Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Soumya Shubhadarshinee

Romance Tragedy

3  

Soumya Shubhadarshinee

Romance Tragedy

ଜହ୍ନ ଓ ମନ

ଜହ୍ନ ଓ ମନ

5 mins
7.3K


"ଜହ୍ନ ଯଦି ରହିବ ନାହିଁ ତେବେ ପୃଥିବୀର କି ସମସ୍ୟା ହେବ ?

ପ୍ରକୃତରେ କିଛି ସମସ୍ୟା ହେବ ନାହିଁ , କାରଣ ସୂର୍ଯ୍ୟ ଏକାନ୍ତ ଆବଶ୍ୟକ। ସେ ସକଳ ଶକ୍ତିର ଆଧାର , କିନ୍ତୁ ଜହ୍ନ ,ପ୍ରକୃତରେ କୌଣସି ଆବଶ୍ୟକତା ନାହିଁ । ଆମାବାସ୍ୟାରେ ପୁଣି ରହୁନି , କଣ ଅସୁବିଧା ହେଉଛି ଯେ??

କିଛି ହେଉନି ହେଲା !! ଖାଲି ଯାହା ରାତିର ରଙ୍ଗ ବେଶି ସୁନ୍ଦର ହେଉଛି। ଠିକ କଜଳ ପରି ଗାଢ଼। ହଁ ଜହ୍ନଟା ରାତିର ସୌନ୍ଦର୍ଯ୍ୟରେ ଗୋଟେ କଳଙ୍କଟେ ଆଉ କିଛି ନୁହେଁ।''

ରୋଜି ଧଡ୍ କରି ବନ୍ଦ କରିଦେଲା ବହିଟା , "ଇଡ଼ିଅଟ୍ କୋଉଠିକାର" , ବାହାରିଗଲା ତା ମୁହଁରୁ। କି ସାଙ୍ଘାତିକ ଚିନ୍ତାଧାରା ଜହ୍ନଟା ବେକାର , ଅଲୋଡ଼ା , ଗୋଟେ କଳଙ୍କ !!!! ବିଚିତ୍ର "ହୁଁ"।

କଜାରିଆ ଟାଇଲ୍ ବିଛା ସୁନ୍ଦର ଚଟାଣ ଉପରେ ଲୋଟି ଗଲା ରୋଜି ,ଆଉ କିଛି ଅଳସ ଭାଙ୍ଗି ଅନେଇଲା ଆକାଶକୁ । ରାତି ଓଃ , ଏଇ ରାତିଟା ଜହ୍ନ ବିନା , ଇସ୍ କି ଭୟଙ୍କର ଷଡ଼ଯନ୍ତ୍ର, ଲୋକଟା ଏମିତି କେମିତି ଲେଖିଲା , 'ଫିକ୍ସନ' ଗପ ପାଇଁ ଆଉ କେହି ମିଳିଲେନି , "ହୁଁ" ସିଧା ଜହ୍ନ ଉପରେ ଆକ୍ରମଣ !! ଦେଖାଦିଅନ୍ତା କି ଗାଳ୍ପିକଟା ଦିଇଟା ମୁଥ ମାରି ଦାନ୍ତ ଭାଙ୍ଗି ଦିଅନ୍ତି। ନହେଲେ ଗାଲ ଫଟେଇ ଦିଅନ୍ତି ମୁଁ ପକ୍କା । ନା ,ନା ,ତା ମୁଣ୍ଡଟା ଗୁଣ୍ଡ କରି ପକାନ୍ତି , ନା ଥିବ ମୁଣ୍ଡ ନା ଉଦ୍ଭଟ କଳ୍ପନା।

ରୋଜି ଭାରି ବିଗିଡି ଯାଇଛି , ତା ଜହ୍ନ ଉପରେ ଆକ୍ରମଣ , କଣ ଛୋଟ କଥା । ସେ କେମିତି ହଜମ କରିବ ଯେ । ହୁଁ ଜହ୍ନ ବିନା ଆଉ କିଏ ଅଛି କି ....

ରୋଜିର ମନ ପ୍ରବୋଧଙ୍କ ଆଡ଼କୁ ଚାରିଗଲା ଗୋଟେ ଅଜଵ ଶିହରଣ ଖେଳେଇ। ଇସ୍ " କିଏ ସେ ଏମିତି କୁହେ ଆପଣଙ୍କୁ ଖାଲି ପଢେଇବାକୁ , ଟିକେ ବି କୁହେନି ଦେଖିବାକୁ , କି ବହି ବନ୍ଦ କରି ଗପିବାକୁ, ଧେତ୍ ଖାଲି ପାଠ ପାଠ ଆଉ ପାଠ।

ପୁରା କଲେଜ୍ କୁ ମୁଣ୍ଡେଇଛ , ଆଟଲାସ୍ ର ସାନ ଭାଇ , "ହୁଁ"। ମନର ଭୂଗୋଳ ପଢିପାରୁନ ଆଉ ପୃଥିବୀର ଭୂଗୋଳ କଣ ପଢେଇବ ?

