Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଘରେ ଘରେ କାହାଣୀର ସ୍ରୋତ
ଘରେ ଘରେ କାହାଣୀର ସ୍ରୋତ
★★★★★

© Shanti Mishra

Inspirational Tragedy

4 Minutes   14.3K    9


Content Ranking

-”ମା ଖାଇବାକୁ ବାଢିବି ‘’l -’’ନା ତୁ ଯ| ମତେ ଭୋକ ନାହିଁ | ହଁ ତୁ ଯାହା ଖାଇବୁ ଖାଇଦେ ଆଉ କିଛି ତୋ ଝିଅ ପାଇଁ ବି ନେଇ ଯା’’ l ମା ବହୁତ ଭଲ ଯେ କିନ୍ତୁ ଏଇ ବଡ ଲୋକମାନଂକୁ ଭୋକ କାହିଁକି ହୁଏ ନାହିଁ ? କମଳୀ କେବେ ବି ବୁଝି ପାରେ ନାହିଁ l ତାକୁ ତ ଦିନ ରାତି ଚବିଶ ଘଣ୍ଟା ଭୋକ l ତା ଝିଅ କୁ ତ ତାଠୁ ଆହୁରି ଭୋକ l

ଭଗବାନ୍ ଯୋଉଠି ଭୋକ ଦଉଚନ୍ତି ସେଠି ଖାଇବା ଦଉନାହଁନ୍ତି l ଯୋଉଠି ଖାଇବା ଦଉଚନ୍ତି ସେଠି ଭୋକ ନାହିଁ l ଏ କେମିତିକା କଥା l ଯାହାର ସର୍ବନାଶ ହଉଚି ହଉ ଥାଉ ତାର ଆଜି ପୁଷ ମାସ l ମା ଝିଅ ଆନନ୍ଦରେ ଖାଇବେ l ଏଇ ମାଆଙ୍କ ଘରକୁ ଆସିଲା ଦିନ ଠ|ରୁ ତା କପାଳ ଖୋଲିଚି l ଆଗରୁ ଯୋଉ ମାଆଙ୍କ ପାଖେ କାମ କରୁଥିଲା ବଳକା ବଳକି ନଚେତ ଶୁଖିଲା ଖାଦ୍ୟ ମିଳୁଥିଲା l

ସେଦିନ ଫ୍ରାଏଡ ରାଇସ, ପୁରି, ଚିକେନ୍ ତରକାରୀ, କୋବି ଭଜା, ସିମିଆ ଖିରୀ ପୁଣି ରସୋଗୋଲା ବି ମଗେଇଥିଲେ l ଭଲ କରି ମନ ଦେଇ ରୋଷେଇ କରିବାକୁ ବି କହିଥିଲେ l କମଳୀ ଭଲ ରୋଷେଇ କରେ ସେଇଥି ପାଇଁ ତ ମାଆ ତାକୁ ରଖିଛନ୍ତି l ବିକାଶ ବାବୁ ଯୋଉଦିନ କହିଥାନ୍ତି ଆସିବେ ବୋଲି ମା ସେଦିନ ଭଲ ଭଲ ଖାଇବା ତାଂକ ମନ ପସନ୍ଦର ବରାଦ କରିଥାନ୍ତି l କିନ୍ତୁ ସେ ଆଜି ଆସିଲେନି l

ଆଜି କଣ, ମଝିରେ ମଝିରେ କଥା ଦେଇ ସେ ଏପରି ଆସନ୍ତିନି ସେଦିନ ମା ଏପରି ରାଗିକରି ଖାଆନ୍ତିନି କମଳୀ ଜାଣି ଗଲାଣି କେବେଠୁ l ମା ଗୋଟେ ବଡ ଅଫିସରେ କାମ କରନ୍ତି l ବହୁତ ଟଂକା ପାଆନ୍ତି l ଗାଡି ରଖିଚନ୍ତି l ଏମିତିକା ଦାମୀ ଘରେ ରହୁଚନ୍ତି | ତାର ଆଖି ପାଏନା କି ଏତେ ଦୂର ତା ଭାବନା ଯାଇ ପାରେନା l

