Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pallabi Das

Thriller

3  

Pallabi Das

Thriller

ଫିକା ସମ୍ପତ୍ତି

ଫିକା ସମ୍ପତ୍ତି

3 mins
366


ମୋ ଘରକୁ ଲାଗିକରି ମହାନ୍ତି ପରିବାର ରହୁଛନ୍ତି, ମୋ ଜେଜେ ମାଆ କୁହନ୍ତି ପ୍ରାୟ ତିନି ପୁରୁଷ ଧରି ସେମାନେ ଏଠି ଘର କରି ଆସି ରହିଛନ୍ତି । ଘନଶ୍ୟାମ ଆଉ ନବଘନ ବାବୁ ଦୁଇ ଭାଇ, ସେଇ ଗୋଟେ ଘରେ ରହି ମଧ୍ୟ ମନ ନ ମିଶିବାରୁ ଦୁଇ ଭାଇ ନିଜ ନିଜ ପରିବାର ଧରି ଅଲଗା ରହୁଛନ୍ତି ।

 ଘନଶ୍ୟାମ ବାବୁ ଆମ ଜିଲ୍ଲା କଲେଜରେ କିରାଣୀ ଚାକିରି କରୁଥିବା ବେଳେ ତାଙ୍କ ବଡ ଭାଇ ନବଘନ ବାବୁ ସେଇ କଲେଜରେ ପ୍ରଫେସର ଅଛନ୍ତି । ନବଘନ ବାବୁଙ୍କ ପରିବାରର ଆୟ ଅନୁସାରେ ତାଙ୍କ ଦୁଇଟି ପିଲାଙ୍କୁ ବେଶ୍ ଆରାମ୍ ରେ ସୁରୁଖୁରୁରେ ଚଳିବା ଶିଖେଇ ଦେଇଥିଲେ, ସେଥିପାଇଁ ସେମାନେ ଯୋଉଠି ବି ରହୁଥିଲେ ବେଶ୍ ଆରାମ୍ ରେ ଚଳି ଯାଉଥିଲେ । ଯାହା କି ଘନଶ୍ୟାମ ବାବୁ ତାଙ୍କ ଛୁଆ ଦୁଇଟିଙ୍କୁ ଶିଖାଇ ପାରି ନଥିଲେ, ସେଥିରେ ପୁଣି ତାଙ୍କ ସ୍ତ୍ରୀ ବିମଳା ଦେବୀ ନବଘନ ବାବୁଙ୍କ ସ୍ତ୍ରୀଙ୍କୁ ଦେଖେଇ ଶୁଣେଇ କଥା କଥାରେ କହିବେ -"ଆମ ଘର ଗରିବ ଘର, ଆମକୁ ଦବାକୁ କିଏ ଅଛି ଯ ଆମେ ସୁଖରେ ଚଳିବୁ " । ବିମଳା ଦେବୀଙ୍କ ଏହି ପ୍ରକାର ଗୁଣ ଯୋଗୁ ନବଘନ ବାବୁ ଘର ଭାଗ କରିବାର ପଦକ୍ଷେପ ନେଇଥିଲେ । ଘନଶ୍ୟାମ ବାବୁ, ବଡ ଭାଇ ନବଘନ ବାବୁଙ୍କ ଉପରେ ସାରା ପରିବାରର ଦାୟିତ୍ଵ ପକେଇ ଦେଇ ବେଶ୍ ଆରାମ୍ ରେ ଜୀବନ ଜାପନ କରୁଥିଲେ । ଘର ଚଳେଇବାରେ କୌଣସି ପ୍ରକାରର ସହାୟତା କରୁନଥିଲେ । ଶେଷରେ ନିଜ ପରି ନିଜ ଛୁଆ ଦିଟାଙ୍କୁ ବିଗାଡ଼ି ଦେଇଥିଲେ । ସେଥିପାଇଁ ନବଘନ ବାବୁ ଅଲଗା ହୋଇ ଭାଇକୁ ଉଚିତ୍ ଶିକ୍ଷା ଦବାକୁ ଚାହୁଁଥିଲେ ।