ଓଃ ଭୁଲ୍ ଭୂଗୋଳ ଦେହର ଥାଏ .... ସେଥିପାଇଁ ବୋଧେ !!!

ଜହ୍ନ ଓହ୍ଲେଇ ଆସିଲା ଚୁପ୍ ଚାପ୍ , ଝରକାର ସ୍ଲାବ ଉପରେ ବସିଲା , ଆଉ ସିଟି ମାରି ଚମକେଇ ଦେଲା ରୋଜିକୁ । ଆଉ ଗୀତଟେ ଆରମ୍ଭ କଲା " ଦିଲ୍ ହେ ... କି ମାନତା ନେହିଁ" ....

ରୋଜି ରାଗିଲା ଜହ୍ନ ଉପରେ , (ମିଛ ରାଗ) ଆଉ ଫୋପାଡିଲା ଗୋଟେ ପେନସିଲ୍ , ଜହ୍ନକୁ ଲକ୍ଷ୍ୟ କରି। ଜହ୍ନ କହିଲା " ଆଃ ବାଜିଯିବ ଯେ , ମରିଯିବି ....।

ରୋଜି ଜହ୍ନ ମୁହଁରେ ହାତ ଦେଇ କହିଲା , ହେ ଏମିତି କଣ କୁହନ୍ତି। ଦେଖ୍ ତୋ ଅସ୍ତିତ୍ୱ ଉପରେ ଆକ୍ରମଣ କରିଛି ଗୋଟେ ଗାଳ୍ପିକ , ଆଉ ତୁ ବି କହୁଛୁ ମରିଯିବୁ । କେମିତି ବଞ୍ଚିବି ମୁଁ ?????

ଜହ୍ନ ହସିଲା ଆଉ ପୁଣି ଗୀତ ଚାଲିଲା ଧୁମ୍ .....ରୋଜି ଆନମନା ହୋଇ ବସିଗଲା ଆଉ ପୁଣି ପ୍ରବୋଧର ଭାବନାରେ ନିଜକୁ ହଜେଇ ଦେଲା ପୁରା ପୁରି।

କଲେଜରେ ସେ ଯେବେଠୁ ଚାକିରୀ ଆରମ୍ଭ କରିଛି ସେବେଠାରୁ ନା ଆହୁରି ଆଗରୁ ପ୍ରବୋଧର ପ୍ରେମରେ ସେ ଅଛି ?? ବିଷୟଟା ପୁରା ଅବୋଧ୍ୟ, କାରଣ ଯେବେ ଦେଖେ ସିଧା ବେକରେ ଝୁଲି ଯିବାକୁ ଇଚ୍ଛା ଟା ମନରେ କିତି କିତି ଖେଳେ ପୁରା ଡେଇଁ ଡେଇଁ। ଆଗରୁ ଚିହ୍ନା ନଥିଲେ କ'ଣ ଏମିତି ହୁଅନ୍ତା ??

ଜହ୍ନ କହିଲା , "ହୁଁ" ପୁରା ଠିକ୍ ପ୍ରଶ୍ନ , ଗଭୀର ଭାବେ ଭାବିବାକୁ ପଡିବ ଉତ୍ତର ଦେବାପାଇଁ ପ୍ରେମର ବୟସ କେତେ !!!

ସେ ରାଗିଗଲା , ଚୁପ୍ ଚୁପ୍ ଇସାରା ଦେଇ କହିଲା, କେହି ଯଦି ଶୁଣି ନେବ କି କଥା !! ଜହ୍ନ ପୁଣି ସିଟି ମାରିଲା ଆଉ ରୋଜି ମୁହଁ ମୋଡିଲା।

ଜହ୍ନ କହିଲା , "ତୁ କହିଲେ ସିନା ସେ ଜାଣିବେ ଖାଲି ଭାବିଲେ କଣ ହବ ହାଁ ! ମିଳିବେନି କେବେ ଜୀଵନ ସରିଯିବ ଆଉ କ'ଣ !!"

ରୋଜି ଦୁଖି ହୋଇଗଲା କାନ୍ଦ କାନ୍ଦ ଦିଶିଲା , କହିଲା

-- " ଝିଅ ଟେ କ'ଣ ଆଗ କୁହେ????

