Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବିକ୍ରମ ବେତାଳ - ୫୫
ବିକ୍ରମ ବେତାଳ - ୫୫
★★★★★

© ଓଡିଆ ଶିଶୁ ଗପ

Children

4 Minutes   7.4K    13


Content Ranking

କମଳିନୀର ମୃତ୍ୟୁ

ବିକ୍ରମାଦିତ୍ୟଙ୍କ କଥା ଅନୁସାରେ ତାଳବେତାଳ ସ୍ୱର୍ଗକୁ ଯାଇଥିଲେ । ଠିକ୍ ଏତିକିବେଳେ ପାରିଜାତ ପୁଷ୍ପ ଧରି ବିକ୍ରମାଦିତ୍ୟଙ୍କର ରାଜସଭାରେ ପ୍ରବେଶ ହେଲେ । ତାଳବେତାଳ ଦୁହେଁ ରାଜାଙ୍କ ଆଦେଶରେ ଯାଇ ବତ୍ରିଶ ସିଂହାସନକୁ ସେଠାରୁ ଧରି ଆସିଲେ । ନାନା ରତ୍ନ ଅଳଙ୍କାରମାନ ମଧ୍ୟ ସଙ୍ଗରେ ଆଣିଥିଲେ । ଅଳକାପୁରୀ ପରି ପୁରକୁ ସଜାଇଲେ । ପାରିଜାତ ପୁଷ୍ପର ହାର କରି ରାଜା ନିଜେ ପରିଧାନ କଲେ । ତାହାପରେ ବିକ୍ରମାଦିତ୍ୟ ବତ୍ରିଶ ସିଂହାସନ ପରେ ବସିଲେ । ତାଳ ବେତାଳ ଦୁହେଁ ରାଜାଙ୍କର ସେବାରେ ଲାଗି ଥାଆନ୍ତି । ଅମର ପୁରକୁ ବଳି ସେ ପୁରୀ ସୁନ୍ଦର ଦିଶିଲା ।

ପରିଚାରୀମାନେ ଭୟରେ ବିକ୍ରମାଦିତ୍ୟଙ୍କର ଶରଣ ନେଲେ । କେତେକ ସ୍ତୁତି ପଠନ କଲେ । କେତେ ଆଲଟ ଚାମର ଢାଳିଲେ । ନାନାବିଧ ସୁଗନ୍ଧ ଦ୍ରବ୍ୟମାନ ନୃପତିଙ୍କୁ ଲଗାଇ ଦେଲେ । ଦେବଙ୍କ ଦୁର୍ଲଭ ପାରିଜାତ ପୁଷ୍ପରେ ସଭା ମଣ୍ଡନ କଲେ । ପାତ୍ରମନ୍ତ୍ରୀ, ତାଳବେତାଳ ଦୁହେଁ ବିକ୍ରମାଦିତ୍ୟର ସେବା ଦାସୀମାନେ କଲେ । କମଳିନୀ ପାଖକୁ ପରିଚାରୀମାନେ ଗଲେ ନାହିଁ । ନିଶି ଘନେଇଲା । କାମୁକ କାମୁକୀମାନଙ୍କର ସୁଯୋଗ ଯୁଟିଲା । ପ୍ରହରେ ରାତ୍ରି ହେବାରୁ ଚିତ୍ରରଥ କମଳିନୀଙ୍କ ପାଖରେ ଉପସ୍ଥିତ ହୋଇ ଆଲିଙ୍ଗନ କରିବାକୁ ମନ ବଳାଇଲା ।

