Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Monoj Dash Mohapatra

Others

3  

Monoj Dash Mohapatra

Others

ଅସ୍ତଗାମୀ ସୂର୍ଯ୍ୟ

ଅସ୍ତଗାମୀ ସୂର୍ଯ୍ୟ

9 mins
7.3K


ମନୋଜ କୁମାର ଦାଶମହାପାତ୍ର
ବି.ଏସ୍ସି (ଅନର୍ସ).ଏଫ୍.ଟି.ଆଇ,ପୁନା
ରସୁଲଗଡ, ଭୁବନେଶ୍ବର
ମୋ-୯୪୩୭୮୩୮୬୩୧

                ଅସ୍ତଗମୀ ସୂର୍ଯ୍ୟ
                               କ୍ଷୁଦ୍ର ଗଳ୍ପ
ମୁଁ ଏବେ ଠିକ୍ ବୁଝି ପାରୁଛି ସ୍ବପ୍ନା.... ତୁମେ ଯେଉଁ ଦିନଠାରୁ ଏ ଘରକୁ ଆସିଲଣି, ସେହି ଦିନଠାରୁ ଏ ଘରର ପରିବେଶ ପୂରାପୂରି ବଦଳି ଯାଇଛି । ବୋଉ ସବୁବେଳେ ତୁମ ଉପରେ ବିରକ୍ତ, ମାନୀ ତୁମ ଉପରେ ଅସନ୍ତୁଷ୍ଟ... ବାପା ଅଶାନ୍ତି । ଏପରିକି ଚାକରଣୀ ଫୁଲ ମଧ୍ୟ ତୁମ ଉପରେ ସନ୍ତୋଷ ନୁହେଁ । ଏ ଘରର ସବୁ ଅନର୍ଥର ମୂଳ ଏବଂ ସବୁ ପରିସ୍ଥିତି ପାଇଁ ତୁମ ବାପା ହିଁ ସଂପୂର୍ଣ୍ଣ ଦାୟୀ... ଥରେ ନୁହେଁ ଦି ଥର ନୁହେଁ... ବାରମ୍ବାର ମୁଁ କହିଲିଣି । ବୋଉ ମଧ୍ୟ କହିଲେଣି, ମାନୀ ବି କହୁଛି... ତୁମେ ଏ ଘର ଛାଡ଼ି ଚାଲିଯାଅ । ତୁମ ବାପ ଘରକୁ... ମୁଁ ହୁଏତ ଅନ୍ୟ କେଉଁଠି ବାହା ହୋଇ ଶାନ୍ତିରେ ରହିବି । ଅଥଚ ତୁମେ ଶୁଣୁନା କାହିଁକି? ତୁମ ବାପା ଏତେ ଧୋକାବାଜ... ବେଇମାନ... ଯାହା ଫଳରେ ମୋର ଏହି ସୁନ୍ଦର ପରିବାର ମଧ୍ୟରେ ଅଶାନ୍ତିର ଝଡ଼ ସୃଷ୍ଟି କରୁଛି ।
       
