Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କୁନି ଝିଅ
କୁନି ଝିଅ
★★★★★

© Alok Behera

Horror

5 Minutes   7.4K    12


Content Ranking

ଶୀତ ରାତି । କୁହୁଡି ହେତୁ ସବୁଆଡେ ଧୂଆଁଳିଆ ଦେଖା ଯାଉଥାଏ । ରାତି ଯେତିକି ବଢି ଚାଲିଥାଏ ଶୀତ ମଧ୍ୟ ବଢି ଯାଇ ଦେହକୁ ଶୀତେଇ ଦେଉଥାଏ । ସମୟ ହୋଇଥିଲା 10 ଟା 15 । ଟ୍ରେନ ଆସିପହଂଚିଲା ତାଳଚେର ଷ୍ଟେସନରେ । ଟ୍ରେନରୁ ନିଜ ନିଜର ସୁଟକେଶ ଧରି ମୁଁ ଆଉ ମୋ ଫ୍ରେଣ୍ଡ ସିଦ୍ଧି ପ୍ଲାଟଫର୍ମରେ ଓଲ୍ହାହିଲୁ ।

ରାତି ବହୁତ ହୋଇସାରିଥିଲା ଆଉ ଏ ଅସହ୍ୟ ଶୀତ ତେଣୁ ଲୋକବାକ ପ୍ଲାଟଫର୍ମରେ କେହି ନ ଥିଲେ । ସିଦ୍ଧି ଆଉ ମତେ ଛାଡି ଆଉ କୌଣସି ଲୋକ ନଥୁଲେ । କେବଳ ଷ୍ଟେସନ ମାଷ୍ଟ୍ର କେବିନଟାରେ ଟିକେ ମିଞ୍ଜି ମିଞ୍ଜି ଆଲୋକ ଦେଖା ଯାଉଥିଲା । ପ୍ଲାଟଫୋମରରେ ଏତେ ରାତିରେ କୌଣସି ଗାଡି ନଥିଲା ତେଣୁ ରାସ୍ତାରେ ହୁଏତ ଗାଡି ମିଳିଯାଇପରେ ବୋଲି ଆମେ ଦୁହେଁ ଭାବିଲୁ ତେଣୁ ରାସ୍ତାକୁ ଚାଲିଆସିଲୁ । ସିଦ୍ଧି ଆଉ ମୋ ଅପେକ୍ଷା ରାସ୍ତାରେ ଆଉ କେହିନାହିଁ ଆମେ ହିଁ ସେଠାରେ ଏକା ଠିଆ ହୋଇଥିଲୁ । ଠିକ ସେହି ସମୟରେ ଗୋଟେ ଛୋଟ ଝିଅ ଆମ ପାଖକୁ ଚାଲି ଆସିଲା ଆଉ ହାତ ପତେଇ ସିଦ୍ଧିକୁ କିଛି ମାଗିବାରେ ଲାଗିଲା । 6 କି 7 ବର୍ଷର ସରଳ ନିରୀହ କୁନି ଝିଅଟି ତାକୁ ଦେଖି ସିଦ୍ଧିକୁ ବହୁ ଦୟା ଆସିଲା ନିଜ ବ୍ୟାଗରୁ 10ଟଙ୍କା ନୋଟଟିଏ ତା କୁନି ହାତକୁ ବଢ଼ାଇ ଦେଲା । ଏ ପୁଣି କଣ ପଇସା ନେବା ପରେ ମଧ୍ୟ ସେ ପୁଣି ହାତ ପତାଉଛି ।

କଣ ହେଲା ତୁମକୁ ଆଉ କଣ ଦରକାର । ସିଦ୍ଧି ପଚାରିଲା ।

ସେ ଛୋଟ ଛୁଆଟି ବହୁ କରୁଣର ସହ କାନ୍ଦି କାନ୍ଦି କହିଲା ଯେ ତାର ମା ଙ୍କ ଦେହ ବହୁତ ଖରାଵ ତେଣୁ ସେ ଏକା କିଛି କରି ପାରୁନି ତାର ବାପା ମଧ୍ୟ ନାହାନ୍ତି । ସେପାରିକୁ ଚାଲିଯାଇଛନ୍ତି । ତେଣୁ ସେ ଏକା କିଛି କରିପାରୁନି ସେ ପୁରା ପୁରି ଅସାହାୟ ମଧ୍ୟ ମନେ କରୁଛି କାରଣ ତାର କଥା କେହି ଶୁଣୁ ନାହାନ୍ତି କି ତାକୁ କେହି ହେଲେ ସହାୟ ମଧ୍ୟ କରୁନାହାନ୍ତି ।

