Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Paramita Mishra

Inspirational Others

3  

Paramita Mishra

Inspirational Others

ବୋହୂଚୋରି

ବୋହୂଚୋରି

14 mins
14.5K


ବାଃ ବାଃ, କି ପ୍ରସ୍ତାବ ଖଣ୍ଡେ ମିଳିଛି ଆଜ୍ଞା, ପାନ ଛେପ ଥୁକି କହି ହେଉଥିଲା ରାଧେ ଆଚାର୍ଯ୍ୟ । ଯେମିତି ଆପଣେ ଖୋଜୁଥିଲେ ହୋ ଠିକ୍ ହେମିତି। ବୁଝିଲେ ହୋ ଆଜ୍ଞା ଝିଅ ବମ୍ବେରେ ଚାକିରି କରୁଛି ।ବାପା ତାର ଚାକିରି ଅବସର ହୋଇ ଘରେ ରହିବି ମାସକୁ ମାସ 50 ପାଉଚି। ଆରେ ସରକାରୀରେ କି ଅଫିସର ଥେଲା ବୁଝିଲ ଆଉ ଝିଅ ମ, ପୁରା ଲକ୍ଷ୍ମୀ ମାଆ ତ ଆଉ ମାସକୁ ୨ଲକ୍ଷ ରୋଜଗାର କରୁଛି। ବିଶ୍ବମ୍ବର ସିଂଦେଓ ପିଇ ଜାଉଥିଲା ରାଧେର କଥା ସବୁ। ଛେପ ଢୁକି କହିଲା ଆଚାର୍ଯେ ଏମିତି ପ୍ରସ୍ତାବଟେ ତମେ ପାଇଲ କୋଉଠୁ। କାହିଁ ଆଗରୁ ତ କହି ନଥିଲ। ରାଧେ ଆଚାର୍ଯ୍ୟ ଯୋଗସୂତ୍ର. କମ୍ ପାଖରେ ସବୁ ପ୍ରକାର ପ୍ରସ୍ତାବ ମିଳିବ। ଆପଣ ଯେମିତି ଖୋଜୁଥିଲେ ସେମିତି ଆପଣଙ୍କୁ ଫିଟ କରେଇ ଦେଇଛି। ପୁରା ଭୁବନେଶୋର ରେ କାହାକୁ ଏ ଯାଏଁ ଜଣେଇନି ବୁଝିଲ। ଆହେ ଝିଅର ବାପାର ଇଚ୍ଛା ପୁଅ ଆମ ଓଡିଆ ହେବାର ଅଛି ସେମାନେ ତ ମାଟ୍ରିମୋନି ସାଇଟରେ ପକଉଥିଲା ହେଲେ ଫୁସୁଲେଇ କି ରୋକି ନେଲି ବୁଝିଲ ।ଆଉ ତମ ପୁଅ ର ଫୋଟ ଆଉ ବାଇଓ ତାଙ୍କର ପସନ୍ଦ ହୋଇଛି ବୁଝିଲ। ଆଜିକାଲି ଏମିତି ସର୍ବ ଗୁଣ ସମ୍ପୁର୍ଣ୍ଣ ଝିଅ ମିଳିବା ଯେ କେତେ ଯେ କଷ୍ଟ ଆପଣଙ୍କ ଠୁ ବେଶି କିଏ ଜାଣେ କହିଲେ।

ଏବେ କମିସନଟା...

ଆହେ ଶୁଣୁଚ ମିଠା ଆଣଟି ଆମ ଶିବୁନର ପ୍ରସ୍ତାବ ଠିକ୍ ହୋଇଗଲା ।ଖୁସିରେ କହି ଉଠିଲା ବିଶ୍ଵ ଭିତରୁ ମାଳତୀ ହାତରେ ମିଠା ଧରି ବଡ ଉତ୍ସାହର ସହ ଆସିଲେ ।କହିଲେ ଶିବୁନର ବାହାଘର ହୋଇଗଲା ମାନେ ମୁଁ ଗଂଗା ଗୋଧୋଇଲି ଜାଣ। ତାହେଲେ କେବେ ଯିବା ଝିଅ ଦେଖି।

ଆରେ ଭାଉଜ ଏଇ ପରା ଝିଅର ଫୋଟ। ସେମାନେ ଖାଲି ବାହାଘର ପାଇଁ ଏଇଠିକି ଆସିଛନ୍ତି ।ମାସେ ପନ୍ଦର ଦିନରେ ସବୁ କାମ ଛିଣ୍ଡେଇ ପୁଣି ଫେରିବେ ।ତମେମାନେ ଆଉ ଦେଖାଦେଖିରେ ସମୟ ବରବାଦ କରନି। ତମର ହଁ କହିଲେ ମୁଁ ସେପଟେ କଥା ଆଗକୁ ବଢେଇବି ।ଏମିତି ଝିଅ ଆଉ ମିଲିବନି ଯେ । କହିଲା ରାଧେ।

ଆରେ ଇଏ କେମିତି କଥା ଯେ କିଛି ନଜାଣି, ମାଳତୀ ଅଭିଯୋଗ କରୁଥିଲା, ଆରେ ରୁହ ମ ଆମର ହଁ ବୋଲି କହିଦିଅ ରାଧେ ମଝିରେ ପଶି ବିଶ୍ଵ ବାବୁ କହିଦେଲେ। ଆଉ ହଁ ଆମର ଯୌତୁକରେ କୌଣସି ଜିନିଷର ଆବଶ୍ୟକତା ନାହିଁ ବୋଲି କହିଦେବ। ବାକି ଆମ ଘର ବାବଦ ରେ ତ ସବୁ କହିବ ।ଆମ ଖାନଦା ଆମ ପ୍ରତିପତ୍ତି ଆଉ ଗୋଟେ ଦେଖାସାକ୍ଷାତ ଠିକ୍ କରାଓ ।ତୁମ ଟଙ୍କା ମିଳିଯିବ ହେଲା।

ଆଜ୍ଞା କହି ବିଦାୟ ନେଲେ ଖଣ୍ଡି।

ମାଳତୀ ଚିନ୍ତା ଦେଖି ବିଶ୍ଵ ବାବୁ ତାଙ୍କୁ କହିଲେ ଆରେ ଥରେ ବାହାଘର ହୋଇଯାଉ ଦେଖିବ ବୋହୂ ଆସିଗଲେ ସବୁ ଠିକ୍ ହୋଇଯିବ. ଏଇତ ରାଧେର ଫୋନ ଆସିଲାଣି,ହଁ କୁହ ରାଧେ କହି କହି ବାହାରକୁ ଚାଲିଗଲେ ବିଦ୍ୟା ବାବୁ. କିଛି ସମୟ ପରେ ହସ ହସ ମୁହଁରେ ଫେରିଆସି କହିଲେ ବୁଝିଲ କାଲିକି ମିଟିଙ୍ଗ ଛିଡିଲା କୋଉଠି ଜାଣିଛ ହୋଟେଲ ସି ଭିଉ.

ମାଳତୀ ତାଟକା ହୋଇ କହିଲେ ହଁ ଏତେ ବଡ଼ ହୋଟେଲ ରେ.

ଚାଲ ଆଉ କିଛି ଚିନ୍ତା କରନି. ସବୁ ଭଲ ହେବ. ଶିବୁ ଆସିଲେ ତାକୁ ଏଇ ଶୁଭ ଖବରଟା ଦେଇଦେବ ଆଉ ଝିଅର ଫଟୋଟା ଦେଖେଇ ଦେବ. ଝିଅର ନାଆଁଟା ହେଲା, ବନ୍ୟା...