ରୋଜି , ପ୍ରବୋଧକୁ ନେଇ ସ୍ୱପ୍ନ ଦେଖେ । ସ୍ୱପ୍ନରେ ଗୋଟେ ଘର ନୁହେଁ ପୁରା ତାଜମହଲ ଗଢେ, ଇନ୍ଦ୍ରଧନୁର ରଙ୍ଗ ମାଖେ , ଦୁଇରୁ ତିନ୍ କି ଚାରି ହେବାର ପ୍ରସ୍ତୁତି ବି କରେ . ....କିନ୍ତୁ ସବୁ କଳ୍ପନାରେ । ପ୍ରବୋଧ ଯେ ବିବାହିତ .....

ସେ କିନ୍ତୁ ସେଇ କଥାଟା ଭୁଲିଯାଏ , ବା କହିପାରିବା ଭୁଲିଯିବାକୁ ଆପ୍ରାଣ ଚେଷ୍ଟା କରେ। ପ୍ରବୋଧ କେବଳ ତା'ର ଆଉ କାହାର ନୁହେଁ , ଏଇ ଧାରଣାକୁ ଜହ୍ନ ସହିତ ଦୃଢ଼ କରେ। ଜହ୍ନ ବି ତ ଠିକ୍ ତା ପରି ନୀଳ କଇଁର ସ୍ୱପ୍ନରେ । ପ୍ରବୋଧ ଓ ନୀଳ କଇଁ ଦୁଇଟା ସମାନ ତେଣୁ ଜହ୍ନ ଆଉ ରୋଜି ବି ଏକାକାର।

ଜହ୍ନ ଆସେ ସବୁରାତି ରେ ଆଉ ନିଜ କଥା କୁହେ । ରୋଜି ବି ବାଣ୍ଟେ ନିଜ କଥା। ଜହ୍ନ ଆଉ ସେ ଦୁଇଜଣ ଜବରଦସ୍ତ ପ୍ରେମରେ , କିନ୍ତୁ ସବୁ ସାଇଲେଣ୍ଟ ମୋଡ଼ରେ । କେହି ଜାଣି ପାରିବେନି କେବେ।

ଇଚ୍ଛା ସବୁ ମୁକ୍ତ ..... ପରିକ୍ରମା କରିପାରନ୍ତି ପୃଥିବୀର ସବୁଠି , ଅଚିରେ , ବିନା ଖର୍ଚ୍ଚରେ, ବିନା ସାଧନରେ , ଚଞ୍ଚଳ ପା। ଶାସ୍ତ୍ର ରେ ସେଥିପାଇଁ ଲେଖା ହୋଇଛି ''ସବୁଠାରୁ ଦ୍ରୁତ ଵସ୍ତୁ ମନ" ।ମଣିଷର ଏକାନ୍ତ ଶତ୍ରୁ ଆଉ ଏକମାତ୍ର ମିତ୍ର। ସ୍ୱପ୍ନ ନହେଲେ ଦେଖିହୁଅନ୍ତା ନାହିଁ ଯେ !!!!

ରୋଜି କେମିତି ବୁଝେଇବ ମନକୁ , କାହାକୁ କହିବ ମନ କଥା ?? ଜହ୍ନ ଛଡା ଆଉ କେହି କଣ ବୁଝେ??

ତା ଇଚ୍ଛା ଯେ ପୁରା ଅସାମାଜିକ ...... ଗୋଟେ ବିହାବିତ ମଣିଷକୁ ନେଇ ସେ ସ୍ୱପ୍ନ ଦେଖିବା ମନା ଯେ ! କିନ୍ତୁ ମନ କି ମାନେ ସେ ପା ଚଞ୍ଚଳ। କିନ୍ତୁ ସତ ହେଲା ମନ ମଣିଷ କୁ ମଣିଷ କରେ , ନହେଲେ ସତରେ ମେସିନ୍ ହୋଇଯିବେ ସବୁ । ସମାଜର ନିୟମ କୁ ମାନି ମାନି ଯନ୍ତ୍ର ପାଲଟି ଯିବେ । " ଏଇଟା କରିବନି ,ସେଇଟା ଭୁଲ୍ , ଏଇଟା ଛୁଇଁବନି ,ସେଠିକି ଯିବନି, ସବୁ ବେକାର୍ ନିୟମ। ସେସବୁ ମାନିଲେ ମାଟି ହୋଇଯିବ ଜୀଵନ। ଇଛା ସବୁ ସମାଧି ନେଇଯିବେ ଚିରକାଳ ପାଇଁ।

