ପୁଷିକ୍ୟାଟ୍
ପୁଷିକ୍ୟାଟ୍
ଆସେଞ୍ଜର୍ ପରି ସୁପ୍ରତିଷ୍ଠିତ କମ୍ପାନୀରେ ସିଲେକ୍ଟ୍ ହେବାପରେ, ସମସ୍ୟାଟା ହେଲା ଆକମୋଡେସନ୍ । ପିଜିରେ ରହିହୁଅନ୍ତା । କିନ୍ତୁ ସେଇ ବର୍ଗଫୁଟ୍ ର ହିସାବ । ସିଙ୍ଗଲ ବେଡ୍ ଟିଏ , ମପାଚୁପା ପାଣି ବାଲତିଏ , ହୋହଲ୍ଲା । ଡିସଗଷ୍ଟିଙ୍ଗ୍ !
ସୁନୈନା ଓଡ଼ିଆ ଝିଅ ହେଲେବି , ଢେର୍ ନିର୍ଭିକା । ସିଙ୍ଗଲ ବିଏଚ୍ କେ ଟେ' ନେଇ ରହିହୁଅନ୍ତା ଏକାକୀ । କିନ୍ତୁ ଏକୁଟିଆ ବି କେଉ ଏକ ଜୀବନ ?
ଭେଟହେଲା 'କ୍ୟାଟରିନା' । ଆଙ୍ଗ୍ଲୋଇଣ୍ଡିଆନ୍ କେରଳୀ ଝିଅ । ସେମ୍ ବ୍ୟାଚ୍ ଆପଏଣ୍ଟିଂ । ତା'ପରି ସମାନ ସମସ୍ୟା , ସମାନ୍ ଆବଶ୍ୟକତା । ଝିଅଟେ ପରି ଝିଅଟିଏ। ଭିନ୍ନ ଗ୍ରହର ପରି । ଫାଷ୍ଟ ସାଇଟ୍ ଲଭ୍ ।କାଣିଚାଏ ଖୁଣ ପାଇବାରେ ନାହିଁ। ନା ଅଛି ଅହଂକାର , ନା ହୀନମନ୍ୟତା। ପବନ ପରି ପତଳା ମନ। ଝିଅଟେ ବୋଲି , କିଛିଗୋଟେ ସଂସ୍କାର ଫଂସ୍କାରରେ ବାନ୍ଧି ହୋଇନାହିଁ ଜୀବନ। ରୁମ୍ ସେୟାର୍ କରିହେବ କ୍ୟାଟ୍ ସହ । ମିଳିମିଶି ଘରଖୋଜା ଚାଲିଲା।
★★★
ବାଙ୍ଗାଲୁରୁ ସହରରେ ,ନିଜର ଆବଶ୍ୟକତା ଅନୁଯାୟୀ ବ୍ୟବସ୍ଥାର ଅଭାବ ନାହିଁ । ମଣିଷ ତା ଖୋଜୁଥିବା ଠିକଣାରେ ଅଚିରେ ପହଞ୍ଚିଯିବ । ମିଳିଗଲା ସିଙ୍ଗଲ ବିଏଚ୍ କେ ର ଫ୍ଲାଟ୍ । ଅଫିସ୍ ଠାରୁ ପାଖାପାଖି ଦଶ କିଲୋମିଟର। ଫିପଟିନ୍ ପ୍ଲସ୍ ଈଲେକ୍ଟ୍ରୀସିଟି , ୱଟର୍ ।
ଓକେ । ରହିବା ଆରମ୍ଭ କଲାବେଳକୁ ଦୁହେଁ ଢେର୍ ଅନ୍ତରଙ୍ଗ । କେରଳୀୟାନ୍ ବ୍ୟୁଟି ସହ ଓଡ଼ିଆ ସୁନ୍ଦରୀ । ଠୁଳ ହୋଇଗଲା ଯେମିତି , ବାଙ୍ଗାଲୁରୁ ଯାକର ସୁନ୍ଦରତା ଏଇ ବଖୁରିକିଆ ଘରଟାରେ ।
