Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅନିଲ କୁମାର ଲେଙ୍କା

Romance Others

3.8  

ଅନିଲ କୁମାର ଲେଙ୍କା

Romance Others

ଅଫେରା ପଥର ପଥିକ !

ଅଫେରା ପଥର ପଥିକ !

4 mins
348



ପୁରୁଣା ବନ୍ଧୁମାନଙ୍କ ସହ ସେଦିନ ସାତପଡାରୁ ଯନ୍ତ୍ର ଚାଳିତ ନୈକାରେ ଚିଲିକା ଭ୍ରମଣରେ ବାହିରି ପଡିଲେ ଅନିଲ ବାବୁ। ନୀରବ ନିଶ୍ଚଳ ତପସ୍ଵୀ ଭଳି ଏକା ଲୟରେ ଚାହିଁ ରହିଛନ୍ତି ସେଇ ସୁଦୀର୍ଘ ଚିଲିକା ହ୍ରଦର ନୀଳ ଜଳରାଶିକୁ। ବିଦେଶାଗତ ବିହଙ୍ଗ ମାନଙ୍କ ମେଳଣ ତଥା ସ୍ଥାନେ ସ୍ଥାନେ ବିରଳ ଡଲଫିନ୍ ମାନଙ୍କ ସନ୍ତରଣ ବି କାହିଁକି କେଜାଣି ତାଙ୍କୁ ଆକର୍ଷିତ କରି ପାରୁ ନଥିଲା। 


ପାଣି ଭିତରେ ଯେତେ ଆଗକୁ ବଢୁଥିଲେ ବନ୍ଧୁମାନେ ସେତେ ଚିଲିକାର ଚାରୁ ଚିତ୍ରପଟରେ ବିମୋହିତ ହେଉଥିଲେ। ଶେଷରେ ସମସ୍ତେ ମାଲୁଦ ଦ୍ବୀପରେ ପହଞ୍ଚିଲେ। ଅନୀଲଙ୍କୁ ଛାଡି ଦେଲେ ବାକି ସମସ୍ତେ ସେଠିକି ପ୍ରଥମ ଥର ଯାଇଛନ୍ତି। ସମସ୍ତେ ତାର ପ୍ରାକୃତିକ ଶୋଭାର ଅନୁଭବରେ ଆତ୍ମହରା।


ହେଲେ ଏ କଣ ! ଅନିଲ ବାବୁ ଆଙ୍ଗୁଳି ଦେଖେଇ ମନେ ମନେ କଣ ସବୁ ଯେ ଠାବ କରିବାକୁ ଚେଷ୍ଟା କରୁଛନ୍ତି କିଛି ବୁଝି ହେଉନି। ବେଳେ ବେଳେ ଠିଆ ହୋଇ ପଡୁଛନ୍ତି… ପୁଣି ବସି ପଡୁଛନ୍ତି, ଆଉ ଆଖିର ଲୁହ ଗୁଡାକ ପୋଛି ପକାଉଛନ୍ତି।


ସମସ୍ତେ ଭାବିବାକୁ ଆରମ୍ଭ କଲେ ଯେ ଅନିଲ୍ ବାବୁ କଣ ଗୋଟେ ପାଗଳ? ଏ ବୟସରେ ହଠାତ୍ ଏମିତି ଆଖିରେ ତାଙ୍କର ଅଶ୍ରୁର ଧାର। ଖୁବ୍ ଖୁସି ମିଜାଜର ମଣିଷଟିଏ ଆଜି ହଠାତ୍ ଏ ବିଷର୍ଣ୍ଣ ବଦନରେ। ସତରେ ସେ କଣ ପାଗଳ ହୋଇଗଲେ କି ?