କହିଦେଇ ଗଲେ ବିଶ୍ବମ୍ବର

ଶିବ ପ୍ରସାଦ ସିଂହଦେଓ। ଭୁବନେଶ୍ଵର ରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି. ଆଗରୁ ସେ ବିଶାଖା ପାଟଣା ରେ ଆଛାଖାସ଼ ଚାକିରିଟିଏ କରୁଥିଲେ ବର୍ତ୍ତମାନ ତାକୁ ଛାଡି ସେ ଏଠି ବାପା, ମାଆ ପାଖରେ ରୁହନ୍ତି. ବାପାର ତ ଅକଳନ୍ତରି ସମ୍ପତ୍ତି ଅଛି ତାକୁ କିଏ ଖାଇବ

ବାହାଘର ପାଇଁ ସେ ବି ଭାରି ଉତ୍ସୁକ. ଫୋଟ ଦେଖି ସେ ବି ହଁ ମାରିଲା. ଏବେ ବାକି ରହିଲା ମୁହାଁ ମୁହିଁ ଦେଖା ହେବା ଯାହା

ଠିକ୍ ସମୟରେ ହୋଟେଲ ରେ ସଭିଏଁ ଉପସ୍ଥିତ ରହିଲେ. ଝିଅ ମାନେ ବନ୍ୟା ଓ ତାର ବାପା ମଧୁସୂଦନ ଦେବ ରାୟ ହୋଟେଲ ପୂର୍ବରୁ ଅପେକ୍ଷା କରିଥିଲେ. ବନ୍ୟା ଏକା ଧାରାରେ ସୁନ୍ଦର ପାଠୋଈ ଓ ସଂସ୍କାରୀ ଦେଖି ବିଦ୍ୟାଧର ଓ ପରିବାର ସମସ୍ତେ ଭାରି ଖୁସି। ଶିବ ବନ୍ୟାର ରୁପରେ ଏକଦମ୍ ପାଗଳ।

କାର୍ତ୍ତିକର ପହିଲି ଗୁରୁବାରେ ନିର୍ବନ୍ଧ ଆଉ ଠିକ୍ ଦଶ ଦିନରେ ବାହାଘର। ସବୁ ଦିନ ବାର ଠିକ୍ କରାଗଲା।

ସବୁ ଠିକ୍ ଠାକ୍ ଚାଲିଥିଲା ବେଳେ ହଠାତ୍ ତା ଦିନେ ପରେ ଫୋନ ଆସିଲା ମଧୁ ବାବୁଙ୍କର ଯେ ସେ ଏ ପ୍ରସ୍ତାବ ବାବଦରେ ପୁଣି ଭାବିବାକୁ ଚାହୁଁଛନ୍ତି। ବିଶ୍ବମ୍ବର ବିଚଳିତ ହୋଇ ଉଠିଲେ ଏତେ କଷ୍ଟରେ ଏତେ ଭଲ ପ୍ରସ୍ତାବଟା ହାତରୁ ଚାଲିଯିବ। ମାଳତୀ ତ ଘର ପରିବାର ସାହି ପଡ଼ିଶା ସମସ୍ତଙ୍କୁ କହି ବୁଲୁଚି। ଲୋକ କଣ କହିବେ। ନାକରେ ଆଙ୍ଗୁଠି ଦେଇ ହସିବେ ସବୁ। ନା ନା ସେମିତି କେମିତି ହେବ। ସାଂଗେସାଂଗେ ବସିବା ଜାଗାରୁ ଉଠିଗଲେ ବିଶ୍ଵ ବାବୁ। ମାଳତୀ ଜଲଦି ଚାଲ କହି ମୁହାଁଇଲେ ମଧୁ ବାବୁଙ୍କ ପାଖକୁ।

ଝରକା ଫାଙ୍କ ରେ ମଧୁ ବାବୁ ଝାଙ୍କି ରହିଥିଲେ. ଫଟାଫଟ଼୍ ସେମାନଙ୍କୁ ଆସିବା ଦେଖି ଆସି ନିଜ ସ୍ଥାନ ବସିଗଲେ. ବନ୍ୟା ବୈଠକ ର ସାମ୍ନା ଘର କବାଟ ପଛରେ ନିଜକୁ ଲୁଚାଇ ନେଇଥିଲା. ଘରେ ଆଉ ଜଣେ ସଦସ୍ୟ ଦିଶୁଥିଲେ. ମୋହିନୀ ଖୁଡୀ. ଏକଦମ୍ ଅତ୍ୟାଧୁନିକ ସ୍ତ୍ରୀ. ଜନ୍ତ୍ର ଚାଳିତ ପରି ସମସ୍ତେ ନିଜ ନିଜ ଜାଗା ନେଇ ଯାଇଥିଲେ. ବିଶ୍ଵ ଓ ମାଳତୀ ଆସିବା ଦେଖି ମଧୁ କିଛି ନ ଜାଣିଲା ପରି ଆଶ୍ଚର୍ଯ୍ୟ ର ଭାବ ଦେଖାଇ ପଚାରିଲେ ଆରେ ଆପଣ ମାନେ! କିଛି ଖବର ନାହିଁ ଏମିତି ହଠାତ୍. ବସନ୍ତୁ ନା.

ବିଶ୍ଵ ଓ ମାଳତୀ ଦେବୀ ସୋଫା ଉପରେ ବସୁ ବସୁ ହିଁ ଆରମ୍ଭ କରିଦେଲେ,

“ଆଜ୍ଞା ଆମର ଗୋଟିଏ ବୋଲି ପୁଅ ଆମେ ବୁଢ଼ାବୁଢ଼ୀ ଅନ୍ତେ ସବୁ ସେ ହିଁ ଉପେଭାଗ କରିବ। କେଉଁଥିକି ଅଭାବ ନାହିଁ। ଆପଣ ଖାଲି ପ୍ରସ୍ତାବ ରେ ହଁ କହିଦେଲ, ବିବାହ ସାଂଗେସାଂଗେ କରିଦେବା। ଆପଣଙ୍କ ଝିଅ ଘରର ମାଲିକାଣୀ ହୋଇ ରହିବ। କୋଉଠି କି ଅଭାବ କରିବୁନି।

ମଧୁ ବାବୁ କହିଲେ ‘କ୍ଷମା କରିବେ ଆଜ୍ଞା ଆପଣଙ୍କ ପୁଅର ଉଚ୍ଚତା ଟିକେ କମ, ତେଣୁ ମୋ ଝିଅ ନାପସନ୍ଦ କରୁଛି।

ସେ ଚାହୁଁଚି ଅନ୍ତତଃ ଛଅ ଫୁଟ୍ ଉଚ୍ଚତା ଥିବା ଭଳିଆ ବର ଗୋଟେ। ନଥିଲେ ବି ଚଳିବ ହେଲେ ଅନ୍ତତଃ ପକ୍ଷେ ଘରେ ବଡ଼ କାର୍ ଟିଏ ଥିବ। ସକାଳୁ ସଞ୍ଜ ଘରେ ଖଟିବା ପାଇଁ ଚାକରବାକର ଥିବେ। '

ସେ ସବୁ ବ୍ୟବସ୍ଥା ବିବାହ ପୂର୍ବରୁ କରିଦେବୁ। ଆପଣ ଖାଲି ହଁ କୁହନ୍ତୁ ଦେଖନ୍ତୁ ବହୁ ଆଶା କରି

ଆସିଛୁ। ବାର ଦୁଆର ଶୁଣ୍ଢ ପିଣ୍ଡା ହେଲୁଣି , କୋଉଠି ବି ପ୍ରସ୍ତାବଟେ ହେଉନି ଆପଣ ଯଦି ଚାହାନ୍ତି ଆମେ ଅଗ୍ରୀମ କିଛି ଅର୍ଥ ଦେବା ବ୍ୟବସ୍ଥା ବି କରିଦେବୁ। ଆପଣ ଖାଲି ହଁ କୁହନ୍ତୁ। ”