ନିଜେ ଗାଡି ଚଲେଇ କାମକୁ ଯାଆନ୍ତି l ସାଂଗ ସାଥୀ ଘରକୁ ଯାଆନ୍ତି l କିନ୍ତୁ ବେଳେବେଳେ ବହୁତ ଉଦାସ ଦେଖା ଯାଆନ୍ତି l ଏଇ ଆଜି ଯେମିତି l ବିକାଶ ବାବୁ ନଆସିଲେ ସେ ଏମିତି ଦୁଃଖୀ ହୋଇ ଯାଆନ୍ତି l ସେ ଜାଣେ ସେ ଆଜି ଖାଇଲେନି କି ଖାଇବେନି ବି ରାତିରେ କିନ୍ତୁ ସେ ଯୋଉ ବୋତଲରେ କଣ ସବୁ ରଖିଚନ୍ତି ସେଗୁଡା ପିଇ କି ଶୋଇବେ l କାଲି ରବିବାର ଅଫିସ୍ ନାହିଁ l କାଲି କମଳୀର ବି ଛୁଟି l ସେ ବି ଆସିବନି ଦେଖିବାକୁ l

ତାର ସାହସ ହୁଏନା ପଚାରିବାକୁ l ରାଗି କି କାମରୁ ବାହର କରିଦେବେ ଯେବେ ଆଉ ଏପରି ଆରମ କାମ ମିଳିବନି l ଏଠି କାମ କଲା ପରେ ଜାଣୁଛି ସଂସାରରେ ଏତେ ପ୍ରକାର ସୁଖ ଅଛି ବୋଲି l ଖାଇବାକୁ ଯେମିତି ପ୍ରଚୁର, ପିନ୍ଧିବାକୁ ବି ସେମିତି ପ୍ରଚୁର ମିଳୁଛି l

ସନା ଆଉ ତାର ପାଂଚ ବର୍ଷର ଝିଅକୁ ନେଇ ଏକ ସୁଖୀ ଆଉ ଛୋଟ ପରିବାରଟିଏ ଥିଲା l ସନା ରିକ୍ସା ଟାଣୁଥିଲା l ରୁଖା ସୁଖା ଖାଇ ତାର ଦିନ ବିତୁଥିଲେ ବି କେବେ ମନରେ ଅବଶୋସ ନଥିଲା l ସେତକ ବି ଭାଗ୍ୟ ସହିଲାନି ଦିନେ ତା ରିକ୍ସା ରେ ଟ୍ରକ୍ ଟାଏ ଧକ୍କା କରି ଦେବାରୁ ସେ ସଂସାର ଛାଡିଲା l ସେଇଥି ପାଇଂ ତାକୁ ଏବେ ବାର ଦୁଆରେ କାମ କରି ପେଟ ପୋଷିବାକୁ ପଡୁଛି l

ଛଅ ମାସ ହେଇଗଲାଣି ଏଇ ମାଆଙ୍କ ପାଖେ କାମ କରୁଚି | ମା ସକାଳୁ ତରବର ହୋଇ କାମକୁ ବାହାରି ଯାଆନ୍ତି | ତେଣୁ କମଳୀକୁ ଖୁବ୍ ଶୀଘ୍ର ଆସି ମାଆଙ୍କ ପାଇଁ ଜଳଖିଆ ଜୁସ୍ ତିଆରି କରି ଦବାକୁ ପଡେ | ତା ପରେ ଯାଇ ଦିନ ଚାରିଟାରେ ଫେରନ୍ତି | ଘରର ଆବଶ୍ୟକ ସୌଦା ପତ୍ର ପାଇଁ କିଛି ଟଙ୍କl ରଖି ଦେଇ ଯାଇଥାନ୍ତି | କମଳି ଘର ସଫା, ବାସନ ମଜା ଲୁଗା ସଫା ସାରି ସୌଦା ପତ୍ର ଆଣି ରାତି ରୋଷେଇ ସାରି ତା ଘରକୁ ଯାଏ |

