Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ହୃଦୟ ଜ୍ୱଳନ
ହୃଦୟ ଜ୍ୱଳନ
★★★★★

© Pradesh Kumar Pradhan

Others

12 Minutes   13.9K    13


Content Ranking

ହୃଦୟ ଜ୍ୱଳନ

ଜୀବନର ଅଙ୍କା ବଙ୍କା ରାସ୍ତାରେ ଚାଲୁ ଚାଲୁ ବେଳେ ବେଳେ ବହୁ ଭୁଲ ଭଟକା ହୋଇ ଯାଇଥାଏ। ଭୁଲ ବା

ନହେବ କେମିତି? ଜୀବନର ରାସ୍ତା ପରା କେତେ ଉଠାଣି, ଗଡାଣି, କେତେ ନଦୀ ,ପାହାଡ, ପର୍ବତ,

ଉପତ୍ୟକା ଦେଇ ଗତି କରିଛି। ସେହି ପରିବେଶ ଦେଇ ଗତି କଲା ବେଳେ ସେହି ଅନୁଭୂତି ସାଥି

ନହୋଇ ଯିବ କୁଆଡେ ? କେବେ କେବେ ନିଜ ଜ୍ଞାତ ସାରରେ କେବେ ଅଜ୍ଞାତରେ ଭୂଲଟିଏ ହୋଇଯାଏ

, ଆଉ ସେହି ଭୁଲଟି ଜୀବନର ରାସ୍ତାର ଦିଗ ବଦଳାଇ ଦିଏ। ମୁଁ ମୋ ଜୀବନରେ ଯେଉଁ ଭୁଲ କରିଛି

ତାର ପ୍ରାୟଶ୍ଚିତର ଦିଗ ଖୋଜି ଖୋଜି ଆଜି ସମସ୍ତ ବନ୍ଧନ ସମସ୍ତ ଚିନ୍ତାକୁ ପଛରେ ପକାଇ ଆଗେଇ

ଚାଲିଛି ଆଗକୁ ଆଗକୁ। କିଏ କହିବ ସେ ପଥର ଶେଷ କେଉଁଠି ? ହଁ ସେ ରାସ୍ତାର ଶେଷ ସେହି ଘର

ପାଖରେ ନିଶ୍ଚୟ ହେବ। ଯେଉଁ ଘରେ ରହୁଛନ୍ତି ମୋର ଅତୀବ ନିଜର ମଣିଷ।

ଆଜି ସକାଳୁ ହୃଦୟର ଗ୍ରନ୍ଥି ଗୁଡିକ ଛିଡି ପଡିଲା ପରି ଲାଗୁଛି। ଲାଗୁଛି ସତେ

ଅବା ନିଜର ମଣିଷ କେହି ଚିତ୍କାର କରି ଡାକ ପକଉଛି, ସେ ନିଶ୍ଚୟ କିରଣ ମୋ ଜୀବନର ଲକ୍ଷ୍ୟ, ମୋ

ହୃଦୟର ସାଥି। କିରଣ! କିରଣ! ନାମଟି ନେଲା ବେଳକୁ ଲାଗୁଛି ସତେ ଅବା ମୋ ଶରୀରରେ ପୁଣି

ଜାଗି ଉଠୁଛି ଶତ ସିଂହର ବଳ ।   କେଉଁ ମରୁଭୁମିରେ ସତେ ଅବା ବିରାଟ ଉଦ୍ୟାନଟିଏ ସୃଷ୍ଠି

ହୋଇଛି। ଉଲ୍ଲାସରେ ପାଦ ତଳର ମାଟି ଗୁଡିକ ସତେ ଅବା କୋମଳତାର ରୂପ ନେଇ ଆଗେଇ ଯିବା

ପାଇଁ ତାର ପାଖକୁ ଦେଉଛନ୍ତି ନିମନ୍ତ୍ରଣ । ବାସ୍ତବିକ ସେ ମୋ ପାଇଁ କଣ ନକରିଛି ? ନିଜର ବଦନାମି

ମଥା ପାତି ସହି ଯାଇଛି। ନାରୀ ଜୀବନର ଅମୂଲ୍ୟ ସମ୍ପଦକୁ କରିଦେଛି ନଷ୍ଟ। ମୁଁ ତା ପାଇଁ କଣ

କରିଛି ? କେବଳ କିଛି ନୀତି, ଆଦର୍ଶର ବାକ୍ୟ ଶୁଣେଇଛି ଏକ ମହାନ ପୁରୁଷ ପରି । ତାର

ନିଚ୍ଛକ ଭଲ ପାଇବାକୁ ଦୁର୍ବଳତା କହି କରିଛି ତାତ୍ସଲ୍ୟ। ଯନ୍ତ୍ରଣା ସାଗର ମଧ୍ୟକୁ ଠେଲି ଦେଇଛି। ମୁଁ

ବା ଏହାଠାରୁ ଅଧିକ କ’ଣ କରିପାରିଥାନ୍ତି ? ମୁଁ ଯନ୍ତ୍ରଣାର ଅଗ୍ନିକୁ ଆଖି ବୁଜି ଭକ୍ଷଣ କରି

ହସୁଛି, ଏକ ଜୋକରଟିଏ ପରି।

ଯାହାବି ହେଉ କାଲି ତାର ଜନ୍ମଦିନରେ ତାର ହାତ ଧରି କ୍ଷମା ମାଗି ନେବି। ମୋ ହୃଦୟର ସମସ୍ଥ

ଅକୁହା କଥା ଗୁଡିକ କହି ଦେବି ତାର କାନ ପାଖରେ ଚୁପି ଚୁପି। ମୁଁ ଯାଣେ ସେ ନିଶ୍ଚିନ୍ତ

ରୂପରେ ମୋତେ କ୍ଷମା କରିଦେବ। ଜୀବନର ରାସ୍ତାରେ ଚାଲିବା ପାଇଁ ମୋତେ ସାହାଯ୍ୟ କରିବ।

“କିରେ ଭାଇ ତମେ ପରା ତପସ୍ୱିନୀ ଏକ୍ସପ୍ରେସରେ ରାଉରକେଲା ଯିବ” ପଛରୁ କେହି ଜଣେ

ଦୋହଲାଇ ଦେଲା। ହଠାତ ମୁଁ ଚିନ୍ତା ରାଜ୍ୟରୁ ଫେରି ଆସି ଦେଖେ ତ ଅଧଘଣ୍ଟା ଆଗରୁ ପାଖରେ

ବସିଥିବା କୁଲି ଭାଇଜଣକ ଆଶ୍ଚର୍ଯ୍ୟ ଭଙ୍ଗିରେ ଚାହିଁ ରହିଛି। ବାସ୍ତବିକ ମୁଁ କେତେ ବଡ ଭୂଲ

ନକରିଛି ସତେ ? ଟ୍ରେନ୍ ଟି ବହୁ ସମୟ ପୂର୍ବରୁ ପ୍ଲାଟ୍ ଫର୍ମରେ ଠିଆ ହୋଇ ସାରିଲାଣି।

ପାଟିରୁ ଆପେ ଆପେ ବାହାରି ଆସିଲା “ହଁ” “ଗାଡିତ କେତେବେଳୁଆସିଲାଣି

ଛାଡିବାକୁ ମାତ୍ର ପାଞ୍ଚ ମିନିଟ୍ ବାକି ଅଛି। ଯିବା କଥା ଯଦି ଶିଘ୍ର ଆସ। ମୁଁ ସିଟଟିଏ ରଖିଛି। ସାଧାରଣ ବଗିରେ ସିଟ୍ ଟିଏ ପାଇବା ଯେଉଁ କଷ୍ଟ ସେଥିରେ ତୁମେ ଏଠାରେ ବସିଛ ତ

