Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Children Stories

3  

Maheswar sahoo

Children Stories

ଅଳସୁଆ ଭାଲୁ

ଅଳସୁଆ ଭାଲୁ

4 mins
474


ପାହାଡର ପାଦ ଦେଶରେ ଗୋଟିଏ ଛୋଟିଆ ଜଙ୍ଗଲ ଥିଲା । ଜଙ୍ଗଲରେ ବହୁତ ପ୍ରାଣୀ ରହୁଥିଲେ । ସେମାନଙ୍କ ମଧ୍ୟରେ ବାଘ ଭାଲୁ ଚିତା ଶିଆଳ ହେଟା ଆଦି ମୁଖ୍ୟ । ସେମାନେ ବହୁତ ଆନନ୍ଦରେ ବିଚରଣ କରୁଥିଲେ । ସମସ୍ତ ପଶୁ ମାନେ ସେଠାକାର ରାଜା ରୂପେ ବାଘକୁ ନଯୁକ୍ତି କରିଥିଲେ ଆଉ ଭାଲୁ ମନ୍ତ୍ରୀ ରୂପରେ ଜଙ୍ଗଲର ଦାୟିତ୍ୱ ତୁଲାଉଥିଲେ । ବାଘ ରାଜା ବହୁତ ଦୟାଳୁ ଥିଲେ । ସର୍ବଦା ପ୍ରଜା ମାନଙ୍କୁ କରି ଖାଇବା ଶିଖାଉଥିଲେ । ନିଜେ କରି ଖାଇଲେ ଅନ୍ୟର କ୍ଷତି ହୁଏନି ବୋଲି କହୁଥିଲେ । ସେଥିପାଇଁ ସେ ଜଙ୍ଗଲରେ କୁକୁଡ଼ା ଚାଷ ଆରମ୍ଭ କରିବାକୁ ନିର୍ଦେଶ ଦେଲେ । କାରଣ କୁକୁଡ଼ା ଚାଷ କଲେ ପଶୁ ମାନଙ୍କୁ ଆଉ କେଉଁ ପଶୁର ମାଂଶ ଉପରେ ନିର୍ଭର କରିବାକୁ ପଡେନି । ଏମିତିରେ ତାଙ୍କର ସିଧ୍ୟାନ୍ତ ଆଉ ନିଷ୍ପତ୍ତି କୁ ସମସ୍ତେ ମାନିବାକୁ ସ୍ଥିର ହେଲା । ଭାଲୁ ମନ୍ତ୍ରୀଙ୍କୁ କୁହ ଗଲା ଯାଇ ସମସ୍ତଙ୍କର କାର୍ଯ୍ୟ ରେ ପର୍ଯ୍ୟ ବେକ୍ଷଣ କରିବାକୁ । ଭାଲୁ ସ୍ୱଭାବର ବହୁତ ଅଳସୁଆ ଥିଲେ । ସବୁ କାମରେ ସେ କାଲି କରିବାର ବାହାନା କରନ୍ତି । ସଭାରେ କୁକୁଡ଼ା ଛୁଆ ବିତରଣ ହେବାକୁ ନିଷ୍ପତି ଆଉ ଦାୟିତ୍ୱ ଭାଲୁକୁ ବହୁତ ଅଡୁଆରେ ପକାଇଦେଲା ।

ଭାଲୁ ସଭାରୁ ନିଜ ଗୁମ୍ଫାକୁ ଫେରିଲା ଆଉ ଗୁମ୍ଫାରେ ଆସି ଚିନ୍ତା କଲା ଏତେବଡ ଜଙ୍ଗଲଟା ମୁଁ ଏହି ବଣ୍ଟନ କାର୍ଯ୍ୟ କେଉଁ ଦିନ ଶେଷ କରିବି । ମୋତେ ହିଁ ରାଜାଙ୍କର ଦାୟିତ୍ୱ ଦେବାର ଥିଲା! ଆଉ କଣ ଜଙ୍ଗଲରେ ଏହି କାର୍ଯ୍ୟ କରିବାକୁ କେହି ନାହାନ୍ତି ? ମୁଁ କେତେବେଳେ ସାରିବି କେମିତି କରିବି?

