Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

कार्त्तिक सेठी

Others

3  

कार्त्तिक सेठी

Others

ବନ୍ଧୁ

ବନ୍ଧୁ

4 mins
706


ସ୍ମାର୍ଟ ସିଟି ଭୁବନେଶ୍ୱର । ବସନ୍ତର ସାୟାହ୍ନରେ ଭାରି ସ୍ମାର୍ଟ ଲାଗୁଥିଲା ଆଜି । ରାସ୍ତାକଡ଼ ର ମନୋରମ ଦୃଶ୍ୟରାଜି ଖୁବ୍ ଆକର୍ଷିତ କରୁଥିଲା ମାରୁତି ଙ୍କୁ । ଗୁପ୍ ଚୁପ୍ ,ଦହିବରା ଆଳୁଦମ୍ ଏବଂ ଚାଟ୍ ଦୋକାନ ଗୁଡ଼ିକ କଲେଜ ଓ ୟୁନିଭର୍ସିଟି ଲଳନା ଙ୍କ ଗହଣରେ ଖୁବ୍ ସୁନ୍ଦର ଲାଗୁଥିଲା । ରବିବାରୀୟ ଇଵ୍ନିଂ ଓ୍ଵାକ୍ ଟା ଦିନ ଚାରିଟା ରୁ ଆରମ୍ଭ କରିଦେଇଥିଲେ ସେ । ସନ୍ଧ୍ୟା ଛଅ ଟା ଆଡ଼କୁ ଫେରିବେ ବୁଲିବାଲି ହୋଇଆସି । କ୍ରମଶଃ ପାଖେଇ ହୋଇ ଆସୁଥିଲେ ସେ ଚାଟ୍ ଦୋକାନ ଆଡ଼କୁ । ମନରେ ଦହିବରା ଆଳୁଦମ୍ ପାଇଁ ଲୋଭର ସୁଅ ଛୁଟୁଥାଏ । ହେଲେ ଏ ଝିଅ ମାନଙ୍କ ଗହଳି ଟିକେ ଫାଙ୍କା ହେଲେ ତ ! ଗୁପ୍ ଗୁପ୍ ଦୋକାନରେ ଭିଡ଼ ଟିକିଏ ବେଶୀ । ରାଉଣ୍ଡ ଷ୍ଟାଣ୍ଡିଙ୍ଗ୍ ଟେବୁଲ୍ ଟିଏ ଅଛି । ସମସ୍ତେ ଯେଝା ପାତ୍ର ଟିକୁ ଟେବୁଲ ଉପରେ ରଖି ଗବାଗବ୍ ଖାଇ ଯାଉଥାନ୍ତି ଗୁପ୍ ଚୁପ୍ ବୁଡାଇ । ନଜର ବୁଲାଇ ଆଣନ୍ତେ ଗହଳି ମଝିରେ ଜଣେ ଚିହ୍ନା ମୁହଁ ପରି ମନେ ହେଉଥିଲେ । ଘନକୃଷ୍ଣ କୁନ୍ତଳ କେଶରୁ ଦୁଇ କେରା ବାହାରି ଆସି ତୋଫା ଗୋରା ଗାଲ ଉପରେ ପଡ଼ିଥାଏ ହେଲେ କର୍ଣ୍ଣ ପଟହକୁ ସ୍ମାର୍ଟ ମୋବାଇଲ୍ ମୋବାଇଲ୍ କଭର୍ ଆପ୍ କରିଥିବାରୁ ମୁହଁ ଟିକୁ ସ୍ପଷ୍ଟ ଦେଖି ହେଉ ନ ଥିଲା ।ମୋବାଇଲ୍ ପଛ ପଟର ଚମ୍ପାକଳି ଅଙ୍ଗୁଳିକୁ କେ.ଡି ଗୋଲ୍ଡ ର ହସ୍ତ ମୁଦ୍ରିକା ବେଶ୍ ମାନୁଥିଲା । ଫୋନ୍ ରେ କଥା ହେଉଥିଲେ ବି ଖାଇବା ବନ୍ଦ ନ ଥିଲା ।ଖାଇବା ଚାଲିଥିଲା ସେମିତି ।ଗୁପ୍ ଚୁପ୍ ମାନେ ବିଚରା ଆଉ କ'ଣ କରିବେ !!