ସମାଜ ଟା ମିଛୁଆ ... ନିୟମ ସବୁ କରିଦିଏ ଖାଲି କିନ୍ତୁ ନିଜେ ବି ପାଳନ କରେନି କେବେ । ଦେଖୁନ ଈଶ୍ୱର ବି ପାଳନ କରନ୍ତି ନାହିଁ। ପଢୁନ ଆମ ପୁରାଣ କେତେ ସ୍ତ୍ରୀ କାହାର ଗଣିବା ବି କଷ୍ଟ । ଏ "ଶକୁନ୍ତଳା" କି "କର୍ଣ୍ଣ " ସବୁ ତ ସେମିତି। ମୋହିନୀ (ବିଷ୍ଣୁ ଙ୍କ ନାରୀ ରୂପ ଉପରେ ମହାଦେବ ଙ୍କ ଆକର୍ଷଣ ) ବି ତ ଅଛନ୍ତି ସେଠି । ଦେଵତା ମାନେ କରିବେ ଯାହା ଇଚ୍ଛା ତାହା କିନ୍ତୁ ମଣିଷ କରିପାରିବେନି ।

କୃଷ୍ଣ ପ୍ରଭୁ ତେଣୁ ଷୋହଳ ଶହସ୍ର ନାରୀ ଚଳିବ ଆଉ ସେ ପ୍ରବୋଧ ସାର୍ ଙ୍କ ଜୀବନରେ ଆସିଲେ ପାପ। କି କଥା ଆରେ ସେ ବି ରାଧା କାହିଁକି ନ ହେବ।

ଜହ୍ନ ଅଟକେଇ ଦେଲା '' ହେ ବେକାର୍ , ରାଧାଙ୍କୁ କୃଷ୍ଣ କ'ଣ ମିଳିଥିଲେ ? ତୁ ରାଧା ହେଲେ ସେମିତି ହେବ, ବାଟ ଜଗିଥିବୁ ଯମୁନା କୂଳେ ଆରେ ନା ନା ଏଇ କାଠଯୋଡ଼ି କୂଳେ ଆସିବେନି କେବେ ବି ।"

ରୋଜି ଜହ୍ନକୁ ଗୋଟେ ଚୁମା ଦେଇଦେଲା ଆଉ ଭାବିଲା ଜହ୍ନଟା ପୁରା ବୁଦ୍ଧିଆ , ତା କଥାରେ ଅଛି ମସ୍ତ ଯୁକ୍ତି ।

ରୋଜି କହିଲା ହଉ ସେ ରୁକ୍ମଣୀ ହେବ ସତ୍ୟଭାମା ଥାନ୍ତୁ କି ଅସୁବିଧା । ଜହ୍ନ ମାରିଲା ତାଳି ଆଉ ହସିଲା ହାତରେ ରୋଜି ର ଗାଲ ଚିପି ଦେଇ। ରୋଜି ଟିକେ ଲାଜେଇ ଗଲା। ଆଉ କହିଲା "ଯା ଛତରା , ଏମିତି କଣ କରୁଛୁ "?

ଜହ୍ନ ମୁହଁ ଫୁଲେଇ କହିଲା "ଜମା ଇଚ୍ଛା ଥିବ କି ଖାଲି ଯଦି ପ୍ରବୋଧଙ୍କ ହାତ ହୁଅନ୍ତା ନା ହୁଁ" ...

ସକାଳ ହୋଇ ଆସିଲା ଜହ୍ନ ଯିବ ବୋଲି ଉଠିଲା। ହାତ ହଲେଇ ଟା ଟା କଲା। ରୋଜି ତା ହାତ କୁ ଧରି କହିଲା - " ରହ ଆଉ ଟିକେ । ଏମିତି କ'ଣ ଅଧାରୁ ପଳେଇବୁ , ହେ କେମିତି ଚଳିବ? "

-ଜହ୍ନ କହିଲା - "ତୋ ଗାଳ୍ପିକ ପା କହୁଛି ମୁଁ ବେକାର୍, ଅଲୋଡ଼ା ଆଉ ତୁ ବି ତ ପ୍ରବୋଧ ପାଲରେ ମୁଁ ଆଉ କିଆଁ ବସିବି ମଁ ଭକୁଆ ହେବାକୁ ନା କ'ଣ??"

-- ରୋଜି ଅନ୍ୟମନସ୍କ ହୋଇ ଭାବିଲା ଗାଳ୍ପିକ କି ଜାଣେ ଜହ୍ନ ସହ ମନର ଭାଗବତ ସମ୍ପର୍କ କଥା । କେତେ ଜରୁରୀ ଜହ୍ନ , ଏ କଥା ବୁଝିବା କି ବୁଝେଇବା ଅସମ୍ଭବ । ଜାଣେ ଖାଲି ମନ....

ସୌମ୍ୟା


Rate this content
Log in

Similar oriya story from Romance