- ଟ୍ରାୟ ଇଟ୍ ।
ନୈନା ତା' କପବୋର୍ଡରୁ କାଢି କ୍ୟାଟ୍ କୁ ପିନ୍ଧିବାକୁ ଦେଲା । କ୍ୟାଟ୍ ଆଗରୁ କେବେ ଲେହେଙ୍ଗାଚୋଲୀ ପିନ୍ଧି ନଥିଲା। କିନ୍ତୁ ଖୁବ୍ ସୁନ୍ଦର ଲାଗନ୍ତି ଏଇ ଚକମକ୍ , ଭାରିଭରକମ୍ କପଡାରେ ନର୍ଥଗାର୍ଲ୍ସ୍ ମାନେ ତାକୁ ।
- ୱସମ୍ ଡିୟର୍ ।
ପାଖାପାଖି ଶହେ ସରିକି ଫଟୋ କ୍ଲିକ୍ କଲାପରେ ବି ମନ ଭରୁନଥିଲା ନୈନାର ।
ଜବରଦସ୍ତି ଗାଉନ୍ ଟାକୁ କାଢିଦେଇ , ନିଜର ଏକ ମିନି ପେୟାର୍ କୁ ନେଇ , ସୁନୈନାକୁ ପିନ୍ଧାଇ ପକାଇଲା କ୍ୟାଟ୍ । ନୋ ନୋ କରିବା ଭିତରେ , ମଡେଇ ସାରିଥିଲା ନୈନା ।
- ଓ ମାଇଁ ଗଡ଼ ! ଏତେଦିନ ଯାଏଁ ଏଇ କିଲିଂ ଲେଗ୍ସ୍ ହଳକୁ ଛୁପାଇ ରଖିଥିଲୁ ମୋତେ ସୁଇଟହାର୍ଟ ? ହାଭ୍ ଫେଲ୍ଟ୍ ମାଇଁ ଫାର୍ଷ୍ଟ୍ ଷ୍ଟ୍ରୋକ୍ !! ହାଓ ସେକ୍ସି ୟୁ ଆର୍ ? ମାଇଁ ଗଡ୍ !!!!!
ଏଇପରି ଏକ ସ୍ତରଯାଏଁ ପହଞ୍ଚିଯାଇଥିଲା ବନ୍ଧୁତ୍ୱ । ଖୁବ୍ ଦର୍କାର ପଡିଯାଏ ସାଥୀଟିଏ । କୋଳରେ ଜାବୁଡି ଧରିବାକୁ । ଟିକେ ଗେଲ କରିବାକୁ । ଉଷୁମତାର ମିଠାପଣ ଶୋଷିନେବାକୁ । ଏଇଟା ବୋଧେ ଯୌବନ !!!
★★★
ସଫ୍ଟ୍ଓୟାର୍ ସିଡ୍ୟୁଲ୍ ଖୁବ୍ ବିଚିତ୍ର। ଆମେରିକାନ୍ ଅଫିସ୍ ସବୁ ଖୋଲିଲାବେଳେ , ଆମର ଏଠି ଅଧାରାତି । ସେମାନେ ଶାନ୍ତିରେ ଶୋଇବେ , ଭାରତୀୟ ମାନେ ଅନିଦ୍ରା ରୋଗରେ ଘାଣ୍ଟିମାଣ୍ଟି ହେବେ । ବାରଟା ରାତିରେ ଡ୍ୟୁଟି ଚେଞ୍ଜ ହୁଏ । ସୁନୈନା ଫେରିବାବେଳେ , କ୍ୟାଟ୍ କୁ ଯିବାକୁ ହୁଏ । ଦୁଆର ତାଲା ପାଖରେ ଛାଡିଦେଇଯାଏ କାଗଜଖଣ୍ଡେ ,
" ମିସ୍ ୟୁ ଡିୟର " !
