Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜ୍ୟାକେଟର ଦୁଇଟି ସ୍କେଚ୍
ଜ୍ୟାକେଟର ଦୁଇଟି ସ୍କେଚ୍
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Classics

3 Minutes   7.3K    12


Content Ranking

ପରଂବ୍ରହ୍ମ ତ୍ରିପାଠୀ


(ଏକ)

ଭାଇନା, ତମେ ସେ ଜ୍ୟାକେଟଟା ତମ ସାନ ଭାଇକୁ ଦେଇ ଦେଇଛ ନା ? ଧମକେଇଲା ଭଳି ଫୋନରେ ପଚାରିଲା ସ୍ମୃତି । ଶାଳୀ ଭିଣୋଇ ସମ୍ପର୍କ ହିସାବରେ ତଥାକଥିତ ଥଟ୍ଟାମଜା ଆମ ଭିତରେ ନ ହେଉଥିଲେ ମଧ୍ୟ ସମ୍ପର୍କ ମନ୍ଦ ନୁହେଁ । ସ୍ମୃତି ରୁହେ ନେଦରଲ୍ୟାଣ୍ଡରେ ଆଉ ବର୍ଷକୁ ଥରେ ଆସେ । ସେ ଏଥର ଓଡ଼ିଶା ଆସିଲା ବେଳକୁ ଜାଣିଥିଲା ଯେ ମୋର ବି ଗୋଟେ ସେମିନାର ପାଇଁ ସେଇ ସମୟରେ ଭୁବନେଶ୍ବର ଯିବାର ଅଛି । ତା ନିଜ ଆଡୁ କହିଥିଲା, ଭାଇନା ଫୁଲ ଜ୍ୟାକେଟ ଗଡୁ଼ାକ ତମକୁ ମାନୁନି ମ, ହାଫ ଜ୍ୟାକେଟଟା କୁଲ୍ ଲୁକ ଦିଏ । ତୁମ ପାଇଁ ଗୋଟେ ହାଫ ଜ୍ୟାକେଟ ନେଇଥିବି । ମନା କରିବାର କୌଣସି କାରଣ ମୋ ପାଖରେ ନ ଥିଲା, ତେଣୁ ମୁଁ ହଁ ମାରିଥିଲି ।

ଫୋନରେ ତା କଥା ଯେତେ ବୁଲେଇ ଦେବି ଭାବିଲି, ହେଲେ ସିଏ ନଛୋଡ଼ବନ୍ଧା ।

ତମେ ଦେଇ ଦେଇଛ କି ନାହିଁ, ସତ କୁହ ଭାଇନା । ମୁଁ କହିଲି ଆରେ ସେମିତି କଣ ତୁତୋ ନାନୀ ଡ୍ରେସ ନେଉନି? ଏଥର ଆଉ ଟିକେ ଚଢ଼ା ଗଳାରେ ସ୍ମୃତି ଉତ୍ତର ଦେଲା, ମୁଁ ନାନୀ ର ଡ୍ରେସ ନିଏନି, ନାନୀ ଆଉ ମୋ ଭିତରେ ଡ୍ରେସ ଏକ୍ସଚେଞ୍ଜ ହୁଏ । ପରିସ୍ଥିତି ହାଲୁକା କରିବା ପାଇଁ ମୁଁ ତାକୁ କହିଲି, ଆରେ ସିଏ କହିଲା, ଜ୍ୟାକେଟଟା ଭଲ ହେଇଛି। ମୁଁ କଣ ମନା କରିଥାନ୍ତି ? ନଦେଇଥିଲେ କଣ କଥାଟା ଭଲ ହେଇଥାନ୍ତା ?

