Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Senapati

Tragedy

2.5  

Prasant Kumar Senapati

Tragedy

ଲାଇକ୍ ଆଣ୍ଡ କମେଣ୍ଟ-:ଆଜିର ସତ୍ୟତl

ଲାଇକ୍ ଆଣ୍ଡ କମେଣ୍ଟ-:ଆଜିର ସତ୍ୟତl

3 mins
14.4K


 ପ୍ରାୟ ରାତି ବାରଟା ସମୟରେ ହୃଦଘାତରେ ନବୀନ ବାବୁଙ୍କ ମୃତ୍ୟୁ ହୋଇଗଲା । ତାଙ୍କର ବଡପୁଅ ସମୀର ଘର ଠାରୁ ପାଞ୍ଚ ସାତଶହ କିଲୋମିଟର ଦୂର ଏକ ସହରରେ ସରକାରୀ ଅଫିସର ଥାଏ । ସାନ ପୁଅ ସଞ୍ଜୟ ରାତିରେ ଫୋନ୍ କରି ବାପାଙ୍କ ମୃତ୍ୟୁ ବିଷୟରେ ସୁଚନା ବଡଭାଇକୁ ଦେଲା ।

ବାପାଙ୍କ ମୃତ୍ୟୁ ଖବର ଶୁଣି ସମୀର ନବୀନ ବାବୁଙ୍କ ଦାହ ସଂସ୍କାରରେ ସାମିଲ ହେବା ପାଇଁ ସରକାରୀ ଗାଡି ଧରି ତୁରନ୍ତ ଘରୁ ଗାଆଁ ଅଭିମୁଖେ ବାହାରିଲା । ଯଥା ସାଧ୍ୟ ଚେଷ୍ଟା କଲେ ବି ପରଦିନ ମଧ୍ୟାହ୍ନ ବାରଟା ପୂର୍ବରୁ ସେ ଗାଆଁରେ ପହଞ୍ଚି ପାରିବ ନାହିଁ । ପରମ୍ପରା ଅନୁସାରେ ରାତିରେ ଦାହ ସଂସ୍କାର ହୋଇ ପାରିବ ନାହିଁ ଓ ଏପଟେ ଘରେ ମଢା ପଡିଥିଲେ ନା ଚୁଲି ଜଳିବ ନା କିଏ କିଛି ଖାଇପାରିବ । ଏସବୁ ଶାସ୍ତ୍ରରେ ନିଷିଦ୍ଧ କରା ଯାଇଛି ।

ସମସ୍ୟା ଗମ୍ଭିର ଥିଲା, ସାହିରେ ଭାଇରେ ଛୋଟ ପିଲା ଠାରୁ ଆରମ୍ଭ କରି କଅଁଳା ଶିଶୁ ବି ଥିଲେ । ସାନପୁଅ ସଞ୍ଜୟ ବି ସ୍ପଷ୍ଟ କରିଦେଲା ବଡଭାଇ ନଆସିବା ଯାଏ, ମଢା ଉଠି ପାରିବ ନାହିଁ । ବଡପୁଅ ହୋଇଥିବାରୁ ମୁଖାଗ୍ନି ଦେବାର ପ୍ରଥମ ଅଧିକାର ସମୀରର ଓ ସେ ବି ଗାଆଁ ଅଭିମୁଖେ ବାହାରି ସାରିଥାଏ । ଭୋକ ଶୋଷରେ ସାହି ଭାଇ ସମୀରର ଆସିବା ବାଟକୁ ଚାହିଁ ରହିଥାନ୍ତି । ସମସ୍ତେ ନିଶ୍ଚିନ୍ତ ଥାଆନ୍ତି ଯେ ବାରଟା ସୁଦ୍ଧା ଗାଆଁରେ ପହଞ୍ଚିଲେ ଘଣ୍ଟାଏ କାଳ କନ୍ଦାକଟାରେ ଯିବ ଓ ଗୋଟେ ରୁ ଦେଢଟା ଭିତରେ ମଢା ଉଠା ହେବ ଓ ପରେ ଯାଇ ଖାଇବା ପିଇବାର ବ୍ୟବସ୍ଥା ହୋଇ ପାରିବ ।

ଆଶା ଅନୁରୁପ ସମୀର ବାରଟା ପନ୍ଦର ସୁଦ୍ଧା ଗାଆଁରେ ପହଞ୍ଚି ଗଲା, କିନ୍ତୁ ଏ କଣ,,,,,କନ୍ଦାକଟା ତ ଦୂରର କଥା,,,,ତାର ଆଖିରୁ ଲୁହ ବୁନ୍ଦେ ବି ଝରୁନଥାଏ । ସେ ନିଜ ଲାଟେଷ୍ଟ ସ୍ମାର୍ଟଫୋନ୍ ଖୋଲିଲା ଓ ବିଭିନ୍ନ କୋଣରୁ ମଢା ସହିତ ଆଠ ଦଶଟି ଫଟୋ କ୍ଲିକ୍ କରି ଦମ୍ ନେଲା । ସାନଭାଇ ସଞ୍ଜୟକୁ ଡକାଇ କହିଲା ଯଦି ସମସ୍ତ ବ୍ୟବସ୍ଥା ସରିଛି, ତେବେ ମଢା ଉଠା ଆରମ୍ଭ କରିବା ।