ଉଇକେଣ୍ଡରେ ଫେରିଆସେ ଜୀବନ । ପାଞ୍ଚ ଦିନର ବିଚ୍ଛେଦକୁ ଭୁଲିବାପାଇଁ , ଆରମ୍ଭ ହୁଏ ଅନଲିମିଟେଡ୍ ମସ୍ତି । ସପିଂ,ମଲ୍ଟିପ୍ଲେକ୍ସ୍ ,ଆଉ ମ୍ୟାକଡୋନାଲ୍ଡ୍ ।
- ଓଃ! ପାଞ୍ଚ ଦିନଯାକ ଏକୁଟିଆ ରହିବା ଗୋଟେ ପନିସମେଣ୍ଟ୍ କ୍ୟାଟ୍ ଡିୟର୍ !
- ରିୟଲି ! ଏ ନିସଂଗତା ପାଇଁ ସଂଗଟିଏ ଲୋଡା ନୈନୁ ।
- କିଏ ?
- କିଏବି ! ଯା'କୁ ଆଦର କରିହେବ। ଟିକେ ଗେଲ କରିହେବ । ସମଥିଙ୍ଗ୍ ଲାଇକ୍ ଦ୍ୟାଟ୍ ।
- ଲେଟ୍ ଅସ୍ ଗୋ ଫର୍ ଏ ପେଟ୍ । ହ୍ୱଆର୍ଟ ସେ?
- ଉଁଉଁଉଁ ! ଆଇ ଲାଇକ୍ ପୁଷିକ୍ୟାଟ୍ ।
- ବାଃ! ମିଁ ଅଲଶୋ ।
" ଆନିମଲ୍ ହାଉସ୍ " ରୁ ଖୁବ୍ ବଛାବଛି ପରେ , ଦୁହେଁ ସିଦ୍ଧାନ୍ତ ନେଲେଯେ , ଝିଅଙ୍କ ଗହଣରେ ଝିଅଟେ , ସୁନ୍ଦରୀଙ୍କ ମେଳରେ ରୂପସୀଟେ ହିଁ ଅଧିକା ଖାପ୍ ଖାଇବ । ଅଷ୍ଟ୍ରେଲିଆନ୍ ବିଡ୍ ର ଥିଲା ବିଲେଇଟି । ଗୋଲ୍ ଚକି ମୁହଁ । ରେଡିୟମ୍ ପରି ଦାଉଦାଉ ଜଳୁଥିବା ଘନନୀଳ ଆଖି । ମସୃଣ ଦେହ ।
- ବାଃ ! ଆନାଦର୍ ବିୟୁଟି କୁଈନ୍ !
- 'ପମ୍ପି' !
- ନାଇସ୍ ନେମ୍ । 'ପମ୍ପି' ! ଓକେ ।
ଟୁଏଲ୍ଭ୍ ଥାଉଜେଣ୍ଡ୍ ଦେଇ , କ୍ୟାସ୍ କାଉଣ୍ଟର୍ ଛାଡିବାପରେ 'ପମ୍ପି' କୁ ନେଇ ଆରମ୍ଭ ହେଲା ଦୁଇଜଣଙ୍କ ଛଡାଛଡି । କ୍ୟାଟ୍ ଫାଇଟିଂ ।
★★★
ବେଳେବେଳେ ମଣିଷଠୁ ବି ବଳିପଡେ , ପଶୁଟାଏ। ସ୍ନେହଶ୍ରଦ୍ଧା ଫେରାଇବାରେ , ଭଲପାଇବାରେ । ଭାଷାରେ ନୁହେଁ , ଭାବରେ ପ୍ରକାଶିତ ହୁଏ ମନକଥା । ଜଣକ କୋଳରୁ ଉଷୁମ ନେଇ ଆରଜଣକ କୋଳରେ , ପମ୍ପି ଛାଡିଲାବେଳେ , ଉତ୍ତେଜିତ ହୋଇପଡନ୍ତି ଦୁଇ ବାନ୍ଧବୀ । ଦୁହିଁଙ୍କ ମଝିରେ ଆସି ଶୁଏ ପମ୍ପି । ତା' ନରମ ଦେହରେ ହାତ ବୁଲାଉ ବୁଲାଉ ଛନ୍ଦିହୋଇଯାଏ ଆଙ୍ଗୁଠି । ହସରେ ଫାଟିପଡେ , ସିଙ୍ଗଲ ବିଏଚ୍ କେ । 'ପମ୍ପି' ରଡିକରେ " ମିଆଁଉଉଉଉଉଉଉ"!