ଯଦି ଜ୍ୟାକେଟ ଦେବାର ଥିଲା, ଭୁବନେଶ୍ବରରୁ ହଜାରେ କି ଦେଢ଼ ହଜାରର ଜ୍ୟାକେଟଟେ ତାଙ୍କ ପାଇଁ କିଣି ଦେଲନି ? ଜାଣିଛ ନା ନାହିଁ, ତେସ୍ତରି ୟରୋରେ ସେଇଟା କିଣିଥିଲି । ତମେ ଦାନ କରିଦେଲ ? ଚରମ ବିରକ୍ତିରେ ଉତ୍ତର ଦେଲା ସ୍ମୃତି

ଦାନ??? କାହାକୁ??? ଏ ପ୍ରଶ୍ନଟି ନିଜକୁପ୍ରାୟ ଆଠ ଦଶ ଥର ପଚାରିଲି ।

ତା ଭିତରେ ମୁଁ ଫୋନ କାଟିଲି କି ସେ କାଟିଦେଲା ଜଣା ନାହିଁ, ହେଲେ ମୋର ନିଜ ସହ ପ୍ରଶ୍ନ-ଉତ୍ତର ସରିଲା ବେଳକୁ ଫୋନ କଟି ସାରିଥିଲା।

(ଦୁଇ)

ତୁ ଘରକୁ ଆସିଲା ବେଳକୁ ଦେବୁ ପାଇଁ ଜ୍ୟାକେଟଟେ ଆଣିବୁ, ଫୋନରେ କହିଲା ବୋଉ । ବୋଉର ସବୁବେଳେ ଏମିତି କଥା । ଜାଣିଛି ସିଏ କାଲି ସକାଳ ପ୍ରଥମ ଫ୍ଲାଇଟରେ ମୁଁ ବାହାରିବି, ଟିକେ ଦନେ ଦି ଦିନ ଆଗରୁ କହିଥିଲେ ହେଇ ନଥାନ୍ତା?

ହଉ ଦେଖିବି ବୋଲି କହି ଫୋନ କାଟିଲି। ସରୋଜିନୀ ମାର୍କେଟ ଯିବା ପାଇଁ ଆଉ ସମୟ ନ ଥିଲା, ମେଟ୍ରୋ ପାଖ ଫୁଟପାଥରୁ ମୂଲଚାଲ୍ ପରେ ଦୁଇଶହ ଟଙ୍କା ଦେଇ ଜ୍ୟାକେଟଟେ କିଣିଲି ଦେବୁ ପାଇଁ ।

ଦେବୁ ଆମ ଘରେ କାମ କରେ । ସତର ଅଠର ବର୍ଷର ପିଲାଟି । ଆମେ ତିନି ଭାଇ ଭଉଣୀ ସମସ୍ତେ ବାହାରେ, ତେଣୁ ଘର ବଗିଚା କାମଠାରୁ ନେଇ ସଉଦାପତ୍ର, ବୋଉକୁ ଘର କାମରେ ସାହାଯ୍ୟ, ବାପାଙ୍କ ଦେଖାଶଣୁା ସବୁ କାମ ଦେବୁର । ସେମିନାର ସାରି ଘରେ ପହଞ୍ଚିଲି ଦେବୁ ଜ୍ୟାକେଟ ଦେଖି ଖସିରେ କୁରୁଳି ଉଠିଲା । ତା’ପରଦିନ ତାଙ୍କ ଗାଁରେ ଅଷ୍ଟପ୍ରହରୀ । ସକାଳୁ ସକାଳୁ ଦେବୁ ବାବୁ ବାହାରଲେି ନିଜ ଗାଁକୁ ନୂଆ ଜ୍ୟାକେଟ ପିନ୍ଧି ସନ୍ଧ୍ୟା ସାଢ଼େ ସାତ ବେଳକୁ ବୋଉ ମତେ କହିଲା, ଦେବୁକୁ ବସ କି ଟ୍ରେକର ମିଳୁନି, ତାକୁଯାଇ ତାଙ୍କ ଗାଁରୁ ଆଣିବାକୁହେବ । ତା ଗାଁ ଆମ ଘରଠାରୁ ଅଠର କିଲୋମିଟର । ଶୀତରାତି, ଇଚ୍ଛା ନ ଥିଲେ ବି କାଳେ ସକାଳେ କାମ ଅଟକି ଯିବ, ଦିଲ୍ଲୀ ନେବା ପାଇଁ ଘରୋଇ ଜିନିଷ ସବୁ ପ୍ୟାକ କରି ହେବନି, ସେ ଆଶଙ୍କାରେ ସବୁ ବିରକ୍ତି ଲୁଚାଇ ମୁଁ ବାଇକ ଧରି ବାହାରିଲି ଦେବୁର ଗାଁକୁ ।