ଆରେ ନାନା ସେ ଟଙ୍କା ର କିଛି ଆବଶ୍ୟକ ନାହିଁ।

ମଧୁ ବାବୁ ପୁଣି କହିଉଠିଲେ ଆରେ ଏସବୁ କଥା ତ ଚାଲିଥିବ ଆପଣ ପ୍ରଥମ ଥର ଆମ ଘରକୁ ଆସିଛନ୍ତି। ଏଇଟା ଆମ ଖାନଦାନି ଘର। ସହରରୁ ଟିକେ ଦୁରରେ ଅଛି। ମୋହିନି ଖୁଡି ହାତରେ କିଛି ପାଣି ଆଉ ଖାଇବା ନେଇ ଆସିଲେ। ତ ମଧୁ ବାବୁ ପରିଚୟ କରାଇ କହିଲେ ଏ ହେଉଛନ୍ତି ମୋ ଭାଇଙ୍କ ସ୍ତ୍ରୀ ମୋହିନୀ। ଭାଇ ର ଦେହାନ୍ତ ପରେ ସେ ଆମ ସହ ରୁହନ୍ତି। ବନ୍ୟା ବାହାରକୁ ଯାଇଛି। ଆପଣ ବସନ୍ତୁ ମୁଁ ଟିକେ ଆସୁଛି ଏତକ କହି ମଧ୍ୟ ଉଠିକି ବନ୍ୟା ଲୁଚିଥିବା ରୁମ ଆଡକୁ ପାଦ ବଢାଇଲେ। କବାଟ ଫାଙ୍କରେ ଏବେ ବି ବନ୍ୟା ଲୁଚି ରହିଚି. ମୁହଁରେ ଏକ ଛଳନାର ହସ ଆବୃତ ହୋଇ ରହିଥିଲା. ଆଖିରେ କିଛି ଗୋଟେ ଇସାରା ଆସିଲ ଆଉ ମଧୁ ବାବୁ ବାହାରକୁ ଆସି ବିଶ୍ଵ ଆଉ ମାଳତୀକୁ ସାନ୍ତ୍ଵନା ଦେଇ କହିଲେ ଆପଣ ସତରେ ଅତ୍ୟନ୍ତ ସଜ୍ଜନ ଲୋକ ଆଜ୍ଞା ମୋ ଝିଅ ର ବଡ ଭାଗ୍ୟ ସେ ଆପଣଙ୍କ ଘରକୁ ବୋହୂ ହୋଇ ଯିବ. ମୁଁ ପ୍ରତିଶୃତି ଦେଉଛି ଆପଣ ଚିନ୍ତା ମୁକ୍ତ ହୋଇ ଯାଆନ୍ତୁ।

ଆଚ୍ଛା ଯଦି କିଛି ଅସୁବିଧା ନଥାଏ ତେବେ ପୁଅ ଓ ଝିଅଙ୍କୁ ପରସ୍ପରକୁ ମିଶିବାର ସୁଯୋଗ ଦେଲେ କେମିତି ହୁଅନ୍ତା କହିଲେ ବିଦ୍ୟାଧର, କଥା ନ ସରୁଣୁ ମଧୁ ବିଚଳିତ ହୋଇ କହି ଉଠିଲେ ନା ନା ସେ କେମିତି ସମ୍ଭବ। କଥା ସମ୍ଭାଳିବାକୁ ଯାଇ ଖୁଡୀ ମୋହିନି କହିଉଠିଲେ ଭାଇ ଆମର ଟିକେ ସଂସ୍କାରି ତ। ଦେଖନ୍ତୁ ବନ୍ୟା ର ଫୋନ ନମ୍ବରଟା ନିଅନ୍ତୁ ଶିବଙ୍କୁ କହିବେ ଯାହା କଥା ହେବାର ଫୋନରେ ହୋଇଯିବେ।

ଆଛା କହି ବିଶ୍ବ ଓ ମାଳତୀ ପ୍ରସ୍ଥାନ ହେଲେ। ଗାଡି ରେ ବସୁବସୁ ମାଳତୀ ଟିକେ ଚିନ୍ତିତ ହୋଇ ପଚାରିଲେ, ହେଇଟି ଶୁଣୁଚ ଆଜି ମଧୁ ବାବୁଙ୍କ ମୁହଁ ଟିକେ ଅଲଗା ଲାଗୁଥିଲା। ଚୁଟି ସବୁ ଟିକେ ବେଶି କଳା ଲାଗୁ ନଥିଲା. ବିଦ୍ୟା ଆଖି ଦେଖେଇ କହିଲା ଦେଖୁଚି ତୁମ ନିୟତ କିଛି ଠିକ୍ ଲାଗୁନି. ତୁମ ସମୁଦି ସେ ବୁଝିଲ।

ଏ ଦୃଶ୍ୟରୁ ଆଉ କିଛି ବୁଝିବାକୁ ବାକି ରହିଲାନି ଯେ ମଧୁ, ବନ୍ୟା ଆଉ ମୋହିନୀ ଚରିତ୍ର ସବୁ ସମ୍ପୁର୍ଣ୍ଣ ଜାଲି. ଏକ ବହୁତ୍ ବଡ ଷଡଯନ୍ତ୍ରର ଯୋଜନା ଚାଲିଛି ଏଇଠି କିନ୍ତୁ କାହିଁକି??

ଏଠି ସମସ୍ତେ ଥିଲେ ଛଦ୍ମବେଶରେ।

ଶ୍ଵାସର ତୀବ୍ରତାକୁ ଚାପି ଧରିଥିବା ବନ୍ୟା କବାଟ ଫାକଂରୁ ବାହାରି ଆସି ରୋକି ରଖିଥିବା ଶ୍ଵାସ ସବୁ ବାୟୁମଣ୍ଡଳରୁ ଆହରଣ କରୁଥିଲା। ମୋହିନୀ ଜିନ୍ସ ଉପରେ ପିନ୍ଧି ଥିବା ଶାଢୀଟିକୁ କାଢି ନିଜ ଅସଲ ରୁପକୁ ଆସି ଯାଇଥିଲା ଓ ବାପା ରୁପି ମଧୁ ଓରଫ ମାଧବ ମୁଣ୍ଡର ଧଳା ରଙ୍ଗ ଗୁଡିକ ହଟାଇବାରେ ଲାଗିଥିଲା । ମୋହିନୀ କହିଲା ଆଜି ତୁମ ଚୁଟି ପାଇଁ ଆମେ ଧରା ପଡିଥାନ୍ତେ ସେ ବୁଢୀ ତୁମ ଚୁଟି ଗୁଡିକୁ ବଡ ନିରିଖେଇ କି ଦେଖୁଥିଲା । ଆଉ ସମସ୍ତେ ମିଶି ଏକ ସଫଳତା ହସ ହସି ଉଠିଲେ।

ମାଳତୀ ଓ ଶିବା, ବାହାଘରକୁ ନେଇ ଆଖିରୁ ସବୁ ନିଦ ହଜି ଯାଇଥିଲା ସେମାନଙ୍କର କିନ୍ତୁ ଏଇ ଦଶ, ପନ୍ଦରଟି ଦିନରେ ତାଙ୍କର ଯେ ଆହୁରି ବହୁତ କିଛି ହଜିବାର ଥିଲା ତାଙ୍କୁ ବା କି ଖବର!