ନୀରବରେ ଏ ଦୈତ୍ୟ କନ୍ୟାଙ୍କ ଉଦରସ୍ଥ ହେଉଥିଲେ । ଏମାନଙ୍କ ଫୋନ୍ କଥାହେବା ଦେଖି ମାରୁତି ତାଙ୍କ ବେଷ୍ଟ୍ ଫ୍ରେଣ୍ଡ୍ ଙ୍କୁ ମନେ ପକାଇଲେ । ପକେଟ ଭିତରେ ବିଚରା କେତେବେଳୁ ପଡ଼ି ରହିଛି । ସଯତ୍ନରେ ନାଭିଗେସନ୍ କି ଟିକୁ ମୃଦୁ ଚାପ ଦେଇ ଉଜ୍ଜ୍ୱଳ କରାଇଲେ । ଓଃ ଏ କ'ଣ ସେ ଦେଖୁଛନ୍ତି !! କମସେ କମ୍ ତିରିଶିଟି ମିସ୍ଡ କଲ୍ !!ଅଜାଣତରେ କେତେବେଳେ ଫୋନ୍ ଟା ସାଇଲେଣ୍ଟ୍ ହୋଇଯାଇଣଛି ,ଜାଣି ପାରିନାହାଁନ୍ତି ସେ । ପ୍ରତିକଲ୍ ନିମନ୍ତେ ଉଦ୍ୟତ ହୁଅନ୍ତେ ବୀଣା ମ୍ୟାଡାମ୍ ମାରୁତିଙ୍କ ସାମ୍ନାରେ ପ୍ରତ୍ୟକ୍ଷ ହୋଇ ସାରିଥିଲେ । କିଛି ସମ୍ଵୋଧନ କରିବା ପୂର୍ବରୁ ପରିସ୍ଥିତି କୁ ଅବଲୋକନ କରି ଚୁପ୍ ରହିଲେ । ମାରୁତି ସ୍ଵାଭାବିକ ମୁଦ୍ରାକୁ ଫେରିଲେ ବଚସା ହେବେ ବୋଲି ସ୍ଥିର କଲେ । ମାରୁତି ସେପଟକୁ ବୁଲି କଲ୍ ପରେ କଲ୍ କରିଚାଲିଛନ୍ତି ।ଗୋଟିଏ ର ବି ଉତ୍ତର ମିଳୁନାହିଁ । ହେଉ କରି ଚାଲନ୍ତୁ ... ମାରୁତି ଆୟେଙ୍ଗର୍ । ଦକ୍ଷିଣ ଭାରତୀୟ ନୈଷ୍ଠିକ ତାମିଲ୍ ବ୍ରାହ୍ମଣ ପରିବାର ରୁ । ଜଣେ ସଫଳ ବିଜିନେସ୍ ମ୍ୟାନ୍ । ନିଜେ ଜଣେ ଚାଟାର୍ଡ ଆକାଉଟ୍ୟାଣ୍ଟ୍ । ପରାଧୀନତା ର ଶୃଙ୍ଖଳ ଚାକିରି ଛାଡ଼ି ନିଜେ ସ୍ଵୟଂ ସ୍ଵାବଲମ୍ଵୀ । ତାଙ୍କ ଅଧୀନରେ ଆହୁରି ଅନେକ କର୍ମଚାରୀ ନିଜର ଅବସ୍ଥାକୁ ସଜାଡି ଭଲ ରୋଜଗାର କରିପାରୁଛନ୍ତି । ଏ ସବୁ ପରେ ବି ସେ ଗାଳ୍ପିକା ବୀଣା ଦେବୀ ଙ୍କ ଫ୍ୟାନ୍ ।ପ୍ରିୟ ପାଠକ ଆପଣାରଠୁ ବି ଆପଣାର ଲାଗନ୍ତି । ଭକ୍ତ ,ଭଗବାନ୍ ଙ୍କ ସମ୍ଵନ୍ଧ ପରି ନିବିଡ଼ତର । ଯାହା ହେଉ ସଂଯୋଗ ର ଏ କି ଅପୂର୍ବ ବେଳା । ଦୀର୍ଘ ଦଶ ବର୍ଷ ପରେ ଆଜି ପୁଣି ସାମ୍ନାସାମ୍ନି । ବାଙ୍ଗାଲୋର ରୁ ବଦଳି ହେବାପରେ ଏଇ ମାସେ ହେବ ସେ ଭୁବନେଶ୍ୱର ଆସିଛନ୍ତି ।

