Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ଟଙ୍କାର ମୂଲ୍ୟ

ଟଙ୍କାର ମୂଲ୍ୟ

2 mins
7.5K


ଟଙ୍କାର ମୂଲ୍ୟ

ହେମନ୍ତ କୁମାର ଛୋଟରାୟ

ବାପାଙ୍କ ଶୁଦ୍ଧିକ୍ରିୟା ଚାଲିଥାଏ । ବାପା ଥିଲେ ଆମ ଅଞ୍ଚଳର ବହୁ ପୁରାତନ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ଶିକ୍ଷାନୁଷ୍ଠାନଟି ପାଇଁ ସେ ବହୁ ତ୍ୟାଗ ସ୍ୱୀକାର କରିଛନ୍ତି । ତାଙ୍କ ଛାତ୍ରମାନଙ୍କ ମଧ୍ୟରୁ ଅନେକ ଆଇ.ଏ.ଏସ୍‌ , ଓ.ଏ.ଏସ୍‌ , ଇଞ୍ଜିନିୟର , ଡାକ୍ତର ଓ ଅଧ୍ୟାପକ ହୋଇଛନ୍ତି। ସମାଜସେବା କ୍ଷେତ୍ରରେ କିଛି ପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟ ତାଙ୍କର ଛାତ୍ର ଥିଲେ । ସେଥିପାଇଁ ଶୁଭେଚ୍ଛୁମାନେ ଆସି ମୋତେ ପ୍ରସ୍ତାବ ଦେଲେ , ଗୋଟିଏ ସ୍ମୃତି ସଭା ଆୟୋଜନ ଓ ସ୍ମରଣିକା ପ୍ରକାଶନ ସହ ଆମ ଅଞ୍ଚଳ ସାରା ଲୋକଙ୍କୁ ମହାପ୍ରସାଦ ସେବା ଦେବା ପାଇଁ । ସେମାନେ ଚାହୁଁଥିଲେ ଶୁଦ୍ଧିକ୍ରିୟାଟି ଅନ୍ୟ ସାଧାରଣ ବ୍ୟକ୍ତିର ଶୁଦ୍ଧିକ୍ରିୟାଠାରୁ ଉଚ୍ଚମାନର ହେଉ ।

ମାତ୍ର ମୋ ପତ୍ନୀ ମୋତେ ଗୋଡେଗୋଡେ ଜଗୁଥିଲେ । ସେ କହିଲେ , ‘‘ଶୁଣ ! ଏସବୁରେ ଜମା ମାତନାହିଁ। ବାପା ତ ଚାଲିଗେଲ , ସେ କ’ଣ ଆଉ ଫେରିବେ ? ଅଯଥା ଟଙ୍କାଗୁଡ଼ାଏ ପାଣିରେ ପଡ଼ିବ ସିନା ! ତା’ଛଡ଼ା ଏ ଗାଉଁଲି ଲୋକମାନେ କ’ଣ ବୁଝନ୍ତି ଟଙ୍କାର ମୂଲ୍ୟ ? କେତେ କଷ୍ଟରେ ରୋଜଗାର ହେଉଛି ଟଙ୍କା ? ଯେତିକି ଖର୍ଚ୍ଚ ହେବ ଏ କାମରେ , ସେତିକି ରୋଜଗାର କରିବାକୁ କେତେ ଯେ ସମୟ ଲାଗିବ - ସେକଥା ଏମାନେ କ’ଣ ଜାଣନ୍ତି ?’’

ଠିକ୍‌ ଛଅମାସ ପରେ ପତ୍ନୀଙ୍କ ବାପା ଚାଲିଗଲେ । ସେ ଥିଲେ ଗୋଟିଏ ରାଜନୈତିକ ଦଳର ସାଧାରଣ କର୍ମୀ । ୱାର୍ଡମେମ୍ବର ପାଇଁ ଥରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । କିଛି ପଦପଦବିର ଧାର ସେ ଧରି ନାହାନ୍ତି । ରାଜେନୖତିକ ଦଳର ପୋଷ୍ଟର ମାରି , ସ୍ଲୋଗାନ ଦେଇ , ବ୍ୟାନର୍‌ ଧରିଧରି ଜୀବନ ବିତେଇଛନ୍ତି ।

ମୁଁ ପତ୍ନୀଙ୍କ ସହ ଶୁଦ୍ଧିକ୍ରିୟାରେ ଯୋଗ ଦେଇଥାଏ । ସେ ମୋତେ ପାଖକୁ ଡାକି କହିଲେ , ‘‘ଶୁଣୁଛ ! ବାପାଙ୍କ ପାଇଁ ଗୋଟିଏ ସ୍ମରଣିକା ଛାପିଦିଅନ୍ତ ନାହିଁ। ବାପା ଆମର ଜଣେ ଜଣାଶୁଣା ନେତା ଥିଲେ । ବହୁତ ନେତା ତାଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି , ତାଙ୍କ ଭଳି ବ୍ୟକ୍ତି ଆଉ ମିଳିବେ ନାହିଁ । ସମସ୍ତଙ୍କଠାରୁ ଲେଖା ଆଣି ସ୍ମରଣିକାଟିଏ ପ୍ରକାଶ କେଲ କେମିତି ହୁଅନ୍ତା ! ସବୁଦିନ ପାଇଁ ବାପାଙ୍କ ସ୍ମୃତି ରହିପାରନ୍ତା । ଏଥିେର ଅବଶ୍ୟ ବେଶି ଟଙ୍କା ଖର୍ଚ୍ଚ ହେବ ନାହିଁ ; ମାତ୍ର କୋଡ଼ିଏରୁ ତିରିଶ ହଜାର ଭିତେର ଖର୍ଚ୍ଚ ହୋଇପାରେ । ଅଯଥାର ତ ଆମେ କେତେ କୁଆଡେ ଟଙ୍କା ଖର୍ଚ୍ଚ କରିଦେଉଛେ ! ’’


Rate this content
Log in