ବନ୍ୟା ବେଶ୍ ଜାଣିଥିଲା ଆଜି ଶିବୁ ନିଶ୍ଚୟ ଫୋନ କରିବ ।ସେମାନେ ଆଗରୁ ପ୍ରସ୍ତୁତ ଥିଲେ। ମୋହିନୀ ଓ ବନ୍ୟା ବେଶ୍ ଚପଳତାର ସହ ତା ସହ କଥା ହେଉଥିଲେ । ଯେମିତି ତାକୁ ଟିକେ ବି ସଂଦେହ ନହେଉ। କିଛି ସମୟ ପରେ ମାଧବ ବନାମ ମଧୁ ଜାଣିଶୁଣି ପାଟି କରି କହିଲା, ଶୋଇଲଣି କି ନାହିଁ। ଓ ବନ୍ୟା ସେ ବାହାନାରେ ଫୋନକୁ ରଖିଦେଲା ।ଶିବା କିନ୍ତୁ ବନ୍ୟାର ସ୍ଵପ୍ନରେ ହଜିଗଲା।

ମାଧବ ବନ୍ୟା ଉପରେ ଟିକେ ବିରକ୍ତ ହୋଇ କହିଲା, ଆମର ଏତେ କଥା ହେବା କିଛି ଆବଶ୍ୟକ ନାହିଁ ଆଉ ଗଣି ଗଣି ପନ୍ଦର ଦିନ ରହିଲା। ଯେତେ ଶୀଘ୍ର ହେବ ଆମର ଲକ୍ଷ୍ୟ ପୂରଣ କରି ଆମକୁ ଏଠୁ ବାହାରିବାକୁ ପଡିବ। ତାଠୁ ଅଧିକ ଆଉ କିଛି ନାହିଁ। ମୋହିନି ଟିକେ ମଜା କିଆ ଅନ୍ଦାଜରେ କହିଲା କୋଉଠି କିଛି ଜଳୁଛି. ଆଉ ବନ୍ୟାର ମୁହଁରେ ଟିକେ ଗୋଲାପି ହୋଇ ଉଠିଲା।

ବନ୍ୟା କହିଲା, ମୌସୁମୀ ରୁ ବନ୍ୟା ହେବା ମୋର ଆବଶ୍ୟକତା ନୁହଁ ମୋର ବିବଷତା. ତୁମେ ତ ଜାଣିଛ ମୋହିନୀ ଦି, ମୋହିନୀ କହିଲା ଦେଖ ସେସବୁ କଥା ଛାଡ଼ ଏବେ ଆଗକୁ କଣ ଯୋଜନା ତା ଉପରେ ଧ୍ୟାନ ଦିଅ.। ହାତରେ ସମୟ କମ ଆଉ ଲକ୍ଷ୍ୟ ବହୁତ୍ ବଡ।

କାଲି କଣ କରିବା ସେକଥା କୁହ.

ମାଧବ ଚେତନାକୁ ଆସି କହି ଉଠିଲା, ଶୁଣ ତାହେଲେ, ଓ ପରସ୍ପର ମଧ୍ୟରେ ନିଜର ଯୋଜନା ଉପରେ କଥା ହେବା ଆରମ୍ଭ କଲେ.

ରାଧେ ଯାଇ ଶିବା ଘରେ ବାହାଘରର ଦିନ ଓ କିଣାକିଣି ବିଷୟରେ କହିଦେଇ ଆସିଲା. ମଧୁ ବାବୁ ଝିଅ ବନ୍ୟା ବାହାଘର କିଣାକିଣି ପାଇଁ ବାହାରିଲେ ସହରର ସବୁଠୁ ବଡ଼ ଅଳଙ୍କାର ଦୋକାନରେ ଥାଇ ଶିବୁ ପାଖକୁ ଫୋନ କଲେ ଯେ ସେ ଶିବ ପାଇଁ ତଥା ତା ମାଆ ଆଉ ବନ୍ୟା ପାଇଁ ସୁନା ଗହଣା କିଣିବେ ତେଣୁ ଶିବା ବି ସେଠିକୁ ଆସିବ. ଅଳଙ୍କାରର ନାଆଁ ଶୁଣି ଶିବୁ ସାଙ୍ଗେ ସାଙ୍ଗେ ସେଠି ହାଜିର ହେବାକୁ ପ୍ରସ୍ତୁତ ହୋଇଗଲା କିନ୍ତୁ ଶିବ ରାସ୍ତାରେ କିଛି କାରଣରୁ ଫଶି ଯିବାରୁ ବହୁତ୍ ଡେରି ହୋଇ ଗଲା ସେ ପହଞ୍ଚିଲା ବେଳକୁ କିଣା ସରିଯାଇଛି. ସେଠୁ ସମସ୍ତେ ଫେରିଯାଇଥିଲେ।

ତାପରେ ଲୁଗାପଟା କିଣା ହେଲା ସେଠି ବି ବିଶ୍ବକୁ ଡକାଗଲା. ମୋହିନୀ ଓ ବନ୍ୟାର କ୍ରେଡିଟ୍ କାର୍ଡଟା କାମ କରୁ ନଥିଲା. ଓ ମଧୁ ଆସି ପାରିଲାନି. ବୋହୂ କଣ ସବୁ କପଡ଼ା କିଣିଛି ସେସବୁ ନଦେଖି ଶ୍ୱଶୁର ଏଇଟା ଦେଖୁଥିଲେ ଯେ ପାଖାପାଖି ଲକ୍ଷେ ଟଙ୍କାର ଲୁଗାପଟା ଆଉ ସମୁଦି ପଇସା ବାଲା ବଳେ ଟଙ୍କା ଫେରି ଆସିବ ପୁଣି ସୁଧ ସଙ୍ଗେ ବୋଲି ଭାବି ଆଗୁଆ ହୋଇ ସବୁ ତକ ଟଙ୍କା ହାତାହାତି ପୈଠ କରିଦେଲା ବିଶ୍ବମ୍ବର। . କଥା ସେତିକିରେ ସରିନି ବନ୍ୟା ର ବରାଦ ଅନୁସାରେ ବିଦ୍ୟା ଧର ଘରେ ଦୁଇ ଦୁଇଟା ଚାକର ଲଗେଇ ଦେଲା ଘରେ। ପୁଣି ବୋହୂ ପସନ୍ଦ ର ଗାଡି ପାଇଁ ଆଗୁଆ ଟଙ୍କା ବି ଦେଇ ଦେଲା. ଏମିତିକି କୋଉ ଗାଡି ଆସିବ କାହାକୁ ଜଣା ନଥିଲା. ମାଳତୀକୁ ଏସବୁ ଟିକେ ଅଡୁଆ ଲାଗୁଥିଲେ ବି ସେ ପୁଅର ଖୁସିରେ ବାଧା ହେବାକୁ ଚାହୁଁ ନଥିଲା...ସବୁ ଯୋଜନା ଅନୁସାରେ ଚାଲିଥିଲା କିନ୍ତୁ ଗୋଟିଏ ବଡ ଯୋଜନା ଏବେ ବି ବାକି ଥିଲା. ବନ୍ୟା ଯେମିତି ରାଣ ଖାଇଛି ବିଶ୍ବମ୍ବରର ପରିବାରକୁ ତଳିତଳାନ୍ତ କରି ଦେବାକୁ।