ସିଦ୍ଧି ତାହାର ସବୁ ଦୁଃଖକୁ ଅନୁଭବ କରିପାରିଲା କାରଣ ପିଲା ଦିନରୁ ସେ ମଧ୍ୟ ଅନାଥ ତାର ମଧ୍ୟ କେହି ନାହାନ୍ତି । ତେଣୁ ମୁଁ ଆଉ ସିଦ୍ଧି ସେହି ଛୋଟ ଝିଅଟିର ଦୁଃଖକୁ ବୁଝି ପାରିଲୁ । ଆଉ ତାର ମା ପାଖକୁ ଯିବା ପାଇଁ ରାଜି ହେଲୁ । ସେ କୁନି ଝିଅଟି ସିଦ୍ଧିର ହାତ ଧରି ତାଙ୍କୁ ନିଜ ଘରକୁ ନେଇଗଲା । ଛୋଟିଆ ଚାଳଘରଟି ଥିଲା । ତାହା ମାଟି କାନ୍ଥ ସ୍ଥାନ ସ୍ଥାନରୁ ଭାଙ୍ଗିଯାଇ ଇଟା ଦେଖା ଯାଉଥିଲା । ବିଜୁଳିର ମଧ୍ୟ ବ୍ୟବସ୍ଥା ନଥିଲା କେବଳ ମହାମବତୀଟିର ଆଲୋକ କରେ କୋଠରୀଟି ଅଳ୍ପଟିକେ ଆଲୋକିତ ହେଉଥିଲା । ସେହି ଆଲୋକରେ ନିକଟରେ ଥିବା ବେଡ଼ରେ ସୋଇଥିଲେ ରୋଗରେ ପୀଡିତ ସ୍ତ୍ରୀ ଲୋକ । ଏହି ଶୀତରେ ସେ ଥରିହେଇଯାଉଥାଏ । ସେ ସ୍ତ୍ରୀଲୋକ ବହୁ କଷ୍ଟରେ ଥାଏ । ସିଦ୍ଧି ସେ ସ୍ତ୍ରୀ ଲୋକକୁ ନିଜ ବ୍ୟାଗରେ ଥିବା ଚାଦରରେ ଘୋଡାଇ ଦେଲା ଆଉ କହିଲା ଯେ ତାଙ୍କୁ ତକ୍ଷଣାତ hospital ନେଇଯିବାକୁ । ସେ ଛୋଟ ଝିଅଟି ସେଠାରେ ଛିଡା ହୋଇ କାନ୍ଦୁଥାଏ ।କାରଣ ତାର ଆଖି ସାମ୍ନାରେ ତାର ମା ବହୁତ ଯନ୍ତ୍ରଣା ଥିଲା ଆଉ ସେ କିଛି କରିପାରୁ ନଥିଲା । ସିଦ୍ଧି କହିଲେ ସେ ସ୍ତ୍ରୀ ଲୋକକୁ ଶୀଘ୍ର hospital ନେବାକୁ ହେବ ନଚେତ ତାର ଜୀବନ ଚାଲିଯିବ । ତେଣୁ ମୁଁ ଆଉ ବିଳମ୍ବ ନକରି କୌଣସି ମୁତାବକ ଗୋଟେ ଟାକ୍ସି ନେଇ ଆଣିଲି । ମୁଁ ଆଉ ସିଦ୍ଧି ସେ ସ୍ତ୍ରୀ ଲୋକକୁ ନେଇ ଟାକ୍ସିରେ ବସାଇ ଦେଲୁ । ସେ ଝିଅ ମଧ୍ୟ ବସିଲା । କିଛି ସମୟ ପରେ ଆମେମାନେ ସେ ରୋଗରେ ପୀଡିତ ସ୍ତ୍ରୀ ଲୋକକୁ ହସ୍ପିଟାଲରେ ପହଂଚାଇଦେଲୁ । ସେ ସ୍ତ୍ରୀ ଲୋକକୁ ଚିକିତ୍ସା ଆରମ୍ଭ ହେଲା ମୁଁ ,ସିଦ୍ଧି ଆଉ ସେ କୁନି ଝିଅ ବାହାରେ ବସିଥାଉ । ରାତି ପ୍ରାୟ ବହୁତ ହୋଇ ଯାଇଥାଏ ତେଣୁ ଦୁଇ ଚାରିଜଣ ଲୋକ ପ୍ରାୟ ଥାନ୍ତି ହସ୍ପିଟାଲରେ ମୁଁ ଦେଖିଲି ସିଦ୍ଧି ସେଠାରେ ଶୋଇପଡ଼ିଥିଲେ । କିନ୍ତୁ ସେ କୁନି ଝିଅଟା ସେହି ପରି ସେଠରେ ବସି ରହିଥାଏ ଆଉ ତା ଆଖିରୁ ଧାର ଧାର ଲୁହ ବାହାରୁ ଥାଏ । ସେ ସେଠି ଚୁପ ଚାପ ବସି ରହିଥାଏ । ତାକୁ ଏପରି ଦେଖି ମତେଆଦୌ ଭଲ ଲାଗୁନଥିଲା ତେଣୁ ଭାବିଲି ତା ସହ କିଛି ସମୟ କଥା ହେଲେ ହୁଏତ ତାକୁ କିଛି ଭଲ ଲାଗିବ । ମୁଁ ସେ ଝିଅ ପାଖକୁ ଚାଲି ଆସି ପଚାରିଲି ତୁମ ନାମ କଣ-