ଆକ୍ସିସ୍ ବ୍ୟାଙ୍କ୍ ରେ ସେ ପ୍ରବନ୍ଧିକା(Manager) ଭାବେ କାମ କରନ୍ତି ।ଏଥି ସହ ଗଳ୍ପ ରଚନା ।ମାରୁତି ଙ୍କ ଫୋନ୍ ଏବେ ଲାଗିଗଲା । ତିରିଶି ଟି ମିସ୍ଡ କଲ୍ ମଧ୍ୟରୁ କିଛି କଲ୍ ଅଚିହ୍ନା ଲୋକ ମାନଙ୍କ ବା ପବ୍ଲିକ୍ ଫୋନ ବୁଥ୍ ରୁ କରାଯାଇଥିଲା । ସେ ଖୁବ୍ ଇତଃସ୍ତତଃ ଓ ଅସହାୟ ଜଣା ପଡୁଥିଲେ । ଇଭ୍ନିଂ ଓ୍ଵାକ୍ ରେ ବାହାରି ଆସିଛନ୍ତି ।ସାଙ୍ଗରେ ଗାଡ଼ି ବି ଆଣି ନାହାଁନ୍ତି । ତାଙ୍କୁ କିଛି ବୁଝା ପଡୁ ନଥାଏ ।ତାଙ୍କ ଚିତ୍କାର କୁ ଅଣଦେଖା କରି ସମସ୍ତେ ଆଡ଼େଇ ଯାଉଥାନ୍ତି ।କେହି କେହି କ'ଣ ହେଇଛି ପଚାରୁ ଥାଆନ୍ତି ।ପରିସ୍ଥିତି କୁ ବୁଝିନେଇ ଆଉ କାଳ ବିଳମ୍ବ ନ କରି ବୀଣାଦେବୀ ତାଙ୍କ ହାତକୁ ଭିଡ଼ିନେଇ ପାର୍କିଂ ହୋଇଥିବା ନିଜ ବାଲିନୋ କାର୍ ଆଡ଼କୁ ନେଇଗଲେ । ସିଟ୍ ରେ ବସାଇ କୁହନ୍ତୁ ସାର୍ ଏବେ କେଉଁ ଆଡ଼କୁ ଯିବା ? ଶୀଘ୍ର କୁହନ୍ତୁ ସାର୍ । -ସିଟି ହସପିଟାଲ । ପ୍ଲିଜ୍ ବି କୁଇକ୍ ମ୍ୟାମ୍ -ଓକେ, ସାର୍ । ବ୍ୟସ୍ତତା ର ଏଇ ତନାଘନା ଭିତରେ ପରସ୍ପରକୁ ଥରୁଟିଏ ବି ଦେଖିବାର ସମୟ ହେଲାନି କା' ପାଖରେ । ବୀଣା ଦେବୀ ଟ୍ରାଫିକ୍ ଆଦି ସମ୍ଭାଳି ଖୁବ୍ କମ୍ ସମୟରେ ସିଟି ହସପିଟାଲ ରେ ପହଞ୍ଚାଇ ଦେଇଥିଲେ ମାରୁତି ଙ୍କୁ । ହସପିଟାଲ ର ମୁଖ୍ୟ ଦ୍ଵାର ପାଖରେ । ଦୁହେଁ କାର୍ ରୁ ଓହ୍ଲାଇ ଝଡ଼ ବେଗରେ ପଶି ଆସିଲେ ହସପିଟାଲ ଭିତରକୁ ।