୀନ ଭାବେ । ପତ୍ନୀ ସୁହାଗା ପତି ପାଇଁ । ମା’ ବାବା ପରି ଶାଶୁ ଶଶୁର ପାଇ । ହାତ ଗଣନ୍ତି ଏମାନଙ୍କ ସଂଖ୍ୟା ।

କିନ୍ତୁ ବିନୟଙ୍କ ପରି ସ୍ୱାମୀ ପୁଣି ଅଲିଭା ପରି ସୁଶୀଳ,ସଂସ୍କାରୀ ଝିଅ ଭାଗ୍ୟେ ମିଳିଲେ ଏମିତି ଲହୁ ଲୁହ ପିଇପିଇ ବଞ୍ଚିବାକୁ ପଡେ ।

ଅଙ୍କା ବଙ୍କା ଜୀବନ ରାସ୍ତାରେ ଖାଲି ମୋଡ଼ ଓ ଝଡ଼ । ପୁଣି ଗୋଟିଏ ମୋଡ଼ ଆସିଲା ଅଲିଭା ଜୀବନରେ । ସମସ୍ତେ କହିଲେ ମହାନ୍ତି ଘର ବୋହୂର ପିଲା ପିଲି ହେବେନି ହେବନି ,ନା କଣ ?? । ମହାକାଳ ଫଳ । ଦେଖିବାକୁ ଡ଼ଉଳ ଡାଉଳ । ଭିତର ଫମ୍ପା! ,ପାଞ୍ଚ ମାସ ବିତି ଯାଇଥିଲେ ବି କିଛି ଶୁଭ ଖବର ନାହିଁ ?? ଅନୁଭା ଭାବିଲ କି ମୂର୍ଖ,ଅଗୁଆଁର ଲୋକ ଗୁଡା.ବାହା ହେଇ ଆସୁ ଆସୁ ଛୁଆ !! ଅବଶ୍ୟ ବିନୟ ସବା ସାନ ପୁଅ । କୁଳ ଉଜ୍ଜ୍ଵଳ କରିବ ବୋଲି ଚାରି ଝିଅରେ ବିନୟ । ତାଙ୍କ ବାପାମା’ ଅତ୍ୟଧିକ ବୟସ ହେତୁ ଶୀଘ୍ର ନାତି କି ନାତୁଣୀ ମୁହଁ ଦେଖି ମାରିବାକୁ ଚାହୁଁଛନ୍ତି ।

କେମିତି ବୁଝେଇବ ପିଲାଟିଏ ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମିଳନ ହେବା ଏକାନ୍ତ ଆବଶ୍ୟକ । ଆବଶ୍ୟକ ଏକ ମୁହୂର୍ତ୍ତ,ମନ,ପ୍ରସ୍ତୁତି । ଏଥିରୁ ଗୋଟିଏ ଅଲିଭା ଜୀବନରେ ତ ନାହିଁ!! ପିଲା ହେବ କିପରି!!

ସେ ତ ଏବେ ବି ଅପଢ଼ା.ଅନୁଢା । ବିନୟ ସଂସାର ତ୍ୟାଗୀ ଯୋଗୀ ଓ ସେ ଯୋଗିନୀର ଜୀବନ ବଞ୍ଚୁଛି । କିନ୍ତୁ କାହିଁକି ବିନୟଙ୍କର ଦେହ ପ୍ରତି,ଦାହ ପ୍ରତି ବିତୃଷ୍ଣା ସେ ଖିଅ ଖୋଜି ପାଉନି ଅଲିଭା ଏଯାଏ । ବିନୟ ତାକୁ ଛୁଉଁବାର ଆଗ୍ରହ କି ତା ପ୍ରତି ଆସକ୍ତି ପ୍ରକଟ କରନ୍ତି ନାହିଁ ।

ସେ ବି ଅଲାଜୁକି ପରି ଉପରେ ପଡେ ନାହିଁ । ଦୁହେଁ ବୁହନ୍ତି ଗୋଟିଏ ନଈର ଦୁଇ ଧାର ହୋଇ । ଯୋଉ ନଈରେ କେବେ ବି ବନ୍ୟା ଆସୁ ନାହିଁ କି ହେଉ ନାହିଁ ଜୁଆରିଆ ।

କେଉଁଠୁ ଆସିବ ଶାମୁକା ! ତା ଭିତରେ ପୁଣି ମଣି କି ମୁକ୍ତା.

ବହୁତ କଷ୍ଟ ଏ ଦେହର ଭୋକଦାହର ଜଳନ । ଦେଖା ଯାଉ କେବେ ଶୁଖିଲା କାଠ ବିନୟଙ୍କ ଆସନ ଟଳୁଛି..କେବେ ଓଦା ହେବ ସେଇ କାଠ ସନ୍ଧିରେ ନିଜର ଅସ୍ତିତ୍ୱ ,ଅସ୍ମିତା ହଜାଇ ଜାକିଜୁକି ରହିଥିବା ବେଙ୍ଗ..!

ହଠାତ ଅନୁଭା ପାଇଁ ଗଲା ବିନୟର ରହସ୍ୟ ଖିଅ । ମିତାଲି ନାମ୍ନୀ ମହିଳା ସଙ୍ଗେ ଡାରେ ନାରେ ହୁଅନ୍ତି ସେ । ସେଇ ପାଇଁ ଭୋରୁ ଅଣ୍ଡାଳିଲେ ବାବୁ ଗାୟବ ।

ଛି ! ଅଇଁଠା ଚିଜଟା ତା କପାଳରେ ପଢ଼ିଛି !  । ପରକିୟା ପ୍ରତି ରୁଚି ରଖୁଥିବା ମଣିଷଟା ପାଇଁ ଏତେ ଜଳୁଛି ସେ.. । ହଉରେ ପୁଅ ! ଖିଅ ମିଳିଲାଣି ଯେତେବେଳେ ତତେ କେମିତି ଗୁଡି ପରି ଉଡାଉଛି ଖାଲି ଦେଖ...।

କାଠ ସନ୍ଧିର ବେଙ୍ଗକୁ ଦୁର୍ଗା ହେବାକୁ କେତେ ସମୟ ଯେ..।

ସତ୍ୟବତୀ ସ୍ୱାଇଁ, ବାଲିକୁଦା,ଜଗତସିଂହପୁର


Rate this content
Log in

Similar oriya story from Fantasy