Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମାମୁଁ ଘର ଓଳି ପୁଅ ହୋଇଛି
ମାମୁଁ ଘର ଓଳି ପୁଅ ହୋଇଛି
★★★★★

© ଓଡିଆ ଶିଶୁ ଗପ

Children

1 Minutes   522    15


Content Ranking

ମହାରାଜା କୃଷ୍ଣ ଚନ୍ଦ୍ରଙ୍କ ଦରବାର ଚାଲି ଥାଏ । ପାତ୍ର ମନ୍ତ୍ରୀ ମାନଙ୍କ ସହିତ ଗୋପାଳ ମଧ୍ୟ ବସି ଥାଆନ୍ତି । ଗୁରୁତ୍ୱପୂର୍ଣ୍ଣ ଆଲାଚନା ସରିଲା ପରେ ସମସ୍ତେ ମଜା କଥା ବାର୍ତ୍ତା ହେଉ ଥାନ୍ତି । ଏହି ସମୟରେ ଗୋପାଳଙ୍କର ପୁଅ ବାପାଙ୍କୁ ଡାକିବା ପାଇଁ ଦରବାରରେ ପହଁଚିଲା ।

ଗୋପାଳ ଭାଣ୍ଡଙ୍କ ପୁଅ ପୁଣି ପିଲା ଲୋକ ଦେଖି ଦ୍ୱାରୀ ବାଟ ମଧ୍ୟ ଛାଡି ଦେଲା ।

ରାଜା ଗୋପାଳ ଭାଣ୍ଡଙ୍କ ପୁଅକୁ ଭଲ ରୂପେ ଚିହ୍ନନ୍ତି, ତଥାପି ଥଟ୍ଟାରେ ପଚାରିଲେ –

ଗୋପାଳ ! ଏ ପୁଅଟି କାହାର?

– ଆଜ୍ଞା ମୋ ପୁଅ

– ସତେ, ତେବେ ମୋ ଚେହେରା ଭଳି ଦେଖା ଯାଉଛି କେମିତି?

ଏ କଥା ରାଜାଙ୍କ ମୁହଁରୁ ଶୁଣି ସମସ୍ତେ ହସି ଉଠିଲେ । ରାଜା ଭାବିଲେ ସବୁ ବେଳେ ଗୋପାଳ କଥା କହି ମୋତେ ଜିଣି ଯାଉ ଥିଲା ଆଜି ଠିକ୍ ଫଳ ପାଇଛି । ମୁଁ ଠିକ୍ ଅପମାନ ତାକୁ ଦେଇଛି । ଗୋପାଳ କି ହାରିବା ଯନ୍ତୁ । ସଙ୍ଗେ ସଙ୍ଗେ ଉତ୍ତର ଦେଲେ – ଚେହେରା ସଙ୍ଗେ ମିଳିବ ନାହିଁ କେମିତି ଆଜ୍ଞା ନିଶ୍ଚିତ ମିଳିବ । ପୁଅ ମୋର ମାମୁଁ ଘର ଓଳି ଆଣିଛି ।

ଏ କଥା ଶୁଣି ରାଜା ମୁହଁକୁ ତଳକୁ କରି ଦେଲେ । ଗୋପାଳକୁ କିଛି ଧନ ଉପହାର ଦେଇ ବିଦା କଲେ ।

ମହାରାଜା କୃଷ୍ଣ ଚନ୍ଦ୍ର ପାତ୍ର ମନ୍ତ୍ରୀ

Rate the content


Originality
Flow
Language
Cover design

Comments

Post

Some text some message..