ଶିବକୁ ନିଜ କିଛି କଥା ବାହାନାରେ ଘରକୁ ଡାକି ଆଣିଥିଲେ ବନ୍ୟା କିନ୍ତୁ ସେ ନିଜେ ହିଁ ଘରେ ନଥିଲା.। ଘରେ ମୋହିନୀ ଏକା ଥିଲା ବେଳେ ଶିବ ନଜାଣି ମୋହିନୀ ପଛ ପଟୁ ବନ୍ୟା ଭାବି ଧରି ନେଇଥିଲା. ଏବଂ ଠିକ୍ ସମୟରେ ବାପା ମଧୁ ଆସି ଖୁବ୍ ଗର୍ଜନ କଲା. ବାହାଘର ଭାଙ୍ଗିଲା ବୋଲି ନିଷ୍ପତ୍ତି ଶୁଣାଇ ଦେଲେ. ବନ୍ୟାର କାନ୍ଦି କାନ୍ଦି ଅବସ୍ଥା ଖରାପ. ପୁଣି ବିଦ୍ୟାଧର ଆସି ପୁଅର ଭୁଲ ପାଇଁ କ୍ଷମା ମାଗିଲେ. ବନ୍ୟା ବି କେତେ ନେହୁରା ହେଲା କିନ୍ତୁ ମଧୁବାବୁ ମାନିବାକୁ ନାରାଜ୍. ଶେଷକୁ ଗୋଟିଏ ସର୍ତ୍ତରେ ସେ ରାଜି ହେଲେ। କବାଟ ବନ୍ଦ କରି ବିଶ୍ଵ ଓ ମଧୁ ଏକାନ୍ତରେ କଥା ହେଲେ। ବାହାଘର ପୂର୍ବରୁ ବିଶ୍ବମ୍ବର ତାର ସମସ୍ତ ସମ୍ପତ୍ତି ବନ୍ୟା ନାଆରେ ଲେଖିଦେବ ।ଏବଂ ବାହାଘର ଆଗ ଦିନ ନିଜେ ଯାଇ କୋର୍ଟ ରେ ଗୋଟିଏ କାଗଜ ଜମା କରେଇ ଦେବେ। ଏସବୁ କଥା କେବଳ ମଧୁ ଓ ବିଶ୍ଵ ମଝିରେ କଥା। ମଧୁ କହିଲା ଦେଖ ସମୁଦି ତୁମର ଗୋଟିଏ ବୋଲି ବୋହୂ ତୁମ ପରେ ସବୁ ସମ୍ପତ୍ତି ତ ତାର ତ ଏବେ କରିବାରେ ଅସୁବିଧା କଣ. ମୁଁ କୋଉ ଭରସାରେ ମୋ ସୁନା ଝିଅର ହାତ ତୁମର ଏମିତି ପୁଅ ହାତରେ ଟେକିଦେବି କୁହନ୍ତୁ। ଆପଣ ଯଦି ମୋ ସର୍ତରେ ରାଜି ତେବେ କଥା ଆଗକୁ ବଢିବ ନହେଲେ...

ବିଶ୍ଵ କଣ ଟିକେ ବିଚାର କଲା ପରେ କହିଲା ନା ଆଜ୍ଞା ଆପଣ ଠିକ୍ କହୁଛନ୍ତି ମୁଁ ଆପଣଙ୍କ ପ୍ରସ୍ତାବରେ ରାଜି. ମୋ ପୁଅର ଏତଦ୍ ବ୍ୟବହାର ପାଇଁ ମୁଁ କ୍ଷମା ମାଗୁଛି. ଆପଣ ବାହାଘର ପାଇଁ ପ୍ରସ୍ତୁତ ହୁଅନ୍ତୁ. ମୁଁ ଆଜି ଆମ ଓକିଲ କୁ ଡାକି ସବୁ ସମ୍ପତ୍ତି ବନ୍ୟା ନାଆରେ ପକଉଛି. ଏତକ କହି ବାପ ପୁଅ ଦୁହେଁ ସେଠୁ ବିଦା ହେଲେ. ମୋହିନୀ ସଫଳତା ପାଇ ଖୁବ୍ ଖୁସି ହୋଇ କହିଉଠିଲା ଆମେ ତାହେଲେ ଜିତିଗଲୁ ।ବୋହୂ ଚୋରି ସଫଳତାର ସହ ପୁରା ହେଲା। କିନ୍ତୁ ବନ୍ୟା କହିଲା ନା ଯେ ପର୍ଯ୍ୟନ୍ତ କାଗଜ ଆମ ହାତକୁ ଆସିନି ସେ ପର୍ଯ୍ୟନ୍ତ କିଛି ନିର୍ଣ୍ଣୟ ନେବା ଠିକ୍ ହେବନି।

ପୁଣି ଆଉ ଏକ ସଫଳ ପାଦ ଆଗକୁ ବଢାଇଲେ ଏ ତିନିଜଣ. ଅଳ୍ପ ଦିନରେ ମୌସୁମୀ ଯେ ବନ୍ୟା ହୋଇ ତାକୁ ସର୍ବସ୍ବାନ୍ତ କରିଦେବ ଏ କଥା ବିଦ୍ୟାଧର ଓ ତା ପରିବାର ସମ୍ପୂର୍ଣ୍ଣ ଅଗୋଚର...

ଯୋଜନା ପୁଣି ଆଗକୁ ବଢିଲା. ଏଥର ରହିଲା ସବୁଠୁ ବଡ଼ କାମ. ବିଶ୍ବମ୍ବରର ନାକ ତଳୁ ତା ନିଶକୁ ଉପାଡି ନେଲା ଭଳି କାମ. ଏବେ ବି ବିଦ୍ୟାଧର ପାଖରେ ଏତିକି ସାହସ ଅଛି ଯେ ସେ ସମ୍ପତ୍ତି ସବୁ ପୁଣି କମେଇ ପାରିବ. କିନ୍ତୁ ବନ୍ୟା ବନାମ ମୌସୁମୀ ଚାହେଁନି ଶିବ, ବିଶ୍ବମ୍ବର ଓ ମାଳତୀ ପୁଣି ଏହି ସମାଜରେ ଆଖି ଉଠେଇ ବଞ୍ଚନ୍ତୁ. ତେଣୁ ଆଉ ବାକି ରହିଲା ସେହି ଶେଷ ଅସ୍ତ୍ର. ବନ୍ୟା ର କହିବା ଅନୁସାରେ ବିଶ୍ବମ୍ବରର ଓକିଲ ସମ୍ପତ୍ତି କାଗଜ ଖଣ୍ଡେ କୋର୍ଟ ରେ ଜମା କରିନେଲେ. ଏପଟେ ରାତିରେ ବନ୍ୟା ଓ ଅନ୍ୟମାନେ ନିଜର ବ୍ୟାଗ୍ ପ୍ରସ୍ତୁତ କଲେ ଭୁବନେଶ୍ଵରରୁ ସିଧା ମୁମ୍ବାଇ ପାଇଁ। .ବୋହୁଚୋରୀ କାର୍ଯ୍ୟର ପରିସମାପ୍ତି ଘଟାଇଲା।