ବସିଛ”। ଏହା କହି ସେ ମୋର ବ୍ୟାଗଟିକୁ କାନ୍ଧ ଉପରକୁ ଉଠେଇ ନେଇ ଅଧିକାର ପୂର୍ଣ୍ଣ ସ୍ୱରରେ

“ମୋ ପଛେ ପଛେ ଆସ” କହି ଆଗେଇ ଚାଲିଲା। ବାସ୍ତବିକ ବସନ୍ତରେ ପୁଲକିତ ସବୁଜିମା ବୃକ୍ଷରାଜି

ପରି ଷ୍ଟେସନଟି ଧାଁ ଧପଡ ଲୋକ ଗହଳିରେ ପରିପୁର୍ଣ୍ଣ ହୋଇଯାଇଥିଲା। ରଙ୍ଗ ବେରଙ୍ଗର ପୋଷାକ

ସାଥିକୁ କୁଲି ଭାଇଙ୍କର ଧଡ ଧଡିଆ ଗାଡିର ରୋଞ୍ଚକର ଦୃଶ୍ୟରେ ଷ୍ଟେସନ୍ ଟି ମାତି ଉଠିଥିଲା କ୍ଷଣକ

ପାଇଁ। ସତେ ଅବା ତା ଦେହରେ ନୂତନ ଜୀବନ ପ୍ରବେଶ କରିଛି।

ବାସ୍ତବିକ ଭାଇଟି ମୋର ପାଇଁ ଝରକା ପାଖ ସିଟ୍ ଟିଏ ରଖିଥିଲାା ଗାମୁଛାରେ ପୋଛି

ଦେଇ କହିଲା “ଭାଇ ବସ, ବାଗେଇ ସାଗେଇ ଯିବୁ, ନୂଆ ଲୋକ ପରି ଲାଗୁଛୁ, କାହାର ଉପରେ

ବିଶ୍ୱାସ କରିବୁନି, ଏ ଦୁନିଆଁ ଟା ସାରା ସ୍ୱାର୍ଥପର, ବିଶ୍ୱାସ ନେଇ ପଛରେ ଖେଳ ଖେଳିବେ।

ଜିନିଷ ପତ୍ର ଯତ୍ନରେ ରଖିବୁ ମୁଁ ଆସୁଛି”। କ୍ଷଣକରେ ଲୋକ ଗହଳିରେ କୁଆଡେ ଅଦୃଶ୍ୟ

ହୋଇଗଲା। ମୁଁ କେବଳ ନିର୍ବାକ ଦୃଷ୍ଟିରେ ସେହି ମଣିଷଟିକୁ ଚାହିଁ ରହିଥିଲି। ସତରେ ଏ

ଦୁନିଆଁଟା କେଡେ ସ୍ୱାର୍ଥପର ନୁହେଁ କି? ମୁଁ ତ ତାଭିତରେ ଜଣେ। ଶୁଖିଲା ଧନ୍ୟବାଦଟିଏ ଦେଇ

ପାରିଲିନି। ଏ ସ୍ୱାର୍ଥୀ ସମାଜରେ ବିନା ସ୍ୱାର୍ଥରେ କିଏ ବା କାହାପାଇଁ କ’ଣ କରୁଛି ? କେହି

ନୁହେଁ। ମୋଠାରୁ ସେ କଣ ପାଇଲା ? କ’ଣ ପାଇଁ ମୋ ଲାଗି ଏତେ ସାହାଯ୍ୟ ଅକୁଣ୍ଠ ଚିତ୍ତରେ

ଢାଳିଦେଲା।

ଟ୍ରେନ ପ୍ଲାଟ୍ ଫର୍ମ ଛାଡିଲା। ମାତ୍ର କୁଲି ଭାଇଟିର ମୁହଁ ବାରମ୍ବାର ମୋ

ଆଖି ଆଗରେ ନାଚି ଯାଉଥାଏ। ବାସ୍ତବିକ ଏହି ସମାଜରେ କେତେ ମହାନ ମଣିଷ ନାହାନ୍ତି ସତେ !

ସମୟର ତାଡନରେ ମନଟା ଅସ୍ତିର ହୋଇ ଉଠୁଥାଏ। ବାଧ୍ୟ ହୋଇ ରବିନ୍ଦ୍ର ନାଥଙ୍କ ଗୀତାଞ୍ଜଳୀ ପୁସ୍ତକଟି

କାଢିଲି ଭାବିଲି ଏହାର ଭିତରେ ନିଜକୁ ହଯାଇଦେବି। ନାଁ ତା ସମ୍ଭବ ନୁହେଁ। ତଥାପି ଟାଗୋରଙ୍କ

ମାୟାରେ ବଶୀଭୂତ ହୋଇ ସେହି ଅସରନ୍ତି ପୁସ୍ତକ ଭିତରେ ଡୁବିଗଲି

ବହି ଗୁଡିକର କ୍ଷୁଦ୍ର କ୍ଷୁଦ୍ର ଅକ୍ଷର ଭିତରେ ତ ଡୁବି ରହିଛି ଜୀବନର ମୂଲ୍ୟବୋଧ। କିରଣ କୁ

ଭୂଲିବା ପାଇଁ କ’ଣ ନକରିଛି ମୁଁ ? ଅକ୍ଷରର ଗଳି କନ୍ଦିରେ ବୁଲିଛି, ଦୁର ଦିଗ୍ବଳୟରେ ଲୁଚି ଯିବା

ପାଇଁ କରିଛି ଚେଷ୍ଟା, କେତେ ବଣ-ପାହାଡ ଭିତରେ ସମୟ ନଷ୍ଟ କରି ନିଜକୁ ହଜାଇ ଦେବା ଲାଗି

କରିଛି ଉଦ୍ୟମ। ମାତ୍ର କିରଣକୁ ଭୁଲିବା ସମ୍ଭବ ହୋଇନି। ଆତ୍ମାକୁ ଛାଡି କଣ ଶରୀର

ରହିପାରେ ? ମୁଁ କିପରି ତାଙ୍କୁ ଛାଡି ରହି ପାରିବି ?

