Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Subhakanta Sahu

Tragedy

3  

Subhakanta Sahu

Tragedy

ଝଡିପୋକ

ଝଡିପୋକ

4 mins
7.6K


ପରୀକ୍ଷାର ରିଜଲ୍ଟ ବାହାରି ଆସିଛି,ଏ ବର୍ଷ ଗ୍ରୀଷ୍ମର ପ୍ରକୋପ ଦେଖି କଲେଜ ବି ଆଗୁଆ ଛୁଟି ଡିକ୍ଲେର୍ ହୋଇଗଲା । ପିଲାମାନେ ଖୁସିରେ ଘରମୁହାଁ ହେଲେଣି। କଲଜେ୍ କମନ୍ ରୁମ୍‌ର ପଶ୍ଚିମ ଝରକାରେ ମୁହଁ ରଖି ସୁବାଷ ଆଖିରୁ ନିଗାଡୁଥିଲା ବୁନ୍ଦା ବୁନ୍ଦା ଲୁହ । ଅତି ଅନ୍ତରଙ୍ଗ ସହପାଠୀ ବନ୍ଧୁମାନେ ବି ବିଫଳ ହେଉଛନ୍ତି ତା’ର କାରଣ ଜାଣିବା ପାଇଁ । ଡାକରେ ଉଁ ନାହିଁ କି ଚୁଁ ନାହିଁ । ନିର୍ବାକ୍ ନିସ୍ପନ୍ଦ, ନୀରବରେ ଲୁହ ଗଢାଇବାକୁ ହୁଏତ ସେ ଶ୍ରେୟଷ୍କର ମଣିନେଇଛି । ପ୍ରତ୍ୟେକ ସାଙ୍ଗ ସମବେଦନା ଦେଖାଇ କହନ୍ତି, “ସୁବାଷ, ଏହି ବିଫଳତା ପାଇଁ ଭାଙ୍ଗି ପଡନା । ତୁ ତ ଜାଣି ଜାଣି ସବୁ ପେପର୍ ବେକ୍ କରିନୁ । ହୁଏତ ତୋର ବ୍ୟାଡ୍‌ଲକ୍ ଥିଲା । ଡୋଣ୍ଟ୍ ହାରାସ୍, ଟ୍ରାଏ ଏଗେନ୍ । ନେକ୍ସଷ୍ଟ୍ ଇୟର୍ କୁ ସବୁ ପେପର କ୍ଳିୟର କରି ଭଲ ପରସେଣ୍ଟେଜ୍ ରଖିବୁ ।” ଏ ସବୁ ସତେ ଯେମିତି ତା’ କାନ ପରଦାରେ ବାଜୁ ନଥିଲା । ତେଣୁ ମୁଁ ଭାବୁଥିଲି ତା’ ଦୁଃଖର କାରଣ ହୁଏତ ଅନ୍ୟ କିଛି ହୋଇପାରେ କିନ୍ତୁ ସନ୍ଦେହକୁ ମନ ଭିତରେ ରଖି ମୁଁ ମଧ୍ୟ ଏକା ପ୍ରକାର ସମବେଦନା ଜଣାଇ ଚାଲି ଆସିଲି । ତା’ର ଏ ପ୍ରକାର ଦୁଃଖ ମୋ ମନକୁ ମଧ୍ୟ ଗଭୀର ଆଲୋଡିତ କରିଥିଲା । ଗୋଟେ ଦୀର୍ଘ ଶ୍ୱାସ ଛାଡି ପକେଟ୍ରୁ ରୁମାଲ୍ ବାହାର କରି ମୁଁହ ପୋଛି ନୀରବରେ କଲେଜ୍ ଗେଟ୍ ପାର ହୋଇଗଲି ।