- ଆମପରି 'ପମ୍ପି' ବି କିଛି ଅଭାବବୋଧ ରେ ନାହିଁ ତ କ୍ୟାଟ୍?
- ହ୍ୱଆର୍ଟ?
- ମେଟିଂ ! ଆଫଟରଅଲ୍ ସି ଇଜ୍ ଏ ଲେଡି ଡିୟର୍।
- ଇଣ୍ଟ୍ରେଷ୍ଟିଙ୍ଗ୍! ଉଇ ହାଭ୍ ଟୁ ଥିଙ୍କ୍ ଆକଡିଙ୍ଗଲି ।
- ହାଭ୍ ଏ ମେଲ୍ ନା' ?
- ଓଃ! ୟେସ୍ ।
★★★
ପୁଣିଥରେ ' ଆନିମଲ୍ ହାଉସ୍ ' ! 'ପୁଅ' ପସନ୍ଦ କରିବାରେ 'ଝିଅ' ମାନେ ଢେର୍ ସମୟ ବିତାନ୍ତି । କିଛି ବି ମନକୁ ପାଉନଥିଲା ଦୁହିଁଙ୍କର। ଆନିମଲ୍ ହାଉସ୍ ର ସେ ମାଚୋ ସେଲସବୟଟି ନାନା କିସମର ପୁରୁଷ ବିଲେଇ ଦେଖାଇ , ବିବରଣୀ ଦେଉଥିଲା।
ମଣିଷ ସବୁବେଳେ ଅନ୍ୟର ପସନ୍ଦକୁ ଭରସିନିଏ । ଏଣେ ନିଜ ପସନ୍ଦକୁ ଦୁନିଆଁ ଗୋଟେ ସବୁବେଳିଆ ସନ୍ଦେହ ଟେ ରଖୁଥାଏ। ଏକ ଆଫ୍ରିକାନ୍ ବିଡ୍ ର କ୍ୟାଟ୍ କୁ ଦେଖାଇ ପିଲାଟି କହିଲା -
- ଠୁ ମଚ୍ ଆଗ୍ରେସିଭ୍ ଏଣ୍ଡ ପାୱରଫୁଲ୍ । ଫିମେଲ୍ ର ଇଛାସବୁକୁ ଦମନ କରିବାର କ୍ଷମତା ଅଛି ୟା' ଠାରେ ।
ମୁହଁ ଚହାଁଚହିଁ ହେଲେ ଦୁଇ ବାନ୍ଧବୀ । ନାରୀର ଅବଦମିତ ଆଶାପାଇଁ , କଠୋର ପୁରୁଷଟେ ହିଁ କାମ୍ୟ ଥାଏ । କିଛିକ୍ଷଣ ପାଇଁ ଏଇକଥାଟି ବିଶ୍ୱାସକୁ ନେଇ, ବିଲେଇଟିକୁ ଲକ୍ଷ୍ୟ କଲେ ଦୁଇଜଣ। କଳା ମଚମଚ ଆଫ୍ରିକାନ୍ ହଙ୍କ୍ । ଆଖିରେ ସମୁଦ୍ରେ ପ୍ରମାଣ କାମନାର ଲହଡି । ବଳିଷ୍ଠ ବପୁ । ମଣିଷ ଝିଅଟେ ହୋଇଥିଲେ, ଏସବୁ ନଦେଖି , ପ୍ରଥମେ ପିଲାଟିର ରୋଜଗାରକୁ ଦକ୍ଷତା ମାନିଥାନ୍ତା । ' ପମ୍ପି ' କିନ୍ତୁ ନିଶ୍ଚୟ ଖୁସି ହେବ ।
- ଡନ୍ ।
- ୟେସ୍ ଡନ୍ ।