ସେଦିନର ସ୍ମୃତି ଆଜିବି ଆଖି ଆଗରେ ନାଚିଯାଏ। ତାଙ୍କର ମୋର ପ୍ରଥମ ଦେଖା

ହୋଇଥିଲା ନଭେମ୍ବର ମାସର ଶେଷରେ ଅନୁଷ୍ଠିତ ହୋଇଥିବା ମୁଁ କାମ କରୁଥିବା ସ୍ୱୋଚ୍ଛାସେବୀ

ଅନୁଷ୍ଠାନର ବାର୍ଷିକ ବଣ ଭୋଜିରେ। ସେଦିନ ମୋର ସହକର୍ମୀ ଆଦିତ୍ୟ ତିବ୍ରଗତିରେ ବହି

ଚାଲିଥିବା ପାହାଡି ଝରଣାରେ ବୁଡି ଯିବାର ଅଭିନୟ କରୁଥାଏ। ଆମେମାନେ ଉପରେ

ଠିଆହୋଇ ତାହାର ମଜା ଉଠଉଥାଉ। ବାଃ କି ମଜା ସତେ ! ଝର ଝର ହୋଇ ବହି ଆସୁଥିବା

ଝରଣାଟି ଏକ ନୃତ୍ୟରତ ନାୟିକାଟିଏ ପରି ଶବ୍ଦକରି ଆଗେଇ ଚାଲିଛି। ହଠାତ୍ କେହି ଜଣେ

ପଛରୁ ମୋତେ ଧକାଟିଏ ପକେଇ ତାର ରାସ୍ତାରୁ ହଠେଇ ପାଣିକୁ ଡେଇଁ ପଡିଲା ଆଦିତ୍ୟକୁ ରକ୍ଷା

କରିବାକୁ। ବାସ୍ତବିକ ଆଦିତ୍ୟର ଅଭିନୟ ନିଖୁଣ ଥିଲା। ଏକଣ ଏତ ଝିଅ ପିଲାଟିଏ। ରକ୍ଷା

କରିବା ବଦଳରେ ପ୍ରଖର ସ୍ରୋତରେ ତଳକୁ ତଳ ଭାସି ଯାଉଛି। ତାକୁ ରକ୍ଷା କରିବାକୁ ପଡିବ।

ବାଧ୍ୟହୋଇ ପାଣିକୁ ଡେଇଁ ପଡିବାକୁ ପଡିଲା। କିଛି ସମୟ ପରିଶ୍ରମ ପରେ ତାକୁ ଉଦ୍ଧାର କଲୁ

ା କେଡେ ବାଜେ ପିଲାଟିଏ? ପହଁରା ନଯାଣି ପାଣିକୁ ଡେଇଁ ପଡୁଛି। ଶିତ ଦିନରେ ପୋଷାକ

ପତ୍ରଗୁଡିକ ଓଦା କରିଦେଲା। ଓଃ କି ଶିତ ସତେ। ଆରି ପାଇଁ ମଣିଷଟା ନାକେଦମ ହୋଇଗଲା

ାଆମେସିନା ମଜାକରୁଥିଲୁ। ଶେଷରେ ନିଜକୁ ହଇରାଣ ହେବାକୁ ପଡିଲା। କିଛି ସମୟ ପରେ ସୁସ୍ଥ

ହୋଇ ଝିଅଟି ଠିଆହେଲା। ରାଗ ଲାଗୁଥିଲା, ତଥାପି ଚୁପ୍ ରହିଗଲି। ନେତାଙ୍କୁ ରିପୋର୍ଟର

ଚାରିପଟେ ଘେରି ପ୍ରଶ୍ନ କଚାରିଲା ପରି ତାର ଚାରିପଟେ ମୋର ସହକର୍ମୀ ମାନେ ଘେରି ପ୍ରଶ୍ନ ପରେ

ପ୍ରଶ୍ନ ପଚାରି ଚାଲିଥିଲେ। ମାତ୍ର ସେ ଥିଲା ସ୍ଥିର। ତାର ଆଖି ସତେ ଅବା କାହାକୁ ଖୋଜୁଥିଲା

ା ହଁ ପାଇଗଲା। ଏକଣ ଆଦିତ୍ୟକୁ ଏକ ଶକ୍ତ ଚାପୁଡା। ମାତ୍ର ଆଦିତ୍ୟ ଚୁପ୍। ମୋର ହାତ

ଉଠୁ ଉଠୁ ରହିଗଲା। ମୋର କଣ ଅଛି ? ଆଦିତ୍ୟ ତ କିଛି କହୁନି ମୁଁ କଣ ପାଇଁ କହିବି।

ଝିଅ ପିଲାଟା , ଛାଡ ଏମିତି ବି ହୁଏ।

ସେ ସିନା ଚାଲିଗଲା, ମାତ୍ର ତାର ଚୁପ୍ ରହିବାଟା ସହି ପାରିଲିନି। ବୁଡିଗଲି ଅସରନ୍ତି

ଚିନ୍ତା ରାଜ୍ୟ ଭିତରେ। ମୋର ମନଭିତରେ ତାକୁ ନେଇ ଅନେକ ପ୍ରଶ୍ନ ଉଠି ଭାଙ୍ଗି ଯାଉଥାଏ। କଣ

ପାଇଁ ସେ ପାଣିକୁ ଡେଇଁ ପଡିଲା ? ତାର ଲାଗି ଆମେ ମାନେ ଥାନାକୁ ଘୋସରା ହୋଇଥାନ୍ତୁ।

ସେକଣ ଆତ୍ମହତ୍ୟା କରିବାକୁ ଚାହୁଁ ଥିଲ? ନାଁ ତାହା ନୁହେଁ , ତାହା ହୋଇଥିଲେ ସେ ଅଲଗା ସ୍ଥାନ

ବାଛି ନେଇଥାନ୍ତା। ତେବେ କ’ଣ ତାର ମନରେ ଥିଲା ?