    ଯେତେବେଳ ତୁମ ଘରେ ମୋ ବାହାଘର ପ୍ରସ୍ତାବ ପଡ଼ିଲା, ତୁମ ବାପା ନଗଦ ୫୦ ହଜାର ଟଙ୍କା, ତା ସହିତ ହିରୋ ହଣ୍ଡା ମଟ ସାଇକେଲ୍ ଦେବା ପାଇଁ କହିଥିଲେ । କିନ୍ତୁ ବାହାଘରର ୨ ବର୍ଷ ବିତି ଗଲାଣି । ଏହା ମଧ୍ୟରେ ଫୁଟନ ଜନ୍ମ ହେବାର ବର୍ଷ ଟେ ହେଲାଣି, ତଥାପି ହିରୋହଣ୍ଡା ଗାଡ଼ି ମିଳିଲା ନାହିଁ । କୁଆଡ଼େ ଗଲା ତୁମ ଆଦର୍ଶ ବାପାଙ୍କ ପ୍ରତିଶ୍ରୁତି । ସବୁବେଳେ ଅଭାବ...ଅଭାବ କହି ଭଣ୍ଡାଇ ଚାଲିଛନ୍ତି । ଏତିକି ମନେରଖିବା ଉଚିତ ଥିଲା ଯେ, ଯେଉଁ ଝିଅ ଅଭାବର ଖତଗଦାରେ ଜନ୍ମ ହୋଇଥାଏ, ସେ ବିବାହ କରିବା ପାଇଁ ସ୍ବପ୍ନ ଦେଖିବା ତାର ଏକ ଦିବାସ୍ବପ୍ନ... । ସାଧାରଣ ସ୍କୁଲ୍ ମାଷ୍ଟର ହୋଇ ଏତେ ବଡ଼ଲୋକି...? ଯଦି ଦେବାର କ୍ଷମତା ନଥିଲା, ତେବେ ବନ୍ଧୁ ବାନ୍ଧିବାର କ୍ଷମତା କିପରି ଥିଲା । ଦୁଇ ଦୁଇଟା ଭାଇ ତ ବେକରେ ୟୁନିଭର୍ସିଟିର ଡିଗ୍ରୀ ଓହଳାଇ ଦାଦା ହୋଇ ସହରରେ ବୁଲୁଛନ୍ତି । କୋଉ ମୁହଁରେ ... ଛି..ଛି..ଛି.. । ଏ ଥିଲା ଆଡଭୋକେଟ୍ ମହେନ୍ଦ୍ର ପଟ୍ଟନାୟକଙ୍କ ବଡ଼ପୁଅ ସରୋଜ ପଟ୍ଟନାୟକଙ୍କ ତାଙ୍କ ସ୍ତ୍ରୀ ସ୍ବପ୍ନା ପଟ୍ଟନାୟକଙ୍କ ପ୍ରତି ସଂଳାପ....... । କାନ୍ଥ ଘ ାରେ ରାତ୍ର ୧୦ଟା ବାଜିଛି । ବାହାରେ କୋଳାହଳମୟ । କୁନୀ ସହରଟା ଶୋଇଯାଇଛି ନିରବରେ... । ବିଶାଳ ଆକାଶ ଛାତିରେ ରହି ଚାନ୍ଦ ହସୁଛି ଖିଲିଖଲି ହୋଇ । କୌମୁଦୀ ସ୍ନାତ ରଜନୀ କୌତୂହଳ ବିଚ୍ଛୁରିତ ହାସ୍ୟ ଛଟାରେ ଆହୁରି ମଧୁ, ଆହୁରି ସୁନ୍ଦର କରି ମନମତାଣିଆ କରୁଛି ଆଜିର ଏହି ରାତି୍ରଟାକୁ । ଅଭିସାରିକା ଚନ୍ଦ୍ରମା କଳା ବାଦଲ ସହିତ ପ୍ରୀତିର ରସହରେ ରସାଣିତ ହୋଇ ଉଠୁଛି । ତା’ ସହିତ ତାଳଦେଇ ବୁଲା କୁକୁରଗୁଡ଼ିକ ଭୁକି ଭୁକି ନିଜର ଆତ୍ମ ପରିଚୟ ଦେଉଥାନ୍ତି... । ବିଷର୍ଣ୍ଣ ବଦନରେ ସରୋଜଙ୍କ ଫେରିବା ବାଟକୁ ଅପଲକ ନେତ୍ରରେ ଚାହିଁ ରହିଛି ସ୍ବପ୍ନା... । ଅଦୂରରେ କେତୋଟି ଝାଉଁ ଗଛ ନିିଜନିଜର ମଥା ଟେକି ଚାହିଁ ରହିଛନ୍ତି ନୀଳ ଆକାଶ ଆଡ଼କୁ, ସ୍ବପ୍ନାର ଦୁଃଖରେ ସତେ ଯେପରି ସେମାନେ ଦୁଃଖିତ । ନିର୍ବାକ ନିଷ୍ପାଦ ହୋଇ ତେବେ କ’ଣ ଭାବିଚାଲିଛି ସ୍ବପ୍ନା । ଅତୀତ ଭବିଷ୍ୟତ ଆଉ ବ ୍ମାନ ଭାବନାରେ ତାର ଥଳକୂଳ ନାହିଁ ା ଆଖିରେ ତାର ଶ୍ରାବଣର ବାରିଧାରା ପରି ଅଶ୍ରୁ ଦୁଇ ଗଣ୍ଡଦେଶ ସ୍ପର୍ଶ କରି ବହିଚାଲିଛି ା ଭାବି ହୁଏନା ତା’ର ସେହି ଅଶ୍ରୁର ସମାପ୍ତି କେଉଁଠି ....? ଦିନ ସାରା ଖଟି ଖଟି ସ୍ବପ୍ନାର ଦେହ ଅଳସ ହୋଇ ଉଠୁଛି......ଆଖିପତା ମୋଟେ ବୋଲ ମାନୁ ନାହାନ୍ତି.....ବୁଜି ହୋଇଯାଉଛନ୍ତି.....
 
    ହଠାତ୍ ସରୋଜ କବାଟ ଆଡେଇ ଘର ଭିତରକୁ ଦୁମ୍ ଦୁମ୍ ପଶିଆସିଲା ା ସ୍ବପ୍ନା ଚମକି ଉଠିଲା....ଭାବନା ରାଇଜରୁ ଫେରିଆସିଲା ା ସେତେବେଳକୁ କୋଠରିର ସବୁ ଲାଇଟ୍ଗୁଡିକ ଜଳିଉଠିଥାନ୍ତି ା ତାପରେ କୌଣସି ସଭାରେ ଯୈାତୁକ ବିରୋଧି ଭାଷଣ ଦେଲା ପରି .....ପାଟିରୁ ଅନର୍ଗଳ କହି ଚାଲିଥିଲେ.......ପାଟିରୁ ବାହାରୁଥିଲା ବିଦେଶୀ ମଦର କଡ଼ା ବାସ୍ନା ା ସ୍ବପ୍ନା ନିରବରେ ଶୁଣୁଥିଲା.........ା
 