ଏମିତି ମନେ ମନେ ବହୁତ ପ୍ରଶ୍ନ କରି ସୋଇପଡ଼ିଲା । ସଖାଳ ହେଲା ପାଖ ଜଙ୍ଗଲରୁ ରାଜାଙ୍କ ଆଦେଶ ଅନୁଶାରେ କୁକୁଡ଼ା ଛୁଆ ମଗା ଗଲା । ଛୁଆମାନେ ବହୁତ ସୁସ୍ଥ ଆଉ ସବଳ କିସମର ଥିଲେ । ଭାଲୁର ଗୁମ୍ଫା ନିକଟରେ ଆସି ରଖା ଗଲା । ଭାଲୁ ଉଠି ଦେଖେତ କିସମ କିସମର କୁକୁଡ଼ା ଛୁଆ ତା ଗୁମ୍ଫା ନିକଟରେ ରଖା ଯାଇଛି । ସେ ଭାବିଲା ଏଗୁଡ଼ାକ ସବୁ ମୁଁ କେମିତି ଜଙ୍ଗଲକୁ ପଠାଇବି । ତେଣୁ ମୋତେ କୁମ୍ଫ ଆଉ ଜୁମ୍ଫଙ୍କର ସାହାଯ୍ୟ ନେବାକୁ ହେବ । ଏମିତି ଭାବି ନିଦ ମଳମଳ ଆଖିରେ କୁମ୍ଫ ଜୁମ୍ଫ ପାଖରେ ପହଁଚିଲା । ସେ ଦୁଇଜଣ ବହୁତ ଖଳ ପ୍ରକୃତିର କୁକୁର । ସେମାନେ ଖାଲି ଖାଇବା କଥା ଜାଣନ୍ତି ଆଉ ଟାଉକ ନୀତି ଯୋଗୁଁ ଅନ୍ୟ ପଶୁଙ୍କ ପାଖରେ ଘୃଣ୍ୟର ପତ୍ର ଅଟନ୍ତି ।

ଭାଲୁକୁକୁ ଦେଖି ଦୁଇଜଣ ସାଷ୍ଟାଙ୍ଗ ପ୍ରଣିପାତ କରି ଆସିବାର ଅଭିପ୍ରାୟ କମାନାକଲେ । ଭାଲୁ ସେମାନଙ୍କୁ ସବୁକଥା ଜଣାଇଲା ଆଉ କହିଲା ଯେକି ରାଜାଙ୍କର ଆଦେଶ ଆମକୁ ୟେ କାର୍ଯ୍ୟ ଦୁଇ ଦିନ ଭିତରେ ଶେଷ କରିବାକୁ ପଡିବ । କୁମ୍ପ ଆଉ ଜୁମ୍ଫ ମନ୍ତ୍ରୀ ମହୋଦୟଙ୍କ କଥାରେ ରାଜି ହୋଇ ଗଲେ ଏବଂ ଭାଲୁ ମନ୍ତ୍ରୀଙ୍କ ପଛେ ପଛେ ଆସିଲେ । 

କୁମ୍ଫ ଆଉ ଜୁମ୍ଫ ଆସି ଦେଖେତ ଏକବାରେ ବେହୋଶ ଏତେ ଗୁଡ଼ାଏ କୁକୁଡ଼ା ଛୁଆ ! ଭାଲୁ ସେମାନଙ୍କର ଏପରି ଆଚରଣ ଦେଖି ତାଙ୍କୁ ସତର୍କ କରି କହିଲେ ଦେଖ ଏଥିରୁ ଗୋଟେ କୁକୁଡ଼ା ଏପଟ ସେପଟ ହେଲେ ରାଜାଙ୍କ ଦ୍ୱାରା ମୁଁ ପ୍ରାଣ ଦଣ୍ଡ ପାଇବି । ତେଣୁ ସାବଧାନ ହୋଇ ନିଜର କାର୍ଯ୍ୟ ଠିକ ଭାବରେ କର । କାରଣ ଆଗାମୀ ଗ୍ରୀଷ୍ମ ଋତୁରେ ଘୋର ଖାଦ୍ୟାଭାବ ଜଙ୍ଗଲରେ ଦେଖା ଦେବାର ଅଛି ଆମକୁ ଏହି କୁକୁଡ଼ା ଗୁଡିକୁ ଲାଳନ ପାଳନ କରି ଗ୍ରୀଷ୍ମ ଋତୁରେ ଖାଦ୍ୟାଭାବ ସମୟକୁ ବଡ କରିପାରିଲେ ଜଙ୍ଗଲର ପଶୁମାନଙ୍କୁ ଅନ୍ୟର ଆହାର ହେବାକୁ ପଡିବନୀ ।