ସଂଧ୍ୟାରେ ହଠାତ୍ ଆମର ସଂଗଠନ ମୁଖ୍ୟଙ୍କ ପାଖରେ ବସି ରକ୍ତିମ ସୂର୍ଯ୍ୟଙ୍କୁ ପାହାଡ ସେ ପାଖରେ

ଡୁବିଯିବାର ଦୃଶ୍ୟ ଦେଖୁଥିବାର ଦେଲିଲି। ମୁଁ ତ ବହୁଦିନରୁ ଯୂର୍ଯ୍ୟଙ୍କର ଏହି ଦୃଶ୍ୟ ଦେଖିବାକୁ

ଲାଳାୟିତ ଥିଲି। ମାତ୍ର ତାଠାରୁ ମନରେ ବସା ବାନ୍ଧିଥିବା ପ୍ରଶ୍ନର ସମାଧାନ ଖୋଜୁଥିଲି। ପାଖକୁ

ଯାଇ ପଚାରିବି ନାଁ ଭୂଲିଯିବାଟା ଠିକ୍। କ’ଣ ଦରକାର କାଳେ କ’ଣ ଭାବିବ। ଫେରି

ଆସିବାକୁ ପଛକୁ ଗୋଡ କାଢିଲା ବେଳକୁ ମୁଖ୍ୟଙ୍କର ଡାକ ଶୁଭିଲା “ ଫେରିଗଲ ଯେ ଆସ

ତୁମରି ବିଷୟରେ କିରଣର ମୋର ଆଲାଚନା ଚାଲିଥିଲା “ା କିରଣ ! କିରଣ କିଏ ? ବୋଧହୁଏ ଏହି

ଝିଅଟିର ନାମ କିରଣ। ବାସ୍ତବିକ ରୁପ ସାଥିକୁ ନାମଟି ସୁନ୍ଦର ହୋଇଛି। ରକ୍ତିମ ସୂର୍ଯ୍ୟଙ୍କର କିରଣ

ପଡି ତାର ମୁଖ ମଣ୍ଡଳ ଦିପ୍ତିମୟ ଦିଶୁଥିଲା। ତାର କଥା କୁହା ଆଖିରେ ମେତେ ଚାହିଁ ହସିଦେବା ପରେ

ମୁଁ ବୋଧହୁମୋର ସମସ୍ତ ପ୍ରଶ୍ନ ଭୁଲି ସାରିଥିଲି। ପ୍ରଥମେ ପରିଚୟ, ପରେ ଗୁଲିଗପ ସଂଗଠନକୁ

ନେଇ। ତାରି ଭିତରେ ମୁଁ ସୁଯୋଗ ଖୋଜୁଥିଲି ମୋ ମନରେ ଉଠିଥିବା ପ୍ରଶ୍ନର ସମାଧାନ। ମୁଖ୍ୟ

ବୋଧହୁଏ ବୁଝିଗଲେ ମୋ ମନର ଭାଷା। “ଏଠୁ ଟିକେ ଆସୁଛି” କହି ଉଠି ଚାଲିଗଲେ ଟିକେ

ଦୁରକୁ। ବାସ୍ ମୁଁ ତ ଏହି ସୁଯୋଗ ଅପେକ୍ଷାରେ ଥିଲି। ହଠାତ୍ ପଚାରି ବସିଲି “ଦୟାକରି

କହିବେକି ଆପଣ କଣ ପାଇଁ ପହଁରା ନଯାଣି ମଧ୍ୟ ପାଣିକୁ ଡେଇଁ ପଡିଲେ, ଏହା କଣ

ଆତ୍ମହତ୍ୟା ନୁହେଁ ? ଆପଣଙ୍କର ଯଦି କିଛି ହୋଇ ଯାଇଥାନ୍ତା ଆମେ କି ଉତ୍ତର ଦେଇଥାନ୍ତୁ

ମୁଖ୍ୟଙ୍କୁ? ସେ ବୁଡିଗଲେ ଆପଣଙ୍କର କଣ ଅଛି ? ଏମିତି କେତେ କଣ ପଚାରି ବସିଲି ଏକା

ନିଶ୍ୱାସକେ। କିନ୍ତୁ ତାଙ୍କର ଗୋଟେ ଉତ୍ତରରେ ମୋତେ ଚୁପ୍ ହେବାକୁ ପଡିଲା। “ଆପଣ କଣ

ପାଇଁ ଜୀବନର ସବୁ କିଛି ଛାଡି ଏହି ସ୍ୱେଚ୍ଛାସେବୀ ସଂଗଠନରେ କାମ କରୁଛନ୍ତି ? ଆପଣଙ୍କ

ବିଷୟରେ ମୁଖ୍ୟଙ୍କ ଠାରୁ ଆଗରୁ ବହୁଥର ଶୁଣିଥିଲି ମାତ୍ର ଭାଗ୍ୟକୁ ଆଜି ଦେଖା ହୋଇଗଲା।

ଜାଣ, ଆପଣ ଯେବେ ଉପରେ ଠିଆହୋଇଥିଲେ, ସେହି ସମୟରେ ମୁଁ ହତଜ୍ଞାନ ହୋଇ ଭୁଲିଯାଇଥିଲି

ମୁଁ ପହଁରା ଜାଣେ ନାହିଁ ବୋଲି। ହଁ ଯଦି ମରିଯାଇଥାନ୍ତି ତେବେ ମୋ ମଲା ଶରୀରକୁ ଧରି ଭାଇଟା

ତ ମୋର ଉପରକୁ ଉଠିଆସି ପାରିଥାନ୍ତା। ମୋର ଜୀବନର ଲକ୍ଷ ପୁରଣ ହୋଇ ପାରିଥାନ୍ତା। ଆପଣଙ୍କୁ

ଚିହ୍ନି ନଥିଲି , ଆଉବି ଯାଣି ନଥିଲି, ଆପଣମାନେ ମଜା କରୁଥିଲେ ବୋଲି। ଆପଣଙ୍କୁ

ଧକାଟିଏ ପକେଇଦେଲି କ୍ଷମା କରିଦେବେ। କଣ କହିବି ବୋଲି ମୋର ପାଟି ଖନି ମାରିଗଲା।

ବାସ୍ତବିକ କେତେ ମହାନ ଆଙ୍କ ଚିନ୍ତାଧାରା। ପାଟିରୁ ଆପେ ଆପେ ବାହାରି ଆସିଲା କ୍ଷମା ତ ମୁଁ

ମାଗିବା କଥା। ଆମ ମାନଙ୍କ ପାଇଁ ଆପଣ ଯାହା କଷ୍ଟ ପାଇଲେ।

ଏମିତି କିଛି କଥାବାର୍ତ୍ତା ଭିତରେ କେତେବେଳେ ଅନ୍ଧାର ହୋଇଯାଇଥିଲା ଆମକୁ ଜଣା

ନଥିଲା। ଦୁରରୁ ଡାକ ଶୁଭିଲା ଆସ ଯିବା ବେଶି ରାତି ହେଲେ ଯନ୍ତୁଜୁନ୍ତା ବାହାରି ପାରନ୍ତି। ବାସ୍

ସେ ଉଠି ଚାଲି ଗଲୋ। ମୁଁ କେବଳ ଠିଆହୋଇଥାଏ, ତାଙ୍କର ଚଲା ପଥକୁ ଚାହିଁ। ଇଚ୍ଛା ହେଉଥିଲା

କିରଣ ଆମ ଶାଖାରେ କାମ କରନ୍ତେ କି? ଛାତି ଭିତରଟା ଖାଲି ଖାଲି ଲାଗୁଥିଲା। କିରଣର

ଅନୁପସ୍ତିତି ଅସହ୍ୟ ବୋଧ ହେଲା। କଣ ପାଇଁ ? କିରଣ ମୋର କିଏ? ତାର ମୋର ସଂପର୍କ କଣ ?

