Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Monalisa Dash

Comedy

2  

Monalisa Dash

Comedy

ସିଲିର ହୋଲଫି

ସିଲିର ହୋଲଫି

2 mins
699


ହୋଲି ଆଜି | ସକାଳୁ ଉଠି ଶୀଘ୍ର କାମ ସବୁ ସାରିଦେଲେ ଶେଫାଳୀ |

ହୋଲି ଯୋଗୁ କାମବାଲୀ ଆସିବନି ବୋଲି କହିଥିଲା | ତାକୁ କାଳେ ରାସ୍ତାରେ ରଙ୍ଗ ବୋଳି ହଇରାଣ କରିବେ କଲୋନୀ ଵାଲା | ହଉ, କେତେ ବା କାମ ! ମାତ୍ର ତିନିଜଣଙ୍କ ଅଇଁଠା ବାସନ କଣ ସେ ନିଜେ ଗୋଟେ ଦିନ ମାଜି ପାରିବନି ?

ବାସନ ମାଜି , ନିଜ ନିତ୍ୟକର୍ମ ସାରି ଗାଧୋଇ ସାରି ଆସିଲା ବେଳକୁ ନ ଟା ବାଜି ଲାଣି | ତରତର ହୋଇ ଝିଅ ଆଉ ପତିଦେବଙ୍କୁ ଉଠାଇଲେ “ଆରେ ଉଠ ତୁମେ ଦୁହେଁ , କେତେ ଆଉ ଶୋଇବ? ହୋଲି ଖେଳିବନି କି ?”

ଆଖି ମଳି ମଳି ବହୁତ କଷ୍ଟରେ ବାପ ଝିଅ ଉଠିଲେ | ଶେଫାଳୀ ଗଲାକାଲି ରାତିରେ ଆଣିଥିବା ଅର୍ଗାନିକ ଅବିର ସବୁ ଏକାଠି କଲେ |

ହୋଲି ଖେଳିବା ପାଇଁ ଆଜି କେଉଁ ପୋଷାକ ପିନ୍ଧିବେ , କେଉଁ ପୋଷାକ ପିନ୍ଧିଲେ ଫୋଟୋ ବହୁତ ଭଲ ଆସିବ, ମୁଣ୍ଡର ଜୂଡାକୁ କେମିତି ବାନ୍ଧିଲେ ଡ୍ରେସକୁ ମାନିବ , ମୁଂହରେ କେଉଁ ପ୍ରସାଧନ କଲେ ରଙ୍ଗ ଲାଗିଲେ ବି ତ୍ୱଚା ଖରାପ ହେବନି , ଏସବୁ ଫାଇନାଲ ନ କଲେ ହୋଲି କିଏ ଖେଳିବ ?

ଯାହାହେଉ , ବାପଝିଅ ସେମାନଙ୍କ ନିତ୍ୟକର୍ମ ସାରି ପ୍ରସ୍ତୁତ ହୋଇ ଆସିଲା ବେଳକୁ , ଶେଫାଳୀ ବି ନିଜକୁ ପ୍ରସ୍ତୁତ କରି ନେଇଥିଲେ | ନେଳି ରଙ୍ଗର କୁର୍ତା , ଜିନ ପ୍ୟାଣ୍ଟ ଆଉ ଅତ୍ୟଧିକ ମେକଅପରେ ସେ ଦେଖା ଯାଉଥିଲେ ସିନେମା ଷ୍ଟାର ଭଳି |

ସନତଙ୍କ ପାଟିରୁ ବାହାରି ପଡିଲା , “ ସିଲି , କଣ ହୋଲି ଖେଳିବାକୁ ବାହରିଚ ନା ସିନେମା ଦେଖିବାକୁ ? “ ସନତଙ୍କୁ ଚାହିଁ ମୁହଁ ମୋଡି ଦେଲେ ଶେଫାଳୀ | ଫୋନଟା କୁ ନେଇ ଚାଲିଗଲେ ବାହାରକୁ , ପଛେ ପଛେ ସନତ ଆଉ ଝିଅ ସୋନାକ୍ଷୀ |

ଆପାର୍ଟମେଣ୍ଟ ବାହାରକୁ ଆସି ତିନିହେଁ ରଙ୍ଗ ଖେଳିଲେ | ପ୍ରଥମେ ସନତ ଆଉ ଶେଫାଳୀ ସୋନାକ୍ଷୀ ମୁଁହରେ ଅବିର ବୋଲି ତାକୁ ଗେଲ କଲେ , ତାପରେ ସୋନାକ୍ଷୀ ପାପା ମମୀଙ୍କୁ ରଙ୍ଗ ବୋଳିଲା , ଶେଷରେ ସନତ ଆଉ ଶେଫାଳୀ ପରସ୍ପରକୁ ଅବିର ବୋଳି ହୋଲି ଖେଳ ଶେଷ କଲେ|

ତାପରେ ଆରମ୍ଭ ହେଲା ସେଲ୍ଫି ପର୍ବ , ବିଭିନ୍ନ ଭଙ୍ଗୀରେ ଶେଫାଳୀ ଫଟୋ ଉଠେଇଲେ ଝିଅ ଆଉ ସନତଙ୍କ ସହ | ପ୍ରାୟ ଅଧା ଘଣ୍ଟା ଫଟୋ ଉଠା ହେଲା ପରେ ମାତ୍ର ତିନୋଟି ଫଟୋ ଶେଫାଳୀଙ୍କ ମନକୁ ପାଇଲା | ସାଙ୍ଗେ ସାଙ୍ଗେ ଫେସବୁକ ଆଉ ଇନ୍ଷ୍ଟଗ୍ରାମରେ ଫଟୋ ଅପଲୋଡ଼ କଲେ | ଏପଟେ ସନତ ଆଉ ସୋନାକ୍ଷୀ ଭୋକରେ ଆଉଟୁ ପାଉଟୁ ହେଲେଣି | ସକାଳ ଆଠଟା ବେଳେ ବ୍ରେକଫାଷ୍ଟ ଖାଇବା ଅଭ୍ୟାସ | ସାତ ବର୍ଷୀୟା ସୋନାକ୍ଷୀର କାନ୍ଦ କାନ୍ଦ ମୁହଁ ଦେଖି ସନତ ଶେଫାଳୀ ଆଡକୁ ଚାହିଁଲେ | ଶେଫାଳୀ କେଉଁ ବାନ୍ଧବୀ ସହ ପ୍ରଗଳଭା ହୋଇ ଗପି ଚାଲିଥିଲେ ଆଜି ହୋଲି କେମିତି ପାଳନ କଲେ ବୋଲି |

ସନତ ସୋନାକ୍ଷୀର ହାତ ଧରି କହିଲେ “ ଚାଲେ , ଆମେ ଦୁହେଁ ଆଜି ବାହାରେ ବ୍ରେକଫାଷ୍ଟ କରିବା “ | ତଳୁ ସନତଙ୍କ ଗାଡି ଷ୍ଟାର୍ଟ ହେବାର ଶବ୍ଦ ଶୁଭୁଥିଲା |ଶେଫାଳୀଙ୍କ ହା ହା ହସ ଶୁଭୁଥିଲା ଦ୍ଵିତୀୟ ମହଲା ଆପାର୍ଟମେଣ୍ଟର ବାଲକାନିରୁ |


Rate this content
Log in

More oriya story from Monalisa Dash

Similar oriya story from Comedy