ରାତି ପାହିଲେ ବାହାଘର. ଶିବ ଘରେ ଖୁବ୍ ଜୋରସୋରରେ ପ୍ରସ୍ତୁତି ଚାଲିଛି. ସକାଳ ହେଲା ବର ଯାଇ ବାହାରେ ଠିଆ ହୋଇଛି. ବରଯାତ୍ରୀ ଯାଇ ମଣ୍ଡପ ରେ ପହଁଚି ଗଲେଣି କିନ୍ତୁ କନ୍ୟା ଆଉ ଆସିଲାନି। ବହୁତ ବେଳ ଅପେକ୍ଷା ପରେ କେହି ଯାଇ ତାଙ୍କ ଘର ଆଡ଼େ ଦେଖି ଆସିଲେ. ସେଠି ତାଲା. ଆଉ ବୁଝିବାକୁ ବାକି ରହିଲାନି ଯେ କନ୍ୟା ଆଉ ନାହିଁ. ଠକେଇ ହୋଇଛି ଖୁବ ବଡ଼.ମାଳତୀ ଆଉ କାହାକୁ କଣ କହିବ ମୁଣ୍ଡରେ ହାତ ଦେଇ କଣେ ବସି ଯାଇଚି. ବିଦ୍ୟାଧରକୁ ହୃଦଘାତ ମାରିଛି କାରଣ କେବଳ ସେ ହିଁ ଜାଣିଛି ଯେ ତାର ସବୁ ସମ୍ପତ୍ତି ଯାଇଛି. ଆଉ ଶିବ ର ସବୁ ସ୍ଵପ୍ନ ଭାଙ୍ଗି ଯାଇଚି. କିନ୍ତୁ ଏତିକିରେ ସରି ନଥିଲା ଅଫିସ ରୁ ଫୋନ୍ ଆସିଲା ତା ଚାକିରି ଗଲା. ତା ଲାପଟପରୁ ଅଫିସର କିଛି ଗୁରୁତ୍ଵପୂର୍ଣ୍ଣ ଡକୁମେଣ୍ଟ ଚୋରି ହୋଇଛି। ଆଉ ସେସବୁ ସେ କାହାକୁ ବିକି ଥିବାର ତଥ୍ସେ୍ୟ ବି ମିଳିଛି ସେଥିପାଇଁ ତାକୁ ଜେଲ ଦଣ୍ଡ ବି ମିଳିପାରେ. ଏପଟେ ବାପା ମେଡିକାଲ ରେ ସେପଟେ ପୁଅ ଜେଲରେ...

ବନ୍ୟା ନାଆଁରେ ପୋଲିସରେ ଏତଲା ଦିଆ ଯାଇଚି . ପୋଲିସ କହୁଚି ସେ ଏ ବିଷୟରେ ଖୋଜ୍ ତାଡ଼ କରିବ. ମାଳତୀ ମୁଣ୍ଡ ପିଟି ପିଟି କାନ୍ଦୁଚି. କେତେକଣ କାଟ ବାଛ କରି ଗାଳି କରୁଛି ବନ୍ୟା ଓରଫ ମୌସୁମୀ କୁ... କିନ୍ତୁ ବନ୍ୟା ଓଃ କ୍ଷମା କରିବେ ମୌସୁମୀ ତାର କଣ ହେଲା...

ମୌସୁମୀ ଓ ତାର ସାଥୀ ମାନେ ସଫଳତା ର ସହ ନିଜର କାର୍ଯ୍ୟ କରି ସାରିଥିଲେ. ଏବଂ ନିଜ କ୍ଷେତ୍ର ମୁମ୍ବାଇ ରେ ଥିଲେ ବର୍ତ୍ତମାନ. ତେବେ ପ୍ରଶ୍ନ ଉଠୁଛି ଏମାନେ କିଏ?କଣ ଏମାନେ ଚୋର? ନା ଏମାନଙ୍କ ଅଭିପ୍ରାୟ ଆଉ କିଛି?

ଅସଲରେ ମୌସୁମୀ , ମାଧବ ଓ ମୋହିନୀ ଅଲଗା ଅଲଗା ଜାଗାରୁ କାମ କରୁଥିବା ବେସରକାରୀ କର୍ମଚାରୀ. ତେବେ ଏମାନେ ଏକାଠି କେମିତି ହେଲେ? ଏକ ସ୍ଵଂ ସେବା ସଂସ୍ଥା ରେ ତିନିହେଁ ଏକାଠି ହୋଇଥିଲେ. ଚାକିରି ଛଡ଼ା ଏମାନେ ସମାଜ ସେବା କରନ୍ତି. ତେବେ ଭାବିବାର କଥା ହେଉଛି ଯେ ଏ କି ସାମାଜ ସେବା. କଣ ଚୋରି କରି! ଏଠି କଥା କିଛି ଅଲଗା.

ଏବେ ବି ମୌସୁମୀର ମନ ଟିକେ ଉଦାସ ଥିଲା. ସାଇ କରୁଣା ସେବା ସଂସ୍ଥାନ ଯୋଉଠି ସେମାନେ କାମ କରନ୍ତି ସେଇଠି ସେହି ଅନାଥ ପିଲା ମାନଙ୍କ ଭିତରେ କିଛି ସମୟ ବିତାଇବାକୁ ଭାରି ଭଲ ଲାଗେ ତାକୁ. ମନର ବୋଝ କୁ ହାଲକା କରିବାକୁ ସାଇ ବାବାଙ୍କ ଚରଣରେ ବସି ଯାଇଛି ସେ. ମାଧବ ବେଶ୍ ବୁଝେ ତାକୁ. ମାଧବ ପଚାରିଲା କଣ ହୋଇଛି କାହିଁକି ଏତେ ଉଦାସ ଅଛ, ମୌସୁମୀ କହିଲା ପୋଲିସକୁ ଆମ ବିରୋଧ ରେ ତଥ୍ଯ ମିଳି ଯିବ, ଦିନେ ନା ଦିନେ ଆମ ପାଖେ ପହଞ୍ଚି ଯିବ । ମାଧବ ଭରସା ଦେଇ କହିଲା ନା ମୌସୁମୀ ମୁଁ ଆଗରୁ ସବୁ ବ୍ୟବସ୍ଥା କରି ଦେଇଛି. ରାଧେ ଯୋଗସୂତ୍ରର ଧୋକା ଧାଡ଼ି ପାଇଁ ଗିରଫ ହୋଇଛି.। ଆମ ନାଆକୁ କେହି ଚିହ୍ନି ପାରି ନାହାନ୍ତି. ଆମ ଛଦ୍ମବେଶ ଓ ଛଦ୍ମ ନାମ ବେଶ୍ କାମ କରିଛି।

ବିଦ୍ୟାଧର ଯୋଉ ଗାଡି କିଣିଥିଲା ତମ ପାଇଁ, ସେ ତ ଜାଣି ବି ନାହିଁ ଯେ ସେଥିରେ ଆମ୍ବୁଲାନ୍ସ କିଣା ହୋଇଛି ।ତାର କିଛି ପ୍ରମାଣ ନାହିଁ। କାଗଜରେ ନିଜେ ବିଦ୍ୟାଧର ସାଇନ୍ କରି ତାକୁ ପାଖର ଜରାଶ୍ରମକୁ ଦାନ କରିଛି ବୋଲି ଜଣାପଡିଛି।

ସୁନା ଦୋକାନ କୁ ଶିବା କୁ ଡକେଇ ତା ପଛରେ ମୋହିନୀ ତା ଲାପଟପରୁ ସବୁ ତଥ୍ୟ ବାହାର କରିଥିଲା ।ଆଉ ସେଦିନ ମୋହିନୀ ହିଁ ବେଶ ବଦଳେଇ ତା ସହ ଜାଣିଶୁଣି ସମୟ ଅତିବାହିତ କରି ବିଳମ୍ବ କରିଥିଲା.।ସେଦିନ ହିଁ ସେ ସମୟ ପୂର୍ବରୂ ଅଫିସରୁ ବାହାରି ଆସିଥିଲା। କାହିଁକି, ତାର କୌଣସି ପ୍ରମାଣ ନାହିଁ। ପୋଲିସ୍ ତା କଥାକୁ ସତ ମାନୁନି। କାରଣ ସେ ଆସିବା ଆଗରୁ ଆମେ ସେ ଜାଗାରୁ ଚାଲିଆସି ଥିଲେ।

