କନକ ଗୋରୀର ବାସ୍ନା
କନକ ଗୋରୀର ବାସ୍ନା
କନକ ଗୋରୀର ବାସ୍ନା
ଶୀତ ପୋଷାକ ପିନ୍ଧିଲା ଭଳି ଶୀତ ପଡି ନ ଥାଏ ସେଯାଏଁ । ହେଲେ ପ୍ରତିଦିନ ଉପରବେଳା ବିଶ୍ରା ପଡିଆର ସେଇ ନିର୍ଦ୍ଧିଷ୍ଟ ସ୍ଥାନରେ ଅତିସକୁ କିଛି ଖୋଜିଲା ଖୋଜିଲା ଆଖିରେ ମୁଁ ଦେଖେ (ଯେଉଁଠି ପ୍ରତିବର୍ଷ ଶୀତ ଋତୁରେ ନେପାଳୀମାନେ ଶୀତ ପୋଷାକ ବିକରିବଟା କରନ୍ତି ) ।
ସେଦିନ ଦୈବାତ ପଚାରିଦେଲି – “ ହଇରେ ଅତିସ ! ଏଠି କଣ କରୁଛୁ ? “
ଚମକି ପଡିଲା ଭଳି ସିଏ ମୋତେ କହିଲା –“ ଏଥର ଶୀତ ପୋଷାକ ଓ ଉଲ ଡ୍ରେସ ଆଦି ବିକିବାକୁ କ`ଣ ନେପାଳୀମାନେ ଆସିବେ ନି ? ଜ୍ୟାକେଟଟାଏ କିଣିବାର ଥିଲା ତ !”
‘ଆରେ ଆମେ ପରା ଦୁଇ ଦିନ ତଳେ ଉଦିତ ନଗର ମାର୍କେଟରୁ ସ୍ଵେଟର ଆଉ ଜ୍ୟାକେଟ କିଣିଥିଲେ ! ଏସନ ଶୀତଦିନପାଇଁ ତୋର ସମସ୍ତ ଶୀତଡ୍ରେସ କିଣIକିଣି ସରିଗଲା ବୋଲି କହୁଥିଲୁ ! ଏବେ ପୁଣି କଣ ? ‘
ତା ଦେହରୁ ସରମ ଝାଳ ନିଗିଡି ପଡୁଥିଲା । ତାର ଅପ୍ରସ୍ତୁତ ଭାବ ଓ ଚହଟିଲା ଆଖି , ତାର ଅନ୍ୟମନସ୍କତାକୁ ସ୍ପଷ୍ଟ ସୂଚେଇ ଦେଉଥିଲା ।
ସିଏ କେବେ ବି କ`ଣ କହିପାରିଥାନ୍ତା ଯେ ଗତ ବର୍ଷ ଉଲ ବିକିବାକୁ ଆସିଥିବା ଆଉ ତା ସହ କଥାରେ କଥାରେ ଭାବ ହୋଇଯାଇଥିବା ସେଇ ତୋଫା ଗୋରୀ ଗୁଲୁଗୁଲିଆ ନେପାଳୀ ଝିଅଟିକୁ ମନେ ମନେ ଖୋଜୁଛି ବୋଲି ?
ହେଲେ ....... ଏସନ ଶୀତରେ ସେଇ ଚହଟଚମ୍ପା କନକ ଗୋରୀଟି ଆସିଲେ ତ.............. ?!