ମୋ ନାମ ଖୁସି ।

ତୁମେ କଉ ସ୍କୁଲରେ ପାଠ ପଢ଼ ?

ନା uncle ମୁଁ ପାଠ ଆଉ ପଢୁନି । ମୋ ପାଇଁ ହି ମୋ ମାଙ୍କ ଦେହ ଖରାଵ ହେଲା । ମୁଁ ବହୁତ ଦୁଷ୍ଟାମୀ କରେ ମୁଁ ତାଙ୍କ କଥା ମାନିଲି ନି ତେଣୁ ଆଜି ମୋ ମାଙ୍କ ଦେହ ବହୁତ ଖରାଵ ହୋଇଯାଇଛି ଆଉ କିଛି କରିପାରୁନି । ସବୁ ମୋ ପାଇଁ ହି ହୋଇଛି।

ମୁଁ ତାର ମନକୁ ବୁଝି ପାରୁଥିଲି କାରଣ ସେ ଛୋଟ ଛୁଆ ତେଣୁ ଭୁଲ କଣ ଠିକ କଣ ସେ ବୁଝନି କିନ୍ତୁ ସେ ଯାହା ଭି ଅଝଟ ଆଉ ଚଗଲାମୀ କରୁଥିଲା ନି ପିଲାମୀ ଗୁଣ ହେତୁ ସେ ସବୁ ପାଇଁ ହିଁ ତାର ମାଙ୍କ ଦେହ ଖରାଵ ହୋଇଛି ବୋଲି ସେ ଭାବି ନେଇଥିଲା । ପୁଣି ସେ ଝିଅ ମୋ ହାତ ଧରି କହିଲା-uncle ଆଉ aunty ଆପଣ ମୋ ମା ଙ୍କୁ ଭଲ କରିଦେବେନା ।

ମୁଁ ତାକୁ ବିଶ୍ଵାସ ଦେଇ କହିଲି -ହଁ,,,,,ମୁଁ କଥା ଦେଉଛି ମୁଁ ଆଉ ସିଦ୍ଧି ତାଙ୍କୁ ଭଲ କରିଦେବୁ ।