କ୍ୟାସ୍ କାଉଣ୍ଟର୍ ରେ ଟ୍ୱଣ୍ଟି ଥାଉଜେଣ୍ଡ୍ ଡିପୋଜିଟ୍ କଲାପରେ , ଭାରି କେୟାରଫୁଲି ଆଣିବାକୁ ପଡିଲା 'କ୍ରିଶ୍' କୁ । ମେଲ୍ ବିଲେଇ ଟିଏ ବୋଲି , ଦୁଇ ବାନ୍ଧବୀଙ୍କ ଭିତରେ , ତାକୁନେଇ ଛଡାଛଡି ହେବାର ମନୋଭାବଟେ ଆଦୌ କଅଁଳୁ ନଥିଲା।
★★★
ଗ୍ରୁପ ଭିତରେ , ସୁନୈନା ପ୍ରତି ଟିକେ ଅଧିକା ଆଟେନସନ୍ ଦେଉଥିଲା 'ମନଜିତ୍' ! ପଞ୍ଜାବୀ । ଗୁଡଲୁକିଂ। ନୈନାକୁ ଭଲଲାଗୁଥିଲା ତା'ର ପ୍ରତିଦିନ ବଦଳୁଥିବା ରଙ୍ଗୀନ୍ ପଗଡି ।
ମାମା ସବୁବେଳେ ଫୋନକରି କରି କୁହେ -
- ସିଲେକସନ୍ ଇଜ୍ କମ୍ପ୍ଲିଟଲି ୟୋର୍ସ । ଆମେ ରକ୍ଷଣଶୀଳ ନୋହୁଁ , ତୁ ଜାଣୁ । ସମୟ ସହିତ ନଚାଲି , ବାଟଛେକି , ନିଜର ମୁରବିପଣିଆ ଦାୟରେ , ବାଧା ଦେଲାପରି ମା ବାପା ଆମେ ନୋହୁଁ । ତେବେ , ୟୁ ସୁଡ୍ ସିଲେକ୍ଟ୍ ପରଫେକ୍ଟଲି ।
ସଫ୍ଟଓୟାର ଡିଫିକଲ୍ଟିଜ୍ କୁ ନେଇ ବହୁବାର ଯିବାକୁପଡେ ଟିମହେଡ୍ 'ମନଜିତ୍' ପାଖକୁ । ଆଖିରେ ଆଖି ମିଶାଇ କଥାହୁଏ 'ମନଜିତ୍' ! ଆଖି ନଇଁଯାଏ ସୁନୈନାର।
ଆତ୍ମବିଶ୍ବାସ ଯେତେ ଥିଲେ ବି , ସୁପୁରୁଷ ଆଗରେ ଦବିଯିବାରେ ନିଆରା ଆନନ୍ଦ ପାଏ ନାରୀ ।
'ମନଜିତ୍' କିନ୍ତୁ ଏକ ସାମୁଦ୍ରିକ ରହସ୍ୟ । ତା' ନିଶ୍ୱାସର ଉଷ୍ମତା ଖେଳାଇ ହୋଇପଡେ ଡେସ୍କ୍ ସାରା । ନୈନା ଜାଣିପାରେ , କେବଳ ତା' ଦେହରେ ନୁହେଁ , ଗ୍ରୁପଯାକ ସବୁ କ୍ୟୁଟିଜ୍ ଭିତରେ ଭିତରେ ହଲଚଲ୍ ହେଉଥାନ୍ତି 'ମନଜିତ୍'ର ଉପସ୍ଥିତିରେ ।
- ଆର୍ ୟୁ ଇନ୍ ଲଭ୍ ?
- ଡୋଣ୍ଟ୍ ନୋ । ବୋଧେ ସମସ୍ତେ ଏବେ ତା' ପଛରେ ।
- ଆଉ ସେ ?
- କାହାକୁ ବି ପ୍ରତ୍ୟାଖ୍ୟାନ କରିନପାରୁଥିବା ସେ ଏକ ଅସହାୟ ପୁରୁଷ ।
- ଦ୍ୟାଟସ୍ ହ୍ୱଆଇ ଆଇ ହେଟ୍ ମେଲ୍ସ୍ ।
- କ୍ୟାଟ୍ ??????