    ସରୋଜଙ୍କ ଏପରି ଅବସ୍ଥା ଦେଖି ସ୍ବପ୍ନା ଅତି ଧିରେ ପ୍ରଶ୍ନ କଲେ .....ତୁମେ ଆଜି ମଧ୍ୟ ମଦ ପିଇଛ .......ପାଟି କରନି ଫୁଟନ୍ ଉଠିଯିବ ା ଶେଯ ପାରିଦେଉଛି ଶୋଇପଡ଼ .....ଖାଇବ...ଖାଇବା ବାଢିବି.... । ଏମିତି କ’ଣ କହିଯାଉଛ....? ସ୍ବପ୍ନାଙ୍କ ପାଟିରୁ କଥା ନସରୁଣୁ ସରୋଜ ପାଟି କରି ଉଠିଲେ । କ’ଣ ହେଲା... ମୁଁ ମଦ ପିଇଛି...? ହଁ...ମୁଁ... ମଦ ପିଛି । କାହା ପାଇଁ...ଜାଣ ଖାସ୍ ତୁମ ପାଇଁ । ତୁମେ ଯେତେଦିନ ପର୍ଯ୍ୟନ୍ତ ଏ ଘରକୁ ଗାଡ଼ି ନ ଆଣିଛ । କିମ୍ବା ତମେ ଏ ଘର ଛାଡ଼ି ନଯାଇଛ ସେତେଦିନ ପର୍ଯ୍ୟନ୍ତ ମୁଁ ମଦ ପିଉଥିବି ..... ।
   
    କିନ୍ତୁ .... କାହିଁକି.... କ’ଣ ବା ମୋର ଦୋଷ ......? ମୁଁ ତ ତୁମ ବୋଉକୁ କଥା ଦେଇଛି । ବାପାଙ୍କୁ କହି ଗାଁରେ ଥିବା ଜମି ବାକ୍ରିକରି ନିଶ୍ଚୟ ଏହି ମାସରେ ଗାଡ଼ି ଆଣିଦେବି । ଆଉ ତୁମେ ମୋ ଉପରେ, ମୋ ବାପା-ଭାଇଙ୍କୁ ଅନ୍ୟାୟ ଭାବେ କାହିଁକି ଗାଳି ଦେଉଛ । ସେମାନଙ୍କର ଦୋଷ କ’ଣ? ଅତି ନମ୍ର ଭାବେ ପ୍ରଶ୍ନ ପଚାରିଲେ ସ୍ବପ୍ନା । ଗର୍ଜିଉଠିଲେ ସରୋଜ... । ମୁଁ ଠିକ୍ ଚିହ୍ନଛି ତୁମକୁ । ତୁମ ବାପା ଭାଇଙ୍କୁ ଅନେକ ଦିନ ଅପେକ୍ଷା କଲି । ସେହି ଗୋଟିଏ କଥା ପୁଣି ଆସୁଛି ଏହି ମାସ ନିଶ୍ଚୟ ଆସିବ, କିନ୍ତୁ କାହିଁ...? ନା... ? ଆଉ ମୋଟେ ଶୁଣିବିନି... । ଆଜି ହିଁ ତାର ଗୋଟିଏ ସମାଧାନ କରିବି... । ଯା... ତୁମ ଦୁଇ ଭାଇ ବାପାଙ୍କୁ ଡାକି ଆଣ... ସେମାନେ ମୋ ଘରେ ଚାକର ହୋଇ ରହିବେ... । ଗାଡ଼ିର ମୂଲ୍ୟ ସେହିଠାରୁ କାଢ଼ିବି । ଆରେ କ’ଣ ଭାବିଛନ୍ତି କି ସେମାନେ...ଯା... ଆଜି ହିଁ ତୁମେ ଏ ଘରୁ ଚାଲିଯାଅ.. ଏହି ମୁହୂ ର୍ରେ... ମଦ ନିଶାରେ ନିଜର ହିତାହତ ଜ୍ଞାନକୁ ହରାଇ ବସିଥ୍ିଲା ସରୋଜ... ସ୍ବପ୍ନାଙ୍କୁ ଧକ୍କା ମାରି ଘରୁ ବାହାର କରିବାକୁ ଚେଷ୍ଟା କରୁଥିଲା । ସ୍ବପ୍ନା ବିକଳରେ ସରୋଜର ଗୋଡ଼କୁ ଧରି ଅନେକ କାକୁତି ମିନତି ହୋଇ କହୁଥିଲା ନା... ତା’ ହୋଇ ପାରିବନି... ମତେ ଯେତେ ମାରୁଛ ମାର । ଗାଳିଦିଅ ପଛକେ ମତେ ଏ ଘରୁ ତଡ଼ି ଦିଅନି । ମୋ ବାପା ଭାଇଙ୍କୁ ଗାଳି ଦିଅନି । ସ୍ବପ୍ନା ଏ ବିକଳ ମିନତି ଶୁଣି ମନେ ହେଉଥିଲା... ଏହି ପୁରୁଷଗଢ଼ା ସମାଜରେ ନାରୀ ହେଉଛି ଅଥଳ ସମୁଦ୍ରରେ ଗୋଟିଏ ଅସହାୟ ପତ୍ର ମାତ୍ର ।
   