କମଳୀ ର ଅୟସ୍ ହିଁ ଅୟସ୍ ଆଜି l ଏପରି ଦିବ୍ୟ ଭୋଜନ ତାକୁ ଅନେକ ଥର ମିଳିଲାଣି ଏ ମାଆଙ୍କପାଖରେ କାମ କରିବା ଦିନରୁ l ମା କେବେ କିଛି ପଚାରନ୍ତିନି | ସବୁବେଳେ ନିଜ କାଗଜ୍ ପତ୍ର କଂପ୍ୟୁଟର କାମ ନେଇ ବ୍ୟସ୍ତ ଥାଆନ୍ତି | କିନ୍ତୁ ତାଙ୍କର ସେଇ ଗୁଣଟି ତାକୁ ମୋଟେ ଭଲ ଲାଗେନି | ବିକାଶ୍ ବାବୁ ନ ଆସିଲେ ନିଜକୁ ସଂଭାଳି ପାରନ୍ତିନି କାହିଁ କି ? ରବିବାର ସାରା ଶେଯରେ ପଡି ରହିଥାଆନ୍ତି |

ସୋମବାର ସକାଳେ ଗଲେ ଘର ସାରା ବୋତଲ୍ ଗିଲାସ ଚାରିଆଡ ଲୁଗାପଟ| ,ଘରକୁ ଏମିତି କରିଥିବେ ଯେ ସତେକି ଗୋଟେ ଯୁଗ ହେଲାଣି ସେ ଘରଦ୍ବାର ସଫା ହୋଇନି | ମାଆଙ୍କର ଏଇ ଗୁଣଟି ତାକୁ ମୋଟେ ଭଲ ଲାଗେନି | ଥରେ ରବିବାର ଦିନ କିଛି ଟଂକ| ଦରକାର ଯୋଗୁ ଯାଇଥିଲା ମାଆଙ୍କ ପାଖକୁ ଯେ ତାଂକର ଏ ଅବସ୍ଥା ଦେଖି ସେ ତାଜୁବ୍ l

କାହିଁକି ବିକାଶ ବାବୁ ନ ଆସିଲେ ଯେ ସେ ଏପରି ପାଗଳିଙ୍କ ପରି ହୁଅନ୍ତି ସେ ବୁଝି ପାରେନା | ଏହା ପୁର୍ବରୁ ଯୋଉ ମାଆଙ୍କ ପାଖେ ରହି କାମ କରୁଥିଲା ତାଙ୍କର ଓଲୋଟା କାହାଣୀ ତାଙ୍କ ସ୍ବାମୀ ଦିନେ ଦିନେ ପି କରି ଗୁଡାଏ ଆସି ମାଆଙ୍କୁ ପାଟି ତୁଣ୍ଡ,ବାଡିଆ ପିଟ| କରନ୍ତି ଯେ ସେ କାନ୍ଦି କାନ୍ଦି ସବୁବେଳେ କମଳୀକୁ ଦୁଖ ଜଣାନ୍ତି | ତାକୁ ଠିକ୍ ଟାଇମରେ ଟଙ୍କ| ନ ଦେବାରୁ ସେ ସେଠୁ ଛାଡ଼ି ଚାଲି ଆସିବାକୁ ବାଧ୍ୟ ହେଲା ସିନା କିନ୍ତୁ ମାଆଙ୍କ ପାଇଁ ତା ମନ ବିଦାରି ହଉଥିଲା l କିନ୍ତୁ ପରେ ଶୁଣି ଥିଲା ସେ ମା ବିଷ ଖାଇ ମରିଗଲେ ବୋଲି l