“ହେଲୋ ଚନ୍ଦନ!” ଡାକରେ ପଛକୁ ବୁଲି ଦେଖିଲି କସ୍ତୁରୀ ପଛରୁ ଆସୁଛି । ମୁଁ ଓଠରେ ଶୁଷ୍କ ହସଟିଏ ମାଖି କହିଲି, “ହାଏ!” “ଏକା ଏକା ଚାଲିବାକୁ ତମେ ବୋର୍ ଫିଲ୍ କରୁନ?” ସେ ପଚାରିଲା । ମୁଁ ନିରୁତ୍ତର ରହି ଟିକେ ହସିଲି । ସେ ପୁଣି କହିଲା, “ଯାହା ହେଉ ଲାଷ୍ଟ ଡେ ରେ ଏତକ ରାସ୍ତା ଅନ୍ତତଃ ଗପ କରି ଚାଲିଯିବା ।” ତଥାପି ମୁଁ ନିରୁତ୍ତର ଥିଲି । ”କେତେ ପରସେଣ୍ଟ୍ ଅଛି?” ସେ ପଚାରିଲା । ମୁଁ କହିଲି, “ସତସ୍ତୋରୀ”

-ଭଲ ପରସେଣ୍ଟ୍ ତ ଅଛି । ମନ କାହଁକି ଦୁଃଖ କରୁଛ?

-ନା... ନା... ସେମିତି ନୁହେଁ ଯେ ... ବିଚରା ସୁବାଷ, ହାୟ...!

-ଓଃ! ତାଙ୍କ ପାଇଁ ତମେ ଏମିତି ଇମୋଶନାଲ୍ ହୋଇ ପଡିଛ?

- କିନ୍ତୁ ମୁଁ ଭାବୁଛି କାରଣଟା ଅନ୍ୟ କିଛି ହୋଇ ପାରେ ।

- ଏକ୍ସଲେଣ୍ଟ୍ ଆଇଡିଆ । ଏମିତି ସମୟରେ କୌଣସି ସାଇକୋଲୋଜିଷ୍ଟ ମଧ୍ୟ ଏମିତି ଆଶଙ୍କା କରିପାରିବେନି ।

ସେ ମନ୍ଦ ମନ୍ଦ ହସୁଥିଲା ଆଉ ସୁବାଷ ବିଷୟରେ କିଛି କହିବାକୁ ମଧ୍ୟ ବ୍ୟଗ୍ର ଥିଲା । ମୁଁ କହିଲି,”ତା ମାନେ?” ଦମ୍‌କାଏ ହସି ସେ ମୋତେ ପଚାରିଲା,”ଚନ୍ଦନ!ତମେ କେବେ କାହାକୁ ଗଭୀର ଭାବେ ଭଲ ପାଇଛ?”ମୁଁ ଉତ୍କଣ୍ଠିତ ଭାବେ କହିଲି “ଲୁସି!” (ଡାକ ନାଁ)

“ଡୋଣ୍ଟ ଏଙ୍ଗ୍ରି ମାଇଁ ଫ୍ରେଣ୍ଡ । ମୁଁ ତୁମକୁ କହିବାକୁ ଚାହୁଁନି ଯେ ଆଇ ଲଭ୍ ୟୁ ,ପ୍ଳିଜ୍ ୟୁ ଲଭ୍ ମି । ଆମ ମଧ୍ୟରେ ଫ୍ରେଣ୍ଡସିପ୍ ଅଛି ଆଉ ଫର୍ ଏଭର୍ ରହିବ ।”

ମୋ ଭୁଲ୍ ବୁଝାମଣା ପାଇଁ ମୋତେ ଲାଜ ଲାଗିଲା । ସେ ତଥାପି ହସୁଥିଲା ।ମୁଁ ଆଶ୍ଚର୍ଯ୍ୟ ଭାବେ ତା ମୁଁହକୁ ଚାହିଁଥିଲି । ସେ ପୁଣି କହିଲା,”ମୁଁ କହିବାକୁ ଚାହେଁ ଯେ ତୁମେ ଯଦି କେବେ କାହାକୁ ହେର୍ଟଲିଃ ଲଭ୍ କରିଥାନ୍ତ ତାହାଲେ ସୁବାଷର ଦୁଃଖ ବୁଝି ପାରିଥାନ୍ତ ।”

-ମାନେ?