    ଏ ରାତି ଅଧଟାରେ କି ପାଲା ଚାଲିଛି କିରେ ସରୋଜ? ଏ ପର୍ଯ୍ୟନ୍ତ କ’ଣ ଶୋଇନୁ... ଏହା କହି କହି ଘର ପ୍ରବେଶ କଲେ ସରୋଜଙ୍କ ମା’ ସ୍ବପ୍ନାଙ୍କୁ ଦେଖି ଖୁବ୍ ଗାଳିଦେଲେ ଛତରଖାଇ, ପୋଡ଼ାମୁହିଁ... ତତେ କ’ଣ କୂଅ ପୋଖରୀ ମିଳୁନି । ଯାଉନୁ ମରିବୁ । ସବୁଦିନ ଏଠି ଗୋଟିଏ ପାଲା ଚଲାଇଛୁ । କାନ୍ଦକାନ୍ଦ ହୋଇ ସ୍ବପ୍ନା କହିଲା... ମୋର କି ଦୋଷ ବୋଉ...? ଆପଣଙ୍କ ପୁଅ ତ ଏଠି ପାଲା କରୁଛନ୍ତି । ମୋର ଅବା ଦୋଷ କ’ଣ...? ସେଙ୍ଗ ସେଙ୍ଗ ଗର୍ଜି ଉଠିଲେ ସରୋଜଙ୍କ ମା’... ସ୍ବପ୍ନାର ଶଶୂ । କ’ଣ କହିଲୁ... ମୋ ମୁହଁରେ ଜବାବ ଦେଉଛୁ... । ହଇଲୋ... ରହ...ଏହା କହି ପାଖରେ ପଡ଼ିଥିବା ଝାଡ଼ୁ ମୁଠାରେ ଖୁବ୍ ଜୋରରେ ପିଟି ଦେଇଗଲେ । ସ୍ବପ୍ନାର ଦେହସାରା .... ସେହି ଝାଡ଼ୁ ମାଡ଼ରେ ସ୍ବପ୍ନାର ହାତରୁ ଚୁଡ଼ିଗୁଡ଼ିକ ଭାଙ୍ଗି ଚୂରମାର ହୋଇଗଲା... । ସ୍ବପ୍ନା ଆଉ ସହି ପାରିଲା ନାହିଁ... । ବୋଉଙ୍କ ହାତରୁ ଝାଡ଼ୁଟାକୁ ଖୁବ୍ ଜୋର୍ରେ ଛଡ଼ାଇ ନେଇ ଫିଙ୍ଗିଦେଲା ଝର୍କା ବାହାରକୁ, ବାସ୍...ଏତିକି ବେଳେ ସରୋଜ ଖୁବ୍ ଜୋରରେ ପାଟି କରି ଉଠିଲା... । କ’ଣ ହେଲା ସ୍ବପ୍ନା... ତୁମେ ମୋ ବୋଉକୁ ମାରି ପାରିଲ । ଏହା କହି ପାଖରେ ପଡ଼ିଥିବା ବାଡ଼ି ଗୋଟାଇ ଆଣି ପିଟିଦେଇ ଗଲେ... । ସ୍ବପ୍ନା ଖାଲି ଚିକ୍ରାର କରୁଥାଏ ମରିଗଲି...ମରିଗଲି...ମୋତେ ଆଉ ମାରନା... ତୁମ ଗୋଡ଼ ଧରୁଛି... ନେହୁରା ହେଉଛି... ସରୋଜ ଶୁଣିବା ପରିସ୍ଥିତିରେ ନଥିଲେ । ମାଡ଼ଖାଇ ଅଚେତ ହୋଇଗଲା ସ୍ବପ୍ନା । ସରୋଜଙ୍କ ବୋଉ ସରୋଜକୁ ପାଖକୁ ଡାକି ତା କାନରେ କ’ଣ ଫୁସ୍ଫୁସ୍ କହି ଚାଲିଗଲେ । ତାଙ୍କ ଶୟନ କକ୍ଷକୁ । ଆଉ ସରୋଜ ଅଚେତ ସ୍ବପ୍ନାର ପାଟିରେ ଲୁଗା ବିଣ୍ଡା ଦେଇ ତ୍ରିତଳ ଛାତ ଉପରକୁ ଘୋସାରି ଘୋସାରି ନେଇଗଲେ । ସରୋଜର ନିଶା ସେତେବେଳକୁ ମୋଟା ହୋଇ ଆସୁଥାଏ ।
   
    ପାଖ ଘରେ ବେଡ୍ରେ ପଡ଼ି ରହିଛି ଉଦୟ... । ସରୋଜର ସାନଭାଇ ଉଦୟ । ସହରର ସୁନାମଧନ୍ୟ କଲେଜରେ +୩ର ଦ୍ବିତୀୟ ବର୍ଷର ଛାତ୍ର... । ଆଜି ଦ୍ବିପ୍ରହରରେ ପୋଷ୍ଟ ପିଅନ ଦେଇ ଯାଇଥିବା ଚିଠିକୁ ବାରମ୍ବାର ପଢ଼ିବାକୁ ଚେଷ୍ଟା କରୁଥିଲା । ଉକ୍ତ ଚିଠି ଖଣ୍ଡକରେ ଲେଖାଥିଲା...