'ନୈନା' ଭିତରର କନଫ୍ୟୁଜନ୍ କୁ ଆଉରି ବଢାଇ ଦେଇ ଠୋଠୋ ହୋଇ ହସିଲା କ୍ୟାଟରିନା ।
★★★
'କ୍ରୀଶ୍' ଖୁବ୍ ଆକ୍ରମଣାତ୍ମକ ଥିଲା। ଲାଙ୍ଗୁଡ ହଲାଇ ଏଇବାଗରେ ନିମନ୍ତ୍ରଣ କରୁଥିଲା ଯେ' , ଭୟପାଇ କୋଳରେ ଆସି ଲୁଚିପଡୁଥିଲା 'ପମ୍ପି' ! ଘର କୋଣରେ ଥାଇ , ଅଜବ ପ୍ରକାରର ବିହେଭ୍ କରୁଥିଲା 'କ୍ରୀଶ୍' ! ତିନୋଟି ନାରୀ ଗହଣରେ ଗୋଟାଏ ପୁରୁଷ ଭାରି ପଡୁଥିଲା। ତାଡନାରେ 'କ୍ରୀଶ୍' , ଏଣେ 'ପମ୍ପି' ର ଅସହଯୋଗିତା ।
ଏସବୁକୁ ନେଇ ବେଶ୍ ଚିନ୍ତାରେ ରହୁଥିଲେ ଦୁଇ ବାନ୍ଧବୀ ।
ପ୍ରୀୟ 'ପମ୍ପି' କଣ ଏସବୁପାଇଁ ଅକ୍ଷମ ? ନା ପୁରୁଷତାକୁ ଗ୍ରହଣ କରିନେବାର ସପକ୍ଷରେ ସେ ନାହିଁ ???
ଏସବୁ ପ୍ରଶ୍ନର ଉତ୍ତର ଦେଉଥିଲେ ଆନିମଲ ସ୍ପେଶାଲିଷ୍ଟ୍ ଡ଼କ୍ଟର ଫର୍ଣାଡିଜ୍ ।
- ୟେ ଏକ ଶାରୀରିକ ଅକ୍ଷମତା ନୁହେଁ ମାମ୍ ।
- ଦେନ୍ ???
- ପୁରୁଷର ଇଛାକୁ କେବଳ ଦାୟିତ୍ୱ ମନେକରି , ସହଯୋଗ କରିଦେଲେ ସମ୍ପୂର୍ଣ୍ଣ ହୋଇପାରେନି ନାରୀଟିର ପ୍ରେମ । ସହଭାଗିତା କେବଳ ଦେହରେ ନଥାଏ । ବେଶିଭାଗ ଥାଏ ମନରେ । ଏଠାରେ 'କ୍ରୀଶ୍' ଚାହୁଁଛି ଓନଲି ଫିଜିକାଲ୍ ନିଡସ୍ । ଏଇକଥାଟିକୁ ସହଜରେ ନେଇପାରୁନି 'ପମ୍ପି' ! ପଶୁମାନେବି ଭାବପ୍ରବଣ ।
ସ୍ୱତଃପ୍ରବୃତ ଭଲପାଇବା ପରେ ଯାଇ ସେକ୍ସ କରିବା , ଆଉ କେବଳ ସେକ୍ସ ପାଇଁ ଭଲପାଇବା , ଦୁଇଟାଯାକ ସମାନକଥା ନୁହେଁ ।
ହୃଦୟ ଗ୍ରହଣ ନକଲାଯାଏ , ସ୍ତ୍ରୀ ଟିଏ ନିଜ ସ୍ୱାମୀ ଠାରୁ ବାରମ୍ବାର ବଳତ୍କୃତ ହେଉଥାଏ । ଅବଶ୍ୟ ସ୍ୱାମୀମାନେ
ଏସବୁକୁ ନିଜର ପୌରୁଷ ମନେକରି ଖୁସିହେଉଥାନ୍ତି।
ତେଣୁ ପ୍ରଥମେ 'ପମ୍ପି' ପାଖରେ 'କ୍ରୀଶ୍' ପାଇଁ ଆସେପଟାନ୍ସ୍ କ୍ରିଏଟ୍ କରିବାକୁ ହେବ।
- ହାଓ ସାର୍ ?