କମଳିନୀ ଅତି କ୍ରୁଧ ହୋଇ ଗନ୍ଧର୍ବକୁ ଗାଳିଦେଲା । ଏ ସମୟରେ ପାରିଜାତ ପୁଷ୍ପ ଗନ୍ଧ ଭାସି ଆସିଲା । କମଳିନୀ ବ୍ୟାକୁଳିତ ହୋଇ ଉଠିଲା । ନିଜର ଦ୍ୱାର ଖୋଲି ଦେଖିଲା ସାରା ନଗର ଆଲୋକ ମାଳାରେ ଉଦ୍ଭାସିତ । ବତ୍ରିଶ ସିଂହାସନ ଉପରେ ବିକ୍ରମାଦିତ୍ୟ ବସିଛନ୍ତି । ପରିଚାରୀମାନେ ପାଦ ମଂଚାଳନ୍ତି । ଶିରରେ ସୁବର୍ଣ୍ଣ ମୁକୁଟ ଶୋଭା ପାଉଛି । ମଦନ ମୋହନ ରୂପ ପରି ରୂପ ତାଙ୍କର ଦିଶୁଛି । କମଳିନୀ ମନ ମଧ୍ୟରେ ବିଚାର କଲା ସଦସ୍ର ଚିତ୍ରରଥ ଏ ରୂପ ପାଖରେ ହାର ମାନିବେ । ପୁଣି ଚିନ୍ତାକଲା ଗୁରୁଜନ, ଦାସଦାସୀଙ୍କ କଥା ମୁଁ ମାନିଲି ନାହିଁ । କୁଳରେ କଳଙ୍କ ବୋଳିଲି । ଏବେ ବ୍ୟଭିଚାରିଣୀ ହେଲି । ଏ ସମୟରେ ଗନ୍ଧର୍ବୀ ରୁପ ଧାରଣକରି ତାଳ ପହଁଚିଲେ ବିକ୍ରମାଦିତ୍ୟଙ୍କ ଆଗରେ । କ୍ରନ୍ଦନ କରି ସମସ୍ତ କଥା କହିଲେ । ମୁଁ ଗନ୍ଧର୍ବ ଚିତ୍ରରଥର ଭାର୍ଯ୍ୟା । ମୋ ସ୍ୱାମୀ ମୋର ନାରୀତ୍ୱ ପ୍ରତି ଅବିଚାର କଲେ । ନାରଦ ଋଷି ମୋତେ କହିଲେ କେଜିନୃପଙ୍କର କନ୍ୟା କମଳିନୀ ତାଙ୍କୁ ଭୁଲାଇ ରଖିଛି । ଦିନେ ମୁଁ ଉତ୍ୟକ୍ତ ହୋଇ ମୋ ସ୍ୱାମୀଙ୍କୁ ଛାଂଚୁଣୀରେ ପ୍ରହାର କଲି । ମାଡଖାଇ ସେ କମଳିନୀକୁ ଛାଡିଲେ ନାହିଁ । ଅନ୍ୟ କିଏ ଜଣେ ତାଙ୍କ ରୂପଧରି ମୋର ସତୀତ୍ୱ ନଷ୍ଟ କଲା ।