କିଛି ନାହିଁ। ତେବେ ତା ପାଇଁ ମୋର ମନରେ ଏତେ ଉକ୍ରଣ୍ଠା କଣ ପାଇଁ ?

ଚିହ୍ନା ନାହିଁ ପରିଚୟ ନାହିଁ ଅଜଣା ମଣିଷ ଟି ପାଇଁ ଜୀବନ ଦେବାକୁ ପଛଉ ନଥିବା ମଣିଷ

ଏହି ସ୍ୱାର୍ଥୀ ସମାଜରେ କେତେ ଜଣ ଅଛନ୍ତି ? ଆଉ ତାଙ୍କର ସାନିଧ୍ୟ ପାଇବା କଣ କମ୍ ଭାଗ୍ୟର କଥା।

ଇଚ୍ଛା ହେଉଥିଲା ତାଙ୍କର ପାଦ ସ୍ପର୍ଷକରି ଆଶିର୍ବାାଦ ଭିକ୍ଷାକରିବାକୁ। ମାତ୍ର ସଂକୋଚତା ଚୁପ୍

ରହିବାକୁ ବାଧ୍ୟ କଲା।

ଜୀବନର ଅନାବଶ୍ୟକ ପୃଷ୍ଠାପରି କିଛି ଦିନ ପରେ ଆପେ ଆପେ କିରଣ ମନରୁ ହଜି

ସାରିଥିଲା କର୍ତ୍ତବ୍ୟର ଜଞ୍ଜାଳ ଭିତରେ। ଭଗବାନଙ୍କର ଇଚ୍ଛାଥିଲା ବୋଧେ ଅନ୍ୟପ୍ରକାରର। ହଠାତ୍ ଦିନେ

