Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

କୁହୁକ ରାଣୀ

କୁହୁକ ରାଣୀ

2 mins
7.6K


ଶ୍ରୀ ଅମରନାଥ ବେହେରା

ଥରେ ରାଜା ଭର୍ତ୍ତୃହରି ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ, ଯାଉଁ ଯାଉଁ ବାଟରେ ଦେଖିଲେ ଦଳେ ଆଦିବାସୀ ଲୋକ ଏକାଠି ହୋଇ ଚିତା ସଜାଡୁଛନ୍ତି l ପଚାରି ବୁଝିଲେ ଲୋକଟିଏ ସାପ କାମୁଡାରେ ମରିଯାଇଛି l ରାଜା ସେଠାରେ କିଛି ସମୟ ଅପେକ୍ଷା କଲେ l ଲୋକମାନେ ମୃତ ଦେହରେ ଅଗ୍ନି ସଂଯୋଗ କଲେ l ପାଖରେ ଠିଆ ହୋଇଥିଲେ ମୃତ ବ୍ୟକ୍ତିର ସ୍ତ୍ରୀ l ସେ ତାର ସ୍ଵାମୀ ଚିତାରେ ଝାସ ଦେଲା l ସ୍ତ୍ରୀ ଲୋକଟିର ସ୍ଵାମୀ ଭକ୍ତି ରାଜାଙ୍କ ମନରେ ରେଖାପାତ କଲା l ସେ ଉଆସକୁ ଫେରି ରାଣୀ ଫିଙ୍ଗଳାଙ୍କ ନିକଟରେ ଏହା ବର୍ଣ୍ଣନା କଲେ l ରାଣୀ ସବୁ ଶୁଣି କହିଲେ, ‘’ ଆପଣବି ମନେରଖନ୍ତୁ ଆପଣ ଯଦି ପ୍ରଥମେ ମୋତେ ଛାଡି ଆରପାରିକୁ ଚାଲିଯାଆନ୍ତି ତେବେ ମୁଁ ମଧ୍ୟ ଆପଣଙ୍କ ଚିତାରେ ପ୍ରାଣ ବିସର୍ଜନ କରିଦେବି l ‘’ କଥା ସେତିକିରେ ରହିଲା l

କେତେ ଦିନ ପରେ ରାଜା ପୁଣି ଗଲେ ମୃଗୟାକୁ l ଫିଙ୍ଗଳାଙ୍କ କଥା ତାଙ୍କର ମନରେ ଥାଏ l ରାଣୀଙ୍କ ସହିତ ଟିକେ ମଜା କରିବା ପାଇଁ ସେ ଜଙ୍ଗଲରୁ ଖବର ପଠାଇ ଦେଲେ l ତାଙ୍କୁ ବାଘ ଖାଇଗଲା ବୋଲି ଲ ସେ ଭାବିଥିଲେ ଫେରିଯାଇ ରାଣୀଙ୍କୁ କହିବେ l ‘’ କାହିଁ ସେଦିନର କଥା ତମେ ତ ରକ୍ଷା କରି ପାରିଳ ନାହିଁ l ‘’ କିନ୍ତୁ ଫଳ ହେଲା ଓଲଟା, ରାଜାଙ୍କ ମୃତ୍ୟୁ ସମ୍ବାଦ ପାଇବା କ୍ଷଣି ରାଣୀ ଚିତା ଜାଳି ସଙ୍ଗେ ସଙ୍ଗେ ଜୀବନ ହରାଇ ଦେଲେ l

ରାଜ ବାଟିକୁ ଫେରି ଭର୍ତ୍ତୃହରି ଶୋକରେ ଅଧୀର ହୋଇପଡିଲେ l ମୁଣ୍ଡ କୋଡି କାନ୍ଦିଲେ l ନିଜ ବୁଦ୍ଧିରୁ ଏହା ଘଟିଥିବାରୁ ନିଜକୁ ଶତ ଧିକ୍ କାର କଲେ l ପାତ୍ର ମନ୍ତ୍ରୀ ମାନେ ଯେତେ ବୁଝାଇଲେ ମଧ୍ୟ କିଛି ଫଳ ହେଲାନାହିଁ l ଏହି ସମୟରେ ରାଜ ଉଆସରେ ପହଞ୍ଚିଲେ ମହାଯୋଗୀ ଗୋରଖନାଥ, ରାଜାଙ୍କ ବିକଳ ସହି ନପାରି ସେ ରାଣୀଙ୍କ ଚିତା ଉପରେ ମନ୍ତ୍ରପୂତ ଜଳ ସିଞ୍ଚିଦେଲେ l ଫଳରେ ଏକ ଇନ୍ଦ୍ରଜାଲ ସୃଷ୍ଟି ହେଲା l ଅବିକଳ ଫିଙ୍ଗଳାଙ୍କ ଭଳି ୨୫ ଜଣ ରୂପବତୀ ସ୍ତ୍ରୀ ଲୋକ ବାହାରି ଆସିଲେ ଚିତା ଭିତରୁ l ସେମାନେ ଆସି ରାଜାଙ୍କ ଆଗରେ ଠିଆ ହେଲେ l ରାଜାଙ୍କୁ ଏହା କିମିଆ ପରି ଲାଗିଲା l

ପ୍ରକୃତରାଣୀ କିଏ, ରାଜା ମୋତେ ଜାଣି ପାରିଲେ ନାହିଁ l ଯୋଗୀ ଗୋରଖ ନାଥଙ୍କ ପାଦତଳେ ପଡି ସେ ପ୍ରକୃତ ରାଣୀଙ୍କୁ ଚିହ୍ନାଇ ଦେବାକୁ ଅନୁରୋଧ କଲେ l ଗୋଟିକ ପରେ ଗୋଟିଏ ଫିଙ୍ଗଳା ଅପସରି ଯାଇ ଶେଷରେ ରହିଲେ ଜଣେ l ଯୋଗୀ କହିଲେ ‘’ ରାଜା ଏଇ ହେଉଛନ୍ତି ତୁମର ପ୍ରକୃତ ରାଣୀ l ‘’

ଗୋରଖନାଥଙ୍କର ଏ ଅଲୌକିକ ଶକ୍ତି ଦେଖି ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିଲେ ; କିନ୍ତୁ ଭର୍ତ୍ତୃହରିଙ୍କର ମୋହ ତୁଟିଗଲା l ସେ ଗୋରଖ ନାଥଙ୍କ ଶିଷ୍ୟତ୍ଵ ଗ୍ରହଣ କଲେ l


Rate this content
Log in

Similar oriya story from Children