-ହଁ ସୁବାଷ ପୁଷ୍ପାକୁ ଅତି ନିବିଡ ଭାବେ ଭଲ ପାଉଥିଲା ଏକ ତରଫା ଭାବେ । କିନ୍ତୁ ପୁଷ୍ପା ଏଥିରେ ଶତ ପ୍ରତିଶତ ଏକମତ ନଥିଲା । ପୁଷ୍ପା ମନା କରି ନପାରିଲେ ମଧ୍ୟ ନିରୁତ୍ତର ରହୁଥିଲା । କେବଳ କହୁଥିଲା, “ଭଲ ପାଠ ପଢ ସୁବାଷ! ପରେ ଲଭ୍ କରିବ । ସର୍ଭିସ୍ ପାଇବା ଆଗରୁ ଏ ଲଭ୍ ଚକ୍କରରେ ପଡି ତୁମେ ନିଜ କ୍ୟାରିୟର୍ ସହ ଖେଳ ଖେଳନା” କିନ୍ତୁ ସୁବାଷ ପୁଷ୍ପା ପାଇଁ ଏକ ପ୍ରକାର ପାଗଳ ଥିଲା । ହୁଏତ ପୁଷ୍ପାକୁ ଦେଖିବା ଦିନୁ ସେ ତାରି ଚିନ୍ତା କରୁଥିଲା । ତେଣୁ ସେ ଇଣ୍ଟେର୍ ମିଡିଏଟ୍ ରେ ଜଷ୍ଟ ଫିପ୍ଟି ପର୍ସେଣ୍ଟ୍ ରଖି ପାସ୍ କରିଥିଲା । ଆଉ ଗ୍ରାଜୁଏଶନ୍ ରେ ସେ ତ ପାଠଠାରୁ ଶତ୍ରୁ ପରି ଦୂରେଇ ରହିଲା । ପୁଷ୍ପା କୁ ନଦେଖି ସେ ରହି ପାରୁନଥିଲା ହଲିଡେ ରେ ମଧ୍ୟ ଦିନକୁ ଦୁଇ ତିନି ଥର ବିଭିନ୍ନ ଆଳରେ ପୁଷ୍ପା ପାଖକୁ ହଷ୍ଟେଲ୍ କୁ ଆସୁଥିଲା । ଆଜି ବି ସବୁ ପେପର୍ ବ୍ୟାକ୍ ଅଛି ବୋଲି ଯାଣିବା ପରେ ମଧ୍ୟ ସେ ଦୁଃଖ କରିନଥିଲା । ବରଂ ପୁଷ୍ପାର ଡିଷ୍ଟିଙ୍କ୍‌ସନ୍ ଓ୍ବିଥ୍ ଫାଷ୍ଟ କ୍ଳାସ୍ ଜାଣି ସେ ତାକୁ କଙ୍ଗ୍ରାଚୁଲେସନ୍ ଜଣା ଇବାକୁ ଆଗ୍ରହର ସହିତ ଆସିଥିଲା । ହେଲେ ପୁଷ୍ପା ନଶୁଣିବା ପରି ଏଡେଇ ଯାଇଥିଲା । ସୁବାଷ ବ୍ୟାକୁଳ ଭାବେ କହୁଥିଲା, “ପ୍ଳିଜ୍ ପୁଷ୍ପା ଏହି ଶେଷ ଦିନରେ ମୋର ଗୋଟେ ଅନୁରୋଧ ରକ୍ଷା କରି ତମର ଫୋଟୋ ଟେ ଆଉ ପରମ୍ୟାନେଣ୍ଟ୍ ଆଡ୍ରେସ୍ ଟା ଦିଅ । ମୁଁ ଆଶ୍ୱସ୍ତି ହେବି ।”