ସମ୍ମାନନୀୟ ଉଦୟ ବାବୁ;
    ପ୍ରଥମେ ମୋର ନମସ୍କାର ଗ୍ରହଣ କରିବେ । ଆପଣଙ୍କ ସହିତ ଘନିଷ୍ଟ ଭାବେ ମିଶିବା ପରେ ବି ଗୋଟିଏ କଥା ଆଜି ପର୍ଯ୍ୟନ୍ତ କହି ପାରି ନଥିଲି । ଆଜି ଏହି ଚିଠି ମାଧ୍ୟମରେ ଜଣାଉଛି ଖରାପ ଭାବିବେ ନାହିଁ କି ମତେ ଭୁଲ୍ ବୁଝିବେ ନାହିଁ । ମୁଁ ଜଣେ ଗରିବ ଘରର ଝିଅ... ମାଟି ଚାଳ କୁଡ଼ିଆରେ ଜନ୍ମ ନେଇଛି... ମୋ ବାପା ଜଣେ ପିଅନ...ଜାତିରେ ଧୋବା... ଆପଣଙ୍କ ପରି ଜଣେ ଖାନ୍ଦାନ୍ ପରିବାରର ପୁଅକୁ ମୋ ହୃଦୟରେ ସ୍ଥାନ ଦେଇ ପାରିବି ନାହିଁ । କାରଣ, ଅନେକ ଅଛି... ଧନୀ, ଗରିବ, ଜାତି, ଅଜାତି, ସାନବଡ଼ ଏ ସବୁ ବଳୟଗୁଡ଼ିକ ଜଦି ମଣିଷ ସମାଜରେ ନଥାନ୍ତା । ତେବେ ଏହା ଆଉ ମଣିଷ ସମାଜ ହୋଇ ନଥାନ୍ତା । ଉଦୟ ବାବୁ ହୋଇଥାନ୍ତା ଏକ ଦେବ ସମାଜ । ଆଜି ମୋ ସାନ ଭାଇର କଲେଜରେ ଆଡମିସନ୍ ଥିଲା, ଯାଇଥିଲା... କିନ୍ତୁ କଲେଜର ଗୁଣ୍ଡା ସଂଜୀବ ଆଡମିସନ୍ କରିବାକୁ ଦେଲାନ ନାହିଁ । ବହୁ କାକୁତି ମିନତି ସତ୍ବେ ହସି ହସି ମୋ ଭାଇ ହାତରୁ ଇ ିମେସନ୍ କାର୍ଡ ଖଣ୍ଡିକୁି ନେଇ ଚିରି ଫିଙ୍ଗିଦେଲା.... କହିଲା .... ଆବେ କେଉଁଠୁ ଗୋଟେ ଲଣ୍ଡି୍ର ଦୋକାନ କରି ବସିବୁ... ଶଳା... ପଢ଼ିବାକୁ ଆସିଛି, ପୁଣି ସାଇନ୍ସରେ... । କାହିଁ ଆପଣ ତ ସେତେବେଳେ ଥିଲେ ପାଖରେ ଆପଣଙ୍କ ପୌରୁଷର ସ୍ନାୟୁଗୁଡ଼ିକ ଉେ ଜିତ ହେଲାନି...? କ୍ଷମା କରିବେ ଆପଣଙ୍କ ପରି ଖାନ୍ଦାନ ପରିବାରର ପୁଅ ହୋଇ ମୋ ପରି ଜଣେ ଗରିବକୁ କିପରି ବାହା ଦେବେ...? ଏପରି ଦୁଃସାହିିକ ପଦକ୍ଷେପ ନିଅନ୍ତୁ ନାହିଁ । ଆପଣ କାହିଁକି ମୋତେ ବାହା ହୋଇ ବିପଦକୁ ବରଣ କରିବେ । ବରଂ ଆପଣ ଅନ୍ୟ କେଉଁଠି ବାହା ହୁଅନ୍ତୁ, ମୁଁ... ବହୁତ ଖୁସି ହେବି ।
                                            ଇତି
                                            ଶ୍ରାବଣୀ
    ସତରେ କ’ଣ ଗରିବର ଝିଅ ଧନୀ ପୁଅକୁ କିମ୍ବା ଗରିବର ପୁଅ ଧନୀ ଝିଅକୁ ବିବାହ କରି ପାରିବନି । ସବୁ ମଣିଷର ଦୁଇଟି ହାତ, ଗୋଡ଼ ଏବଂ ଗୋଟିଏ ମସ୍ତିଷ୍କ ଥିବା ସ୍ଥଳେ ଏପରି ଭିନ୍ନ ଜାତି, ସମ୍ପ୍ରଦାୟ ସୃଷ୍ଟି କରୁଛି କାହିଁକି...? କାହିଁକି ପୃଥିବୀର ଅଧେ ଭାଗ ଲୋକ ସୁଖ, ସଂଭୋଗ, ଐଶ୍ବର୍ଯ୍ୟରେ ଜୀବନ ବିତାଉଥିବା ବେଳେ ଆଉ ଅଧେ ଲୋକ ମୁଠାଏ ଖାଇବାକୁ ମଧ୍ୟ ପାଉ ନାହାନ୍ତି । ଚିଠି ପଢ଼ିସାରି ଭାବିବାକୁ ଲାଗିଲା ଉଦୟ ଭାବନାର ଖିଅଗୁଡ଼ାକ ଅଡ଼ୁଆ ସୂତା ପରି ତା ମସ୍ତିଷ୍କର ଚାରିପଟେ ଗୁଡ଼ାଇ ହୋଇଗଲା... ।
   