ମୋର ଦପ୍ତରରେ କାମ କରୁଥିବା ସମୟରେ “ଭାଇ ନମସ୍କାର” ବୋଲି ଶୁଭିଲା। ଆଶ୍ଚଯ୍ୟ ହୋଇ ଚାହିଁ

ଦେଖେତ ସପ୍ତ ସୂର୍ଯ୍ୟର ଆଭାକୁ ଧାରଣ କରି ଠିଆ ହୋଇଛଇ କିରଣ। ସ୍ୱପ୍ନ ଦେଖିଲା ପରି ଲାଗିଲା।

ଅତିତର ହଜିଯାଇଥିବା ସ୍ମୃତି ପୁଣିଥରେ ସଜଳ ହୋଇଗଲା। କିରଣ ଏଠାରେ କଣ କରୁଛି ? ତାର

ଏଠାରେ କାମ କଣ ? ଏଭଳି କେତେ ଚିନ୍ତା ମୋ ମନରେ ବସା ବାନ୍ଧିବାକୁ ଲାଗିଲା। “ଚିହ୍ନି

ପାରୁନ ନାଁ କଣ ? ଏମିତି କଣ ଖାଇଗଲା ପରି ଚାହିଁଛ? ମୁଁ କିରଣ। ଲାଜ ଲାଗିଲା ପ୍ରକୃତରେ

ମୁଁ ଏମିତି ଚାହିଁଛି ଯେ। “ଆରେ ବସ, ଠିଆ ହେଲ ଯେ “ ଚେୟାର କୁ ହାତ ଦେଖାଇ କହିଲି।

ମୋ ମନର ସମସ୍ତ ଚିନ୍ତାକୁ ଦୁରେଇ ଦେଇ ତାର ସେହି ବିଣାଜିଣା ସ୍ୱରରେ କହିବାକୁ ଲାଗିଲା “

ଯାହା ହେଉ ଭାଗ୍ୟକୁ ଆପଣଙ୍କ ସାଥିରେ କାମ କରିବାର ଅବସର ମିଳିଲା। ଜାଣ ଭା. ଆପଣଙ୍କ

ସାଥିରେ କାମ କରିବା ପାଇଁ ବହୁ ଦିନରୁ ଆଶା ଥିଲା। ଭଗବାନଙ୍କ ଆର୍ଶିବାଦରୁ ଆପଣଙ୍କ

ଶାଖାକୁ ବଦଳି ହୋଇଗଲା। ଏଥର ବହୁତ ମଜା ହେବ”। ମଜା ହେବ ! ଏହି ଶେଷ କଥାଟି ମଗଜରେ

ପଶିଲାନି। କାମରେ ପୁଣି ମଜା କଣ ? ମୁଁତ ମନ ଖୋଲି ହସିବା ପ୍ରାୟ ଭୁଲିଗଲିଣି।

ଦିନ ପରେ ଦିନ ଗଡି ଚାଲିଲା, କିରଣ କଣ ମୋ ଠାରୁ କାମ ଶିଖିବ, ମୁଁ ତ ତାର ମହାନତା

ପାଖରେ କ୍ଷିଣ ହୋଇସାରିଥିଲି। ମୁଁ ମୋର ଅଜ୍ଞାତରେ ମୋର ହୃଦୟଟା ତାକୁ ଦେଇ ଦେଇଥିଲି।

ପ୍ରତି ମୁହୁର୍ତ୍ତରେ ତାକୁ ପାଖରେ ଖୋଜୁଥିଲି। ମୁଁ ଯାଣେ ସେ ମଧ୍ୟ ମୋତେ ବହୁତ ଭଲ ପାଏ ନିଜଠୁ

ବଳି। ଦିନ ଟିଏ ମୁଁ ଅଫିସ୍ ନଆସିଲେ କୈଫତ୍ ତାଲିବ କରେ ମୁହଁଟା ଆମ୍ଭିଳା କରିଦେଇ।

ମୁଁ କଣ କମ୍, ସେ ତ ନ ଆସିଲେ ମୁଁ ତାର ଘର ଆଡେ ଚାଲି ଯାଏ ବିଭିନ୍ନ ବାହାନାରେ। ସେ

କେବଳ ହସିଦିଏ ମେତେ ଦେଖି। ଭାରି ଲାଜ ଲାଗେ। ଧରେ ମନ କଥା କହିବାକୁ ଯାଇ ପଚାରି ବସିଲି “

ତୁମେ ତୁମର ବାହାଘର କୁ ଡାକିବତ ? “ ଡଠାତ୍ ସେ କହିଲା “ ତୁମେ ନଆସିଲେ ବାହାଘର

କେମିତି ହେବ ଯେ ? “ ମୋତେ ଭାରି ଖରାପ ଲାଗିଲା ଏମିତି ପଚାରିବାର ନଥିଲା।

ବହୁଥର ଚେଷ୍ଠା କରିଛି ମନ ଭିତରେ ଉଠୁଥିବା ଅକୁହା କଥା କୁ କହିଦେବା ପାଇଁ। ମାତ୍ର

କହିପାରେନି। ସଂଗଠନର ନିତୀ ନୀୟମ ପଥରେ କଣ୍ଟାବାଡ ସୃଷ୍ଟି କରନ୍ତି। ସଂଗଠନର ସମସ୍ତ କର୍ମୀ

ଭାତୃତ୍ୱର ବନ୍ଧନରେ ବନ୍ଦି। କିରଣ ମୋତେ ଭଲ ପାଇବା ମୋ ମନର ଭ୍ରମ ହୋଇଥିବ ଯଦି, ତେବେ ମୋ

ମନର କଥା କହିଲା ପରେ ତା ପାଖରେ ମୁଁ ଦେଖେଇ ପାରିବି ତ ? ନାଁ ସହିଯିବାକୁ ହେବ। ଛାତି

ଭିତରେ ଆଗ୍ନେୟଗିକୁ ଚାପି ଦେବାକୁ ପଡିବ।

ମାତ୍ର ସହକର୍ମୀ ମାନଙ୍କର ଚୁପ୍ ଚୁପ୍ ହସ ସହିତ ତିର୍ଯକ ଚାହାଁଣି ଅସହ୍ୟ ବୋଧହୁଏ ମୋତେ।

ବୋଧହୁଏ ମୋତେ ଓ କିରଣକୁ ନେଇ ସେମାନଙ୍କର ମନରେ ଅନେକ କଥା ବସା ବାନ୍ଧି ସାରିଲାଣି। ଏହାର

ସମାଧାନ ଦରକାର। ନଚେତ୍ ଆମେମାନେ ଯଦି ସହିଯିବୁ କାଲି ଏମାନେ ସଂଗଠନର ସମସ୍ତ ନୀୟମ

କାନୁନ୍ ଭାଙ୍ଗି ନଦେବେ ବୋଲି କିଏ କହିବ। ମାଛ ମଥାରୁ ମିଳେଇଥାଏ , ବଡ ମାନଙ୍କ ଠାରୁ ସମସ୍ତ

ଭୂଲ୍ ସୃଷ୍ଠି ହୋଇଥାଏ। ଆମକୁ ଏହାର ସଂଶୋଧନ କରିବାକୁ ପଡିବ।

ସେଦିନ ଥାଏ ରାକ୍ଷି ପୂର୍ଣ୍ଣିମା। ସମସ୍ତେ ମଜା ନେବା ପାଇଁ ସଂଗଠନର ମୁଖ୍ୟଙ୍କ ପାଖରେ

ଅନୁରୋଧ କଲେ ସଂଗଠନରେ ସମସ୍ତେ ରାକ୍ଷି ବାନ୍ଧିବେ। ମୁଖ୍ୟ ଖୁସିରେ ରାଜି ହୋଇଗଲୋ। ଶ୍ରୀ

ଗଣେଷ ଆମଠାରୁ ହେବ। କିରଣ ବାଁରେଇ ଚାଲିଯବିବାକୁ ବସିଥିଲା। ମାତ୍ର ମୋର ନିଦେ୍ର୍ଦଶ

ଭାଙ୍ଗି ପାରିଲା ନାହିଁ। ରାକ୍ଷି ବାନ୍ଧିଲା ମୋର ହାତରେ ଧରିଲା ଥାରିଲା ଭାବରେ। ସେ ସମୟରେ ମୋର

ଛାତି ଭିତରେ ହାତୁଡା ପିଟିଲା ପରି ଲାଗୁଥିଲା। ସେ ଲୁଚେଇ ଲୁଚେଇ ତାର କାନିରେ ଲୁହ

ପୋଛି ଦୁରେଇଗଲା ବୋଧହୁଏ କେଉଁ ନିଭୃତ ସ୍ଥାନରେ କାନ୍ଦିବା ପାଇଁ। ଭଙ୍ଗାକାଚକୁ ଗିଳିଲେ

ଯେତେ କଷ୍ଟ ହେବନି ତାଠାରୁ ଅଧିକ କଷ୍ଠ ଲାଗୁଥାଏ ମୋତେ। କଣ ବା କରିପାରିଥାନ୍ତି ମୁଁ

ସେଠାରେ ? କାନ୍ଦିବା ପାଇଁ ଭାରି ଇଚ୍ଛା ହେଉଥିଲା ମାତ୍ର ପାରିଲିନି। କେତେ କଷ୍ଟ ଲାଗେ ହୃଦୟଟା

ଫାଟି ଗଲା ପରେ।

ସପ୍ତାହରୁ ଉର୍ଦ୍ଧ ହୋଇଗଲାଣି କିରଣର ଦେଖା ନାହିଁ। ମୋର ସାହସ ବି ହେଉନି ତାର ଘର ପଟେ

ଯିବା ପାଇଁ। ଆଗରୁ ବହୁଥର ମଉସା, ମାଉସି ବାଧ୍ୟ କରନ୍ତି କିରଣକୁ ବୁଝେଇବା ପାଇଁ ତାଙ୍କ

କଥାରେ ରାଜି ହେବା ପାଇଁ। ତାଙ୍କ କଥା କଣ ସେହି ତ ବାହାଘର। ହଁ କହିବି କହିଦେଇ ଚାଲି ଆସେ

ମାତ୍ର କହି ପାରେନି। କେମେିତି କହିବି ମୋଠାରୁ ଦୁରେଇ ଯା ଆଉ କାହାର ହୋଇ ? ଏଇଥର

ବୋହୁଏ ବାପା, ବୋଉଙ୍କ କଥାରେ ସେ ରାଜି ହୋଇ ଯାଇଛ. ନଚେତ୍ ଏତେ ଦିନ ହେଲା ଦେଖା ନାହିଁ

କାର୍ହିକି? ନାଁ ଏକଥା ହୋଇ ନପାରେ। ମାଉସୀତ ମୋତେ ଯାହାହେଲେ ଖବର ଦେଇଥାନ୍ତେ , ସଂଗଠନର

ଅନ୍ୟକର୍ମୀମାନେ ତ ଜାଣି ଥାନ୍ତେ କାର୍ହି ସେମିତିତ କିଛି ହେଇନି। ତେବେ କଣ ତାର ଦେହ ଖରାପ

ହୋଇଛି। ନାଁ ଆଉ କଣ ?