ମୋ କଥାରେ ସେ ଛୋଟ ଝିଅଟି ମୁଁହରେ ଟିକିଏ ହସ ଆସିଲା । ସେ କୁନି ଝିଅର ମୁହଁରେ ହସ ଦେଖି ମତେ ଟିକିଏ ଭଲ ଲାଗିଲା । ସେ କୁନି ଝିଅ ମୋ କୋଳରେ ତାର ମୁଣ୍ଡ ଦେଇ କିଛି ସମୟ ଶୋଇ ରହିଲା ।ସେତେବେଳେ ମୋ ଆଖି କେତେବେଳେ ଲାଗିଗଲା ତାହା ଜାଣି ପାରିଲିନି । ମୁଁ ମଧ୍ୟ ଶୋଇଲି।

ସକାଳ ସମୟ । ମୋ ଆଖି ଖୋଲିଲା ଦେଖିଲି ସିଦ୍ଧି Doctor ଙ୍କ ସହ କିଛି କଥା ହେଉଛନ୍ତି । ମୁଁ ମଧ୍ୟ ଗଲି ସେଠାକୁ ଯିବା ପରେ ମୁଁ ଶୁଣିଲି ଯେ ଖୁସିର ମା ଭଲ ହୋଇ ସାରିଛନ୍ତି । ମତେ ଟିକିଏ ଖୁସି ଲାଗିଲା ଯେ ଖୁସି ମୁଁ ଦେଇଥିବା କଥା ପୁରା କଲି । ଏଥର ତାଙ୍କ ସହିତ ଆମେ ଦେଖା କରି ପାରିବୁ ବୋଲି doctor କହଲେ । ଦେଖିଲି ଖୁସି ସେଠାରେ ନ ଥିଲା ତେଣୁ ଭାବିଲି ଯେ ସେ ହୁଏତ ବାହାରକୁ ଯାଇଛି । ମୁଁ ଆଉ ସିଦ୍ଧି ଖୁସିର ମାଙ୍କ ପାଖକୁ ଗଲୁ । ସେ ଆମକୁ ଦେଖି ନମସ୍କାର ଜଣାଇକହିଲେ -ଆଜ୍ଞା, ମୁଁ ଜାଣିନି ଆପଣ ମାନେ କିଏ କିନ୍ତୁ ମୋ ଜୀବନ ବଞ୍ଚାଇ ଆପଣ ମୋତେ ଉପକାର ଦେଇଛନ୍ତି ତାହା ମୁଁ କେବେ ଭି ଭୁଲି ପାରିବି ନି । ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

ସିଦ୍ଧି କହିଲେ -ସେମିତି କିଛି ନାହିଁ ଯଦି ଆପଣ ଧନ୍ୟବାଦ ଜଣାଇବାକୁ ଚାହାନ୍ତି ତାହାଲେ ସେ କୁନି ଝିଅକୁ ଧନ୍ୟବାଦ କରନ୍ତି ତାହାରି ପାଇଁ ହି ଆମେ ଆପଣଙ୍କୁ ଆଜି ସହାୟ କରିପାରିଲୁ ।

ସେ ଟିକିଏ ଆଶ୍ଚର୍ଯ୍ୟ ହୋଇ କହିଲେ-କୁନି ଝିଅ । ସେ କିଏ ତା ସହ ମୁଁ ଦେଖା କରି ପାରିବି ।

ମୁଁ କହିଲି-ହଁ ନିଶ୍ଚିତ ଆପଣଙ୍କ ଝିଅ ସେ ତାହା ସହ ନିଶ୍ଚଏ ଦେଖା କରିବ ଆଉ କଥା ହେବ । ସେ ତୁମକୁ ବହୁତ ଭଲ ପାଏ ତୁମ ପାଇଁ ସେ ବହୁତ କାନ୍ଦୁଥିଲା ହୁଏତ ସେ ଏବେ ବାହାରକୁ ଯାଇଛି । କିନ୍ତୁ ଆସିଲେ ତାହା ସହ ଟିକେ କଥା ହୋଇଯିବ।

ସେ ସ୍ତ୍ରୀ ଲୋକ ଟିକେ ଆଶ୍ଚର୍ଯ୍ୟ ହୋଇ କହିଲେ-ମୋ ଝିଅ । ମୋ ଝିଅ କିଏ ?