    ଏପଟ ଘରେ ତା’ ଭାଇ ଭାଉଜଙ୍କ ଯୁକ୍ତିତର୍କ, ଭାଉଜଙ୍କୁ ମାଡ଼ ଆଜି ନୂଆ ନୁହେଁ । ଏମିତି ଅନେକ ଥର ହୋଇଛି । ଏହି ତାର ସ୍ବପ୍ନ ଭାଉଜ... ସ୍କୁଲ୍ ମାଷ୍ଟର ଶିବରାମ ମହାନ୍ତିଙ୍କ କନିଷ୍ଠା କନ୍ୟା । ବାପଘରୁ କୁମାରୀ ହୋଇ ଆଡ୍ଭୋକେଟ୍ ମହେନ୍ଦ୍ର ପଟ୍ଟନାୟକଙ୍କ ଘରେ ବଡ଼ବୋହୂ ହୋଇଛି । ବାପଘରେ ମଥାରେ କୁଙ୍କୁମ ପିନ୍ଧି, ଶାଶୂଘରେ ପିନ୍ଧିଛି କୁଳବଧୂର ସ୍ବାକ୍ଷର... ମଥାରେ ସିନ୍ଦୂର... ବାହା ହେବାରେ ବର୍ଷ ଦୁଇଟା ଭଲରେ କଟିଥିବ...ଫୁଟୁନ୍ ଜନ୍ମ ପରଠୁ...ପାହାନ୍ତା ଚାରିଘ ାରୁ ଉଠି ରାତ୍ର ୧୨ଟା ପର୍ଯ୍ୟନ୍ତ ଗୋଟିଏ ମେସିନ୍ ପରି କାମ କରନ୍ତି । ଏମିତି କାମ କରନ୍ତି ଯେ... ହାତ ପାପୁଲିର କଅଁଳ ମାଂଶଗୁଡ଼ିକରୁ ଚମଡ଼ା ବାହାରି ରକ୍ତ ଝରେ । କେତେଥର ବଜାରରୁ ମଲମ ଆଣି ଲଗାଇ ଦେଇଛି ଉଦୟ । ମଟର ସାଇକେଲ୍ଟା ତା ବାପଘର ଲୋକ ଦେଇ ନାହାନ୍ତି ବୋଲି ଶାଶୂ, ନଣନ୍ଦେଇଙ୍କ ଗଂଜଣା ମାଡ଼... ଏତେଗୁଡ଼ାକୁ ଦୁଃଖ ଯନ୍ତ୍ରଣାକୁ ଛାତିର ଫରୁଆରେ ପୂରାଇ ମଧ୍ୟ ତା ଭାଉଜଙ୍କର ସବୁବେଳେ ହସହସ ମୁହଁ । ନାରୀ ସବୁ ସହି ପାରେ...? ହଁ ନାରି ସବୁ ସହିପାରେ ବୋଲି ବୋଧହୁଏ... ସମଗ୍ର ଆର୍ଯ୍ୟବର୍ତରେ ସେମାନଙ୍କୁ ନାରୀ କୁହାଯାଏ ।
   
    ସୃଷ୍ଟି ଜଣଙ୍କର ଅବୁଝାରେ ଅନ୍ୟଜଣେ ଲୁହ ଝରାଏ । ଏ ମଣିଷର ଦୁନିଆ...ଭଗବାନଙ୍କର ଶ୍ରେଷ୍ଠ ସର୍ଜନା । ସ୍ବାର୍ଥ ଶବ୍ଦର ମୂଲ୍ୟାନୁସାରେ ସବୁକିଛି ବହୁ ଦୂରରେ । ସବୁ ଜାଣି ବି ମଣିଷ ଭୁଲ କରେ । ନର୍କର ସ୍ଥାନ ବହୁ ଦୂରରୁ ଲକ୍ଷ୍ୟ କରି ପାପ ପଥରେ ଗୋଡ଼ ଦେବାକୁ କୁଣ୍ଠାବୋଧ କରେନା । ତା ନହୋଇ ଥିଲେ ସ୍ବପ୍ନା ଭାଉଜରଙ୍କର ଏପରି ଅବସ୍ଥା ହୋଇ ନଥାନ୍ତା... ।
   
    ଆଜି ସଖାଳୁ ନଣନ୍ଦ ମାନୀ ସାମାନ୍ୟ କଥାକୁ ନେଇ... ଅନେକ ଗାଳିଦେଲା...ହଇଲୋ...ଯଦି ତୋ ବାପାର ଦେବାର କ୍ଷମତା ନଥିଲା, ତେବେ ବସିବାର କିପରି କ୍ଷମତା ଥିଲା । ଆଉ ଆଜିକାଲି ବରକୁ ବିବାହ କରିବାକୁ ହେଲେ କଡ଼ାଗଣ୍ଡା କରି ହିସାବ କରି କିଣିବାକୁ ହିଏ... ତୋ ବାପ କି ମାଷ୍ଟର ହୋଇଛି କି ଲୋ...?
   
    ସ୍ବପ୍ନା ନମ୍ର ଗଳାରେ କହିଥିଲା ତୁମ ଭାଇ କ’ଣ ନିର୍ଜିବ ଜନିଷକୁ ବାହା ହୋଇଛନ୍ତି...? ମୋତେ ନୁହେଁ...? ମୋର ତ ପୁଣି ଆତ୍ମାଟିଏ ଅଛି...ମଟର ସାଇକେଲ୍ଟା କ’ଣ ମୋର ସ୍ଥାନ ପୂରଣ କରିପାରିବ...? ତୁମ ଭାଇଙ୍କୁ କ’ଣ ତୁମେ ଖୁଆଇପିଆଇ ମଣିଷ କରିଛ କନ୍ୟା ଘରକୁ ବିକ୍ରି କରିବାକୁ...? ତୁମ ଭାଇ କ’ଣ ...? ମେ‹ା, ଗାଈ, ଘୁଷୁରି ହୋଇଛନ୍ତି କି...? କନ୍ୟା ଘର ଲୋକ କଡ଼ାଗଣ୍ଡା ହିସାବ କରି କିଣିବେ...?
   