କିରଣ ର ଅନୁପସ୍ଥିତି ଆଉ ସହି ହେଉନି। ସଂଗଠନଟା ଖାଲି ଖାଲି ଲାଗୁଛି। କେମିତି

ସହିବି ଏହି ଯନ୍ତ୍ରଣା। ଚାଲି ଯିବି ବହୁଦୁରକୁ। ହଁ ସଂଗଠନ ଛାଡି ଘରକୁ ଚାଲିଗଲେ ଠିକ୍ ହେବ।

ଘରେ ଭୁଲିଯିବା ପାଇଁ ଚେଷ୍ଠା କରିବି। ବିଭିନ୍ନ ବାହାନା କରି। କିଛିଦିନ ପରେ ଆସିବି

କହି ସଂଗଠନରୁ ସବୁଦିନ ଲାଗି ଚାଲିଯିବା ଲାଗି ଆଗକୁ ବାହାରିଲି। ଇଚ୍ଛା ହେଉଥିଲା କିରଣ

ଟିକେ ବାଟରେ ଦେଖା ହୋଇଯାନ୍ତା କି? ସେହି ତକ ସ୍ମୃତିକୁ ପାଥେୟ କରି ଜୀବନଟା କାଟି ଦିଅନ୍ତି

ା ନାଁ ସେପରି କିଛି ହେଲାନି।

ସେ ଦିନ ଆଉ ଆଜି ଭିତରେ ଦୁଇ ବର୍ଷ କଟି ଗଲାଣି। ବେକା ର ଜୀବନରେ ଯନ୍ତ୍ରଣା ସାଥିରେ

ଲଢି ଲଢି ଥକି ଗଲା ପରି ଲାଗୁଛି। ଯାହାହେଉ କିରଣ ଭଲରେ ଥିବ। ମୁଁ ତାକୁ କଣ ଦେଇ

ପାରିଥାନ୍ତି। ମୋ ପାଖରେତ ଦାରିଦ୍ୟ୍ରର କଷାଘାତ ସହି ସହି ମୁକ ପାଲଟି ଯାଇଥାନ୍ତା। କେତେ

ସୁକୁମାରୀ ସେ ସେକଣ ଚଳି ପାରିଥାନ୍ତା ଲୁଣ ତେଲର ଅଭାବ ଭିତରେ। ମୋ ପାଖରେ ସ୍ୱପ୍ନ ବ୍ୟତିରେକ

କିଛି ନାହିଁ। ଆଉ ସେସବୁ ମରିଚିକାମୟ। ଭଗବାନ ତାକୁ ଭଲରେ ରଖନ୍ତୁ।

ସଖାଳୁ ସଖାଳୁ କିଏ ଗୋଟେ ଚିଠି ପଠେଇଛି ବୋଲି ବୋଉ କହୁଥିଲେ। କିଏ ପଠେଇବ

ମୋ ପାଖକୁ ? ବୋଉ ପଢି ପାରି ନଥିବେ। ଭାଇ ପାଖକୁ ଆସିଥିବ କି କଣ ? ବୋଉଙ୍କ ପାଟି

ବାଧ୍ୟ କଲା ଚିଠିଟି ଦେଖିବା ପାଇଁ। ଆରେ ଏତ ମୋନାମରେ ଆସିଛି ! ପ୍ରେରକର ନାମ ନାହିଁ।

କିଏ ହୋଇପାରେ ? ବୋଉକୁ ସାଂଗଟାଏ ପଠେଇଛଇ କହି ଚିଠି ଖୋଲି ଦେଖେତ କିରଣ। ପାଦ

ତଳର ମାଟି ଖସି ପଡିଲା ପରି ଲାଗିଲା। ଥରିଲା ଥରିଲା ହାତରେ ଚିଠିଟି ପଢିବାରେ ଲାଗିଗଲି।

ଚିଠିର ସମସ୍ତ ଅକ୍ଷର ମୋତେ ଦାନ୍ତ ଦେଖେଇ ଖତେଇ ହେଲାପରି ଲାଗୁଥିଲା , କହୁଥିଲା ତୁ ହାରି

ଯାଇଛୁ ରେ ନିଜ ପାଖରେ ତୁ ହାରିଯାଇଛୁ। ତୁ ଏତେ ସ୍ୱାର୍ଥପର ହୋଇଗଲୁ। ନିଜର ଆଦର୍ଶ

ଦେଖେଇବାକୁ ଯାଇ ଗୋଟେ ଝିଅର ଜୀବନ ନଷ୍ଠ କରିଦେଲୁ। ହଁ କିରଣର ଜୀବନ ମୁଁ ନଷ୍ଟ କରିଛି

ତାକୁ ଆଘାତ ଦେଇ। ମୁଁ ଏପରି ବ୍ୟବହାର କରିବା ବଦଳରେ ତା ଠାରୁ ଦୁରେଇ ଯିବାର ଥିଲା ଶାନ୍ତ

ସରଳ ଭାବରେ। ତାକୁ ବୁଝେଇ ପାରିଥାନ୍ତି ଆଜି ସେ ଯେଉର୍ କାମ କରିଛି ସେଥିପାଇଁ କେବଳ ମୁଁ

ଦାୟୀ।

ଆଜି ଏହି ରେଳ ଯାତ୍ରାରେ ସାଥି ମୋର କେବଳ ସେହି କିରଣର ସ୍ମୃତି। କିରଣ ମୋର ହୃଦୟର

ସାଥି, ମୋ ଜୀବନର ସାଥି। ତାର ସେହି ଚିଠିର ଶବ୍ଦ କେତୋଟି ମୋର କାନରେ ବାରମ୍ବାର

ବାଜିଉଠୁଛି “ ମୁଁ ତୁମର କେବଳ ତୁମର, ମୁଁ ଯେଉର୍ ପରି ହେଉ ପଛେ ତୁମର ହୋଇ ରହିବାକୁ

ଚାହେଁ , ମୁଁ ଆଉ କାହାର ହୋଇପାରିବିନି, ମୁଁ ମୋର ଶରୀରରେ ଏସିଡ୍ ପକାଇ ଦେଇଛି।

ବାଧ୍ୟ ହୋଇ ବାପା ବୋଉ ଜୀବନ ସାରା ତାଙ୍କ ପାଖରେ ରଖିବାକୁ ରାଜି ହୋଇଛନ୍ତିି। ତୁମକୁ

ଥରୁଟିଏ ପାଇଁ ହେଉ ପଛେ ଦେଖିବାକୁ ଚାହେଁ। ତୁମର ଆଶିବାର ପଥକୁ ଚାତକ ପ୍ରାୟ ଚାହିଁ

ରହିବି”।

ଟ୍ରେନ୍ ଟି ତାର ଗନ୍ତବ୍ୟ ସ୍ଥଳରେ ପହଞ୍ଚô ଗଲା। ଚିନ୍ତାଧାରାର ସମୁଦ୍ରରୁ ବାହାରକୁ ଆସି