କୂମ୍ଫ ଆଉ ଜୁମ୍ଫ ହଁ ଭରି ନିଜ କାମରେ ଲାଗିଲେ । ସମସ୍ତ କୁକୁଡ଼ା ଛୁଆଙ୍କୁ ଭାଲୁ ଗୁମ୍ଫାଠାରୁ ଉଠାଇ ନେଲେ ଓ ସେଠାରୁ ଚାଲିଗଲେ । ଭାଲୁ ନିଜ ଗୁମ୍ଫାରେ ଗୁଙ୍ଗୁଡି ମାରିଲା ।

କିଛି ବାଟ ଗଲା ପରେ କୁମ୍ପ ଆଉ ଜୁମ୍ଫ ଆଲୋଚନା କଲେ ଦେଖ ଭାଲୁର ପାଖ ଲୋକଙ୍କୁ ଚାଲ ଆଗ କିଛି ଦେଇ ଦେବା । ଆଉ ରାଜାଙ୍କ ପାଖ ଲୋକଙ୍କୁ ବି କିଛି ଦେଇଦେବା । ଆଉ ଯାହା ବଳିବ ଆମର ଦୁଇବର୍ଷର ଖାଦ୍ୟ ହେଇଯିବ । 

ଏଇକଥା ରେ କୁମ୍ଫ କହିଲା ଦେଖ ଜୁମ୍ଫ ଭାଲୁ ତ ଅଳସୁଆ ସେ ତା ପାଖକୁ ଆସୁଥିବା ଲୋକଙ୍କୁ ପଚାରିବ ତମେ କୁକୁଡ଼ା ପାଇଛ କି ନାହିଁ । ଆଉ ଯେ ତା ପାଖକୁ ଯାଉନି ତାକୁ ଦେଇ ଆମର ଲାଭ କଣ କହିଲୁ । ଜୁମ୍ଫ କହିଲା ହଁ ଠିକ କହିଲୁ ଆମେ କୁକୁର ଜାତି ଆମର କଣ ଆଜି ଏଠି ଅଛନ୍ତି କଲି ଦରକାର ପଡ଼ିଲେ ଖାଇବାକୁ ନ ମିଳିଲେ ୟେ ଜାଗ ଛାଡ଼ିଦେବେ । ଚାଲ ସେଇଆ କରିବା । ଏମିତି ସେମାନେ ବୁହେ କୁକୁଡ଼ା ଛୁଆଙ୍କୁ ମାରି ଖାଇଲେ । ଆଉ କିଛି ନିଜ ଘରେ ରଖିଲେ । କିଛି ନିଜ ଯୋଜନା ଅନୁସାରେ ବାଣ୍ଟି ଦେଲେ ।

କିଛିଦିନ ଗଲାପରେ ରାଜା ବାଘ ଥରେ ଜଙ୍ଗଲ ପରିକ୍ରମରେ ଗଲେ । ସେ ଜଙ୍ଗଲ ଭିତରକୁ ପଶି ସମସ୍ତଙ୍କୁ ସୁବିଧା ଅସୁବିଧା ପଚରା ଉଚରା କଲେ ।

ରାଜାଙ୍କୁ ଆସି ସମସ୍ତ ପଶୁ ନିଜର ଦୁଃଖ ଜଣାଉଥାନ୍ତି । ରାଜା ବାଘଙ୍କ କାର୍ଯ୍ୟରେ କେହି ଖୁଶି ନଥିବାର ସେ ଜାଣି ପାରିଲେ । ରାଜା କୁକୁଡ଼ା ଚାଷ କେମିତି କରୁଛ ପଚାରିବାରୁ ସମସ୍ତେ ଆଶ୍ଚଯ୍ୟ ହୋଇଗଲେ । କହିଲେ କ୍ୱଉଁ କୁକୁଡ଼ା ଆମେ ଜାଣିନୁ?

