Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarada Parida

Inspirational

2.1  

Sarada Parida

Inspirational

ବିଛା ମନ୍ତ୍ର

ବିଛା ମନ୍ତ୍ର

2 mins
7.3K


ଆଜ୍ଞା ଆଉ ମାତ୍ର ଦୁଇଦିନ ରହିଲା ଆବେଦନର ଶେଷ ତାରିଖ। ଆପଣ ଯଦି ଟିକେ ଦସ୍ତଖତ ଟାଏ କରେଇଦିଅନ୍ତେ !

ସକାଳ ଦଶଟାରୁ ଅପରାହ୍ନ ଚାରିଟା ଯାଏ ତହସିଲର ବଡବାବୁଙ୍କ କାର୍ଯାଳୟ ଆଗରେ ଅପେକ୍ଷା କରିଥିବା ବୃଦ୍ଧ ବ୍ୟକ୍ତିଜଣିଏ ବଡ କାକୁତି ମିନତି ଭାଙ୍ଗୀରେ ନେହୁରା ହେଉଥାନ୍ତି କାର୍ଯ୍ୟଳୟର ଜଣକ ପରେ ଜଣେ ଅଧସ୍ତନ କର୍ମଚାରୀଙ୍କ ପାଖରେ । କାର୍ଯ୍ୟଳୟର ର ତଳତଳିଆ କର୍ମଚାରୀ ତାଙ୍କର ଚିରାଚରିତ ଢଙ୍ଗରେ କିଏ କାମ ବଢିଯିବାର ଭୟରେ ଦୂର ଦୂର ହେଉଥାନ୍ତି ତ ଆଉ କିଏ ଡ ପଇସା ଝଡେଇବା ଚକ୍ରାନ୍ତ ରେ ବଙ୍କା ତେଢା ରାସ୍ତା ଦେଖାଇ ପାଖରୁ ଅନ୍ତର ହେଉଥାନ୍ତି ଜଣଙ୍କ ପରେ ଜଣେ ।

-----“ତମେ ବ୍ୟସ୍ତ ହୁଅନି ମଉସା । ଏମାନେ କଣ କହିବେ । ଆପଣ ଅପେକ୍ଷା କରନ୍ତୁ ବଡ ବାବୁ ଆସିଲେ ମୁଁ ନିଜେ ନେଇ ଭେଟ କରେଇଦେବି । ”ଜଣେ କିଏ ସହ୍ରୁଦୟ ବ୍ୟକ୍ତି ତାରି ଭିତରେ ଆସି ମଉସାକୁ ବୋଧ ଦେଲେ। ଗୋଟିଏ ସମ୍ଭାବନାର ଆଶା ସଂଚାର ହେଲା ଭଳି ଲାଗିଲା ତାଙ୍କୁ ,

ଠିକ ସେତିକି ବେଳକୁ ବଡବାବୁ ନିଜର ମୋବାଇଲ ଫୋନରେ କଥା ହେଉ ହେଉ ପ୍ରବେଶ କଲେ କାର୍ଜ୍ୟାଳୟ ଭିତରକୁ । ତାଙ୍କ ପଛେ ପଛେ ରୁମ ଭିତରକୁ ଚାଲିଲେ ବରିଷ୍ଠ କିରାଣୀ ମହାଶୟ କିଛି ନଥି ପତ୍ର ଧରି ।

----ମଉସା ,ସାର ଏତିକିବେଳେ ଫାଙ୍କା ଅଛନ୍ତି , ଆପଣଙ୍କ ଦରଖାସ୍ତ ଆଉ ଟା ଦେଲେ ଦେଲେ । ସେ ବ୍ୟକ୍ତି ଜଣଙ୍କ ବୃଦ୍ଧ ବ୍ୟକ୍ତିଙ୍କ ଉଦ୍ଦେଶ୍ୟ ରେ ଇଙ୍ଗିତ କରୁଥାନ୍ତି ସେତେବେଳେ । ଆଉ ଦରଖାସ୍ତ ଖଣ୍ଡିକ ମାଗି ନବା ସମୟରେ ଅତି ସଂତର୍ପଣ ରେ ହାତ ଖର୍ଚ୍ଚ ୩୦୦ଟଙ୍କା ମାଗୁଥାନ୍ତି ସିଏ ।

ବୃଦ୍ଧ ବ୍ୟକ୍ତି ଜଣକ ପାଖରୁ ଟଙ୍କା ନଥିବାର ନାସ୍ତି ବାଣୀ ଶୁଣି ଚିହିଙ୍କି ଉଠିଲେ ଉପକାରୀ ବ୍ୟକ୍ତିଜଣଙ୍କ !

ଧେତ ଶଳା ବିନା ପଇସାରେ କଣ ଏଠି ମୁହଁ ଦେଖେଇବାକୁ ଚାଲି ଆସିଛ । ମୁଁ କଣ ଆଉ ହାତରୁ ଦେଇ ତମ କାମ କରିବି ନା କଣ । ଏଠି ପାଇଶା ଦେଇ ବି ଦର୍ଶନ ମିଳିବା କଷ୍ଟ । ଇହାଁ ପୁଅ ସମୟ ବର୍ବାଦ କରୁଛି ମୁଁ ବେକାରରେ ।

ଶାଳା ସକାଳୁ କାହା ମୁହଁ ଚାହିଁଥିଲା କେଜାଣି ମଣିଷ । ଆଜି କିଛି ଗୋଟାଏ ବୋଲି ହେଲା ନାହିଂ । ସନ୍ଧ୍ୟା ଖର୍ଚ୍ଚ ଟା କଣ ପକେଟ ରୁ କରିବାକୁ ପଡିବ ନା କଣ ।

ପୁଣି ମୁହଁ ଛିଞ୍ଚାଡି କହିଉଠିଲେ ସେ ବ୍ୟକ୍ତି ଜଣକ ଯାଅ ଯାଅ ମଉସା କାଲୀ ଆସ । ସାର ଏଠୁ ସିଧା ମିଟିଂ କୁ ଯିବେ ।

ବିଚାର ବୃଦ୍ଧ ବ୍ୟକ୍ତି ଜଣଙ୍କ କିଛି ନିରାଶା ଆଉ କାମ କାଲିର କାମ ହୋଇଯିବାର ବିଛା ମନ୍ତ୍ର କୁ ଜାଣି ନେଇ ଫେରୁଥିଲେ କାର୍ଜ୍ୟାଳୟରୁ ସନ୍ଧ୍ୟା ଗଡୁ ଗଡୁ ।


Rate this content
Log in

Similar oriya story from Inspirational