ଆଗେଇ ଯିବାକୁ ଗୋଡ ବଢେଇଲି କିରଣର ଘର ଦିଗରେ। କାନ୍ଧ ଉପରେ ବ୍ୟାଗଟି ବେଳକୁ ବେଳ

ଭାରି ଲାଗୁଥାଏ। ନିଜର ପାଦ ଦ୍ୱୟ କଣ ପାଇଁ କେଜାଣି ଆଗକୁ ଜିବାକୁ ଜମା ରାଜି

ହେଉନାହାନ୍ତି। ଦେହ ଥରି ଉଠୁଥାଏ। ବୋଧହୁଏ ଅତିବ ଆବେଗର ଇଏ ଏକ ଲକ୍ଷଣ।

ଯେ କୋ÷ଣସି ବାହାନାରେ ତାକୁ ଖୁସି କରାଇ ଭୂଲ ମାଗିନେବି। ତାର ପଣତ କାନିରେ ମୁହଁ କୁ

ଲୁଚାଇ କହିବି “ହଁ ତୁ କେବଳ ମୋର କେବଳ ମୋର”।

ତାଙ୍କ ସଦର ଦରଜାର କଲିଂ ବେଲ ଉପରେ ବାରମ୍ବାର ଚାପ ଦେବା ସତ୍ତ୍ୱେ କାହାର ଆଜି ଦେଖା ନାହିଁ।

ଘର ବନ୍ଦ ନାହିଁ ତ ? ନାଁ ଖୋଲା ଅଛି। ଦୁଆରେ ନ ପହଞ୍ଚୁଣୁ ମାଉସୀ ଉପର ତାଲାରୁ ଡାକ ପକାଇବେ

“ପୁଅ ଆସିଲାଣି କବାଟଖୋଲ” ଆଜି କଣ ପାଇଁ ଏ ବ୍ୟତିକ୍ରମ ? ମାଉସୀ ଘରେ ନାହାନ୍ତି

ବୋଧହୁଏ।

ମୋର ଚିନ୍ତାଧାରାରେ ପ୍ରାଚୀର ଠିଆକରି କବାଟ ଖୋଲିଗଲା କେଁକଟର ଶବ୍ଦ କରି। ମୋ

ଆଗରେ ଠିଆ ହୋଇଥିବା ସ୍ଥିର ପ୍ରତିମା ଟି କିଏ? ହଁ ନିଶ୍ଚୟ ମାଉସୀ। କେତେ ପରିବର୍ତ୍ତନ

ଘଟିଛି ମାଉସୀଙ୍କର କଣ ପାଇଁ ? ମାଉସୀଙ୍କ ମୁଖରୁ ହସ କୁଆଡେ ସତେ ବା ହଜିଯାଇଛି ଯନ୍ତ୍ରଣାରେ

ଭାଙ୍ଗିପଡୁଛି ମୁଖ ମଣ୍ଡଳ। ଆଖିର କଣରେ ଲାଖି ରହିଛି ମୋତି ପରି ଚକ୍ ଚକ୍ କରୁଥିବା

ଦୁଇଟୋପା ଲୁହ। ଶୁଖିଲା ଓଠରେ ଜିଭଟାକୁ ବୁଲେଇ କହିଲେ “ଆସ”। ଏକ କ୍ଷିଣ ଶବ୍ଦ। ଏ କଣ

ମାଉସୀଙ୍କ ଶବ୍ଦ! ବିଶ୍ୱାସ ହେଉନି।

ପାଦ ଦୁଇଟି ଆଗକୁ ଯାଉ ଯାଉ ସ୍ଥିର ହୋଇଗଲା ମୁଖ୍ୟ ଘରର କାନ୍ଥିରେ ଟଙ୍କା ଯାଇଥିବା

ଫଟଟି ଦେଖି।ହାତରୁ ମୋର ଖସିପଡିଥିଲା କେତେ ବେଳେ ବ୍ୟାଗଟି। ଯେଉଁଥିରେ ନେଇ ଆସିଥିଲି

କାହିଁ କେତେଦୁରରୁ ମୋର କିରଣର ମନ ପସନ୍ଦ ଜିନିଷ ମାନ। ସ୍ଥିର ପାଲଟି ଯାଇଥିଲା ମୋର ଶରୀର,

ଚିନ୍ତା, ସ୍ୱପ୍ନସବୁ। ଆଖିରୁ ଝରି ପଡୁଥିଲା ଟୋପା ଟୋପା ଲୁହ। ସହିବାର ସମସ୍ତ ଶକ୍ତି ହରେଇ

ବସିଲା ପରି ଲାଗୁଛି। ଲାଗୁଛି ସତେ ଅବା ଆକାଶଟା ଖସି ପଡୁଛି ମୋର ମଥା ଉପରେ। କିରଣ

ତ କେଉଁ ଦୁର ଦିଗବଳୟରେ ମିଶିଗଲା ସୁର୍ଯ୍ୟଙ୍କର ଶାଥି ହୋଇ। ମୁଁ ଏହି ପୃଥିବୀରେ ଅଲୋଢା

ଅଖୋଜା ଜୀବନଟାକୁ ନେଇ କଣ କରିବି ? ମୋର ମୃତ୍ୟୁ ଆବଶ୍ୟକ।

“ରାସ୍ତା ପାଶ୍ୱର୍ର ପତ୍ର ବିହୀନ ଗଛଟିଏ ମୁଁ। ଦୁବ ଘାସଟିଏ କୁ ମଧ୍ୟ ଆଶ୍ରୟ ଦେବାର

ଶକ୍ତି ନାହିଁ ମୋର ପାଖରେ। ପଥିକ ତ ଦୁରରୁ ଦେଖି ଡରି ଚାଲିଯାଏ ଦୁରକୁ ଦୁର। କାରଣ ମୋର

ଶୁଖିଲା ଡାଳ ଭାଙ୍ଗି ତାକୁ ବିପଦ ମଧ୍ୟକୁ ଠେଲି ଦେଇପାରେ। ତୁମକୁ ସାହା ହୋଇଥାନ୍ତି କିପରି।

ବୋଧହୁଏ ସେଥିପାଇଁ ଅଭିମାନ କରି ଚାଲିଗଲ ସେପାରିକୁ। ନାଁ ନାଁ ତୁମକୁ ମୁଁ

ଛାଡିବିନି। ମୋର ହୃଦୟରେ ସାଇତି ରଖିବି। ଏହୃଦୟଟା ତ ତୁମର। କେବଳ ତୁମର। ମୁଁ ଶିଘ୍ର

ଆସୁଛି କିରଣ ,ତୁମ ପାଖକୁ। ମୁଁ ଜାଣେ ତୁମେ ମୋତେ ଅପେକ୍ଷା କରିଥିବ।”

ପ୍ରଦେଶ କୁମାର ପ୍ରଧାନ

ନଈଗୁଆଁ, ଅସ୍ତରଙ୍ଗ, ପୁରୀ।

୯୯୩୮୨୬୯୨୦୮

ହୃଦୟ ଜ୍ୱଳନ

Rate the content


Originality
Flow
Language
Cover design

Comments

Post

Some text some message..