ରାଜା ଭାଲୁମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଥିବା କଥା ସମସ୍ତଙ୍କୁ ବୁଝାଇଲେ । ରାଜାଙ୍କର ମହାନ ଯୋଜନାକୁ ଅଳସୁଆ ଭାଲୁ କାର୍ଯ୍ୟରେ ପରିଣତ ନକରି ଅନ୍ୟ ଉପରେ ଲଦି ନିଜେ ବସି ଖାଉଛି । 

ରାଜା ବହୁତ ମର୍ମାହତ ହେଲେ ଓ କାରଣ ଗ୍ରୀଷ୍ମ ଋତୁ ପ୍ରବେଶ କରିସାରିଥାଏ । ରାଜା ପୁରା ଜଙ୍ଗଲ ପରିଭ୍ରମଣ କରିଦେଖିଲେ ଯେକି କେବଳ କୁକୁଡ଼ା ଚାଷ ଭାଲୁ ମାଣ୍ଟିଙ୍କର କିଛି ପାଖ ଲୋକ ଛଡା ଆଉ ଜଙ୍ଗଲରେ କେହିବି କରି ନାଂହାନ୍ତି । ବହୁତ ଦୁଖୀ ହେଲେ ରାଜା ଏଇ ଜଙ୍ଗଲର ସମସ୍ତ ପ୍ରାଣୀ ଯେଉଁମାନେ ମୋତେ ସେମାନଙ୍କର ରାଜା ବୋଲି ମଣିଛନ୍ତି ସେମାନେ ଖାଇବେ କଣ ବଂଚିବେ କିପରି?

ଏମିତି ରାଜାଙ୍କର କରୁଣ ବେଦନା ନିଜର ହୃଦୟର ସ୍ପନ୍ଦନକୁ ବଢ଼ାଇ ଚାଲିଥାଏ । ଆଖିରୁ ବହିଚାଲିଥାଏ ବିଷାଦ ର ଲୋତକ ଧାରା । ଭାଲୁ ମନ୍ତ୍ରୀ ପାଇଁ ଆଜି ମୋ ଜଙ୍ଗଲରେ ହା ହା କାର ପଡିଯିବ ।

ଏମିତି ଅନେକ ଚିନ୍ତାକରି ରାଜା ନିଷ୍ପତିନେଲେ ଯେ ଭାଲୁ ଭଳି ଯଦି ମୋ ରାଜ୍ୟରେ ମନ୍ତ୍ରୀ ରହେ ତାହାହେଲେ ମୋ ରାଜ୍ୟ ଲୋପ ପାଇଯିବ । ସୈନ୍ୟ ବଳଙ୍କୁ ଧରି ରାଜା ଭାଲୁ ଉପରକୁ ସୋଇଥିବା ସମୟରେ କୁଦିପଡିଲେ ।

ଭାଲୁର ଅଳସୁଆମୀ ଯୋଗୁଁ ରାଜ୍ୟର ଅମଙ୍ଗଳ ହେବା ସହ ପୁରା ପ୍ରଜାଙ୍କର ଅମଙ୍ଗଳ ହେଲା ।


Hints: ଶାସକ ଅଳସୁଆ ନହୋଇ ଜାଣିବା ଦରକାର ମୋ ରାଜ୍ୟର ସମସ୍ତ ପ୍ରଜା ମୋ ଯୋଜନାରେ ଅନୁପ୍ରାଣିତ ହେଉଛନ୍ତି କି ନାହିଁ  ।


Rate this content
Log in