Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pallabi Das

Others Tragedy

3  

Pallabi Das

Others Tragedy

ଅନ୍ଧ ମଣିଷ

ଅନ୍ଧ ମଣିଷ

3 mins
14.7K


ମିଶ୍ର ବାବୁ ଦୋକାନ ପିଣ୍ଡାରେ ବସି ଲୁହ ପୋଛୁଥାନ୍ତି । ଅନ୍ଧାର ରାତି ଶୀତ ଟିକେ ଟିକେ ପଡ଼ିବା ଆରମ୍ଭ ହଉଚି । ନିଜକୁ ବୋହୁତ୍ ଅସହାୟ ମନେ କରୁଛନ୍ତି, ଘରକୁ ଯିବାକୁ ତାଙ୍କ ପାଦ ଆଗକୁ ଯାଉନି ।

ବସି ବସି ଭାବୁଛନ୍ତି କୋଉଠି ତାଙ୍କର ଭୁଲ ରହିଗଲା , ଶିକ୍ଷକତା କରି କେତେ ପିଲାଙ୍କୁ ସମାଜର ମୂଳ ସ୍ରୋତରେ ମିଶେଇ ସତମାର୍ଗ ଦେଖେଇ ପାରିଲେ କିନ୍ତୁ ନିଜ ପିଲାଗୁଡିଙ୍କୁ ଦେଖେଇ ପାରିଲେନି । ପୁଅ ତା ବାଟରେ ଝିଅ ମାନେ ସେମାନଙ୍କ ବାଟରେ । ସମସ୍ତଙ୍କ ବାହାଘର ସାରି ଦେଇ ଭାବିଥିଲେ , ଶାନ୍ତିର ନିଶ୍ୱାସ ଟିକେ ମାରିବେ ବୁଢ଼ା ବୁଢୀ ନାତି ନାତୁଣୀଙ୍କ ସହ । କିନ୍ତୁ ସମୟ ସବୁ ବଦଳେଇ ଦେଲା । ସ୍ତ୍ରୀଙ୍କ ମୃତୁ ପରେ ତାଙ୍କ ଜୀବନ ବାସ୍ ନାମକୁ ମାତ୍ର ଜୀବନ ହୋଇ ରହିଗଲା । କୁଳ ପୋଛା ଗୋଟିଏ ବୋଲି ପୁଅ ଜନ୍ମ କରିଥିଲେ , ଭାବିଥିଲେ ବୁଢ଼ା ଦିନର ସାହାରା ହବ । ବୋହୁତ୍ ସ୍ନେହ ମମତା ଦେଇ ପାଳିଥିଲେ ଛୁଆଗୁଡ଼ିଙ୍କୁ , ଝିଅମାନେ ନିଜ ନିଜର ଘର ସଂସାର ଭିତରେ ବୁଡ଼ି ରହିଲେ , ବେଳେବେଳେ ଭେଟିବାକୁ ଚାଲିଯାନ୍ତି ବାପାମାଆ ଦି’ଟାଙ୍କୁ । କିନ୍ତୁ କୁଳାଙ୍ଗାର ପୁଅ ସବୁ ଭୁଲି ବାପା ମାଆଙ୍କ ଉପରେ ମାନସିକ ଅତ୍ୟାଚାର କରିବାକୁ କେବେ ପଛେଇଲାନି । କୁହନ୍ତି କିଛି ପୁଅ ବାହାଘର ପରେ ବଦଳିଯାନ୍ତି । ଠିକ୍ ସେମିତି ହେଲା । ତାଙ୍କ ପୁଅ ବାସ୍ ନାମକୁ ମାତ୍ର ପୁଅ ହେଇ ରହିଗଲା । ପୁରାପୁରି ଶ୍ୱଶୁର ଘରର କଣ୍ଢେଇ ପାଲଟି ଗଲା । ମିଶ୍ରାଣି ପଡିଲେ ରୋଗ ଶେଜରେ , ସେଥିରେ ପୁଣି ପୁଅର ହାଡ଼ରୁ ମାଂସ ଖସି ପଡ଼ିବା ପରି ଗାଳି ଶୁଣୁଥିଲେ । ମିଶ୍ରାଣି ଭାବୁଥିଲେ କୋଉ ଜନ୍ମରେ କୋଉ ପାପ କରିଥିଲି ଯେ ଏତେ କଷ୍ଟ ଭୋଗିଲି , ମାନସିକ ଅଶାନ୍ତି ସହ ଝିଅ ପୁଅ ଚିନ୍ତାରେ ସେ ଦୁନିଆ ଛାଡ଼ି ଚାଲିଗଲେ । ରହିଗଲେ ମିଶ୍ର ବାବୁ ବଳକା