ମୁଁ କହଲି-ତୁମ ଝିଅ ଖୁସି । ସେହି ତ କଲି ଆମକୁ ତୁମ ବିଷୟରେ କହିବାରୁ ଆମେ ଅପଙ୍କୁ ଏଠାକୁ ଆଣି ପରିଲୁ । ସେ ସ୍ତ୍ରୀ ଲୋକ କାନ୍ଦି କାନ୍ଦି କହିଲା-ନା ନା ଏହା ସତ ନୁଏ ସେ ଏମିତି କେବେ ବି କରିପାରିବ ନାହିଁ ।

ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇ ପଚାରିଲି-କାହିଁକି ।

ସେ ସ୍ତ୍ରୀ ଲୋକ କାନ୍ଦି କାନ୍ଦି କହିଲେ-କାରଣ ସେ ଝିଅ ଚାରି ମାସ ଅଗରୁ ମରିସାରିଛି ।

ମୁଁ କହିଲି-ଆପଣ ଏ କଣ କହୁଛନ୍ତି । ମୁଁ ଆଉ ସିଦ୍ଧି କାଲି ସେ କୁନି ଝିଅକୁ ଦେଖିଛୁ ତାକୁ ସହାୟ କରିଛୁ ଆଉ ଆପଣ ନିଜ ଝିଅ ବିଷୟରେ ଏମିତି କିପରି କହି ପାରିବେ ।

ସେ ସ୍ତ୍ରୀ ଲୋକ କହିଲେ -ନା ମୁଁ ମିଛ କହିନି ଆପଣଙ୍କୁ । ଖୁସିର ବାପା ଚାଲିଯିବା ପରେ ପଇସାର ବହୁ ଅଭାବ ହେଲା ତେଣୁ ମୋ ପାଖରେ ହାତ ପତେଇ ଭିକ ମାଗିବା ଛଡା ଆଉ କୌଣସି ରାସ୍ତା ନଥିଲା । ଦିନ ଯାକର ଯେତିକି ପାଉଁଥିଲି ସେଥିରେ ମୁଁ ଆଉ ମୋ ଝୁଅକୁ ଚଳିବାରେ ବହୁତ କଷ୍ଟ ହେଉଥିଲା । କିନ୍ତୁ ହଟାତ ଦିନ ଖୁସିକୁ ବହୁତ ଜ୍ୱର ହେଲା ମୋ ପଇସା ଅଭାବ ହେତୁ ମୁଁ ତାର ଚିକିତ୍ସା କରିପାରିଲିନି । ଆଉ ତାର ଜୀବନ ଚାଲିଗଲା ।ମୁଁ କିଛି କରିପାରି ନଥିଲି । ମୋ ଝିଅ ମୋ ଆଖି ସାମ୍ନାରେ ନିଜ ଆଖି ବୁଝିଦେଲା । ସେ ମତେ ବହୁତ ଭଲ ପାଉଥିଲା କିନ୍ତୁ ମୁଁ ତାର ଜୀବନ ବଞ୍ଚାଇ ପରିନ ଥିଲି । କିନ୍ତୁ ମଲା ପରେ ମଧ୍ୟ ଫେରିଆସି ସେ ଆଜି ମୋ ଜୀବନ ବଞ୍ଚାଇ ଦେଲା।

ଏତିକି କହି ସେ ସ୍ତ୍ରୀ ଲୋକ ବହୁତ କାନ୍ଦିବାରେ ଲାଗିଲା ମୁଁ ଆଉ ସିଦ୍ଧି ସେ ସ୍ତ୍ରୀ ଲୋକର କଥା ଶୁଣି ପୁରା ପୁରି ଅକୁହା ମୂର୍ତ୍ତି ପାଲଟି ଯାଇଥଲୁ । ଆମ ଦେହ ପୁରା ଶୂନ୍ୟ ପାଲଟି ଯାଇଥିଲା । ଆଉ ଏ କଥାଟା ମନରେ ଆସିଲା ଯେ ତାହା ମାନେ ଗତକାଲି ରାତିରେ ଆମେ ଯେଉଁ ଝିଅକୁ ସାହାଯ୍ୟ କରିଥିଲୁ ତାହା ଝିଅ ନୁହେଁ ଗୋଟେ ପ୍ରେତ ଆତ୍ମା ଥିଲା।

ସିଦ୍ଧି ଛୋଟ ଝିଅ ଆତ୍ମା

Rate the content


Originality
Flow
Language
Cover design

Comments

Post

Some text some message..