    କ’ଣ କହିଲୁ...ଛତରଖାଇ...ପୋଡ଼ାମୁହିଁ...ଗର୍ଜି ଉଠିଥିଲେ ସ୍ବପ୍ନାର ଶାଶୂ...ଆଉ ପାଖରେ ଥିବା ଲୁହା ଖଡ଼ିକାରେ ମାରି ଚାଲିଗଲେ... । ସ୍ବପ୍ନର ସର୍ବାଙ୍ଗକୁ ନିରାଶ୍ରୟ ପୋଷା ପଶୁ ପରି ସହି ଯାଇଥିଲେ ସ୍ବପ୍ନ ଭାଉଜ ଅକଥନୀୟ ମାଡ଼ ଖାଇ... ।
   
    ଉଦୟ କେବେ ଯଦି ଭାଉଜଙ୍କ ସପକ୍ଷରେ କିଛି କୁହେ, ତେବେ ପରିବାରରେ ସମସ୍ତେ ତାକୁ ଗାଳି ଦିଅନ୍ତି । ଭାଇ କୁହନ୍ତି... ମୋ ସ୍ତ୍ରୀକୁ ମୁଁ ଯାହା କହିପାରେ ତୋର ଏଥିରେ ମୁଣ୍ଡ ଖେଳାଇବା କ’ଣ ଦରକାର...? ଉଦୟ ନିରବ ରୁହେ...ଅସହ୍ୟ ହେଲେ ପଦାକୁ ଚାଲିଯାଏ ।
   
    ପାଖଘରେ ହଠାତ୍ ନିରବତାର ଲକ୍ଷ୍ୟ କରି ଉଦୟ ମନକୁ ଅମଙ୍ଗଳ ଲାଗିଲା । କବାଟ ଖୋଲି ବାହାରକୁ ବାହାରିଲା... ତା’ପରେ ଛାତ ଉପରେ କିଛି ଅସ୍ପଷ୍ଟ ଚିକ୍ରାର ସହ ତଳକୁ କ’ଣ ଗୋଟାଏ ଭାରୀ ଜିନିଷ ପଡ଼ିବାର ଶବ୍ଦ ଶୁଣାଗଲା । ଉଦୟ ଦୌଡ଼ି ଯାଇ ଛାତ ଉପରକୁ ଚଢ଼ିଗଲା । ଦେଖିଲା, ଭାଇ ଖୁବ୍ ତରବର ହୋଇ ଛତ ତଳକୁ ଓହ୍ଲାଇ ଯାଇ ବାପା ଓ ବୋଉଙ୍କୁ ପାଟି କରି ଡାକୁଛନ୍ତି... ।
   
    କିନ୍ତୁ... ଭାଉଜ...ଭାଉଜ... କାହାନ୍ତି...? ଭାଉଜ...ଭାଉଜ...ଡାକିଡାକି ଘରସାରା ଖୋଜି ନ ପାଇ ବାହାର କବାଟ ଖୋଲି ବାହାରକୁ ବାହାରିଲା ଉଦୟ... । ଟର୍ଚ୍ଚ ମାରି ଛାତ ତଳ ଅଂଶକୁ ଆସିଲା... । ଆରେ ଏ ପଥର କୁଡ଼ାଟାରେ କ’ଣ ପଡ଼ିଛି...? ହଁ..ଇସ୍ ରକ୍ତାକ୍ତ ହୋଇ ପଡ଼ିଛି କାହାର ଶବଟାଏ । ଟର୍ଚ୍ଚ ମାରି ପାଖକୁ ଯାଇ ଦେଖିଲା ଉଦୟ...ଏ କ’ଣ ଏତ ତା’ ସ୍ବପ୍ନା ଭାଉଜ...ଆମ ନୂଆ ବୋହୂ...ଏ କ’ଣ ହେଲା ଭାଉଜ... ଭାଇ ଶେଷରେ ତୁମକୁ...ଆଉ କ୍ିଛି କହିବା ପୂର୍ବରୁ ତ ି ପାଖରେ ହିଁ ଅଟକି ଯାଇଥିଲା କଥା ସବୁ ବୋଉ ଓ ଭାଇଙ୍କ ଧକ୍କାରେ... ।
   
    ଚାରିଆଡ଼େ ନୀରବ, ସମ୍ମୁଖରେ ତା ସ୍ବପ୍ନା ଭାଉଜଙ୍କ ମୃତଦେହ... ଉଠି ଆସୁଥିବା କୋହକୁ ଚାପିବାକୁ ବି ଚେଷ୍ଟ କରିପାରୁ ନଥିଲା ଉଦୟ... । ମନରେ ତାର ଅଜସ୍ର ପ୍ରଶ୍ନବାଚୀ... ସବୁର ଉ ର ସେ ଖୋଜୁଥିଲା, କିନ୍ତୁ ପାଇ ପାରୁ ନଥିଲା... । ଅଜସ୍ର ପ୍ରଶ୍ନବାଚୀ ଭିତରେ ପୋତି ହୋଇ ପଡ଼ୁଥିଲା ସେ... ।
   