ପୁଣି ସମୀର ନିଜ ପୁତୁରା ହାତରେ ସ୍ମାର୍ଟଫୋନ୍ ଦେଇ କହିଲା, ଯେତେବେଳେ ମଢା ନେଇ ଆମେ କାନ୍ଧରେ ବୋହି ବୋହି ସ୍ମସାନକୁ ଯିବୁ ପ୍ରତ୍ୟେକ କୋଣରୁ ଭଲ ଭଲ କିଛି ଫଟୋ କ୍ଲିକ୍ କର । ସ୍ପେସିଆଲି ଯେତେବେଳେ ମୁଁ ବାପାଙ୍କୁ ମୁଖାଗ୍ନି ଦେବି ସେତେବଳେ ବି ଭଲ ଫଟୋ ଦୁଇ ଚାରିଟା ନେବ, ହଁ,,,,ମୋବାଇଲ୍ ବହୁତ ଦାମୀ,,,,ସମ୍ଭାଳି ଯତ୍ନ ସହକାରେ ଫଟୋ ନେବ ।

ବାରଟା ପଇଁଚାଳିଶି ସୁଦ୍ଧା ପରମ୍ପରା ଅନୁସାରେ ଶବଯାତ୍ରା ଆରମ୍ଭ ହେଲା ଓ ସାହି ଭାଇମାନେ ଟିକେ ଆଶ୍ବସ୍ତି ହେଲେ ।

ମୁଖାଗ୍ନି ଦେବା ପରେ ସମୀର ନିଜ ପୁତୁରା ପାଖରୁ ମୋବାଇଲ୍ ନେଇ ଉଠା ଯାଇଥିବା ସମସ୍ତ ଫଟୋକୁ ଆଖି ପୁରେଇ ଦେଖୁଥାଏ ଓ ନିଜ ପୁତୁରାର ସୁନ୍ଦର ଫଟୋଗ୍ରାଫି ପାଇଁ ସନ୍ତୋଷର ଭାବ ଚେହେରାରୁ ସ୍ପଷ୍ଟ ବାରି ହେଊଥାଏ ।

ଏବେ ଲୋକମାନେ ଅଲଗା ଅଲଗା ଭେଳାରେ ଏକାଠି ବସି ଚିତା ଲିଭାବାକୁ ଅପେକ୍ଷା କରିଥାନ୍ତି । କିଛିଲୋକ ରାଜନିତୀ, କିଛି ବ୍ୟାପାର ଓ କିଛି ଚାଷବାସ ବିଷୟରେ ଚର୍ଚ୍ଚା କରୁଥାନ୍ତି ତ କିଛି ଯୁବପିଢୀ ମୋବାଇଲ୍ ଗେମ୍ ଖେଳୁଥାନ୍ତି ଓ ଆଉକିଛି ଚାଟିଂରେ ବ୍ୟସ୍ତ ।

ସେପଟେ ବାପାଙ୍କ ଚିତା ଜଳୁଥାଏ ଓ ଏଠି ସମୀର ବସି ଫେସବୁକ୍ ଷ୍ଟାଟସରେ ଫଟୋ ଏଡିଟ୍ କରି ଫିଲିଂ ସ୍ୟାଡ୍ ଇମୋଜିୀ ଦେଇ ପୋଷ୍ଟ କରାବାରେ ବ୍ୟସ୍ତ ଥିଲା ।

ଚିତା ବୁଝିବା ପର୍ଯ୍ୟନ୍ତ ସମୀର ସନ୍ତୁଷ୍ଟ ହେଇ ସାରିଥାଏ, କାହିଁକି ନା ଘଣ୍ଟାଏ ଭିତରେ ନଅଶହ ଲାଇକ୍ ଓ ସାତଶହ ପଚାଶ କମେଣ୍ଟ ଆସି ସାରିଥାଏ , କେତେକ ଦୁଃଖରେ ସମ୍ବେଦନା ଜଣାଉଥାନ୍ତି ତ କେତେକ ଆଶ୍ବସନା ଦେଉଥାନ୍ତି ଓ କେତେଜଣ ବି ମେସେଞ୍ଜର ଓ ହ୍ବାଟସଅପରେ ସୁଖ ଦୁଃଖ କିପରି ହେଲା କେମିତି ହେଲା ଭଲମନ୍ଦ ବୁଝୁଥାନ୍ତି ।

ସ୍ମସାନରୁ ଫେରିବା ସମୟରେ ସାହି ଭାଇ ଓ ଅନ୍ୟମାନଙ୍କୁ ବଡ ଗର୍ବର ସହିତ ସମୀର କହୁଥିଲା ଏପର୍ଯ୍ୟନ୍ତ ପନ୍ଦର ଶହ ଲାଇକ୍ ବାରଶହ କମେଣ୍ଟ ଆସି ସାରିଲାଣି । ସମସ୍ତଙ୍କ ମନ ବାପାଙ୍କ ମୃତ୍ୟୁରେ ଦୁଃଖିତ ଓ ବାପାଙ୍କ ଆତ୍ମା ନିଶ୍ଚିତ ସଦଗତି ପ୍ରାପ୍ତ ହେବ ।

ସମାଜର ଦର୍ପଣ

© ପ୍ରଶାନ୍ତ ସେନାପତି


Rate this content
Log in

Similar oriya story from Tragedy