କିନ୍ତୁ ସେ ପାଗଳ ନୁହଁନ୍ତି। ତାଙ୍କର ବୟସ ଯେତେବେଳେ ୧୨ କି ୧୩ ବର୍ଷ ହୋଇଥିଲା ସେତେବେଳେ ବାପା ମାଆଙ୍କ ସହ ଏହି ଚିଲିକା ବୁଲିବାକୁ ଆସିଥିଲେ। ଆଉ ତାଙ୍କ ସହ ତାଙ୍କ ସହପାଠିନୀ ଲିନାର ପରିବାର ବି ଆସିଥିଲେ। ବୟସ୍କ ମାନେ ବଣଭୋଜିର ଆନନ୍ଦ ନେଉଥିଲା ବେଳେ ଚପଳମତି ବନ୍ଧୁ ବାନ୍ଧବୀ ଦୁହେଁ ସାଙ୍ଗ ହୋଇ ଖେଳୁଥିଲେ। ଖେଳିଲା ବେଳେ ଅସବଧାନ ହୋଇଗଲେ। ଆଉ ଦୁର୍ଭାଗ୍ୟବଶତଃ ଲିନା ସବୁ ଦିନ ପାଇଁ ଅଥଳ ଜଳରାଶିରେ କେଉଁଠି ହଜି ଯାଇଥିଲା। 


ବହୁ ଖୋଜାଖୋଜି ପରେ କିଛି ବି ସନ୍ଧାନ ମିଳିଲାନି। ଉଭୟ ପରିବାର ଦୁଃଖ ପରିତାପ ସହ ଫେରିଲେ। ସେବେ ଠାରୁ ଅନିଲ ବାବୁ ନିଜକୁ ଜଣେ ଅପରାଧୀ ଠାରୁ କମ ମଣନ୍ତିନି। ଆଉ ତାଙ୍କ ହାବ-ଭାବରେ ବି ଦେଖା ଦେଇଥିଲା ଅଦ୍ଭୁତପୂର୍ବ ପରିବର୍ତ୍ତନ। ଅଧିକାଂଶ ସମୟରେ ନୀରବରେ ଖାଲି ଯାହା ସେ ଘଟଣାକୁ ମନେ ପକାଇ ଭାଳି ହୁଅନ୍ତି ।


--ଆଖପାଖ ୭ ଖଣ୍ଡ ଗାଆଁ ପରେ ପରେ ଏହି ଜଳରାଶି ମଧ୍ୟରେ ବିଲୁପ୍ତ ହୋଇଛନ୍ତି। ସରକାର ସେମାନଙ୍କ ଉପଯୁକ୍ତ ଥଇଥାନ ବ୍ୟବସ୍ଥା ସହ ସୁଖମୟ ଜୀବନ ଜୀବନ ଯିବିକା ଦେଇଛନ୍ତି।

--ପ୍ରତିବର୍ଷ ଥରେ ହେଲେ ଯେମିତି ସେ ଏକା ଏକା ଚାଲିଆସନ୍ତି ଏହି ମାଳୁଦ ଦ୍ବୀପ ଶୀର୍ଷ ସ୍ଥାନ ଉପରକୁ। ଗୁମସୁମ ହୋଇ କେବଳ ବସିରହନ୍ତି। ଆଖି ବୁଲେଇ ଖୋଜି ହୁଅନ୍ତି ବାନ୍ଧବୀ ଲିନାକୁ। ବେଳେବେଳେ କୁହନ୍ତି, ଅଭୂଲା ଅତୀତ ଗୁଡାକ ଖାଲି ସ୍ଵପ୍ନରେ ହାତଠାରି ଡାକୁଛନ୍ତି ତାଙ୍କୁ । ହୃଦୟଟା ଖାଲି କୋହରେ ଫାଟି ପଡୁଛି । ପିଲାଦିନର କଥା ଭାରି ମନେପଡୁଛି । 


--ପିଲାଦିନେ ଗାଆଁ ଦାଣ୍ଡର ଲୀନା ସହ ସେଇ ଧୁଳିଖେଳ, ସେଇ ନାଲିମାଟିର ରାସ୍ତାରେ ହାତ ଧରାଧରି ହୋଇ ସ୍କୁଲ ଯିବା , ଗାଆଁ ମନ୍ଦିର ପାଖରେ ଲୁଚକାଳି ଖେଳ, ସେଇ ପୁରୁଣା ବରଗଛ ତଳର ଚଟାଣରେ ତାର ପୁଚିଖେଳ, ଦୋଳ ପଡିଆରେ ମେଳଣ ଯାତରାର ସେଇ ଅବିର ବୋଳା ସ୍ମୃତି ସବୁକୁ ମନେ ପକେଇ ଆଖିରୁ ଲୁହ ଗଡଉଛନ୍ତି। ଆଉ ଆଜି ଚିଲିକାର ଅଥଳ ଗର୍ଭରୁ ତାଙ୍କ ସ୍ବପ୍ନ ନାୟିକାଙ୍କୁ ହାତ ଠାରି ଡାକୁଛନ୍ତି। ଆଉ ମନକୁ ମନ ପଚାରୁଛନ୍ତି, ସତରେ ସେ ଝିଅ କଣ ଆସିବ ?