ଚାହୁଁଥିଲେ ତାଙ୍କ ସାନ ଭାଇ ତା' ପରିବାରର ଦାୟିତ୍ଵ ନିଜେ ତୁଲାଉ ତା ସାଥିରେ ଛୁଆ ଦୁଇଟିଙ୍କୁ ଭଲ ମଣିଷ କରି ଗଢ଼ି ତୋଳୁ । କିନ୍ତୁ ସେମିତି କିଛି ହେଲାନି । ଦିନକୁ ଦିନ ଘନଶ୍ୟାମ ବାବୁଙ୍କ ପରିବାରର ଖର୍ଚ ବଢ଼ି ଚାଲିଥିଲା । ଘରର ଭଲ ମନ୍ଦ ଖାଇ ଦିନେ ଅଧେ ପିଜା ପେଟିସ୍ ଖାଉଥିବା ଛୁଆ ଏବେ ନିତି ବାହାରେ ପିଜା ବିରିୟାନୀ ଖାଇବା ଆଦତ ପକେଇ ସାରିଥିଲେ । ଏସବୁ ଖର୍ଚ୍ଚ ତୁଲାଉ ତୁଲାଉ ମାସ ଶେଷରେ ଘନଶ୍ୟାମ ବାବୁଙ୍କ ହାତରେ କିଛ଼ି ବଞ୍ଚୁ ନଥିଲା ।

