Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Inspirational

3  

Amiya Bej

Inspirational

ଆସିଫା

ଆସିଫା

2 mins
7.3K


"ଆସିଫା" କୁ ନେଇ ଟିକେ ସାହିତ୍ୟ କରିବାର ଇଛାଟିଏ କେବେଠୁଁ ବଳବତ୍ତର ହେଉଥିଲା । କ'ଣ ଅଲଗା ବି କରିହେଇଥାନ୍ତା ଯେ' ? ଆମ ଏଠି କେହି କ୍ୟାଣ୍ଡେଲ୍ ଶୋଭାଯାତ୍ରାଟେ ବି କରୁନଥିଲେ । ମୋ'ଠାରେ ସେପରି ନେତୃତ୍ୱ ନେବାର ଦକ୍ଷତା ନଥିଲା । ସୁଦୂର ଜାମ୍ମୁ ଛୁଆଟିଏ ପାଇଁ , ଏଠି ସୁଦରଦଟେ ଜନ୍ମିବା ସହଜ ନଥିଲା । ଅତଏବ ସାମାଜିକ ଦାୟିତ୍ୱତା ନେଇ କବିତା ଗପଟେ କରିହୁଅନ୍ତା ! ଆସିଫା' ମାନେ ଆମକୁ ଅନେକ୍ କାହାଣୀ ଦେଇଯାନ୍ତି । ପ୍ରତିଟି ଆଗତ ସମୟରେ ଆସିଫା'ଟିଏ ଜନ୍ମ ହୁଏ । ନିଜପାଇଁ ନୁହେଁ, ଆମ ସାମାଜିକ ମାନଙ୍କ ପାଇଁ । କାହାର ଖାଦ୍ୟ ତ କାହାର କାହାଣୀ ! ଚର୍ଚ୍ଚା, ଫାଇଦା ଥମେ ପୁଣିଏକ ଆସିଫା' ବଳାତ୍କାର ହେଲାପରେଯାଇ !! ଏଇ ଆସିଫା' କୁ ଭୁଲିଯିବାକୁ ସମୟ ଲାଗେନି ।

- ଚାଲ ! ଶିଘ୍ର ଗାଧୋଇ ପଡି , ଏ ସଫା ହଳକ ପିନ୍ଧି ପକାଅ । ପଣାସଂଙ୍କ୍ରାନ୍ତି ଭିଡ । ଦର୍ଶନ ପାଇଁ ଲମ୍ବା ଲାଇନ୍ ।

- ଦର୍ଶନ ? ମନ୍ଦିର ? ଚୁପ୍ !

-ଏକଣ କଥା ?

- ମନ୍ଦିରରେ ଠାକୁର ନଥାନ୍ତି ।

- ଆଉ ?

- ଥାନ୍ତି ବଳାତ୍କାରୀ ।

- ଛିଃ ! ପାଗଳ ହେଇଗଲନା କ'ଣ ?

- ପାଗଳ ମୁଁ ନୁହଁ , ତୁମ ଅନ୍ଧ ବିଶ୍ୱାସ ।

- ହାତଯୋଡୁଛି ତୁମକୁ । ମୁହଁରେ ଆଦୌ ଏକଥା ଧରନି । ପାପ ବୋଝରେ ସଂସାର ତଳିତଳାନ୍ତ ହୋଇଯିବ । କେତେ ଅହଙ୍କାରୀ ମାନଙ୍କ ଅବସ୍ଥା ଖରାପ୍ ହୋଇସାରିଛି ।

- ଆଉ ଆସିଫା ???

- ସେ କିଏ ??

- ଯାଅ ତୁମେ ଏକା ମନ୍ଦିର । ମୋର ଯିବାର ନାହିଁ ।

- ପ୍ଲିଜ୍ ।

- ନୋଓଓଓ !!!

★★★

ସୌମ୍ୟା ଏକୁଟିଆ ମନ୍ଦିର ଚାଲିଯିବା ପରେ , ମୁଁ ଏକୁଟିଆ ହୋଇଗଲି । ଏଥର ଲେଟରପ୍ୟାଡ୍ ଟା ଆଣି ଗପମନସ୍କ ହେଲି ।

...ଆସିଫା ମାତ୍ର ଆଠବର୍ଷର ଥିଲା । ତାକୁ ସେଦିନ କିଛି ....

ଲେଣ୍ଡାଏ ଛେପ ଆସି ପଡିଲା ଲେଖୁଥିବା କାଗଜଟା ଉପରେ । କିଛି ମୋ' କଲମ ଓ ହାତକୁ ବି ଆକ୍ରାନ୍ତ କରିନେଲା । ଚଷମା ଟେକି ମୁହଁ ଉଠାଇଲାରୁ , ଝିଅଟିଏ ! ବାର ଚଉଦ ବର୍ଷର । ନୁଖୁରା ମୁଣ୍ଡ । ଆଞ୍ଚୁଡା ଦେହ । ଏଇ ଏବେକେବେ ଦେଖିଥିଲା ପରି ଲାଗିଲା ।

- କିଏ ?

- ଶଃ! ଭୁଲିଗଲୁ ? ଏଡେଶିଘ୍ର ?

- ନା ସତରେ ମନେପଡୁନି ।

- ହାଃ ହାଃ । ଲିଭିଯାଇଥିବା ଚିହ୍ନ ଖୋଜିଖୋଜି , ଦେହ ଅଣ୍ଡାଳୁଥିବା ମଣିଷର ସ୍ମୃତି ଏତେ କମଜୋର୍ ?

- ଓଃ! କୁନ୍ଦୁଲୀ ?????? ତୁ ପା' ମରି ....

- ହଁ ଭୂତ !!!

- ଭୂତ ??? ହେ ଦେବୀ ମା ' ବଞ୍ଚାଅ ବଞ୍ଚାଅ ।

★★★

- ଆସିବନି କହି ଆସିଲଯେ' ?? ଗାଧୋଇଛ ତ ? ସେ ସଫାଜାମା ପିନ୍ଧିଲନି ??

ଦେହ ମନ ଥରୁଥିଲା ମୋ'ର ଗୋଟାପଣେ । ମନ୍ଦିର ଭିଡଟାରେ ଭୂତଦେଖା କଥା କହି , ଲୋକହସା ହେବାକୁ ଚାହିଁଲିନି । କେମିତି ଏକ ସନ୍ଦେହ ଆଖିରେ ସୌମ୍ୟା ଦେଖୁଥିଲା ମୋତେ !!!

★★★

କାହାକୁ ଛାଡି ରହି ହେଉଥିଲା ଯେ ?

ନା ଭୟକୁ , ନା ଭଗବାନଙ୍କୁ !

ନା ବଳାତ୍କାରୀକୁ , ନା ଆସିଫାକୁ !

ନା କୁନ୍ଦୁଲୀକୁ , ନା ଭୂତ ଭବିଷ୍ୟତକୁ ?

ନା ଆପଣାଙ୍କୁ , ନା ତୁଚ୍ଛା ଏଇ କାଗଜକଲମକୁ ?????

( ମୋ' ପ୍ରିୟ ପାଠକ ବନ୍ଧୁଙ୍କୁ ଓଡିଆ ନବବର୍ଷର ଶୁଭେଛା ଜଣାଇ ରହୁଛି )

@ ଅମୀୟ ବେଜ୍ ।କେନ୍ଦୁଝର।


Rate this content
Log in

Similar oriya story from Inspirational