ଗେଟ୍ ପାଖରୁ ନବୀନ ବାବୁ ସମ ବେଗରେ ଧାଉଁଥାନ୍ତି ଆଉ ଏମାର୍ଜେନ୍ସି ଓ୍ଵାର୍ଡ ୫ କୁ ଯିବାପାଇଁ କହିହେଉଥାନ୍ତି । ସେଠାରେ ପହଞ୍ଚି ଦେଖନ୍ତେ ବୃଦ୍ଧ ଜଣକ ଶଯ୍ୟାଶାୟୀ ବେଡ୍ ରେ । ନାଗାର୍ଜୁନ ଅଙ୍କଲ୍ ...ମାରୁତିଙ୍କ ଉତ୍ତର ଜୀବନର ସବୁକିଛି ।ଚେତାଶୂନ୍ୟ ଶରୀରକୁ ଦେଖି ଡକ୍ଟରଙ୍କ ଆଡ଼କୁ ଅନାଇ ଦେଖନ୍ତେ ଡକ୍ଟର କହି ଉଠିଲେ .. ଡୋଣ୍ଟ୍ ଓରି ,ମିଷ୍ଟର ମାରୁତି । ନଥିଙ୍ଗ ଇଜ୍ ସିରିଏସ୍ ।ଓନଲି ଦ ଲେଫ୍ଟ ଲେଗ ହ୍ୟାଜ୍ ବିନ୍ ଇଞ୍ଜ୍ୟୁର୍ଡ । ଭୀଷଣ ଯନ୍ତ୍ରଣା ରେ ସେ ବେହୋସ ହୋଇଛନ୍ତି । ଘଟଣା ସ୍ଥଳରେ ନବୀନ ବାବୁ ନଥିଲେ ଠିକ୍ ସମୟରେ ...ଈଶ୍ବରଙ୍କ ଦୟାରୁ ବେଶୀ କିଛି ହୋଇନି । ବୋନ୍ ଉପରେ ଆଫେକ୍ଟ ହୋଇଛି ।ଅଳ୍ପ ଦିନଭିତରେ ଚଲାବୁଲା କରିବେ ସେ ଚିନ୍ତା କରନ୍ତୁନି ଆପଣ ।ତଳେ ପଡ଼ି ଯାଇଥିବାରୁ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି ।ମୁଁ ଇଂଜେକସନ ଦେଇଛି । ସେ ଖୁବ୍ ଶୀଘ୍ର ହୋସ୍ କୁ ଫେରି ଆସିବେ ।ଆପଣଙ୍କର ବନ୍ଧୁ ମାନଙ୍କ ଯୋଗୁଁ ଆପଣ ଆଜିଏଇ ସଂକଟରୁ ଓହରି ଆସିଲେ ।ଏଥର ମାରୁତିଙ୍କ ମୁହଁରୁ ତାଙ୍କ ପ୍ରତି କୃତଜ୍ଞତା ର ଭାବକୁ ସ୍ପଷ୍ଟ ପଢ଼ି ପାରୁଥିଲେ ବୀଣା ଦେବୀ ।ଉଭୟଙ୍କୁ ଧନ୍ୟବାଦ ଜଣାଇଲେ ମାରୁତି ।"ମଣିଷ ଏକ ସାମାଜିକ ପ୍ରାଣୀ"ର ସତ୍ୟତା ଟିକୁ ସେ ଅନୁଭବ କଲେ ।


Rate this content
Log in