କାହିଁକି ଏମାନେ ବଂଚି ଶିଖୁ ନାହାନ୍ତି | ରାସ୍ତ|ରେ ଏମାନେ ଯେତେବେଳେ ବ୍ୟଗ୍ ଝୁଲେଇ ଝିଲିମିଲି ଶାଢୀ ପିନ୍ଧି ହାଇହିଲ ଯୋତା ପିନ୍ଧି ଯାଉଥାନ୍ତି, ସେତେବେଳେ ସେ ଭାବେ ଏମାନେ କି ଭାଗ୍ୟବନ | ଏମାନଂକ ଜୀବନରେ ଦୁଖ କିଛି ନାହିଁ l ଦୁଃଖ, ଇର୍ଷାରେ ସେ ଏତେ ଟିକେ ହେଇଯାଏ l କପାଳକୁ ନିନ୍ଦେ l କାହିଁକି ତା ଭାଗ୍ୟଟା ଏପରି l

କିନ୍ତୁ ଏବେ ଭାବୁଛି ଏମାନେ କେତେ ଦୁର୍ବଳ l ବାହାରକୁ ପ୍ରକାରେ ଭିତରେ ଆଉ ପ୍ରକାରେ l ବଂଚିବାଟାକୁ ଏପରି ତୁଚ୍ଛ ମନେ କରୁଛନ୍ତି l ସେତ ବଂଚିବାକୁ ଏପରି ଜାବୁଡି ଧରିଚି ଯେ ମରିବା ନାମ ଶୁଣିଲେ ତାର ହୃତ କମ୍ପ l

ଭାଗ୍ୟ ପ୍ରତି ମୁହୁର୍ତ୍ତରେ ପାଦ ତଳେ ତାର କଣ୍ଟ| ବିଛେଇ ଚାଲିଛି l ସେ ସତର୍କତାର ସହିତ ସେ ସବୁକୁ ଆଡ଼େଇ ଆଡେଇ ଆଗକୁ ବଢି ଚାଲିଛି l କିନ୍ତୁ ମରିବା କଥା କେବେ ବି ତା ମନକୁ ଆସିନି କି ସେ ସେସବୁରେ ତା ମୁଣ୍ଡ ପୁରେଇନି l ଏମାନେ ମରିବା ପାଇଂ ସାହାସ କରି ପାରୁଛନ୍ତି କିନ୍ତୁ ବଂଚିବା ପାଇଁ କାଇଁ କରି ପାରୁନାହାନ୍ତି l ଅଦିନରେ ମରିବା ପାଇଁ ତ ବେଶୀ ସାହସର ଆବଶ୍ୟକ l ବଡ଼ ଲୋକଙ୍କ ଝିଅ ମାନେ ସହଜରେ ଟଂକା ରୋଜଗାର କରିବା ସିନା ଶିଖୁଛନ୍ତି କିନ୍ତୁ ସହଜରେ ବଂଚିବା ଶିଖୁ ନାହାନ୍ତି l ରବି ବାବୁଙ୍କ ଝିଅଟା ବାହା ହେଇଥିଲା କେଡେ ବଡ଼ ଲୋକ ଘରେ ଯେ ସେଠି ଚଳି ପାରିଲାନି ଛାଡ଼ି ଚାଲିଆସିଲା l ଏବେ ପାଗଳି ହୋଇ କି ବୁଲୁଛି l

ଛାଡ ଏଇ ବଡ଼ ଲୋକମାନଂକ କଥା ଭାବି କାହିଁ ତା ମୁଣ୍ଡ୍ ଖରାପ କରିବାକୁ ଯିବ l ଏତକ ଖାଦ୍ୟ ମା ଝିଅଙ୍କ ଦୁଇ ଦିନ ଆରାମରେ ଚାଲିଯିବ l ଏ ଦିବ୍ୟ ଭୋଜନ ଖାଇବାରେ ଯେତିକି ଆନନ୍ଦ ଏ ବଂଚିବା ବି ତା ତାଠୁ ଆହୁରି ମଧୁର l ଆଉ ଏଇ ସଂସାରଟା ସବୁଠୁ ସୁନ୍ଦର l

*************************************

କାହାଣୀ ଅୟସ୍ ଟଂକା ରୋଜଗାର

Rate the content


Originality
Flow
Language
Cover design

Comments

Post

Some text some message..