ହେ ରାଜନ, ବିକ୍ରମାଦିତ୍ୟ ଆପଣ ଏହାର ବିଚାର କରନ୍ତୁ । ବିକ୍ରମାଦିତ୍ୟ ମାୟାବିନୀ ଗନ୍ଧର୍ବୀଙ୍କୁ କହିଲେ ଇନ୍ଦ୍ରଦେବ ଚିତ୍ରରଥକୁ ଧରି ଆସିଲେ ମୁଁ ତା’ର ବିଚାର କରିବି । ଆଜି ତୁମ୍ଭେ ନିଜ ଗୃହକୁ ଯାଅ କାଲି ଆମ୍ଭ ଦରବାରକୁ ଆସିବ । ଚିତ୍ରରଥ ଖଣ୍ଡେ ଦୂରରେ ଥାଇ ଦେଖୁଥିଲା । ଆପଣା ନାରୀ ବିକ୍ରମାଦିତ୍ୟଙ୍କ ପାଖରେ ଗୁହାରି କଲା । ତା’ର ଅଙ୍ଗ ଭୟରେ ଥରଥର ହେଲା । ମନରେ ଭାବିଲା ସତରେ କ’ଣ ଘଟିବ କେଜାଣି । ଏପରି ଚିନ୍ତାକରି ଚିତ୍ରରଥ ଯିବାପାଇଁ ବାହାରନ୍ତେ କମଳିନୀ ଯାଇ ପଥ ଓଗାଳିଲା । ମୋ ସ୍ୱାମୀ ପାଖରେ ତୁମ୍ଭ ସ୍ତ୍ରୀ ଆସି ଗୁହାରି କରୁଛି । ତୁମ୍ଭର ବଡପଣ କାହିଁ । କମଳିନୀ ଘୃଣାକରି ନାମ ପ୍ରକାଶ କଥା କହନ୍ତେ ଚିତ୍ରରଥ ପଳାୟନ କଲା । ଏ ସମୟରେ କମଳିନୀ ତିରଣ ଧରି ବିକ୍ରମାଦିତ୍ୟଙ୍କ ପାଦ ତଳେ ପଡିଗଲା । ମୋର ଦୋଷ କ୍ଷମା କରନ୍ତୁ । ଆପଣା ନୟନରୁ ନୀରଧାର ଝରଝର ବହି ଯାଉଛି । ମୁଁ ପାପିନୀ, ତମ୍ଭେ ସର୍ବଗୁଣରେ ପରିପୂର୍ଣ୍ଣ । ଏକଥା ଶୁଣି ବିକ୍ରମ ରାଜନ କ୍ରୋଧକରି କହିଲେ ତୁ ପାପିନୀ, ତୁମ୍ଭେ ସର୍ବଗୁଣରେ ପରିପୂର୍ଣ୍ଣ । ଏକଥା ଶୁଣି ବିକ୍ରମ ରାଜନ କ୍ରୋଧକରି କହିଲେ ତୁ ପାପିନୀ, କୁଳକଳଙ୍କିନୀ, ଦୋଚାରୁଣୀ । ତୁ ତୋ ଗନ୍ଧର୍ବପତି ପାଶକୁ ଯାଅ । ପୁରୁଷ ମୁଖ ଦେଖିବୁ ନାହିଁ ପଣ କରିଥିଲୁ । ଆଜି କାହିଁକି ମୋ ପାଖକୁ ଆସିଛୁ । ପର ପୁରୁଷ ସଙ୍ଗେ ରତି ସରିଲା । ମୋ ସମ୍ମୁଖରୁ ଦୂର ହୁଅ । ବିଟପୀଙ୍କ ମୁଖ ଚାହିଁବା ଉଚିତ୍ ନୁହେଁ । କମଳିନୀ ବିକ୍ରମଙ୍କ ପାଦ ଧରିବାକୁ ଉଦ୍ୟତ ହୁଅନ୍ତେ ରାଜା ବିକ୍ରମାଦିତ୍ୟ ପଦ ଘୁଂଚାଇ ନିଅନ୍ତି । କମଳିନୀ ତଥାପି ବିକ୍ରମାଦିତ୍ୟର ଚରଣ ଧରିଲା । ରାଜା ପାଦ ଛିଂଚାଡିଦେଲେ, କମଳିନୀ ପଡିଗଲା । ସଭାସଦ ନରନାରୀମାନେ ବହୁତ ଦୁଃଖକଲେ । କମଳିନୀର ଏ ଅବସ୍ଥା ଦେଖି ସଭାସଦମାନେ କରଯୋଡି ରାଜା ବିକ୍ରମାଦିତ୍ୟଙ୍କୁ କହିଲେ ହେ ରାଜନ ତାଙ୍କୁ ନିରାଶ କରନାହିଁ । କମଳିନୀକୁ ରାଜା ବିକ୍ରମାଦିତ୍ୟ ସମସ୍ତଙ୍କ ଅନୁାରାଧକୁ ରକ୍ଷା କରି କହିଲେ ତୁ ନିୟମ କର ଆଉ ଦିନେ ପର ପୁରୁଷରେ ମନ ଦେବୁ ନାହିଁ । କମଳିନୀ ଦଶଦିଗପାଳଙ୍କୁ ସାକ୍ଷୀରଖି ନିୟମ କଲା । ସେ ସୂର୍ଯ୍ୟଥିବା ପର୍ଯ୍ୟନ୍ତ ରାଜା ବିକ୍ରମାଦିତ୍ୟଙ୍କ ଭିନ୍ନ ଅନ୍ୟ କାହାକୁ ଚାହିଁବ ନାହିଁ । ରାଜା ବିକ୍ରମାଦିତ୍ୟ କମଳିନୀଙ୍କୁ ନେଇ ଅନ୍ତଃପୁରରେ ପହଁଚିଗଲେ । ବେତାଳମାନେ ତାଙ୍କର ମାୟା ଅପସାରି ନେଲେ । ବିକ୍ରମାଦିତ୍ୟ ବାହୁ ବନ୍ଧନରେ ରଖି କମଳିନୀକୁ ଆଲିଙ୍ଗନ କଲେ । ତା’ର କଳଙ୍କ ଦୂରୀଭୂତ ହେଲା । କମଳିନୀ ପୁରରେ ରାଜା ବିକ୍ରମାଦିତ୍ୟ ଦିନଟିଏ ରହିଲେ । କେଜିନୃପଙ୍କ ପାଖରେ ଯାଇ ପହଁଚିଲେ । କେଜିନୃପ କହିଲେ ମୋର ଭାଗ୍ୟବଳରୁ ଜାମାତା ରୂପରେ ତୁମ୍ଭଙ୍କୁ ପାଇଲି । ତୁମ୍ଭର ଏ କୀର୍ତି ରହିଥିବ କାଳେ କାଳେ । ଏପରି କହି କମଳିନୀ ସହିତ ବିକ୍ରମାଦିତ୍ୟଙ୍କୁ କେଜିନୃପ ବିଦାୟ ଦେଲେ । ତାଳ ବେତାଳ ଦୁହେଁ ରାଜା ବିକ୍ରମାଦିତ୍ୟଙ୍କୁ ସମୁଦ୍ର ପାରି କରିଦେଲେ । ସମୁଦ୍ର ପାରି ହେବାପରେ ଏକ ଅରଣ୍ୟ ପଡିଲା । ବିକ୍ରମାଦିତ୍ୟ ମନରେ ଏ ଅସତୀକୁ ମୁଁ ତ୍ୟାଗ କରିବି । ତହୁଁ ତାଳକୁ କହିଲେ କମଳିନୀକୁ ନେଇ ଏ ବନସ୍ତରେ ଛାଡି ପଳାଇ ଆସ । ତାଳ କମଳିନୀକୁ ଭୁଲାଇ ନେଇ ଅରଣ୍ୟ ମଧ୍ୟରେ ତ୍ୟାଗ କରି ଚାଲି ଆସିଲା । ବିକ୍ରମାଦିତ୍ୟ ତାଳ ବେତାଳଙ୍କୁ ଧରି ଉଜ୍ଜୟିନୀକୁ ଫେରିଗଲେ । ରାଜା ବିକ୍ରମାଦିତ୍ୟ ପଳାଇ ଆସନ୍ତେ କମଳିନୀ ଘୋର ଅରଣ୍ୟ ମଧ୍ୟରେ କ୍ରନ୍ଦନ କଲା । କେତେ ବିକଳ ହୋଇ ଖୋଜି ଜଗତର ନାଥଙ୍କୁ ଡାକି କହିଲା । ହେ ପ୍ରଭୁ ତୁମ୍ଭେ ଅହଲ୍ୟା ତାରିଛ, ମୃଗୁଣୀ ତାରିଛ, ମୋତେ ରକ୍ଷାକର । ରାଜା ବିକ୍ରମାଦିତ୍ୟ ମୋତେ ତ୍ୟାଗକଲେ । କ୍ଷୁଧା ତୃଷା ତେଜ୍ୟା କରି ଅରଣ୍ୟରେ ପାଗଳିପରି ଭ୍ରମୁଥାଏ । ସେହି ବନସ୍ତରେ ଜଣେ ଋଷି ତପ କରୁଥିଲେ । କମଳିନୀ ଯାଇ ତାଙ୍କର ପଦ ଧାରଣ କଲା । ଋଷି ତା’ଉପରେ ଦୟା କଲେ । କମଳିନୀକୁ ପୁଛିଲେ ହେ କନ୍ୟା ତୁମ୍ଭର ପିତା କିଏ? ସ୍ୱାମୀ କିଏ? କମଳିନୀ କହିଲେ କେଜିନୃପ ମୋର ଜନକ । ରାଜା ବିକ୍ରମାଦିତ୍ୟ ମୋର କାନ୍ତ । ଯୁବତୀ କାଳେ ଚିତ୍ରରଥ ଗନ୍ଧର୍ବ ସଙ୍ଗରେ ମୋହ ଭାବିଥିଲା । ସେ କାରଣୁ ମୋ ସ୍ୱାମୀ ମୋତେ ତ୍ୟାଗ କଲେ । ହେ ଋଷି ମହାଭାଗ କ’ଣ କରିବି ମୋତେ କୁହନ୍ତୁ । ଋଷି କହିଲେ କାମ୍ୟକୂପ ବୋଲି ତ୍ରିବେଣୀ ଧାମରେ ତୀର୍ଥ ଅଛି । ଯାହା ତୋର ଇଚ୍ଛା ତାହା ମାନସ କରି ଝାସଦେବୁ ।

ଋଷିଙ୍କ ବାକ୍ୟଶୁଣି କମଳିନୀ ପବିତ୍ର କାଶୀଧାମକୁ ଗଲା । ବିକ୍ରମାଦିତ୍ୟଙ୍କୁ ପତିରୂପରେ ଦିଅ କହି ତ୍ରିବେଣୀ ସଙ୍ଗମରେ ଝାସ ଦେଲା ।

ତାଳବେତାଳ ପାରିଜାତ ପୁଷ୍ପ କମଳିନୀ

Rate the content


Originality
Flow
Language
Cover design

Comments

Post

Some text some message..