-- ଆଉ ଅନିଲ ବାବୁ ଅଫିସରେ ସମୟ ସମୟରେ ଭୋ ଭୋ ହୋଇ କାନ୍ଦି ଉଠନ୍ତି ଯେତେବେଳେ କଷ୍ଟ ସହି ପାରନ୍ତିନି। ଲୀନାର ସ୍ମୃତିରେ ଅନିଲ ବାବୁ ଆଜିଯାଏ ଅବିବାହିତ। ବୟସର ଅପରାହ୍ନରେ ପହଞ୍ଚି ସୁଧା ନିଜ ଜୀବନକୁ ଯଥା ସମ୍ଭବ ବିବେକବନ୍ତ କରିଛନ୍ତି। ସମୟ ସମୟରେ ସେ ପୁରୁଣା ଭାବନାର ପ୍ରତିଫଳନରେ ନିଜକୁ ଦୋଷୀ ମନେକରି ନ ଖାଇ ନ ପିଇ ହୋଇଯାଆନ୍ତି। ଘଟଣାକୁ ନାଖା ପାଖି ୩୦ ବର୍ଷ ବିତିଥିଲେ ବି ଅନିଲ ବାବୁ ଲୀନାକୁ ଭୁଲି ପାରିନାହାନ୍ତି। ଶୟନେ ସପନେ ଜାଗରଣେ ଆଜି ବି ଲିନାର ସ୍ମୃତି।


--କେତେ ଥର ଏହି ଜନଶୂନ୍ଯ ମାଳୁଦ ଦ୍ବୀପରେ ରାତ୍ରୀ ଯାପନ ବି କରିଛନ୍ତି। ଘରକୁ ନ ଫେରି ସାରା ରାତି ଏଇ ଦ୍ବିପରେ ପାହାଡ ଉପରେ ବି ଶୋଇ ପଡନ୍ତି ଲୀନାର ଅପେକ୍ଷାରେ। ଏବେ ବି ବିଶ୍ୱାସ ଲିନା ବଞ୍ଚିଛି ଆଉ ସେ ତାକୁ ଦିନେ ନା ଦିନେ ଖୋଜି ପାଇବେ।


--ସରକାର ଏ ଭିତରେ ଚିଲିକା ଗର୍ଭରେ ବିଲିନ ସାତଟି ଗ୍ରାମର ଗ୍ରାମବାସୀଙ୍କର ଥଇଥାନ କରିଛନ୍ତି। ହେଲେ ଅନିଲ ବାବୁଙ୍କ ଜୀବନର ସେ କ୍ଷତିପୂରଣ ସରକାର ଦେବା ତ ଦୂରର କଥା ଖୋଜି ବି ଦେଇ ନାହାନ୍ତି। ତାଙ୍କ ଜୀବନର ଥଇଥାନ ଏ ଯାଏ ହୋଇନି।


--ସରକାର ଗ୍ରାମ ବାସୀଙ୍କୁ ଘର ଜମି ସବୁ ଦେଇଛନ୍ତି, ହେଲେ ତାଙ୍କର ସେଇ ଅଭୂଲା ଅତୀତର ସ୍ମୃତି ଗୁଡାକ ଫେରାଇ ଦେବାରେ ସରକାର ବିଫଳ ହୋଇଛନ୍ତି। ଅନିଲ ବାବୁ କେତେଥର ପାଗଳ ପଣରେ ସରକାରଙ୍କୁ ଲିଖିତ ଅନୁରୋଧ କରିଛନ୍ତି ତାଙ୍କ ଲିନାଙ୍କୁ ଖୋଜି ଦେବାକୁ। ଆଉ ଏ କଥା ବି ନିକଟସ୍ଥ ଗ୍ରାମବାସୀଙ୍କୁ ଅନୁରୋଧ କରିଛନ୍ତି ଯେ- ଯିଏ ଲିନାଙ୍କୁ ଖୋଜି ଦେବ ତାଙ୍କୁ ସେ ପୁରସ୍କାର ଦେବେ। ତଥାପି ସମସ୍ତେ ଯେମିତି ଶତ୍ରୁତା ଅବଲମ୍ବନ କରୁଛନ୍ତି ବୋଲି ତାଙ୍କର ଅଭିଯୋଗ।


ଏ ଭିତରେ ଅନେକ ଲୋକ ତାଙ୍କ ଜୀବନରେ ଆସିଛନ୍ତି।କିନ୍ତୁ ସମସ୍ତେ ଅତିଥି ହୋଇ ରହିଛନ୍ତି। କେହି ତାଙ୍କୁ ଆପଣେଇ ପାରିନାହାନ୍ତି। ସତରେ ଅନିଲ ବାବୁ କେତେ ମହାନ୍। ତମାମ ଜୀବନକୁ ନିଜନ ପ୍ରିୟତମା ପାଇଁ ଉତ୍ସର୍ଗ କରିବା କମ ବଡ ସାଧାନାର କଥା ନୁହେଁ। ପ୍ରେମ ତାଙ୍କ ପାଇଁ ପରମ ତପ ପରମ ସାଧନା।


-- କିନ୍ତୁ ସମସ୍ତେ ପ୍ରାୟ ତାଙ୍କୁ ଅନେକ ସମୟରେ ସେଇ ଗୋଟେ ପ୍ରଶ୍ନ କରନ୍ତି-'ସତରେ ସେ ଝିଅ କଣ ଆସିବ ?'

କାଳର କରାଳ ଗର୍ଭରେ ହଜିଯାଇଥିବା ସେ ଝିଅ କଣ ଆଉ ଫେରିବ ?


-- ଅନିଲ ବାବୁଙ୍କ ବିଶ୍ୱାସ ଭରା ଉତ୍ତର-ହଁ, ନିଶ୍ଚିତ। ସେ ନିଶ୍ଚିତ ଆସିବ। କାହିଁକି ନୁହଁ? ଅପେକ୍ଷାର ଫଳ ମିଠା।


--ମୁଁ ବି କୌତୂହଳ ବସତଃ ସେ ସମାନ ପ୍ରଶ୍ନ ସେଦିନ ପଚାରିଲି !


--ଅନିଲ ବାବୁଙ୍କ ପ୍ରତ୍ୟୁତ୍ତର ଯାହା ଆସିଲା ତାହା ଲେଖିଦେବା ପାଇଁ ମୋ ପାଖରେ ଆଉ ଭାଷା ନାହିଁ… ତାଙ୍କର ଆତ୍ମ-ବିଶ୍ୱାସ, ଆଦର୍ଶ ଓ ସ୍ବାଭିମାନ ପାଖରେ ମୁଁ ଲଜ୍ଜିତ ମନେ କଲି। ମୁଁ କେବଳ ନୀରବ ହୋଇ ଚିଲିକାର ଅଥଳ ଗର୍ଭରେ ଲୀନ ହୋଇଯାଇଥିବା ଅନିଲ ବାବୁଙ୍କର ସେଇ ଅତୀତର ସ୍ମୃତିକୁ ଖୁବ ସହଜରେ ଅନୁଭବ କରିପାରୁଛି। ଧନ୍ୟ ସେ ମଣିଷ, ଧନ୍ୟ ତାଙ୍କ ପ୍ରେମ।


--ବିଦଗ୍ଧ ପାଠକ ମାନଙ୍କୁ ମୋର ସେଇ ପ୍ରଶ୍ନ 'ସତରେ ସେ ଝିଅ ଆସିବ !' ସେ ଅଫେରା ପଥର ପଥିକ ନୁହେଁ ତ?


Rate this content
Log in

Similar oriya story from Romance