ପୁଷ୍ପା ଉତ୍‌କ୍ଷିପ୍ତ ହୋଇ କହିଲା, “ପ୍ଲିଜ୍ ଲେଟ୍ ମି ଅନ୍ ମାଇ ଓ୍ବେ । ଅନ୍ୟର ଆଡ୍ରେସ୍ ଆଉ ତା’ର ସ୍ଥିତି ଜାଣିବା ଅପେକ୍ଷା ପ୍ରଥମେ ନିଜର ସ୍ଥିତିକୁ ଦେଖ । ମୋର ଫୋଟ ଆଉ ଆଡ୍ରେସ୍ ମୁଁ ତୁମକୁ କାହିଁ କି ଦେବି?”ସୁବାଷ କହିଲା,”ହଉ ସେଇୟା ନହେଲା ନାଇଁ, ଶେଷ ଥର ପାଇଁ ମୋ ମୁଁହକୁ ଚାହିଁ ହସିଦିଅ ନା? ଥରେ ଖାଲି କୁହ ସୁବାଷ ମୁଁ ତୁମକୁ........”ସୁବାଷ କିଛି କହିବା ଆଗରୁ ପୁଷ୍ପା କହିଲା, “ଘୃଣା କରେ!”ଲୁସି ଚୁପ୍ ରହିଗଲା ।ମୋ ପାଟିରୁ ବାହାରି ଆସିଲା ଓଃ ମାଇଁ ଗଡ୍ ପ୍ଳିଜ୍ କାଇଣ୍ଡ ହିମ୍ । ଆମେ ବସ୍ ଷ୍ଟାଣ୍ଡରେ ପହଞ୍ଚିଯାଇଥିଲୁ । ହାତ ମିଳାଇ ପରଷ୍ପର ପରଷ୍ପରକୁ ବିଦାୟ ଜଣାଇ ବିପରୀତ ଦିଗରେ ଚାଲିରୁ ନିଜ ନିଜ ବସ୍ ଧରିବା ପାଇଁ । ଲୁସି କହିଥିବା କଥା ସବୁକୁ ମୁଁ ସ୍ମରଣ କରି ମୁଁ ଦୀର୍ଘ ଶ୍ୱାସ ପରେ ଦୀର୍ଘ ଶ୍ୱାସ ଛାଡୁଥିଲି । ଗାଁ ବସ୍‌ଷ୍ଟାଣ୍ଡ୍‌ରେ ଓହ୍ଲାଇ ମୁଁ ଘର ମୁହାଁ ହେଉଥାଏ ।ଏ ଭିତରେ ନିଦାଘର କାଳବୈଶାଖୀ ବେଶ୍ ଅସରାଏ ଦେଇ ଶାନ୍ତ ହୋଇଯାଇଥିଲା। ବୁଦା ମୁଳୁ ମାଟି ତଳୁ ଝଡିପୋକ ଗୁଡାକ ବାହାରି କିଛି ଉପରକୁ ଉଠୁଥିଲେ କିନ୍ତୁ ଅଳ୍ପ ଉଚ୍ଚକୁ ଉଠି ଅବଶ ହୋଇ ପକ୍ଷ ହରାଇ ତଳେ ପଡିଯାଉଥିଲେ ଆଉ କେତେକ ପକ୍ଷୀଙ୍କ ଉଦର ପୂରଣରେ ସହାୟକ ହେଉଥିଲେ । ସୁବାଷ କଥା ଭାବୁ ଭାବୁ ମୋ ପାଟିରୁ ବାହରି ପଡିଲା, “ବିଚରା! ଝଡିପୋକ ।”

ଶୁଭକାନ୍ତ ସାହୁ

ଠିକଣା- ଗୋପବନ୍ଧୁ ହାଇସ୍କୁଲ୍,

ପୋଲସରା, ଗଂଜାମ,

ପିନ୍-୭୬୧୧୦୫ ।

ମୋ-୯୮୬୧୭୩୨୨୫୬ ।

E-mail:sahusubhakanta@gmail.com


Rate this content
Log in

Similar oriya story from Tragedy