- ବାସ୍ କିଛି କ୍ରିଏଟିଭନେସ୍ । ସୁନ୍ଦରତା । ସେମାନେ ଭିନ୍ନ ପ୍ରଜାତିର , ଭିନ୍ନ ପରିବେଶର ପଶୁ ଦୁହେଁ।
ଗୋଟେ ଆମେରିକାନ୍ ପୁରୁଷବନ୍ଧୁ ସହ ଭାରତୀୟ ନାରୀଟିଏ ସହାବସ୍ଥାନ କରିପାରେ , କିନ୍ତୁ ମନବସ୍ଥାନରେ ନିଶ୍ଚୟ ସମସ୍ୟା ଉପୁଜିପାରେ।
ହୁଏତ 'କ୍ରୀଶ୍'ର ଶାରିରୀକ ଆକୃତି , 'ପମ୍ପି' ପାଇଁ ବିକୃତି ସାଜିଥିବ । ତାକୁଟିକେ କୃତ୍ରିମ ଭାବେ ସଜାଅ । ପାର୍ଲର ନେଇ , ତା' ଲମ୍ବାବାଳତକ ଆବଶ୍ୟକ ଅନୁଯାୟୀ ଛୋଟ କରିଦିଅ। 'ପମ୍ପି' ର ରଙ୍ଗ ପରି ଡାଇ କରିଦିଅ । କୃତ୍ରିମତା ହେଉପଛେ କିଛି ସମାନତା ରହୁ ଦୁହିଁଙ୍କ ଭିତରେ। ଟ୍ରାୟଇଟ୍। ମନେରଖିବ -
- ବିଚାରଧାରାରେ ଅମେଳହେଲେ , କେବେସୁଦ୍ଧା ପ୍ରେମ ହୋଇନପାରେ !!
★★★
ଦିନକୁଦିନ ଅନଟଲରେବଲ୍ ହେଉଥିଲା 'ମନଜିତ୍' ! ଆଗ୍ରହ ଆସି ଅତିଷ୍ଠତାର ରୂପ ନେଇସାରିଥିଲା। ଡେସ୍କ୍ ର ସବୁଯାକ କ୍ୟୁଟିଜ୍ କିଛିମାତ୍ରାରେ ପ୍ରଭାବିତ ହୋଇସାରିଥିଲେବି , କେହି ମୁହଁ ଖୋଲୁନଥିଲେ । ଦିନେ ଲେଟ୍ ନାଇଟ୍ ଅଫିସ୍ କ୍ୟାବ୍ ରେ ଫେରୁଫେରୁ, ନୈନାର ଥାଈ' ଉପରେ ହାତ ଥୋଇଦେଲା 'ମନଜିତ୍' !
କଣକରୁଛି ! ଚିନ୍ତା କରିବା ଭିତରେ , କେମିତି ଗୋଟେ ଆଗକୁ ବଢିଯାଉଥିଲା ତା' ହାତ !! ଅଫିସ୍ ର ଷ୍ଟ୍ରେସ୍ ଆଉ ସେକେଣ୍ଡଡେ ମେନ୍ସୁରେସନ୍ ଯୋଗୁଁ ଖୁବ୍ ଚିଡିଚିଡା ଲାଗୁଥିଲା ନୈନାକୁ । ଏଣେ ଟିମହେଡ୍ ' 'ମନଜିତ୍'ର ଦୌରାତ୍ମ୍ୟ !! ଖୁବ୍ ଇରିଟେଟିଂ ।
- ଷ୍ଟପ୍ ଇଟ୍ ।
- ହ୍ୱଆଇ ବେବୀ ?
- ଡୋଣ୍ଟ୍ ଲାଇକ୍ ଦିସ୍ ।
- ଇଟସ୍ ଏ ପାର୍ଟ ଅଫ ଲଭ୍ । ପ୍ରେମରେ ଛୁଆଁଅଛୁଆଁ ଭେଦଭାବ ପୁଣି କଣ ??