ଲୁଗା ଦୋକାନର ଯୋଉ କପଡା କିଣା ହୋଇଛି ସେସବୁ ତ ଅନାଥ ଆଶ୍ରମରେ ନିଜେ ଦାନବୀର ବିଦ୍ୟାଧର ହିଁ ଦାନ କରିଛନ୍ତି। ପୁରା ଲକ୍ଷେ ଟଙ୍କାର ଲୁଗାପଟା ।

ଆଉ ସବୁଠୁ ବଡ ଓ ମୂଳ କଥା ହେଲା ବିଶ୍ବମ୍ବରର ସମ୍ପତ୍ତି, ତ ସେ ସବୁ ତାର ଠିକ୍ ସ୍ଥାନରେ ପହଂଚି ଯାଇଛି ଯେମିତି ତୁମେ ଚାହିଁଥିଲ ବନ୍ୟାକୁ ନ୍ୟାୟ ମିଳିଲା.।

ମିଶନ ବୋହୂଚୋରି ସଫଳ ହେଲା।

ଆଶ୍ଚର୍ଯ୍ୟ ହୋଇ ଚାହିଁଲା ମୌସୁମୀ, ମାଧବ ଆଡକୁ, ଆଉ ପଚାରିଲା ତୁମେ ତାହେଲେ?

ହଁ ମୌସୁମୀ ସବୁ ଜାଣେ ମୁଁ କିନ୍ତୁ ସତରେ ତୁମ ମୁହଁ ରୁ ଥରେ ଶୁଣିବାକୁ ଚାହେଁ. ଏମିତି କଣ ହୋଇଥିଲା ଯେ ମୌସୁମୀ ରୂପୀ ଶାନ୍ତ ସରଳ ପାଣି ର ଧାରା ଏତେ ଭୟଙ୍କର ବନ୍ୟା ରୂପ କାହିଁକି?

ମୌସୁମୀ ଦୀର୍ଘ ଶ୍ଵାସ ନେଇ କହିଲା ମୋ ଜୀବନର ଲକ୍ଷ୍ୟ ଏଇଆ ଯେ ମୁଁ ଶେଷ ଯାଏଁ ସମାଜ ସେବା ରେ ନିଜକୁ ଲଗାଇ ରଖିବି. କଲେଜ ରେ ବି ଆମେ ବହୁତ୍ କ୍ୟାମ୍ପରେ ଯାଉ. ଗରିବ, ଅଭାବୀ ଲୋକ ମାନଙ୍କ କାମରେ ଲାଗିଲେ ବହୁତ୍ ଶାନ୍ତି ଲାଗେ. ଏ ବି ସେମିତି ଗୋଟେ ପ୍ରୋଜେକ୍ଟ ଥିଲା ମୋ ପାଇଁ. ତୁମକୁ ବହୁତ୍ ଧନ୍ୟବଦ୍ ମାଧବ ବିନା କୌଣସି ପ୍ରଶ୍ନରେ ତୁମେ ମୋର ସାଥୀ ଦେଲ. ଆଉ ମୋହିନୀ ଦି’ର ମଧ୍ୟ ମୁଁ ଆଭାର.ଅସଲରେ ବନ୍ୟା ହେଉଛି ବିଦ୍ୟାଧର ଓ ମାଳତୀର ନାତୁଣୀ. ଯାହାକୁ କି ସେମାନେ ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ନାରାଜ୍. ଶିବା ହାଇଦ୍ରାବାଦରେ ଇଞ୍ଜିନିୟରିଂ ରେ ପାଠ ପଢୁଥିଲା. ସେତେବେଳେ ସେଠି ଆଉ ଗୋଟେ ଝିଅ ବି ପଢୁଥିଲା ଶାନ୍ତି. ମୁଁ ଗୋଟିଏ ସମାଜ ସେବା ଉପରେ ଗୋଟିଏ କୋର୍ସ କରୁଥିଲି. ମୁଁ ଓ ଶାନ୍ତି ଗୋଟିଏ ରୁମ୍ ରେ ରହୁଥିଲୁ. ଭାରି ଭଲ ଝିଅଟେ ଶାନ୍ତି. ବହୁତ୍ ଗରିବ ଘରୁ ଥିଲେ ବି ବହୁତ୍ ବଡ ସ୍ଵପ୍ନ ଥିଲା ତାର. ଶିବୁ ଆଉ ଶାନ୍ତି ପରସ୍ପରକୁ ଭଲ ପାଉଥିଲେ। ଏବଂ ଶାନ୍ତି ଏଇ ସମ୍ପର୍କକୁ ନେଇ ବହୁତ ଖୁସି ଥିଲା। କିନ୍ତୁ ଶିବ ମନରେ ଭଲପାଇବାର ମାନେ କିଛି ଅଲଗା ଥିଲା। ମୋର କୋର୍ଷ କିଛି ଦିନ ପରେ ସରିଗଲା। କିନ୍ତୁ ଶାନ୍ତି ଓ ମୋର ବନ୍ଧୁତା ବହୁତ୍ ଭଲ ହୋଇଯାଇଥିଲା. ଆମେ ସବୁ କଥା ହେଉ ପରସ୍ପର ସହ. ସେଠୁ ଆସିବା ଆଗରୁ ମୁଁ ଶାନ୍ତି କୁ ଶିବ ର ମନ୍ଦ ଉଦ୍ଦେଶ୍ୟ ବିଷୟରେ କହି ଆସିଥିଲି. କିନ୍ତୁ ବୋଧେ ପ୍ରେମ ଅନ୍ଧ ହୋଇଥାଏ ତେଣୁ ସେ ମୋ କଥା କୁ ଗୁରୁତ୍ଵ ଦେଇ ନଥିଲା. କିଛି ଦିନ ପରେ ମୁଁ ମୁମ୍ବାଇ ଆସି ଗଲି କିନ୍ତୁ ଆମେ ଫୋନ ରେ ସବୁ ଦିନ କଥା ହେଉଥିଲୁ. ସେଦିନ ସେ ବହୁତ୍ ଖୁସି ଥିଲା. କହୁଥିଲା ଆଜି ଶିବ ତା ଘରେ ତାଙ୍କ ବିଷୟରେ କହିବ । ଟିକେ ଭାବୁକ ହୋଇ କହିଲା ଯେ ସେ ଅନ୍ତଃସତ୍ତ୍ଵା। ଆଉ ତା ଘର ଲୋକ ଏ କଥା ଜାଣିବା ପୂର୍ବରୁ ଶିବ ର ବାପା ପ୍ରସ୍ତାବ ଧରି ତାଙ୍କ ଘର କୁ ଯିବେ. ମୁଁ ଭାବିଲି ସତରେ ମୋ ଆଖି ହିଁ ଚିହ୍ନିବା ଭୁଲ କରିଛି ଯାହା ହେଉ ଶାନ୍ତି କୁ ତା ପ୍ରେମ ମିଳିଯିବ. ସେଇଟା ଶାନ୍ତି ସହ ମୋର ଶେଷ କଥା ବାର୍ତ୍ତା ଥିଲା. ସେଦିନ ରାତିରେ ଶିବ ମିଛ କହି ଶାନ୍ତିକୁ କୌଣସି ଜାଗାକୁ ଡାକି ନେଇଥିଲା. ସେଠି ସେ ଯାହା କରିବାର କରିଥିଲା ଆଉ ତା ପରେ କିଛି ଅସାମାଜିକ ଲୋକଙ୍କ ପାଖରେ ତାକୁ ଛାଡି ଚାଲିଗଲା। ସେମାନେ ମିଶି ତା ସହ ଯାହା ଦୁଷ୍କର୍ମ କଲେ ତା ମୁହଁ ରେ କହିଲା ବେଳକୁ ମତେ ବହୁତ୍ କଷ୍ଟ ହେଉଛି ମାଧବ. କାନ୍ଦି ଉଠିଲା ମୌସୁମି.ଅଳ୍ପ କିଛି ସମୟ ପରେ ପୁଣି କହିଲା, ଖାଲି ସେତିକି ନୁହଁ ଦିନେ ନା ଓଳିଏ ପୁରା ସାତ ଦିନ ସାତ ରାତି ସେଇ ବଂଶୀ ମାନେ ଚିଲ ଶାଗୁଣା ପରି ତାକୁ ଖାଇଥିଲେ। ମୁଁ ବହୁତ ଥର ଚେଷ୍ଟା କରିଥିଲି ତାକୁ ଫୋନ କରିବାକୁ ଚେଷ୍ଟା କରିଥିଲି। କିନ୍ତୁ ଲାଗିଲାନି।ମୁଁ ଭାବିଲି ବୋଧେ ଶାନ୍ତିକୁ ତା ଜୀବନର ସବୁ ସୁଖ ମିଳି ଗଲା. ବାହା ଶାହା ହୋଇ ଶାନ୍ତିରେ ଥିବ. ମୁଁ କେବେ ଭାବି ନଥିଲି ଏମିତି କିଛି ହୋଇ ପାରିଥିବା।