ଦୁଃଖ ତକ ଭୋଗିବାକୁ । ସେ ଚାହିଁଥିଲେ ବୋହୁତ୍ ଭଲରେ ମିଶ୍ରାଣିକୁ ରଖି ପାରିଥାନ୍ତେ ଆଉ ନିଜେ ବି ଭଲରେ ରହି ପାରିଥାନ୍ତେ , ଅଗାଧ ସମ୍ପତ୍ତି ଆଉ ତାଙ୍କ ପେନସନ୍ ସବୁ ସେ ପୁଅ ପାଇଁ ଖର୍ଚ୍ଚ କରି ଚାଲିଛନ୍ତି । ଯଦି ଭୁଲରେ ସେଥିରୁ ଝିଅମାନଙ୍କ ପାଇଁ କିଛି ପଠେଇ ଦିଅନ୍ତି ପୁଅର ରାକ୍ଷାସ ମିତି ଗର୍ଜନରେ ପୁରା ଖଣ୍ଡମଣ୍ଡଳ କମ୍ପି ଉଠେ । ସେ ଜାଗା ଛାଡ଼ି ଦୂରରେ କୋଉଠି ଗୋଟେ ସୁନ୍ଦର ଜୀବନ ଅତିବାହିତ କରିବାକୁ କହିଲେ କହିବେ , ଏଠି ମୋର ସବୁ କିଛି ଅଛି, ମୁଁ ଛାଡ଼ିକି ଯିବି କୁଆଡ଼େ । ଦିନ ଦିପହର ଖରା ବେଳେ ବସିଥିବେ ଆମ୍ବ ଗଛ ମୂଳେ, ଗଛ ସହ କଥା ହଉଥିବେ ଆଜି ତୁ ପାଣି ପାଇଚୁ ତ , ତୋ ଉପରେ ସୂର୍ଯ୍ୟ କିରଣ ଭଲରେ ପଡୁଛି ତ , ଇତ୍ୟାଦି । ବୟସ ବଢ଼ିବା ସହ ମୁହଁରେ ଭାଙ୍ଗ ପଡ଼ି ଆସିଲାଣି , ଆଖି ଦିଟା ଭିତରକୁ ପଶି ଗଲାଣି , ତଥାପି ସେ ହସନ୍ତି ଆଉ ସମସ୍ତଙ୍କୁ ହସାନ୍ତି । ବେଳେ ବେଳେ ଲୁଚି ଲୁଚି କାନ୍ଦି ଦିଅନ୍ତି ସେଥିପାଇଁ ବୋଧେ ଆଖି ଦି’ଟା ସବୁ ବେଳେ ଲାଲ ହୋଇ ରହିଥାଏ । ପୁଣି ଭାବନ୍ତି ମୋ ପୁଅ ଝିଅ ଏକାଠି ମିଳି ମିଶି ରହିବେ ବୋଲି , କିନ୍ତୁ ସେମିତି କିଛି କେବେ ହୁଏନି, ଦିନ ସରି ସରି ଆସୁଛି ତଥାପି ସମସ୍ତେ ସମସ୍ତଙ୍କ ଅହଙ୍କାରରେ ବୁଡ଼ି ରହିଲେ । ମଝିରେ ରହିଗଲେ ମିଶ୍ର ବାବୁ ଏକା ଅସହାୟ ଅନାଥ ପରି, ଯାହାର ପୁରା ଭରପୁର ପରିବାର ଥାଇ ବି ସେ ସେମିତି ଏକା ପଡିଗଲେ । ଗଛମାନଙ୍କୁ ସାଥୀ କଲେ, ଭାଗବତ ଟୁଙ୍ଗୀ ଆଉ ଗାୟତ୍ରୀ ବହିକୁ ନେଇ ତାଙ୍କ ଦୁନିଆ ଏବେ ବି ଚାଲିଛି । ଆଉ ତା ଭିତରେ ସେ ଏବେ ବି ଚେଷ୍ଟା କରନ୍ତି, ସମସ୍ତଙ୍କୁ ଏକାଠି କରିବାକୁ । କିନ୍ତୁ କ'ଣ ସତରେ ସେ ଦିନ ଆସିବ, ଯେବେ ତାଙ୍କ ଛୁଆ ସବୁ ଏକାଠି ହେବେ , ଆଉ ତାଙ୍କ ଘର ପୁଣି କୋଳାହଳରେ ଗୁଞ୍ଜି ଉଠିବ ? ସେ ଆଶା ବୋହୁତ୍ କମ୍ ମାତ୍ର ସେ ସେଇ ଆଶାରେ ବଞ୍ଚନ୍ତି ନୀତି । ଆଉ ନୀତି ସମସ୍ତଙ୍କ ମଙ୍ଗଳ ମନାସନ୍ତି , କାଳେ କେବେ ଅନ୍ଧକାରକୁ ଦୂର କରି ଆଲୋକକୁ ଆପଣେଇବେ ତାଙ୍କ ଛୁଆ ।


Rate this content
Log in