- ଅଛି । ପୁରୁଷର ସ୍ୱର୍ଶ , ନାରୀର ଚିର ଈପସିତ୍ ।କିନ୍ତୁ ତାହା ପ୍ରଥମେ ମନରୁ ଆରମ୍ଭ ହେବା ଉଚିତ।
- ୟୁ ମିନ୍ ଆଇଏମ୍ ହାର୍ଟଲେସ୍ ।
- ଏଯାବତ୍ ଜାଣିବାକୁ ଚାହିଁ , ଉତ୍ତର ପାଇନି।
- ଗେଟ୍ ଲଷ୍ଟ୍ ।
- ୟୁ ସୋ !!!
★★★
କ୍ୟାଟରିନା ହସୁଥିଲା ହୋହୋ ହୋଇ ।
- ଷ୍ଟପ୍ ଡାର୍ଲିଂ । ଏମିତି ହସୁଛୁ କାହିଁକି ?
- ୟେସ୍ ୟେସ୍ । ଇପ୍ସିତ ପୁରୁଷର ଟଚ୍ କୁ ଅସହ୍ୟ ମନେକରୁଥିବା ନାରୀଟିଏ ଆଦୌ ଅବଳା ହୋଇନପାରେ ନୈନୁଡାର୍ଲିଂ । ୟୁ ଆର୍ ୱସମ୍ ।
- ହ୍ୱଆର୍ଟ ନନସେନ୍ସ୍ ?
- ସବୁବେଳେ ପୁରୁଷ ର ବାଧ୍ୟବାଧକତା ମାନିନେବାକୁ ନାରୀଟି ଜନ୍ମ ନୁହଁ । ପ୍ରେମପାଇଁ , ସନ୍ତାନ ପାଇଁ ହୁଏତ ପୁରୁଷ ଟିଏ ଲୋଡା ହୋଇପାରେ । କିନ୍ତୁ ଈଛା ପାଇଁ, ମନପାଇଁ ??????
- ବୁଝିପାରିଲିନି ?
- ଦେଖ୍ ନୈନୁ ! ପାର୍ଲର ରୁ ସଜାଇ ଆଣିସାରିବା ପରେବି , 'କ୍ରୀଶ୍' କୁ ଆସେପ୍ଟ୍ କରିପାରୁନି 'ପମ୍ପି' ! ସେ ଡକ୍ଟର ଫର୍ଣାଡିଜ୍ ଗୋଟେ ବୁଡବକ୍ । ପ୍ରେମ ରେ ପୁଣି କଣ ଗୋଟେ କୃତ୍ରିମତା ? ହୁଏତ ଦୁହିଁଙ୍କର ହୃଦୟ ମିଶିପାରେ , ଅବା ଆଉରି ସମୟ ଲାଗିପାରେ !!!
ହୁଏତ 'ମନଜିତ୍' ପରି ପିଲାଟିଏ ସହ ତୋର ପ୍ରେମବି ହୋଇପାରେ । ତେବେ ହ୍ୱଆଇ ଅଲ୍ୱଏଜ୍ ମ୍ୟାନ୍ ମନୋପଲି ? କମ୍ ହିଅର୍ ବେବୀ ।
କେମିତି ଗୋଟେ ଭଲଲାଗୁଥିଲା କ୍ୟାଟରିନାର ନିମନ୍ତ୍ରଣ । ଇଛାକରି , ବାଧ୍ୟକରି ନୁହେଁ , ଆପଣାଛାଏଁ ଏକତ୍ରିତ ହୋଇଯାଇଥିଲା ଦୁଇଟିଯାକ ଓଠ !!!!!
■ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ■
ବି.ଦ୍ର: ଇଂରାଜୀ ଶବ୍ଦ ଏବଂ କଥପୋକଥନ ର ବହୁଳତା ନେଇ ଦୁଃଖିତ । ଆବଶ୍ୟକତା ଥିବାରୁ ବାଧ୍ୟ ହେଲି । ଧନ୍ୟବାଦ ।