Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Others

2.0  

Rasmi Rekha Tripathy

Others

କ୍ୟାଲେଣ୍ଡର୍

କ୍ୟାଲେଣ୍ଡର୍

1 min
418



       : ଗୋଟିଏ ବର୍ଷ ପରେ ଆପଣ ଆଉ ତାକୁ ବ୍ୟବହାର କରିପାରିବେ କି ? ଏହି କ୍ୟାଲେଣ୍ଡର୍ ବର୍ଷ ଶେଷ ହୋଇଗଲେ ତାକୁ ଆଉ ଆପଣ କାନ୍ଥରେ ବି ଟଙ୍ଗେଇ ରଖିପାରିବେନି l ଅଯଥା ଘର ଗହଳି ବୋଲି ଘରେ ସମସ୍ତେ ବିରକ୍ତ ହେଉଥିବେ l ଠାକୁରଙ୍କ ଫୋଟ ଥିବା କ୍ୟାଲେଣ୍ଡର୍ l ନା ଆପଣ ଫୋପାଡି ପାରୁଥିବେ ନା ରଖି ପାରୁଥିବେ l ଶେଷରେ ରଦିରେ ପକେଇବେ ତାକୁ l ଠାକୁରଙ୍କ ଫୋଟକୁ ଅପମାନ କରିବାରେ କି ଅଧିକାର ଅଛି ଆପଣଙ୍କର ?


       କାହାକୁ ଦିଆଯାଇଥିବା କ୍ୟାଲେଣ୍ତର୍ ଜମ୍ମା ଖୋଲା ଯାଇ ନ ଥାଏ ତ କିଏ ସେହି କ୍ୟାଲେଣ୍ଡର୍ ନ ଖୋଲି ଅନ୍ୟକୁ ଉପହାର ଦେଇ ସାରିଲାଣି l ଅନ୍ୟ ଏକ ଘଟଣା l ଜଣେ ବନ୍ଧୁ ପତ୍ନୀ କ୍ୟଲେଣ୍ଡରର ନୀତି ବାଣୀ ଲେଖା ଥିବା ଭାଗକୁ ତାଙ୍କ ନାତିର ମଇଳା ପରିଷ୍କାର କରିବା ପାଇଁ ବ୍ୟବହାର କରୁଛନ୍ତି l ବହୁତ ବାଧିଥିଲା ଏହି ଦୃଶ୍ୟ l


       ଏପରିକି ଝାଲ୍ ମୁଢି ବାଲା ବି କ୍ୟାଲେଣ୍ଡରକୁ ଠୁଙ୍ଗା କରି ବିକିବା ମୁଁ ଦେଖିଛି l


       ଷ୍ଟଲ୍ ଭିତରେ ଠିଆ ହୋଇ ନିରବରେ କିଛି ଗୋଟିଏ ବହିର ପୃଷ୍ଠା ଓଲଟାଉ ଥିବା ବେଳେ ମୁଁ ଶୁଣୁଥିଲି ଜନୈକ ଭଦ୍ରବ୍ୟକ୍ତିଙ୍କ ଯୁକ୍ତି l ତାଙ୍କ ସାଙ୍ଗରେ ଥିବା ବ୍ୟକ୍ତି ଜଣଙ୍କ କିଛି ନ କହି ନିରବରେ ମୁଣ୍ଡ ହଲେଇ ସମ୍ମତି ଜଣାଉଥିଲେ l

       ପ୍ରତି ବର୍ଷ ଆରମ୍ଭରେ ମୁଁ ବି ଠାକୁରଙ୍କ ଫଟୋ ଥିବା 20/25ଟି କ୍ୟାଲେଣ୍ଡର୍ କିଣେ ଉପହାର ଦେବା ପାଇଁ l ଭଦ୍ରଲୋକଙ୍କ କଥା ଶୁଣିବା ପରେ ମୁଁ ବି ଅନୁଭବ କରିପାରୁଥିଲି କ୍ୟାଲେଣ୍ଡରର ଭବିଷ୍ୟତକୁ l ମୁଁ କାହିଁକି ଚିନ୍ତା କରି ନ ଥିଲି, ମୁଁ ଦେଉଥିବା କ୍ୟାଲେଣ୍ଡରର ଭବିଷ୍ୟତ ବି ଏମିତି କିଛି ହେଉଥିବ l


       ଭଦ୍ରଲୋକଙ୍କ କଥା ମୋ ମନରେ ଚୈତନ୍ୟ ଉଦୟ କରିଥିଲା l ବାସ୍ l ଏ ବର୍ଷ ଠାରୁ ମୁଁ ମୋର କ୍ୟାଲେଣ୍ଡର୍ ଉପହାର ଦେବା ନିଷ୍ପତ୍ତି ବଦଳେଇ ସାରିଥିଲି l



Rate this content
Log in