ଦେବୁ ଠିଆ ହେଇଥାଏ ତାଙ୍କ ଗାଁ ଛକରେ, ଥରୁଥାଏ ଶୀତରେ। ମୁଁ କହିଲି ବସ ବାଇକରେ । କିଛି ବାଟ ଆସିଲା ପରେ ମୋର ମନେ ପଡଲା, ଏ ପିଲା ଜ୍ୟାକେଟ ନ ପିନ୍ଧି ଶୀତରେ କାହିଁକି ଥରୁଛି ? ପଚାରିଲି, ହେଇରେ, ଜ୍ୟାକେଟ ପିନ୍ଧୁନୁ । ଦେବୁ କହିଲା ଭାଇ ଜ୍ୟାକେଟ ବଉଳାରେ ଛାଡି ଆ଼ସିଛି । ମୁଁ ଉତ୍ତର ଦେଲି ତାହେଲେ ଚାଲ । ତୋ ଘର ତ ପାଖରେ, ନେଇ ଆସିବା, ଥଣ୍ଡାରେ ଏତେ ବାଟ କେମିତି ଯିବୁ ?

ଦେବୁ କିଛି କହିଲାନି, ଚୁପ ରହିଲା । ମଁ କହିଲି କିରେ କଣ ହେଲା? ଦେବୁ ମତେ ପଚାରିଲା ଭାଇ ସେ ଜ୍ୟାକେଟଟା କେତେ ଟଙ୍କା ପଡଥିଲା?

ମୁଁ ବୁଝି ପାରିଲିନି, ପଚାରିଲି, କାଇଁ କଣ ହେଲା କି? ଗାଁରେ ଲୋକଙ୍କ ମନକୁ ପାଇଲାନି ନା କଣ? ଦେବୁ ଡରି ଡରି ଉତ୍ତର ଦେଲା, ହଁ ବା, ସମସ୍ତେ ଆଖି ଫାଡ ଚାହିଁଥି଼ଲେ। ମୁଁ ପୁଣି ପଚାରିଲି, ତାହେଲେ ଅସବିଧା କଣ ହେଲା?

ଦେବୁ ଏକ ନିଶ୍ଵାସରେ କହିଲା, ସାନ ଭାଇକୁ ଭଲ ଲାଗିଲା, କହିଲା ରଖିବ ବୋଲି । ମୁଁ ତାକୁ ଦେଇ ଦେଲି। ଭାଇ ତମେ ମୋ ପାଇଁ ଦିଲ୍ଲୀରୁ ଆଉ ଗୋଟେ ଏମିତି ଜ୍ୟାକେଟ ଆଣିବ। ଏ ଜ୍ୟାକେଟର ପଇସା ମୋ ଦରମାରୁ କାଟି ଦେବ ।

କଣ ଉତ୍ତର ଦେବି ବୁଝି ପାରୁନଥିଲି ।

ଅଜାଣରେ ମୋ ହାତ କେତେବେଳେ ମୋ ନିଜ ଫୁଲ ଜ୍ୟାକେଟ ଖୋଲି ସାରିଥିଲା ଆଉ ଦେବୁ ଆଡ଼କୁ ବଢ଼େଇ ସାରିଥିଲା ସେଇଟା ମୁଁ ନିଜେ ବୁଝି ପାରିନଥିଲି ।

ଜ୍ୟାକେଟ ଦେବୁ ଶୀତ

Rate the content


Originality
Flow
Language
Cover design

Comments

Post

Some text some message..