ଶେଷରେ ଦିନେ କେମିତି ଟିକେ ସୁଯୋଗ ପାଇ ଶାନ୍ତି ସେମାନଙ୍କ ହାତରୁ ଖସି ଆସିଲା। ବଡ ବିଡମ୍ବନାର କଥା ମାଧବ ସମାଜରେ ତାକୁ ସବୁ ଦୋଚାରୂଣୀର ଆକ୍ଷେପ ଦେଲେ। ପୋଲିସ୍ ଆସିଲା। ଖବର ହେଲା। କିନ୍ତୁ ଶିବୁ ଆଉ ଆସିଲାନି। ଶିବୁର ବାପା ପୋଲିସକୁ ମୋଟା ଟଙ୍କା ଖୁଆଇ ଶିବ ସେଠି ନଥିବାର ପ୍ରମାଣ ଦେଇଦେଲେ। ଆଉ ଶାନ୍ତି କୁ ତା ନିଜ ଲୋକମାନେ ହିଁ ଅଗ୍ରାହ୍ୟ କରିଦେଲେ।

ମୁଁ ବହୁତ ଦିନ ପରେ ହାଇଦ୍ରାବାଦ କିଛି କାମରେ ଯାଇଥିଲି। ସେଠି ଆମ ସଂସ୍ଥାର ସ୍ତ୍ରୀ ସହାୟତା କକ୍ଷରେ ବୁଲୁ ବୁଲୁ ମୋ ନଜର ଶାନ୍ତି ଉପରେ ପଡିଥିଲା। ଭାରି ଖରାପ ଅବସ୍ଥା ଥିଲା ତାର। ସେ ତ ମତେ ବି ଚିହ୍ନି ପାରୁ ନଥିଲା। ଆଉ ଚିହ୍ନିଲା ପରେ ମତେ ଭିଡି ଧରି ଶିହରି ଶିହରି କାନ୍ଦି ଉଠିଲା। ତାର ସେ ଚିତ୍କାର ମୋର ଆଜିବି ମନେଅଛି। ସେଠିକା ଟ୍ରଷ୍ଟିଙ୍କ ସହ ବହୁତ୍ କଥା ହେଲା ପରେ ମୁଁ ଶାନ୍ତିକୁ ମୁମ୍ବାଇ ନେଇକି ଆସିଲି.। ବଞ୍ଚିବାର ଇଚ୍ଛା ସବୁ ଯେମିତି ମରି ସାରିଥିଲା ତାର.। କିନ୍ତୁ ତା ପେଟରେ ଛୁଆଟା ଯେ ନିର୍ଦୋଷ.। ମୁଁ ତାକୁ ବହୁତ୍ ବୁଝାଏ କିନ୍ତୁ ସେ ଗୋଟିଏ କଥା କହୁଥିଲା ବଞ୍ଚିବାକୁ ତ ଭାରି ଇଚ୍ଛା ଥିଲା ମୌସୁମୀ କିନ୍ତୁ କାଲି କୁ ତା ଛୁଆର ପ୍ରଶ୍ନର ଉତ୍ତର ସେ କଣ ଦେବ.। କେହି ମାନିବେ ଯେ ସେ ଛୁଆ ଶିବର. ।ଆଉ ଜମା ଇଛା ଲାଗୁନି ଜୀଇଁବାକୁ। ମୋର ମନ ଅଛି କଅଁଳିଆ ଛୁଆ ବନ୍ୟାକୁ ମୋ ହାତରେ ଟେକିଦେଇ ଶାନ୍ତି ମତେ ନ୍ୟାୟ ମାଗିଥିଲା ତା ପାଇଁ।

ତା ଦେହର ଅବସ୍ଥା ବହୁତ ଖରାପ ଥିଲା ମାଧବ। ଛୁଆ ଜନ୍ମ ଦେଲା ପରେ ରକ୍ତ ସ୍ରାବ ବନ୍ଦ ହେଲାନି। ବହୁତ ଚେଷ୍ଟା ପରେ ବି ସେ ବଞ୍ଚିଲାନି।

ଭାବିଥିଲି ବନ୍ୟାକୁ ନେଇ ତା ଘରେ ଛାଡି ଆସିବି। କିନ୍ତୁ ବିଶ୍ବମ୍ବର ଓ ଶିବ ଯେ ତାକୁ କଣ କେବେ ଗ୍ରହଣ କରିବେ ଓଲଟା ତାକୁ ମାରିଦେବେ। ତେଣୁ ବାଧ୍ୟ ହୋଇ ମତେ ଏ ରାସ୍ତା ଧରିବାକୁ ପଡିଲା। ଏବେ ସେମାନେ ନିଶ୍ଚିତ ସାରା ଜୀବନ ଭାବୁଥିବେ କାହାକୁ ସେମାନେ ତାଙ୍କର ସମସ୍ତ ସମ୍ପତ୍ତି ଦେଇଦେଲେ । ପୁଣି ଭାବୁଛି ମୋ ଶାନ୍ତି ର ଆତ୍ମାକୁ ଟିକେ ଶାନ୍ତି ନିଶ୍ଚୟ ମିଳି ଥିବ। ତମେ କଣ କହୁଛ ମାଧବ ମୁଁ ମୋ କଥା ରଖିପାରିଛି।

ମାଧବ ଏକ ଶାନ୍ତ ହସ ଖେଳାଇ କହିଲା ଏଥିରେ ଭୁଲ ବା କଣ? ଯଦି ଗ୍ରୀଷ୍ମ ର କଠିଣ ଖରାରୁ ରକ୍ଷା କରିବା ପାଇଁ ତୁମେ ମୌସୁମୀ ହୋଇପାରେ ତେବେ କାହାର ମଂଗଳ ପାଇଁ, କାହାକୁ ବଞ୍ଚାଇବାକୁ ଯାଇ ତୁମେ ବନ୍ୟା ବି ସାଜିପାର।

ସାରକଥା- ନାରୀଟିଏ ଯଦି ପ୍ରେମରେ ମୌସୁମୀ ସାଜିପାରେ ତେବେ ସେହି ନାରୀ ପ୍ରତିଶୋଧ ରେ ବନ୍ୟା ବି ସାଜିପାରେ।

ପରମିତା ମିଶ୍ର


Rate this content
Log in

Similar oriya story from Inspirational