    ସେତେବେଳକୁ ପୂର୍ବ ଆକାଶରେ ସିନ୍ଦୂରା ଫାଟୁଥିଲା... । ପାଖ ମନ୍ଦିରରୁ ଶୁଭୁଥିଲା ଦେବଧ୍ବନି... । ବର୍ବର ମଣିଷର ଅମାନୁଷିକ କାର୍ଯ୍ୟକୁ ଦେଖିବାକୁ ସୂର୍ଯ୍ୟ ଦେବତା ବାଦଲର ପର୍ଦା ଏଡ଼ାଇ ଆସୁଥିଲେ । ସାହିର ଅନେକ ଲୋକ ଜମି ଯାଇଥିଲେ । ଖବର ପାଇ ସଦର ଥାନା ଭାରପ୍ରାପ୍ତ ଅଧିକାରୀ ପହଁଚି ଯାଇଥିଲେ  ଘଟଣାସ୍ଥଳରେ... । ଶବଟିକୁ ପୋଷ୍ଟମର୍ଟମ କରିବାକ୍ୁୁ ନିର୍ଦେଶ ଦେଇ ଉପସ୍ଥିତ ଲୋକଙ୍କଠାରୁ ବୟାନ ନେବାକୁ ଲାଗିଥିଲେ... । ସ୍ବପ୍ନାର ସ୍ବାମୀ ସରୋଜ ଠିଆ ହୋଇଥାଏ...ଏ ଦୁନିଆ ବିଷୟରେ ସଂପୂର୍ଣ୍ଣ ଅଜ୍ଞ ଥିବା ଜଣେ ଅମୃତର ଶିଶୁ ଭଳି, ଆଉ ନିଜ ପାପକୁ ଘୋଡ଼ାଇବାକୁ ଯାଇ ଆଖିରୁ ଝରାଉଥାଏ କେତେକ ମିଛ ପ୍ରତାରଣା ସଠତାର ଉଷ୍ମ ଲୁହ... ଯେଉଁ ଲୁହରେ ମିଶି ରହିଥିଲା ସ୍ବପ୍ନାକୁ ହତ୍ୟା କରିବାର ସମସ୍ତ ଷଡ଼ଯନ୍ତ୍ର... ସାମାନ୍ୟ କେଇଟା ଟଙ୍କା ପାଇ ଈଶ୍ବରଙ୍କ ସୃଷ୍ଟିର ଜଣେ କଅଁଳ ମୁଲାୟମ ହୃଦୟକୁ ଧ୍ବଂସ କରି ସାରି ଶତୃପକ୍ଷର ସୈନକୁ ହତ୍ୟା କରିବା ପରି ଗଭୀର ଶାନ୍ତିର ଗରମ ନିଶ୍ବାସ ନିର୍ବାପିତ ହେଉଥିଲା ତା ହୃଦୟରୁ... ।
   
    ଆଉ ପାଖ ଚା’ ଦୋକାନରେ ବସି ଚାହିଁ ରହିଥିଲା ଉଦୟ । ପାଖ ଆମ୍ବଗଛ ଡାଳରେ କୋଳହଳ କରୁଥିବା କାଉ ଦମ୍ପତିକୁ ମନେ ମନେ ଚିନ୍ତା କରୁଥିଲା । ତା ଅତିପ୍ରିୟ ସ୍ବପ୍ନା ଭାଉଜଙ୍କ କଥା, ଯିଏ କାଲି ସନ୍ଧ୍ୟାରେ ତା ଉଦାସିଆ ମୁହଁମୁ ଦେଖି ନିିଜ ପଣତରେ ପୋଛିଦେଇ ପଚାରିଥିଲେ...କ’ଣ କେଉଁ ଝିଅ ପ୍ରତାରାଣା କଲା କି...? ମୁହଁଟାକୁ ଏମିତି ଆମ୍ବିଳା କରି ବୁଲୁଛ, ଆଉ ଉଦୟ ନିଜ ମୁହଁକୁ ଲାଲ କରି ଦେଇ କହିଥିଲେ... ମୋ ସ୍ବପ୍ନା ଭାଉଜ ଥିଲେ ମୋର କାହିିଁକି ଆଉ କେଉଁ ଝିଅ ଦରକାର... କିନ୍ତୁ ଆଜି ଆଉ ସେଇ ହସହସ ଗୋର ତକ୍ତକ୍ ପୂର୍ଣ୍ଣିମା ରାତି୍ରର ଜହ୍ନ ପରି ମୁହଁ ପଥରରେ ପଡ଼ି ଚୂରମାର ହୋଇ ଯାଇଛି ।
   
    ଆକାଶର ବାଦଲରେ କେଇଟି ପକ୍ଷୀ ଦମ୍ପତି ନିିଜ ନିଜର ଖାଦ୍ୟ ଅନ୍ବେଷଣରେ ଉଡ଼ି ଯାଉଥିଲେ.... କର୍ମମୟ ଜଗତ ନିଜର କର୍ମ କରିବା ପାଇଁ ଅଗ୍ରସର ହେଉଥିଲା । ମଣିଷର ସାଇତାନୀ, ରାକ୍ଷାସ ପ୍ରବୃତିର ଶାସ୍ତିବିଧାନ ପାଇଁ ବିଶ୍ବ ସ୍ରଷ୍ଟା ଧୀରେଧୀରେ ଅଗ୍ରସର ହେଉଥିଲେ ।
   
    ଉପସ୍ଥିତ ଲୋକମାନେ ଶବକୁ ନେଇ ଚାଲି ଯାଇଥିଲେ ା ଗୋଟିଏ ନିର୍ଜିବ ପଦାର୍ଥ ଏବଂ ଗୋଟିଏ ସଜୀବ ଆତ୍ମା ଭିତରେ ଥିବା ପାର୍ଥକ୍ୟ ଉଦୟ ଖୋଜୁଥିଲା, ଅପେକ୍ଷା କରି ରହିଲା ଅସ୍ତଗାମୀ ସୂର୍ଯ୍ୟଙ୍କ ରଶ୍ମୀକୁ ।
                                                 
                     -ସମାପ୍ତ-


Rate this content
Log in