ନବଘନ ବାବୁ ଭାଇର ଅବସ୍ତା ଦେଖି ଦିନକୁ ଦିନ ମର୍ମାହତ ହଉଥିଲେ । ଦିନେ ହଠାତ୍ ଘନଶ୍ୟାମ ବାବୁଙ୍କ ସ୍ତ୍ରୀ ବିମଳା ଦେବୀ ବ୍ରେନ ମେଲେରିଆ ରୋଗରେ ଆକ୍ରାନ୍ତ ହେଲେ ସେଥିରେ ପୁଣି ବାହାରର ଖାଦ୍ୟ ଖାଇ ଖାଇ ପେଟରେ ଟ୍ୟୁମର ହୋଇଯାଇଥାଏ । ସ୍ତ୍ରୀଙ୍କ ଏଇ ଅବସ୍ତା ପାଇଁ ଘନଶ୍ୟାମ ବାବୁ ନିଜକୁ ଦାୟୀ କରୁଥିଲେ କାରଣ ଏସବୁ ଖାଇବା ବେଳେ ସେ କେବେ ସ୍ତ୍ରୀଙ୍କୁ ଅଟକାଇ ନଥିଲେ କି ଛୁଆଙ୍କୁ ଟୋକି ନଥିଲେ । ଯେବେ ଯିଏ ଯାହା ମନ କଲା ଖାଇ ଚାଲିଲା । ଯେବେ ଯେବେ ମନରେ ପରିବାରର ସ୍ୱାସ୍ଥ୍ୟ ପାଇଁ ଚିନ୍ତା ପଶେ ସେବେ ନିଜକୁ ଏତିକି କହି ବୁଝେଇ ଦିଅନ୍ତି -" କୋଉ ନିତି ଖାଉଛନ୍ତି ଯେ ସେମାଙ୍କ ଦେହ ଖରାପ ହବ "। ସେମାନଙ୍କୁ ଅଟକାଇବା ବଦଳରେ ନିଜେ ବି ସାମିଲ୍ ହୋଇଯାନ୍ତି ତାଙ୍କ ସାଥିରେ ଖାଇବାକୁ । ଏଥିପାଇଁ ନବଘନ ବାବୁ ବିରକ୍ତ ହୋଇଥିଲେ । ଘନଶ୍ୟାମ ବାବୁ ନିତି ଅଫିସ୍ ରୁ ଫେରିବା ପରେ ଘରେ ସମସ୍ତଙ୍କ ପାଇଁ କିଛି ନା କିଛି ବାହାର ଜିନିଷ ଖାଇବାକୁ ଆଣନ୍ତି ଆଉ ସେଥିରେ ନବଘନ ବାବୁ ବୋହୁତ୍ ବିରକ୍ତ ହୁଅନ୍ତି । ଏବେ ଘନଶ୍ୟାମ ବାବୁଙ୍କ ଚିନ୍ତା ବଢ଼ିବାରେ ଲାଗିଛି ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ପାଇଁ । ଗୋଟେ ଗୋଟେ ଟେଷ୍ଟରେ ମାଟି ଗୋଡ଼ି ପରି ପଇସା ଖର୍ଚ ଚାଲିଛି । ଧୀରେ ଧୀରେ ସମ୍ବଳ ଶେଷ ହବାକୁ ବସିଲାଣି । ଘନଶ୍ୟାମ ବାବୁଙ୍କ ସମସ୍ତ ଜମା ପୁଞ୍ଜି ସ୍ତ୍ରୀଙ୍କ ଦେହ ଠିକ୍ କରିବାରେ ଖର୍ଚ୍ଚ ହୋଇଚାଲିଛି । ଆଜି ତାଙ୍କର ମନେ ପଡୁଛି ତାଙ୍କ ପ୍ରିୟ ବଡ ଭାଇର ତାଗିଦ୍ ସବୁ ଯାହାକୁ ସେ ଖାତିର୍ ତିଳେ ହେଲେ କରନ୍ତି ନାହିଁ । କିଛି ବାହାର ଜିନିଷ ଖାଇବା ବେଳେ ଛୁଆଙ୍କୁ ଏଥର ମୁହଁ ଖୋଲି ହଁ ବଦଳେ ନାହିଁ କହୁଛନ୍ତି । ତଥାବି ତାଙ୍କର ପଇସାର ଅଭାବ ପଡ଼ି ଯାଉଛି ସ୍ତ୍ରୀଙ୍କ ରୋଗ ଉପଚାର ପାଇଁ । ଭାଇ କଥା ତାଙ୍କୁ ମନେ ପଡୁଛି ଆଉ ସାହସ ପାଉନି କୋଉ ମୁହଁ ନେଇ ସାହାଯ୍ୟ ମାଗିବେ ଭାଇକୁ । ସ୍ତ୍ରୀଙ୍କ ଅବସ୍ଥା ଗୁରୁତ୍ତର, ବାଧ୍ୟ ହୋଇ ଭାଇକୁ ହାତ ପତେଇ ଦେଇଥିଲେ, ଭାଇ କିଛି ନକହି ଚୁପ୍ ଚାପ୍ ପଇସା ବଢେଇ ଦେଇଥିଲେ । ଘନଶ୍ୟାମ ବାବୁଙ୍କ ସ୍ତ୍ରୀ ମେଡିକାଲରୁ ପ୍ରାୟ ଦୁଇ ମାସ ପରେ ଆସିଲେ, ଆଉ ସେ ଆଗପରି ନଥିଲେ ବୋହୁତ୍ ଚୁପ୍ ଚାପ୍ ପାଲଟି ଯାଇଥିଲେ । ଘନଶ୍ୟାମ ବାବୁଙ୍କ ଏଇ ଅବସ୍ତା ପାଇଁ ନିଜକୁ ଦୋଷ ଦେଇ ଚାଲୁଥିଲେ ନବଘନ ବାବୁ ଆଉ ଚେଷ୍ଟା କରୁଥିଲେ ଭାଇ ସାଥିରେ ପୁଣି ତାଙ୍କ ପରିବାର ହସି ଖେଳି ସମୟ ବିତାଉ ।ଘନଶ୍ୟାମ ବାବୁ ଆଉ ବିମଳା ଦେବୀ ଏଥର ଛୁଆମାନଙ୍କୁ ଆକଟ କରିବା ଆରମ୍ଭ କରିଦେଇଛନ୍ତି । ଏଥର ସେ ବୁଝି ପାରିଛନ୍ତି ପଇସାର ଖେଳ ଆଗରେ ଆଉ ସବୁ ଫିକା ଏଠି । 


Rate this content
Log in

Similar oriya story from Thriller